ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମଭୂମି ବାବରୀ ମସ୍ଜିଦ ବିବାଦ ୭୦ ବର୍ଷ ଧରି ଚାଲିବା ପରେ ସୁପ୍ରିମକୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ୨.୭୭ ଏକର ଭୂମି ରାମଲାଲା ବିରାଜମାନକୁ ଦେଇଥିବାବେଳେ ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଭୂମି ଅଯୋଧ୍ୟାର ଅନ୍ୟ ପ୍ରମୁଖ ସ୍ଥାନରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ତ ଚୂଡ଼ାନ୍ତ ରାୟ ବୋଲି କୁହାଯାଇ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରତାରପୁର କରିଡରର ଲୋକାର୍ପଣ କରିଛନ୍ତି । ଉଦ୍ଘାଟନ ପରେ ପ୍ରଥମ ବ୍ୟାଚ ଯାତ୍ରୀଦଳଙ୍କ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୋଦି । ପ୍ରଥମ ବ୍ୟାଚରେ ୫୫୦ ଜଣ ଯାତ୍ରୀଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ସାଂସଦ ସନ୍ନି ଦେଓଲ, କେନ୍ଦ୍ରମନ୍ତ୍ରୀ ହରସିମରତ କୌର, ହରଦୀପ ସିଂହ ପୁରୀ, ଭଗଓ୍ୱତ ମାନ୍ ପ୍ରମୁଖ ଯାତ୍ରା କରୁଛନ୍ତି । କରିଡର ସହ ପାସେଞ୍ଜର ଟର୍ମିନାଲ ବିଲଡିଂ ବା ଇଣ୍ଟେଗ୍ରେଟେଡ୍ ଚେକ୍ ପୋଷ୍ଟର […]
ନୂଆଦିଲ୍ଲୀ:ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଅଯୋଧ୍ୟା ମାମଲାର ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିକ୍ରିୟା ଜଣାଇଛନ୍ତି। ପି.ଏମ. ମୋଦି କହିଛନ୍ତି, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟା ମାମଲାରେ ତାଙ୍କର ନିଷ୍ପତ୍ତି ଶୁଣାଇ ଦେଲେ। ହେଲେ କିଏ ହାରିଲା-କିଏ ଜିତିଲା ଏହାର ଉତ୍ତର ରାୟରୁ କେହି ଖୋଜିବା ଉଚିତ୍ ନୁହେଁ। ରାମ ଭକ୍ତି ହେଉ ଅବା ରହିମ୍ ଭକ୍ତି- ଏପରି ସମୟରେ ଆମ ଭିତରେ ଭାରତଭକ୍ତିର ଭାବନା ଜାଗ୍ରତ ହେବା […]
ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇଛି। ବିବାଦୀୟ ସ୍ଥଳକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ସେହିଭଳି ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ୍ ନିର୍ମାଣ ପାଇଁ ଜାଗା ଦେବାକୁ ଦେଇଛନ୍ତି ଆଦେଶ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁସଲିମ ପକ୍ଷଙ୍କୁ ୫ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତାସହ ମସଜିଦ ନିର୍ମାଣରେ ସହାୟତା ପାଇଁ […]
ନୂଆଦିଲ୍ଲୀ:ଦୀର୍ଘ ୪୦ ଦିନ ଧରି ମାରାଥନ ଶୁଣାଣି ପରେ ଆଜି ଅଯୋଧ୍ୟାର ବିବାଦୀୟ ସ୍ଥାନ ଉପରେ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଅର୍ଥାତ୍ ୫-୦ରେ ଶୁଣାଇଛନ୍ତି ଏହି ଐତିହାସିକ ରାୟ। ନିର୍ମୋହୀ ଆଖଡ଼ାର ଦାବିକୁ ଖାରଜ କରି ସୁପ୍ରିମ୍କୋର୍ଟ ରାମଙ୍କ ଜନ୍ମଭୂମି ଏବଂ ସୁନ୍ନି ୱାକଫ ବୋର୍ଡକୁ ହିଁ ପକ୍ଷକାର ମାନି ମାମଲାର ବିଚାର କରିଛନ୍ତି। ଆଲହାବାଦ୍ କୋର୍ଟ ଦ୍ୱାରା ବିବାଦୀୟ ଜାଗାକୁ ତିନି ପକ୍ଷ […]
ଭୁବନେଶ୍ୱର: ଉପକୂଳ ଅଞ୍ଚଳରେ ସବୁଜ ବଳୟର ପୁନରୁଦ୍ଧାର ଓ ବନୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରମ୍ଭ ହେବାକୁ ଯାଉଛି ୫ବର୍ଷିଆ ଯୋଜନା । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ସହ ଏହାକୁ ମିଶନ ମୋଡ୍ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୫ ବର୍ଷ ମଧ୍ୟରେ ୮ ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ। ‘ଫୋନି’ କ୍ଷତିଗ୍ରସ୍ତ ଅଞ୍ଚଳରେ ଚଳିତ […]
ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦର ଶୁଣାଣି ସୁପ୍ରିମ୍ କୋର୍ଟରେ ଆରମ୍ଭ ହୋଇ ଯାଇଛି। ୫ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ସକାଳ ସାଢେ ୧୦ଟାରେ ସେମାନଙ୍କ ଶୁଣାଣି ପଢି ଶୁଣାଇବା ଆରମ୍ଭ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ପଢି ଶୁଣାଇଥିଲେ ଏହି ଐତିହାସିକ ରାୟ। ୧-ସିଆ ୱାକଫ୍ ବୋର୍ଡର ସିଙ୍ଗଲ ଲିଭ୍ ପିଟିସନ ଖାରଜ ୨-ନିର୍ମୋହି ଆଖଡ଼ା ପିଟିସନ ବି ଖାରଜ ହୋଇଥିବା ସୂଚନା ୩-ନିର୍ମୋହି ଆଖଡ଼ା ସେବାୟତ ନୁହଁନ୍ତି କହିଲେ କୋର୍ଟ ୪-ବାବ୍ରି ମସଜିଦ ମିର୍ […]
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବାକୁ ଯାଉଛି ଅଯୋଧ୍ୟା ରାୟ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଜଜ୍ଙ୍କ ସୁରକ୍ଷା ଓ ଶାନ୍ତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାୟ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେବାର […]
ଭୁବନେଶ୍ୱର: ବୁଲ୍ବୁଲ୍କୁ ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିବାରେ ଲାଗିଛି। ବେଳକୁ ବେଳ ପାଗ ମଧ୍ୟ ଗମ୍ଭୀର ହେବାରେ ଲାଗିଛି। ଉପକୂଳବର୍ତ୍ତୀ ଅନେକ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଗଲାଣି। ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା ଅନୁଯାୟୀ, ପୁରୀ, କେନ୍ଦ୍ରାପଡା, ଜଗତ୍ସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଆଦି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ। ଖୋଦ୍ଧାରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ବର୍ଷିବ। ପବନର ବେଗ ୯୦ କିମି […]
ପୁରୀ: ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଅସ୍ତରଙ୍ଗରେ ବୁଲ୍ବୁଲ୍କୁ ନେଇ ଭୟର ବାତାବରଣ ଦେଖାଦେଇଛି। ସମୁଦ୍ର କୂଳଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି ଉଦୟକଣି ଗାଁ। ସାମୁଦ୍ରିକ ଝଡ ଅନେକ ଥର ଏହି ଗାଁକୁ ବିଦୀର୍ଣ୍ଣ କରି ଦେଇଛି। ପୁଣି ଏବେ ବୁଲ୍ବୁଲ୍ ଭୟ। ଅନେକ ବାତ୍ୟାକୁ ସାମ୍ନା କରିଥିବା ଏହି ଗାଁର ଲୋକେ ଏବେ ପାଗ ଓ ପବନର ବେଗକୁ ଦେଖି ଘରଦ୍ୱାର ଛାଡ଼ି ରେଡକ୍ରସ ପାଖକୁ ଚାଲି ଯାଇଛନ୍ତି। ଝିପିଝିପି ବର୍ଷା ସହ […]
ନୂଆଦିଲ୍ଲୀ: କୋଇଲା ଖଣିରେ ହେଉଥିବା ଦୁର୍ଘଟଣା ଜନିତ କ୍ଷତିପୂରଣ ରାଶିକୁ ୩ ଗୁଣ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୋଇଲା କମ୍ପାନୀ ଏବଂ କମ୍ପାନୀ ସହ ଜଡ଼ିତ ଥିବା ଅନ୍ୟ କମ୍ପାନୀର ଶ୍ରମିକ ଓ କର୍ମଚାରୀମାନେ ଏହି ଲାଭ ପାଇବେ। ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ମିଳୁଥିଲା। ଏବେ ଏହା ୧୫ ଲକ୍ଷ ଟଙ୍କା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ […]
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କର ଆଜି ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି । ବୈଜୟନ୍ତ ଆଜି ସକାଳେ ଆଡ଼ଭାନୀଙ୍କ ବାସଭବନକୁ ଯାଇ ଜନ୍ମଦିନର ଶୁଭେଛା ଜଣାଇଥିଲେ। ଏଥିସହ ଟ୍ୱିଟ୍ କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଆଡଭାନୀ ଜଣେ ସ୍ନେହୀ, ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ବୋଲି ବୈଜୟନ୍ତ ଟ୍ୱିଟ କରି କହିବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।
ଜୟପୁର:କିଏ ଅଳିଆ କହି ଫୋପାଡି ଦେଉଥିଲା, କିଏ ଆବର୍ଜନା କହି। ଆଉ ଏସବୁ ଗୋଟାଇ ରଖୁଥିଲେ ବିସ୍ମତା। ଏହି ଅଦରକାରୀ ବସ୍ତୁକୁ ନେଇ ଗଢିଥିଲେ ଏକ ବିସ୍ମୟ ଦୁନିଆ। ସେଇ ଦୁନିଆରେ ଥିଲା ଅଦକାରୀ ଜିନିଷରେ ଗଢା ସୁନ୍ଦର ଘରସଜା ସାମଗ୍ରୀ। ନିଜର ଏହି ବିସ୍ମୟ କୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବିସ୍ମିତା । ଜୟପୁର ସହର ଜୟନଗରର ବିସ୍ମିତା ସାହୁ। ଅଦରକାରୀ, ଅବ୍ୟବହୃତ ସାମଗ୍ରୀକୁ ନେଇ ତିଆରି କରନ୍ତି ସୁନ୍ଦର ସୁନ୍ଦର ଜିନିଷ। ଭଳିକି ଭଳି […]
କଟକ: କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଧମକ ଦେବା ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍ ଗୁଜୁରାଟରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅନୁଭବଙ୍କୁ ହ୍ୱାଟସ୍ଆପ୍ରେ ମେସେଜ ପଠାଇ ୧୦ ଲକ୍ଷ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗତ ୨୯ ତାରିଖରେ କଟକ ପୁରୀଘାଟ ଥାନାରେ ଅନୁଭବ ଏଫ୍ଆଇଆର ଦାଏର କରିଥିଲେ। ଏହି ଘଟଣାର ଛାନ୍ଭିନ୍ କରି ପୁଲିସ୍ […]