ଭୁବନେଶ୍ୱର: ବୁର୍ଲା ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଞ୍ଜିତ ପଟ୍ଟନାୟକ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବୁର୍ଲା ମେଡିକାଲ୍ର ହୃଦରୋଗ ବିଭାଗରୁ ତାଙ୍କ ମୃତଦେହକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି। ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ରଞ୍ଜିତଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବେ ବୋଲି ରଞ୍ଜିତଙ୍କ ପରିବାର ଲୋକେ କହିଛନ୍ତି। ସୂଚନା […]
ଭୁବନେଶ୍ୱର: ଆଜି ଓଡ଼ିଶାରେ ସର୍ବଭାରତୀୟ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହେବ। ମେ’ ୫ ତାରିଖରେ ନିଟ୍ ପରୀକ୍ଷା ହେବାକୁ ଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ଏହାକୁ ମେ’ ୨୦ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଏହି ପରୀକ୍ଷା ସରିଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ […]
ନୂଆଦିଲ୍ଲୀ: ଏକଜିଟ୍ ପୋଲ୍ରେ ଆସିଥିବା ଫଳାଫଳକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏକଜିଟ୍ ପୋଲ୍ରେ ଆସିଥିବା ଫଳାଫଳକୁ ବିଶ୍ୱାସ କରେ ନାହିଁ। ଏହା କେବଳ ଲୋକଙ୍କୁ ପ୍ରଭାବିତ କରିବାକୁ ଏପରି କରାଯାଇଛି। ଏଥିସହ ସେ ସମସ୍ତ ବିରୋଧୀ ଦଳକୁ ଏକଜୁଟ୍ ହୋଇ ରହିବାକୁ ଆହ୍ୱାନ କରିଛନ୍ତି। I don’t trust Exit Poll gossip. The game plan is to manipulate or replace thousands of EVMs […]
ସୋର(ଶଶିକାନ୍ତ ବେହେରା): ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କ ଠାରୁ ଟଙ୍କା, ସୁନା ଓ ରୁପା ଲୁଟି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲୋ ବଜାରରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ମହେଶ ପ୍ରସାଦ ସାହୁଙ୍କର ସାଲୋ ବଜାରରେ ଏକ ଗହଣା ଦୋକାନ ରହିଛି। ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଅଧା ରାସ୍ତାରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାର ଏକ ସୋରିଷ ବିଲିରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଜଣେ ନାବାଳିକାଙ୍କୁ ପଛପଟୁ ଅତର୍କିତ ଆସିଲେ ଆଉ ମାଡିବସି ବିଷ ପିଆଇ ଦେଲେ। ଫଳରେ ନାବାଳିକାଙ୍କ ମୃତ୍ୟ ଘଟିଥିଲା। ଗତ ୧ ତାରିଖରେ ଏହି ଘଟଣା ଘଟିଛି । ନାବାଳିକା ଜଣକ ତାଙ୍କ ଘର ପଛପଟେ ବାସନ ମାଜୁଥିଲେ। ହଠାତ୍ ସେହି ଗାଁର ଜଗୁ ସେଠୀ ନାମକ ଜଣେ ଯୁବକ ଆସି ଜୋର ଜବରଦସ୍ତ ତାଙ୍କୁ […]
ନୂଆଦିଲ୍ଲୀ:ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ବିବାଦର ସମାଧାନ ହୋଇ ଯାଇଛି। ସୁପ୍ରିମ କୋର୍ଟର ମୁଖ୍ୟ ବିଚାର ପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଏକ ଖଣ୍ଡପୀଠ ଶନିବାର ସର୍ବସମ୍ମତି କ୍ରମେ ରାୟ ଶୁଣାଇଛନ୍ତି ଯେ, ଏହି ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ କରାଯବ। ମସଜିଦ୍ ନିର୍ମାଣ ପାଇଁ ଅନ୍ୟତ୍ର ୫ ଏକର ଜମି ସରକାର ଯୋଗାଇ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ରାୟ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟାମାନ ଆସିଛି। […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି ଅସମ୍ଭାଳ ହେବ ବୋଲି ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓସ୍ଡମା) ପୂର୍ବାନୁମାନ କରିଛି। ଆଗାମୀ ୫ ଦିନ ପ୍ରାୟ ସବୁ ସ୍ଥାନରେ ପାରଦ ୪୦ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରହିବ ବୋଲି ଓସ୍ଡମା ପୂର୍ବାନୁମାନ କରିଛି। ଫଳରେ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେବା ଛଡ଼ା ଆଉ ନିସ୍ତାର ନାହିଁ। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ […]
ଦୋହା: ୧୪ତମ ଏସିଆନ ଚାମ୍ପିୟନଶିପ୍ର ମହିଳା ୫୦ ମିଟର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଜଣେ ଭାରତୀୟ ଶୁଟର । ନାଁ ତାଙ୍କର ତେଜସ୍ୱିନୀ ସାୱନ୍ତ । ସେ ୨୦୨୦ ଟୋକିଓ ଟିକେଟ ହାସଲ କରିଛନ୍ତି। ସେ ୧୨ତମ ଭାରତୀୟ ଶୁଟର ଭାବେ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ପାଇଛନ୍ତି। କ୍ୱାଲିଫାୟିଂ ରାଉଣ୍ଡରେ ୩୯ ବର୍ଷୀୟ ତେଜସ୍ୱିନୀ ମୋଟ ୧୧୭୧ ପଏଣ୍ଟ ସହ ୫ମ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ ସେ […]
ହାଇଦ୍ରାବାଦ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍ ଓୱେସି ଶନିବାର ଅଯୋଧ୍ୟା ରାୟକୁ ନେଇ ଅସନ୍ତୋଷ ଜାହିର କରିବା ସହ ପୂର୍ବତନ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜେଏସ୍ ବର୍ମାଙ୍କୁ ଉଦ୍ଧୃତ କରି କହିଛନ୍ତି, ସୁପ୍ରିମ୍କୋର୍ଟ ‘ସୁପ୍ରିମ୍’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଏଆଇଏମ୍ଆଇଏମ୍ ମୁଖ୍ୟ ଓୱେସି ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଉକ୍ତିକୁ ବାରମ୍ବାର ଦୋହରାଇଛନ୍ତି। ଅଯୋଧ୍ୟା ରାୟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ମତ ଦେଇଛନ୍ତି। ଓୱେସି କହିଛନ୍ତି, ଏହା ପ୍ରମାଣ ଉପରେ ଆସ୍ଥାର ବିଜୟ। […]
ନୂଆଦିଲ୍ଲୀ: ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଚ୍ୟାନେଲ ଏବଂ କେବଳ ଟିଭିମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରସାରଣ ସମୟରେ ଯତ୍ନବାନ ହେବାକୁ ଏଥିରେ କୁହାଯାଇଛି। ଏହାକୁ ସମସ୍ତ ସ୍ୟାଟେଲାଇଟ୍, ଡିଟିଏଚ୍, ଏମ୍ଏସ୍ଓ ଏବଂ କେବଲ ଟିଭି ଅପରେଟର ମାନିବାକୁ ନିର୍ଦ୍ଦେଶ ରହିଛି। ଏଥିରେ କୁହାଯାଇଛି ସୁପ୍ରିମ୍କୋର୍ଟଙ୍କ ଐତିହାସିକ ଅଯୋଧ୍ୟା ରାୟ ସମ୍ପର୍କିତ କୌଣସି ଆଲୋଚନା, ବିତର୍କ ଏବଂ ରିପୋର୍ଟିଂ ସମୟରେ ପ୍ରୋଗ୍ରାମ୍ କୋଡ୍ ବା କାର୍ଯ୍ୟକ୍ରମ […]