ରାଉରକେଲା: ଅନ୍ଲାଇନ୍ରେ ସପିଂ କରୁଛନ୍ତି କି ? ସାବଧାନ, ଏମିତି ବି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇ ପାରେ। ରାଉରକେଲା ବିଶ୍ରା ଅଞ୍ଚଳର ଜଣେ ଯୁବତୀଙ୍କ ଠାରୁ ଅନଲାଇନ ଲୁଟେରା ଲୁଟିନେଇଛନ୍ତି ୫୦ ହଜାର ଟଙ୍କା। ଡିଟିଡିସି କୋରିଅର କମ୍ପାନୀ ନାଁରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଯୁବତୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ୟୁପିଆଇ ଆଇଡି ମାଧ୍ୟମରେ ପେଟିଏମ ଆକାଉଣ୍ଟରୁ ଲୁଟ୍ ହୋଇଥିବା ମହିଳା ଜଣକ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି । […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱର ସହ ପୁରୀ ଓ କଟକ ସହରରେ ବିଦ୍ୟୁତ୍ ସେବା ବିଶେଷ ଭାବେ ପୂରା ଠପ୍ ହୋଇଯାଇଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଯିବା ସହ ଓ ତାର ଗୁଡ଼ିକ ଛିଣ୍ଡି ଯିବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷେ, ବିଦ୍ୟୁତ୍ ଯୋଗାଉଥିବା ମଞ୍ଚେଶ୍ୱର ସ୍ଥିତ ଷ୍ଟେଟ୍ ଲୋଡ୍ ଡେସ୍ପାଚ୍ ସେଣ୍ଟରର ସୂଚନା […]
ଭୁବନେଶ୍ୱର: ପଛୁଆ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ। ୨୦୧୮ରୁ ଏହି ଯୋଜନା ଆରମ୍ଭ ହୋଇଥିଲେ ହେଁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଆକ୍ସନ ପ୍ଲାନ ଠିକ ଭାବେ କାମ କରୁଛି କି ନାହିଁ ତାହାର ତଦାରଖ କରିବା ପାଇଁ ଗଠନ ହୋଇଛି ଏକ ରାଜ୍ୟସ୍ତରୀୟ କମିଟି । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ମୋଟ ୧୧୫ଟି ପଛୁଆ […]
ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ର ତାଣ୍ଡବ ପୁରୀରେ ଅଧିକ ଦେଖିବାକୁ ମିଳିଛି। ଦୁଇ ଦିନ ପରେ ଏଠାରେ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେବି ଏଠାରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ୍ ସରବରାହ ବନ୍ଦ ରହିବା ଯୋଗୁ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି। ଫଳରେ ଖୋଲାରେ ପେଟ୍ରୋଲ ବିକ୍ରି ହେଉଥିବା ପେଟ୍ରୋଲ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପେଟ୍ରୋଲ ପାଇଁ ଲୋକଙ୍କୁ ଲମ୍ବା ଲାଇନ୍ରେ ଠିଆ ହେବାକୁ ପଡ଼ୁଛି। ବିଭିନ୍ନ ସ୍ଥାନକୁ ଯିବାକୁ ଚାହୁଁଥିବା ଲୋକମାନେ […]
ମୁମ୍ବଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଡ୍ରେସ୍ ଷ୍ଟାଇଲ ଆପଣଙ୍କୁ କେମିତି ଲାଗେ ? ଭଲ ନା ! ଯଦି ଦୀପିକାଙ୍କ ଡ୍ରେସ ପସନ୍ଦ କରନ୍ତି ଚାହିଁଲେ ଆପଣ ତାହାକୁ କିଣି ପାରିବେ । କାରଣ ଦୀପିକା ତାଙ୍କ ପୋଷାକ ବିକ୍ରି କରିବାକୁ ଯାଉଛନ୍ତି। ଦୀପିକା ତାଙ୍କର ଫେବରାଇଟ ପୋଷାକ ବିକ୍ରି କରିବାକୁ ଯାଉଛନ୍ତି। ଏହି ପୋଷାକକୁ ଚାହିଁଲେ ଆପଣ ୱେବ ସାଇଟ୍ରେ କିଣି ପାରିବେ। ଏ ନେଇ ଦୀପିକା ନିଜେ ସୋଶାଲ ମିଡିଆ ଜରିଆରେ ଘୋଷଣା […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ରାଜଧାନୀ ଭୁବନେଶ୍ୱରରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ହେଲେ ଭୁବନେଶ୍ୱର ଶିରିପୁର ଅଞ୍ଚଳର ବିଭୂତି ପ୍ରଧାନ, ନନ୍ଦନ କାନନ ଅଞ୍ଚଳର ବସନ୍ତ ରାଉତ , ଚନ୍ଦ୍ରଶେଖରପୁର ତାରିଣୀ ବସ୍ତିର ପ୍ରତାପ ପରିଡ଼ା। ତେବେ ସହିଦ ନଗର କାଳୀ ମନ୍ଦିର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଟଣୀ ଅଞ୍ଚଳରେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଏମାନଙ୍କର ପରିଚୟ ମିଳିପାରି ନାହିଁ। ଏହି ୫ […]
ଭୁବନେଶ୍ୱର: ମାନ୍ଦାବସ୍ଥାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଥିବାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଅଟୋମୋବାଇଲ ଶିଳ୍ପ। ଗତ ୧୧ମାସ ହେଲା ଗାଡି ବିକ୍ରି ଲଗାତର କମିବାରେ ଲାଗିଛି । ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ସେପ୍ଟେମ୍ବର ମାସରେ ୨୨. ୪୧ ପ୍ରତିଶତ ଗାଡି କମ୍ ବିକ୍ରି ହୋଇଛି। ଗତବର୍ଷ ସେମ୍ବେର ମାସରେ ୨୫ ଲକ୍ଷ ୮୪ ହଜାର ୬୨ଟି ଗାଡି ବିକ୍ରି ହୋଇଥିବା ବେଳେ ଚଳିତ ସେମ୍ବେରରେ ୨୦ଲକ୍ଷ ୪ହଜାର ୯୩୨ଟି ଗାଡି […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ର ପ୍ରଭାବରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚିତ୍ର ବଦଳି ଯାଇଛି। ପୂରା ଷ୍ଟାଡିୟମ୍ ଛାରଖାର ହୋଇଯାଇଛି। ସୁଇମିଂ ପୁଲ୍ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍ରେ ଅନେକ କ୍ଷୟକ୍ଷତି ହୋଇଛି। ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍ରେ ୱାର୍ଲ୍ଡ ହକି ସିରିଜ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ତା’ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ।
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପୁରୀ-ଭୁବନେଶ୍ୱର ରେଳପଥ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖୋର୍ଦ୍ଧା ରୋଡ୍ରୁ ପୁରୀକୁ ଟ୍ରେନ୍ ଚଳାଚଳ ରାସ୍ତାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସିଗ୍ନାଲିଂ ସିଷ୍ଟମ, ଅନେକ ଷ୍ଟେସନ ବିଲ୍ଡିଂ, ଲେବଲ କ୍ରସିଙ୍ଗ ଗେଟ୍ ସବୁ ଭାଙ୍ଗିଯାଇଛି। ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବା ଲାଗି ସପ୍ତାହେ ଲାଗିପାରେ ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି। ପ୍ଲାଟଫର୍ମ ସେଡ୍ର ୬୦ ପ୍ରତିଶତ ଛାତ ସମେତ ଫୁଟ୍ ଓଭର ବ୍ରିଜ୍ କଭର ସିଟ୍ […]
ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ତାଣ୍ଡବରେ ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁରୀ ଏଡିଏମ୍ଓଙ୍କ ସୂଚନା ଅନୁଯାୟୀ, ଏହି ୧୨ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ମେଡ଼ିକାଲକୁ ଅଣାଯାଇଛି। ମୃତକ ମାନେ କେଉଁ ଅଞ୍ଚଳର, କେଉଁଭଳି ଅବସ୍ଥାରେ ଏମାନଙ୍କର ମୃତ୍ୟୁ ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତେବେ ଏହି ମୃତ୍ୟୁ ସଂଖ୍ୟାକୁ ଯଦି ମିଶାଯାଏ, ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଓଡ଼ିଶାକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଭଳି ବିପତ୍ତି ବେଳେ ସାରା ଦେଶ ପ୍ରଭାବିତଙ୍କ ସହିତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ କ୍ଷତିଗ୍ରସ୍ତ ହେବା ଯୋଗୁ ବିପିୟୁଟି ପକ୍ଷରୁ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୮, ୯, ୧୦, ଓ ୧୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ଏହି ପରୀକ୍ଷା ପରବର୍ତ୍ତୀ କେତେ ତାରିଖରେ ହେବ ସେନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି।