• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ganjam
ପିଲା ଚୋର ଭାବି ପୁଲିସ୍‌ ଉପରେ ଆକ୍ରମଣ କଲେ ଗାଁ ଲୋକେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ତେଲେଙ୍ଗାନା ପୁଲିସ୍‌କୁ ଗଞ୍ଜାମ ସାନଖେମୁଣ୍ଡିରେ ଆକ୍ରମଣ। ପାଟପୁର ଥାନା ଡେଙ୍ଗାଡ଼ି ଗାଁରେ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୁଲିସ୍‌ ଟିମ୍‌କୁ ଗାଁ ଲୋକେ ପିଲା ଚୋର ଭାବି ଆକ୍ରମଣ କରିଥିବା ଜଣାପଡ଼ିଛି। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ୍‌  ଅଭିଯୁକ୍ତକୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା। ତେଲଙ୍ଗାନାର ୧୦ ଜଣିଆ ପୁଲିସ୍‌ ଟିମ୍‌ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ।  ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ସୁନା ଦୋକାନରେ କାମ କରୁଥିଲା। […]

45654545
କଲେଜିୟମ ନିଷ୍ପତ୍ତି ବିରୋଧରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ  ବିରୋଧ କରିଛି। ଏହାର  ପ୍ରତିବାଦରେ  ହାଇକୋର୍ଟ ଆଇନଜୀବୀମାନେ ଗତକାଲିଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତିକୁ ବାର ଆସୋସିଏସନ ଦୃଢ ନିନ୍ଦା କରିବା ସହ କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ ଦାବି କରିଛି । କଲେଜିୟମ ବ୍ୟବସ୍ଥା ଦ୍ୱାରା ବିଚାରପତି ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ […]

dead body found
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ୱଲପୁର: ସମ୍ୱଲପୁର ମଣ୍ଡଳ କାରାଗାର ନିକଟ ଡ୍ରେନ୍‌ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ  ଟିକେଲାଲ୍‌ ଭୋଇ। ତାଙ୍କ ଘର ମୋତିଝରଣ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତ ତିନି ଦିନ ହେବ ସେ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ  ଧନୁପାଲି ଥାନାରେ ଏତଲା ଦେଇଥିଲେ। ଆଜି ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ, ପରିବାର ଲୋକଙ୍କ ଏତଲାକୁ ନେଇ ଧନୁପାଲି ପୁଲିସ୍‌ […]

23344
ଆଜିଠୁ ଗଡ଼ିବ ସେବା ଏକ୍ସପ୍ରେସ୍

ଭୁବନେଶ୍ୱର: ଆଜିଠୁ ଗଡିବ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ । ଦିନ ସାଢେ ଗୋଟାଏରେ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡି ନୟାଗଡ଼ ଅଭିମୁଖେ ଯିବ।  ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ପ୍ରତିଦିନ ଏହି ଟ୍ରେନ  ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ମିନିଟରେ ଛାଡ଼ିବ ଏବଂ ନୟାଗଡ଼ ଟାଉନରେ ରାତି ୮ଟା ୪୫ମିନିଟରେ ପହଞ୍ଚିବ I  ସେହିପରି ନୟାଗଡ଼ […]

odia girl
ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ। ଚେକ୍ ରିପବ୍ଲିକ୍ ଗ୍ରାଁପି ଲିବେରେସନ୍ ସୁଟିଂ ପ୍ରତିଯୋଗିତାରେ ସେ ଏହି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ମିକ୍ସଡ୍ ଇଭେଣ୍ଟରେ ଗଗନ ନାରଙ୍ଗଙ୍କ ସହ ଖେଳୁଥିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା। ୧୦ ମିଟର ଏୟାର ରାଇଫଲରେ ସେ ଜିତିଛନ୍ତି ଏହି ପଦକ। ଗତକାଲି ୫୦ ମିଟର ଏୟାର ରାଇଫଲରେ ସେ ରୌପ୍ୟ ପଦକ ଜିତିଥିଲେ।

sura000-750x430
ସଚିବଙ୍କ ଜିଲ୍ଲା ଗସ୍ତ ଖାଲି ନାଟକ..ଅନ୍ନପୂର୍ଣ୍ଣା ଥିଏଟର

ଭୁବନେଶ୍ୱର: ସଚିବମାନେ ଘନ ଘନ ଜିଲ୍ଲାଗସ୍ତ କରୁଛନ୍ତି, ଡାକ୍ତରଖାନା ବୁଲୁଛନ୍ତି ! ନବୀନ ବାବୁଙ୍କ ମନ୍ତ୍ରୀମାନେ କୁଆଡେ ଗଲେ ? ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ ? 5 T ସଚିବ ଭି.କେ.ପାଣ୍ଡିଆନଙ୍କ ଡାକ୍ତରଖାନା ପରିଦର୍ଶନକୁ ଦେଖି ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। କାହିଁ ଆଗରୁ ତ ସଚିବମାନେ ଏମିତି ଗସ୍ତରେ ଯାଉ ନ ଥିଲେ ?  ଆଗରୁ କିଛି କରୁନଥିଲେ ବୋଧହୁଏ ! ନବୀନ ବାବୁଙ୍କ ଶାସନର ୨୦ ବର୍ଷ ହୋଇଗଲାଣି, ଫାଇଭ-T […]

puri
ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ୧୪ ହାତିଆ ବାନା

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି  ଗତ ୧ ତାରିଖରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନରା ସେବାୟତ ପୁଣି ୧୪ ହାତିଆ ବାନା ବାନ୍ଧିଛନ୍ତି।

43434343
ଓଡ଼ିଶାରେ ବାଂଲା ଆତଙ୍କବାଦୀଙ୍କ ଗତିବିଧି ବଢୁଛି

ନୂଆଦିଲ୍ଲୀ: ଦେଶରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଆତଙ୍କବାଦୀଙ୍କ ଗତିବିଧି ବଢ଼ୁଛି। ଆଜି ଦିଲ୍ଲୀରେ ବସିଥିବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ବୈଠକରେ ଡିଜି ଓ୍ୱାଇସି ମୋଦି ଏଭଳି କହିଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଓଡ଼ିଶା.ଆସାମ୍, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକରେ ସକ୍ରିୟ ରହିଛି। ୧୨୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ଏହି ରାଜ୍ୟ ମାନଙ୍କୁ ଦିଆସରିଛି। ଏନଆଇଏ ମହାନିର୍ଦ୍ଦେଶକ ଆଲୋକ ମିତ୍ତଲ କହିଛନ୍ତି ୨୦୧୪-୧୮ ମଧ୍ୟରେ ଜେଏମବି ବାଙ୍ଗାଲୋରରେ ୨୦-୨୨ଟି ସ୍ଥାନରେ ନିଜର ସଂସ୍ଥା ଲୁଚେଇ […]

323232323
ପାଞ୍ଚପଡ଼ାରୁ ମିଳିଲା ଧଳା ସାପ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଞ୍ଚପଡ଼ା ଗାଁରୁ ମିଳିଛି ଏକ ବିରଳ ସାପ।  ଏହାର ଲମ୍ବ ପାଖାପାଖି ୩ଫୁଟ ହୋଇଥିବା ବେଳେ ଏହାର ରଙ୍ଗ ଧଳା।  ସାପଟିର ସଠିକ ନାଁ ଜଣାପଡିନଥିବା ବେଳେ ଏହା ଅଷ୍ଟ୍ରେଲିଆନ୍ ହ୍ୱାଇଟ୍ ସ୍ନେକ୍ ବୋଲି କୁହାଯାଉଛି  । ରବିବାର  ଗାଁର ଯୋଗେଶ ଦାସଙ୍କ ବାଡ଼ିରେ ସାପଟି ଦେଖିବାକୁ ମିଳିଥିଲା  ଯୋଗେଶ କୌଶଳ କ୍ରମେ ଏହି ସାପଟିକୁ କାବୁ କରିଥିଲେ।  ସାପଟିର ରଙ୍ଗ ଧଳା ହୋଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ […]

fire
କପଡ଼ା ଗୋଦାମରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ

ପୁନେ: ମହାରାଷ୍ଟ୍ର ପୁନେରେ ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି। ତେବେ ଗୋଦାମ ଭିତରେ ଥିବା କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଘଟଣାସ୍ଥଳରେ ୪ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଣେର ଉରୁଲି ଦେଭାଚିରେ ଥିବା କପଡ଼ା ଗୋଦାମରେ ଆଜି ଭୋରରୁ ହଠାତ୍ ନିଆଁ ଲାଗିଯିବାରୁ ଗୋଦାମରେ ଥିବା ୫ଜଣ ଶ୍ରମିକ ଜୀବନ୍ତ […]

45455
ରାସ୍ତାରେ ପଡ଼ିଥିବା ଡବା ଘରକୁ ନେଇ ଆସିଲେ, ଆଉ ତା ପରେ...

ବ୍ରହ୍ମଗିରି: ମହିଳାଜଣକ ଗାଧୋଇବାକୁ ନଦୀକୁ ଯାଉଥିଲେ। ବ୍ରିଜ୍‌ ତଳେ ଦେଖିଲେ ଡବାଟିଏ ପଡ଼ିଥିବା ଦେଖି ଉଠେଇ ଘରକୁ ନେଇ ଆସିଥିଲେ।  ଘରେ ଖୋଲିବା ପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ। ଆଜି ସକାଳେ ଧର୍ମକୀର୍ତ୍ତି ଗାଁ ନିକଟ ବ୍ରିଜ ତଳେ ଗଛମୂଳେ ଏକ ଡବା ପଡିଥିଲା।  ଗାଁର ଜଣେ ମହିଳା ଗାଧୋଇ ଯାଉଥିବାବେଳେ  ଡବାଟିକୁ ଘରକୁ ନେଇ ଯାଇଥିଲେ। ଘରେ ପହଞ୍ଚିବା ପରେ ଡବା  ଭିତରେ କଣ ଅଛି […]

heat--1
୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଥିଲା। ବଲାଙ୍ଗିରର ତାପମାତ୍ରା ୪୪.୬ ଡିଗ୍ରୀ, ଝାରସୁଗୁଡା ୪୩.୬ ଡିଗ୍ରୀ, ସମ୍ବଲପୁର ୪୩.୫ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ଓ କଟକର ତାପମାତ୍ରା ୩୭.୬ ଡିଗ୍ରୀ ଥିଲା।

1121121
ଜମ୍ମୁ-କାଶ୍ମୀରରେ ସକ୍ରିୟ ହେଲା ପୋଷ୍ଟପେଡ୍‌ ମୋବାଇଲ ସେବା

ଶ୍ରୀନଗର: ୭୨ ଦିନ ପରେ ଜମ୍ମୁ କାଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା ଆଜିଠାରୁ ପୁଣିଥରେ ସକ୍ରିୟ ହୋଇଛି। ମଧ୍ୟାହ୍ନ ପରଠାରୁ ସମସ୍ତ ମୋବାଇଲ କମ୍ପାନୀର ପୋଷ୍ଟପେଡ୍ ସେବା ସକ୍ରିୟ ହୋଇଛି। ତେବେ ଇଣ୍ଟରନେଟ ବ୍ୟବହାର ଉପରେ ଏବେ ବି କଟକଣା ରହିଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟପେଡ୍ ମୋବାଇଲ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ପ୍ରିପେଡ ମୋବାଇଲେ […]

accident
ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ବାରିପଦା(ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାର ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ମୃତାହତଙ୍କ ଘର ବୈଶିଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ବାଲେଶ୍ୱର ପଟୁ ତିନି ଜଣ ଯୁବକ ସ୍କୁଟିରେ ବୈଶିଙ୍ଗା ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ୍‌ ଦେଖିଥିଲେ। ତେବେ ଆଜି ଭୋର ସମୟରେ ସେମାନେ ରାସ୍ତା କଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ […]

543634637637
ସାବଧାନ ! କଲୋନୀରେ ବୁଲୁଛି ବାଘ

ବଲାଙ୍ଗିର: ସାବଧାନ ! କଲୋନୀରେ ବୁଲୁଛି କଲରାପତରିଆ ବାଘ !  ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ଅଞ୍ଚଳରେ ଦେଖା ଦେଇଛି ଏମିତି ଆତଙ୍କ। ଗତ କିଛି ଦିନ ହେଲା ଗୋଳାବାରୁଦ କାରଖାନାର କର୍ମଚାରୀମାନେ  କଲୋନୀରେ କଲରାପତରିଆ ବାଘ ବୁଲୁଥିବା ଦେଖିଥିଲେ। ଫଳରେ କଲୋନୀବାସୀ ଭୟଭୀତ ଅବସ୍ଥାରେ ଥିଲେ। ଗତକାଲି କଲୋନୀର  ଟାଇପ୍ ୨୪ ଫେଜ୍ ନିକଟରେ ପୁଣି  କଲରାପତରିଆ ବାଘ ବୁଲୁଥିବା ଲୋକେ ଦେଖିଥିଲେ।  କ୍ୟାମେରାରେ ମଧ୍ୟ ବାଘ ବୁଲୁଥିବା ଦୃଶ୍ୟ କଏଦ ହୋଇଛି । […]

crop
‘ଫୋନି’ ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ। ‘ଫୋନି’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଚାଷୀଙ୍କ ସୁନାର ଫସଲକୁ ‘ଫୋନି’ ଉଜାଡ଼ି ଦେଇଛି। ଆଣ୍ଠୁଏ  ଆଣ୍ଠୁଏ ପାଣିରେ ଡାଳୁଅ ଧାନ ବୁଡ଼ି ରହିଛି।  ଅମଳ ହେବା ସମୟରେ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ପାଣିରେ ବୁଡ଼ି ରହିଛି।  ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଋଣ କିପରି ସୁଝିବେ […]

222222211111
ପାଣ୍ଡିଆନଙ୍କ ଗସ୍ତବେଳେ ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି

କେନ୍ଦୁଝର: ସୁନ୍ଦରଗଡ଼ ଡାକ୍ତରଖାନାର ଅବ୍ୟବସ୍ଥା ଦେଖି ତୁରନ୍ତ ପଦକ୍ଷେପ ସ୍ୱରୂପ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲ.ଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କଲା ପରେ  5-ଟି ସଚିବ ଭି. କେ. ପାଣ୍ଡିଆନ୍‌ ପହଞ୍ଚିଥିଲେ କେନ୍ଦୁଝର ଜିଲ୍ଲାରେ।  କେନ୍ଦୁଝରରେ ପହଞ୍ଚିବା ପରେ ପ୍ରଥମେ ମୁଖ୍ୟ  ଚିକିତ୍ସାଳୟ ଯାଇଥିଲେ। ସେହି ସମୟରେ ସାମାନ୍ୟ ବର୍ଷାରେ ଡ୍ରେନ ପାଣି ଡାକ୍ତରଖାନା ଭିତରେ ପଶି ଯାଇଥିଲା, ରୋଗୀ ଅପରିଷ୍କାର ପରିବେଶରେ ରହିଥିଲେ, ଡାକ୍ତରମାନେ ପାଣିଘେରରେ ଦୀର୍ଘ ସମୟ ଫସି ରହିଥିଲେ।  ହେଲେ ଏସବୁ […]

electricity
ଧୀରେ ଧୀରେ ସ୍ୱାଭାବିକ ହେଉଛି ଟ୍ୱିନ୍‌ସିଟିରେ ବିଦ୍ୟୁତ୍‌ ସେବା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ୬ଦିନ ପରେ ରାଜଧାନୀରେ ବିଜୁଳି ମରାମତି କାମ ଜୋରଦାର ହୋଇଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶ୍ରମିକ ବିଦ୍ୟୁତ୍‌ ଖୁଣ୍ଟ ଓ ତାରକୁ ସଜାଡ଼ିବାରେ ଲାଗିଛନ୍ତି। ପ୍ରଥମେ ୩୩ କେଭି ଓ ପରେ ୧୧ କେଭି ତାରକୁ ସଜଡ଼ା ଯାଇଛି। ଏହାସହ ଗତକାଲି ସୁଦ୍ଧା ରାଜଧାନୀର ବହୁ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରସୁଲଗଡ଼, କଳ୍ପନା, ପୁରୀ ରୋଡ୍‌, ଲକ୍ଷ୍ମୀସାଗର, ଜନପଥ, ମାର୍କେଟ ବିଲ୍‌ଡିଂ, ସୂଚନା ଭବନ, ୟୁନିଟ୍-୬, ଗଙ୍ଗନଗର, ମଧୁସୂଦନ […]

132323
ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼; ପାଳିଲେ କାର୍ତ୍ତିକବ୍ରତ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ।  ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି । ମାସେ ଧରି ଏହି ବ୍ରତ ପାଳନ କରିବେ। ଆଜି ସକାଳୁ ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିଛନ୍ତି। ଚଉରା ମୂଳରେ ଫଳମୂଳ ଭୋଗ କରି  ରାଇଦାମୋଦର ପୂଜା କରିଛନ୍ତି। ପୂଜା ସାରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ହବିଷ୍ୟାଳିଙ୍କ ରହିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ […]

electric bulb
‘୧୦ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ’

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ରାଜଧାନୀ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ଜଣାପଡ଼ିଛି। ଗତକାଲି ରାତିରେ କଟକ ଓ ଭୁବନେଶ୍ୱରରେ କିଛି ଜାଗାରେ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ଗତକାଲି ଭୁବନେଶ୍ୱରରେ ୭୭୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ଭୁବନେଶ୍ୱରରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ […]

23232323
ଦାଦା ହେବେ ବିସିସିଆଇର ବିଗ୍ ବସ୍ !

ନୂଆଦିଲ୍ଲୀ: ଦାଦା ହୋଇପାରନ୍ତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ)ର ବିଗ୍ ବସ୍!  ଟିିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ହୋଇପାରନ୍ତି ବୋଲି ଜଣାପଡ଼ିଛି।  ଆପାତତଃ ତାଙ୍କୁ ନେଇ ଏକ ପ୍ରକାର ସହମତି ପ୍ରକାଶ ପାଇଛି। ୪୭ ବର୍ଷୀୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ସଭାପତି ଅଛନ୍ତି। ଆଗରୁ ରେସ୍‌ର ଆଗରେ ଥିବା ବ୍ରିଜେଶ ପଟେଲଙ୍କୁ ଶେଷ ମୁହୂର୍ତ୍ତରେ ପଛରେ ପକାଇ ଦେଇଛନ୍ତି ସୌରଭ।  ବ୍ରିଜେଶଙ୍କ ପ୍ରତି ବିସିସିଆଇର ପୂର୍ବତନ […]

stadium
ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ କ୍ରୀଡ଼ା ଭିତ୍ତିଭୂମି

କଟକ: ବାତ୍ୟା ‘ଫୋନି’ ତାଣ୍ଡବରୁ ବାଦ୍‌ ପଡ଼ିନି କ୍ରୀଡା ଭିତ୍ତିଭୂମି। ‘ଫୋନି’ ପ୍ରଭାବରେ କଟକର ବାରବାଟୀ ଷ୍ଟାଡିୟମ୍ ଛାରଖାର ହୋଇଯାଇଥିବା ବେଳେ ଜବାହରଲାଲ୍ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମ୍ ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ବାରବାଟୀ ଷ୍ଟାଡିୟମ୍‌ର ଭିଆଇପି ଗ୍ୟାଲେରି ସହ ସଧାରଣ ଗ୍ୟାଲେରି ଉପରେ ଥିବା ଟିଣ ଏବଂ ପ୍ଳାଷ୍ଟିକ୍‌ ଛାତ ଉଡ଼ି ଯାଇଛି। ପ୍ରେସ୍ ଗ୍ୟାଲେରି, କନ୍‌ଫରେନ୍ସ ହାଉସ୍‌, ଡ୍ରେସିଂ ରୁମ୍ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଏହାସହ ଷ୍ଟାଡିୟମ୍ ପରିସରରେ ଲାଗିଥିବା ଫ୍ଲଡ୍ ଲାଇଟ୍‌ ମଧ୍ୟ […]