ଫୁଲବାଣୀ: ଶ୍ରମିକ ନେତାଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରା। ଭିଜିଲାନ୍ସ ପୋଲିସ ତାଙ୍କୁ ଗିରଫ କରିଛି। ଶ୍ରୀ ବେହରା ୪ ଜଣ ଶ୍ରମିକଙ୍କ ମୃତ୍ୟୁକାଳୀନ ଅନୁକମ୍ପା ରାଶି ବାବଦରେ ବିଲ୍ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଏହି ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। କିନ୍ତୁ ଶ୍ରମ ଅଧିକାରୀ ଲାଞ୍ଚ ଟଙ୍କାକୁ ଗିଳି ଦେବାକୁ ଚେଷ୍ଟା କରିଥିଲେ । […]
ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଦେପାଦେ ଅଂଶୁଘାତର ଭୟ ରହୁଛି। ଅସହ୍ୟ ତାତି ବଲାଙ୍ଗିରବାସୀଙ୍କୁ ନାକେଦମ୍ କରିସାରିଲାଣି। ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି। ରାସ୍ତାଘାଟ ଖାଁଖାଁ ରହୁଥିବା ବେଳେ ମୁହଁରେ କପଡା ବାନ୍ଧି ଲୋକେ ଘରୁ ବାହାରୁଛନ୍ତି। ଅନ୍ୟପକ୍ଷେ, ତାତିରୁ ଟିକେ ତ୍ରାହି ପାଇବା ପାଇଁ ଲସି, ସରବତ ଓ ତରଭୁଜ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। […]
ନୂଆଦିଲ୍ଲୀ: ଫେସ୍ବୁକ୍ରେ ଆଉ କେହି ଫେକ୍ ଆକାଉଣ୍ଟ ଖୋଲି ପାରିବେନି। କାରଣ ଫେସ୍ବୁକ୍ ଏବେ ୟୁଜର୍ସମାନଙ୍କୁ ଚିହ୍ନଟ କରିବ।ଆଣୁଛି ଏକ ନୂଆ ସିଷ୍ଟମ୍। ଆପ୍ ରିଭର୍ସ ଇଞ୍ଜିନିୟର ଜେନ୍ ମାନ୍ଚା ୱାନ୍ଗଙ୍କ କହିବା ଅନୁଯାୟୀ ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି ଫେସବୁକ୍ ଫେସିଆଲ ରେକଗ୍ନେସନ ସିଷ୍ଟମ(facial-recognition-system)ର ମାନ ବୃଦ୍ଧି କରିବାକୁ ଯାଉଛି। ଏହି ଟେକ୍ନଲଜି ଦ୍ୱାରା ଫେସବୁକ୍ ଜାଣିପାରିବ ବ୍ୟବହାର କରାଯାଉଥିବା ଆକାଉଣ୍ଟର ୟୁଜର୍ସ ଅସଲି ବା ନକଲି। ଫେସବୁକ୍ରେ ଫେକ୍ ପ୍ରୋଫାଇଲ ସଂଖ୍ୟା ବଢିବାରେ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଓ ପୁନଃଥଇଥାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ଏସାର୍ ଷ୍ଟିଲ ପକ୍ଷରୁ ୧୦ ଲକ୍ଷ, ଏସ୍ପ୍ଲାନେଡ୍ ପକ୍ଷରୁ ୧୧ ଲକ୍ଷ, ବେଙ୍ଗାଲୁରୁର କଳିଙ୍ଗ ୟୁଥ୍ ଆସୋସିଏନ ପକ୍ଷରୁ ୧ ଲକ୍ଷ, ଓଡ଼ିଶା ସରକାରୀ ପଲିଟେକ୍ନିକ୍ ଶିକ୍ଷକ ସଂଘ ପକ୍ଷରୁ ୧ ଲକ୍ଷ, ଭାନିକ୍ ଏଜୁକେଶନ୍ ଟ୍ରଷ୍ଟ ପକ୍ଷରୁ ୧ ଲକ୍ଷ ଟଙ୍କା ସମେତ ୧୧ଟି ସଂସ୍ଥା […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି-ଶିବେସନା ଯେପରି ମୁହାଁମୁହିଁ ସ୍ଥିତିରେ ଅଛନ୍ତି, ସରକାର ଗଢ଼ିବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଆସନ୍ତାକାଲି ଶେଷ ହେଉଛି ଚଳିତ ବିଧାନସଭାର କାର୍ଯ୍ୟକାଳ। ଏଭଳି ସ୍ଥିତିରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର । ସମ୍ବିଧାନ ବିଶେଷଜ୍ଞ ସୁବାସ କଶ୍ୟପ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ରାଜ୍ୟପାଳଙ୍କ ପାଖରେ ୪ଟି ବିକଳ୍ପ ରହିଛି। ୧. ରାଜ୍ୟପାଳ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ପାଇଁ କହିପାରିବେ। ଯେତେ […]
ନୂଆଦିଲ୍ଲୀ: ବିଜେପିର ଭୀଷ୍ମପିତାମହ କୁହାଯାଉଥିବା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଆଜି ୯୨ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଦଳ ତଥା ଦଳ ବାହାରର ନେତା ଓ ଶୁଭେଚ୍ଛୁମାନେ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ତାଙ୍କ ବାସଭବନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଆଡ଼ଭାନୀଙ୍କୁ ଆଜି ଭେଟିବା ପୂର୍ବରୁ […]
ନୂଆଦିଲ୍ଲୀ: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଗତକାଲି ବିଳମ୍ବିତ ରାତିରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ମେଣ୍ଡର ସେରରେ ପାକିସ୍ତାନ ପକ୍ଷରୁ ଗୁଳିମାଡ ହୋଇଥିଲା । ଭାରତର ଅାଗୁଅା ଘାଟିକୁ ଟାର୍ଗେଟ କରି ବାରମ୍ବାର ଏହି ଆକ୍ରମଣ ହୋଇଥିଲା । ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଏହାପରେ ଭାରତୀୟ ସେନା କଡା ଜବାବ ଦେଇଥିଲା। ଚଳିତବର୍ଷ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି। ୨ହଜାରୁ ଅଧିକ ଥର […]
ବେଜିଂୱ: ବେଳେବେଳେ କାନରେ ପିମ୍ପୁଡ଼ି ପଶିଯାଏ। ଆଉ ତା‘ ପରର ଅବସ୍ଥା କ’ଣ ହୁଏ, ଅନୁଭବୀ ହିଁ ଜାଣିଥାଏ। ହେଲେ ଥରେ ଚିନ୍ତା କରନ୍ତୁ ତ , ଯଦି ଆପଣଙ୍କ କାନରେ ପିମ୍ପୁଡ଼ି ବଦଳରେ ଏକାଧିକ ଅସରପା ବସାବାନ୍ଧି ଭିତରେ ରହିବେ, ତେବେ କ’ଣ ହେବ? ଏମିତି ଏକ ଘଟଣା ଘଟିଛି ଚୀନର ଜଣେ ବ୍ୟକ୍ତିଙ୍କ ସହ। ବ୍ୟକ୍ତି ଜଣକ ରାତିରେ ଶୋଇଥିଲେ। ହଠାତ୍ ତାଙ୍କ କାନରେ ଯନ୍ତ୍ରଣା ଅନୁଭବ କଲେ। ଏତ ଯନ୍ତ୍ରଣା ହେଲା ଯେ, […]
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଭୋଟ୍ ଗଣତି ହେବ। ଏହି ସମୟରେ ସୁରକ୍ଷାକୁ ନେଇ ପୁଲିସ୍ ଡିଜି ଆର୍.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୨ଟି ସ୍ଥାନରେ ଭୋଟ୍ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନେଇ ଏକ ପ୍ରେସ୍ନୋଟ୍ ମାଧ୍ୟମରେ ଡିଜିପି ସୂଚନା ଦେଇଛନ୍ତି। ସେହିପରି ଗଣତି କେନ୍ଦ୍ରରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ୍, OSAP ସଜାଗ ରହିବେ। APR, OAPF, ହୋମ୍ଗାର୍ଡ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ। ଗଣତି […]
ଭୁବେନଶ୍ୱର : ଅଗ୍ରଣୀ ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ବିଗତ ବର୍ଷ ଭଳି ୨୦୧୯ରେ ମଧ୍ୟ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯିବ। ସାହିତ୍ୟ, ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡା ଆଦି ମୋଟ ୨୦ ଟି ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା। ୪୫ ବର୍ଷରୁ ଅଧିକ ସଫଳ, ପ୍ରସିଦ୍ଧ ତଥା ଅଣଦେଖା ହୋଇ […]
ନୂଆଦିଲ୍ଲୀ:ତାଣ୍ଡବ ସୃଷ୍ଟି କରି ଚାଲିଗଲା ଫନି। ଯଦିଓ ଆମେ ଅନୁଭବ କରିପାରିନୁ ତେବେ ଫନି ପରେ ଆସି ଚାଲି ଯାଇଛନ୍ତି ବାୟୁ, ହିକ୍କା..। ନିକଟରେ ଆରବ ସାଗର ଉପକୂଳ ଅଞ୍ଚଳକୁ ହଲଚଲ କରି ଚାଲିଯାଇଛି କ୍ୟାର। ତା ପରେ ଲାଇନରେ ଅଛନ୍ତି ଆରବ ସାଗରରେ ସୃଷ୍ଟ ‘ମହା’ ଓ ବଙ୍ଗୋପସାଗର ଉପକୂଳକୁ ନଚାଇବା ପାଇଁ ଆସୁଛି ‘ବୁଲ୍ବୁଲ୍’। ମେ’ ମାସ ଆରମ୍ଭରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏଇ ‘ଫନି’ରୁ ‘କ୍ୟାର’…ପର୍ଯ୍ୟନ୍ତ ସମସ୍ତେ ପୃଥିବୀ ପୃଷ୍ଠରେ ନିଜର […]
ଚିନ୍ତା ବଢ଼ାଇଛି ସହର, ବଜାର ଓ ପର୍ଯ୍ୟଟନ ସ୍ଥଳ। ବିପଦକୁ ଡାକୁଛି ବେପରୁଆପଣ। ବାସ୍ତବ ଚିତ୍ର ଆଖି ସାମ୍ନାରେ ଦେଖାଦେଉଛି ଜଳଜଳ କରି। ଶିମ୍ଲା, ମସୌରି ହିଲ୍ ଷ୍ଟେସନ୍ ହେଉ କି ହରିଦ୍ୱାର ଓ ବାରାଣସୀ ଆଦି ଧାର୍ମିକ ସ୍ଥଳ ସବୁଠି ଡରାଇଲା ଭଳି ଭିଡ଼। ସାମାଜିକ ଦୂରତା କଥା ଛାଡ଼ନ୍ତୁ, ମାସ୍କ ବି ସମସ୍ତଙ୍କ ମୁହଁରେ ନାହିଁ। ସ୍ଥିତି ଏଭଳି ରହିଲେ ତୃତୀୟ ଲହର ଯେ ଆଉ ବେଶି ଦୂର ନୁହେଁ, ଏଥିରେ ତିଳେ ବି ସନ୍ଦେହ ନାହିଁ।
ଓ୍ୱାଶିଂଟନ: ନିକଟରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପ୍ରମୁଖ ଅବୁ ବକ୍ର ଅଲ୍ ବାଗଦାଦି ନିହତ ହେବା ପରେ ସୋମବାର ବାଗଦାଦିର ଭଉଣୀ ରସମିୟା ଅୱାଦ୍ (୬୫)କୁ ଅଟକ ରଖିଛି ତୁର୍କୀ ସେନା। ତୁର୍କୀ ଅଧିନରେ ସିରିଆର ଅଜଜ ସହର ରହିଛି। ସେହି ସ୍ଥାନରେ ବାଗଦାଦିର ଭଉଣୀ ରହିଥିବା ସୂଚନା ତୁର୍କୀ ସେନା ପାଇବା ପରେ ରେଡ୍ କରିଥିଲା। ଏହାପରେ ରସମିୟା, ତାଙ୍କ ସ୍ୱାମୀ, ବୋହୂଙ୍କ ସହିତ ୫ ଛୁଆଙ୍କୁ ଅଟକ ରଖାଯାଇଛି। ଏବେ ରସମିୟା, ତାଙ୍କ ସ୍ୱାମୀ […]