ବୁଲନ୍ଦସହର: ଗଙ୍ଗାରେ ବୁଡ଼ ପକାଇବା ପାଇଁ ଆସି ରାସ୍ତା କଡ଼ରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ବସ୍। ଅକାଳରେ ଚାଲିଗଲା ୭ ଜୀବନ। ଆଜି ସକାଳେ ଉତ୍ତର ପ୍ରଦେଶର ବୁଲନ୍ଦସହରର ଗଙ୍ଗାଘାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ୩ ଜଣ ଛୋଟ ଛୁଆ ଅଛନ୍ତି। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ହଥରାସର ବାସିନ୍ଦା। ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ନରଉର ଘାଟକୁ ଆସିଥିଲେ। ଘରକୁ ଫେରିବା ପୂର୍ବରୁ […]
ଭୁବନେଶ୍ୱର: ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୨୫ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ‘ଫୋନି’ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି। ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ […]
ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ନୋବେଲ୍ ପୁରସ୍କାର୍ ଘୋଷଣା ହୋଇଛି। ମେଡିସିନ୍ କ୍ଷେତ୍ରରେ ୩ ଜଣ ବୈଜ୍ଞାନିକ-ୱିଲିୟମ ଜି କାଇଲିନ ଜୁନିୟର, ସାର ପିଟର ଜେ ରାଟକ୍ଲିଫେ ଓ ଗର୍ଗ ଏଲ ସିମେନଜାଙ୍କୁ ଚଳିତ ବର୍ଷ ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ମିଳିବ। ସେହିଭଳି ରାସାୟନ ବିଜ୍ଞାନ କ୍ଷେତ୍ରରେ ୩ ଜଣ- ଜନ୍ ବି ଗୁଡ୍ଏନଫ୍, ଏମ୍ ଷ୍ଟେନଲି ହ୍ୱିଟନ୍ଗାମ୍ ଏବଂ ଆକିରା ୟୋଶିନୋଙ୍କୁ ମିଳିବ ନୋବେଲ୍। କିନ୍ତୁ ଏଥର ସାହିତ୍ୟ କ୍ଷେତ୍ରରେ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଟିମ୍ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଅଛନ୍ତି। ପାଟନାରୁ ଏନ୍ଡିଆର୍ଏଫ୍ର ୪୦ ଜଣିଆ ଟିମ୍ କେନ୍ଦୁଝରରେ ପହଞ୍ଚିବା ପରେ ଆନନ୍ଦପୁର ଅଭିମୁଖେ ଗସ୍ତ କରିଛନ୍ତି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ସାମୁଦ୍ରିକ ଝଡ଼କୁ ମୁକାବିଲା କରିବା ପାଇଁ ଗଜପତିରେ ଏନ୍ଡିଆର୍ଏଫ୍ ଗୋଟିଏ ଟିମ୍ ଓ ଓଡ୍ରାଫ୍ର ଗୋଟିଏ ଟିମ୍ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ପିଠିରେ ସର୍ଜରୀ ହୋଇଛି। ଏହି ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଅପଡେଟ୍ ଆସୁଛି। ଏହା ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ହାର୍ଦ୍ଦିକଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି। ହାର୍ଦ୍ଦିକ ଗୁରୁବାର ସୋଶାଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାସହ ସେ ଏହି ମୁହୂର୍ତ୍ତର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, […]
ନୂଆଦିଲ୍ଲୀ: ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ। ୯ ତାରିଖ ଦିନ ଜିଓ ଏହି ଘୋଷଣା କରିଥିଲା। ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କେବେଠୁ ଏହି ନିୟମ ଲାଗୁ ହେବ। ଗତକାଲି ରିଲାଏନ୍ସ ଜିଓ ଟୁଇଟ୍ କରି ଏହି ପ୍ରଶ୍ନର ଜବାବ ଦେଇଛି। ଅକ୍ଟୋବର ୯ ଓ ତା ପୂର୍ବରୁ ଯେଉଁମାନେ ଅନ୍ ଲିମିଟେଡ୍ ଭଏସ୍ କଲ୍ ପ୍ୟାକ୍ ରିଚାର୍ଜ କରିଛନ୍ତି, ସେମାନେ ଏହି […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିପାରେ। ଏହାଦ୍ୱାରା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଥିବା ସମସ୍ତ ପ୍ରକାର ମାଟି ଘର, ପୁରୁଣା ପକ୍କା ଘର କ୍ଷତିଗ୍ରସ୍ତ ହୋଇପାରେ। ସେହିପରି ଯୋଗାଯୋଗ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇପାରେ ବୋଲି ଆଶଙ୍କା କରାଯାଉଛି। ବହୁ ସ୍ଥାନରେ ରେଳ ଓ ସଡ଼କ ଯୋଗାଯୋଗରେ ବାଧା ସୃଷ୍ଟି ହୋଇପାରେ। ଚାଷ ଓ ପନିପରିବା ନଷ୍ଟ ମଧ୍ୟ ହୋଇପାରେ। […]
ଖୋର୍ଦ୍ଧା: ସୋଶାଲ ମିଡିଆରେ ଘୁରି ବୁଲୁଛି ଅଜବ ଦୃଶ୍ୟ। ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଉଛନ୍ତି ପୂଜକ । ଏହି ଭିଡିଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବୋଲି ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆରେ ଗତ ଦଶହରା ଦିନ ଗାଡ଼ି ପୂଜା ହେଉଥିଲା। ଡ୍ରାଇଭର ଓ ଗାଡ଼ି ମାଲିକ ଗାଡି ରଖି ପଡ଼ିଆରେ ବସିଥିଲେ। ପୂଜକ ରାମଚନ୍ଦ୍ର ସାମନ୍ତରାୟ ଗାଡ଼ି ପୂଜା କରିଥିଲେ। ପୂଜା ସରିବା ପରେ ପୂଜକ ଗାଡ଼ି ମାଲିକ […]
ଭୁବନେଶ୍ୱର: ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୨୫ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ଆଖପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଜାଣନ୍ତୁ ବାତ୍ୟା ପୂର୍ବରୁ କ’ଣ କରିବେ? ବାତ୍ୟା ସମୟରେ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜୋରରେ ପବନ ବହିବ। ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଆଜି ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବା ବେଳେ ଏହା ୬୦ କି.ମି.କୁ ମଧ୍ୟ ଛୁଇଁପାରେ। ସେହିପରି ଆଜି ରାତିରୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ଓ ବେଳେ […]
ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛନ୍ତି ସରକାର। ଦୁର୍ନୀତି ଅଭିଯୋଗ ଆସିଥିବା OFS ଅଧିକାରୀ ତଥାପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୨୦୧୬ରେ ଆଠଗଡ଼ ଡିଏଫ୍ଓ ଥିବା ସୁଧାଂଶୁ ମିଶ୍ର ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ, ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା। ଚଢାଉ ବେଳେ ସାଢେ ୫ କୋଟି ଟଙ୍କାର ଅଧିକ ମୂଲ୍ୟର […]
ପୁରୀ: ପୁରୀ ଶ୍ରୀମନ୍ଦିର ଉପରୁ ୫ ହାତ ଲମ୍ବର ନୀଳଚକ୍ର ବାନା ଉଡ଼ି ଯାଇଛି। ସାମୁଦ୍ରକି ଝଡ଼ ‘ଫୋନି’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗତକାଲି ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା। ତେବେ ବାନା ଉଡ଼ିଯିବା ପରେ ଏବେ ପୁଣି ନୀଳଚକ୍ର ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାନା ଉଡ଼ିଯିବା ଫଳରେ କୌଣସି ନୀତିକାନ୍ତିରେ ପ୍ରଭାବ ପଡ଼ିବନି ବୋଲି ସୂଚନା ମିଳିଛି। କାରଣ ନୀଳଚକ୍ରରେ ଅନ୍ୟ ବାନାକୁ […]
ପୁରୀ: ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୫୧୦ କି.ମି. ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ୫ ଗୋଟି OSRTC ବସ୍ର ବ୍ୟବସ୍ଥା ହୋଇଛି। ଏଥିରେ ୬୫୦ ଟଙ୍କାରେ ଟିକେଟ୍ କରି ପର୍ଯ୍ୟଟକ କୋଲକାତା ଯାଇପାରିବେ। […]
ଚଣ୍ଡିଗଡ: ଚଳିତମାସରେ ତୃତୀୟ ଥର ପାଇଁ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି। ଆଜି ସକାଳେ ଫିରୋଜପୁର ସୀମାରେ ପୁଣିଥରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ, ଡ୍ରୋନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସିପଡ଼ିଛି। ହେଲେ ବିଏସଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡ୍ରୋନଟି ପୁଣି ଥରେ ପାକିସ୍ତାନ ପଟକୁ ଫେରିଯାଇଛି। ଉଭୟ ପଞ୍ଜାବ ପୁଲିସ୍ ଏବଂ ସେନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି। ଏହା […]
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଲମାନ୍ ଖୁର୍ସିଦଙ୍କ ପରେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପରିଚାଳନାଗତ ତ୍ରୁଟିକୁ ନେଇ ମୁହଁ ଖୋଲିଛନ୍ତି । ବିପର୍ଯ୍ୟୟକୁ ଏଡ଼ାଇବାକୁ ହେଲେ କଂଗ୍ରେସକୁ ଏବେ ଜରୁରୀ ଆତ୍ମସମୀକ୍ଷା କରିବାକୁ ପଡିବ। ଦଳର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବା ସହ ଏଥିରେ ଉନ୍ନତି ଅଣାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ । ସେପଟେ ଜାତୀୟ ନିର୍ବାଚନରେ ପରାଜୟ ପରେ ଦଳୀୟ ନେତୃବୃନ୍ଦ ନିୟମିତ ବ୍ୟବଧାନରେ ରାଜ୍ୟରେ ସମୀକ୍ଷା କରୁଛନ୍ତି । ଏହାର […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’କୁ ନେଇ ଭାରତୀୟ ପାଣିପାଣ ବିଭାଗ ସତର୍କ ସୂଚନା ଜାରି କରିଛି। ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଏବଂ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି ମଧ୍ୟରେ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ। ସେହିପରି ଆସନ୍ତାକାଲି ଓ ୪ ତାରିଖ ପାଇଁ ୧୭ଟି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ଆରମ୍ଭ କରିଛି ନୂତନ ପ୍ରୟାସ। ଅପରାଧ ନିୟନ୍ତ୍ରଣ ଲାଗି ଏଣିକି ସହରରେ ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଉଛି। ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିବ ଏହି ସିସିଟିଭି କ୍ୟାମେରା। ସହରର ୧୨ ଟି ଗୁରୁତ୍ୱପୂର୍ଣ ସ୍ଥାନରେ ପ୍ରାୟ ୩୬ଟି କ୍ୟାମେରା ଲାଗିବ । ୨୪ ଘଣ୍ଟିଆ ସିସିଟିଭି ଉପରେ ନଜର ରଖିବା ଲାଗି ପୁରୁଣା ବସଷ୍ଟାଣ୍ଡଠାରେ […]
ଭୁବନେଶ୍ୱର: ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’। ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଏହି ସାମୁଦ୍ରିକ ଝଡ଼ ବର୍ତ୍ତମାନ ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୫୧୦ କି.ମି. ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ଆଖପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା […]