ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ପାଇଁ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର? ନିକଟରେ ବିବାଦୀୟ ହୋଇଥିବା ଭାଇରାଲ ଅଡିଓ ଓ ସୋସିଆଲ୍ ମିଡିଆରେ ବୁଲୁଥିବା ଏପରି ମାଳ ମାଳ ଭିଡିଓ ଓ ଅଡିଓ କ୍ଳିପ୍ରେ ଏପରି ପ୍ରଶ୍ନ ଉଠୁଛି। କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଏମ୍ଓୟୁ କରିଥିବା ଘରୋଇ ହସପିଟାଲମାନଙ୍କୁ କେତେ ଟଙ୍କା ପ୍ରଦାନ କରିଛନ୍ତି? ଏସବୁ ଖର୍ଚ୍ଚ ସଂପର୍କରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି ବିରୋଧୀ। ଲକ୍ଷ୍ମୀକାନ୍ତ-ବିଶ୍ୱଜିତଙ୍କ ଭାଇରାଲ୍ ଅଡିଓକୁ […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ସେ ଦିଲ୍ଲୀର ଆର୍ମି ହସ୍ପିଟାଲର ଭେଣ୍ଟିଲେଟରରେ ଅଛନ୍ତି, ଯେଉଁଠାରେ ତାଙ୍କର ବ୍ରେନ୍ ସର୍ଜରୀ କରାଯାଇଛି। ତେବେ ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହୋଇଯାଇଛି, ଯାହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ୍ୟ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଉଛି। ଗତକାଲି ଦିଲ୍ଲୀ ଆର୍ମି […]
ନୂଆଦିଲ୍ଲୀ: କରୋନା ପାଇଁ ୭୨ ଘଣ୍ଟାର ମହୌଷଧି। କୌଣସି ବ୍ୟକ୍ତି ସଂକ୍ରମିତ ହେବାର ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଓ କୋଭିଡ ନିୟମ ମାନିଲେ କରୋନାକୁ ସହଜରେ ହରାଇ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ୧୦ ରାଜ୍ୟ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଂଜାବ, ବିହାର, ଗୁଜରାଟ, ତେଲେଙ୍ଗାନା ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସ୍ଥିତି ସମୀକ୍ଷା କରିଥିଲେ। […]
ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ନିଜସ୍ୱ ମିଶନରେ ସରକାରୀ କଳ ଆଇନ୍ ଆଗରେ ଅପରାଧୀ ସଜେଇ ଅଡିଓରେ ଦୁଇ ଜଣଙ୍କୁ ଗିରଫ ପରେ ଦୁଇ ସାଧାରଣ ଲୋକଙ୍କୁ ଆଜି ଝାରପଡ଼ା ଜେଲ୍ରୁ ତିନିଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ହେଲେ ଏବେ ବି ପୋଲିସ୍ ସେମାନଙ୍କଠୁ କେଉଁ ଷଡ଼ଯନ୍ତ୍ରର ଥିଓରୀ ଜାଣିବାକୁ ଚାହୁଁଛି ତାକୁ ନେଇ ଆଇନ୍ଜୀବୀ ଆଶ୍ଚର୍ଯ୍ୟ ପ୍ରକଟ କରିଛଛନ୍ତି। ଏପଟେ ପୁଲିସିଆ ଜୁଲୁମ୍ରେ ତ୍ରସ୍ତ ଗିରଫ ଲକ୍ଷ୍ମୀକାନ୍ତ ବେହାରଙ୍କ ପରିବାର ପୁଅ କଥା ଭାବି […]
ନବରଙ୍ଗପୁର: ହଜିଯାଇଛି ମାନବିକତା। ଜଣେ ବୃଦ୍ଧାଙ୍କୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠ ରୋଗୀ ବୋଲି ସନ୍ଦେହ କରି ପରିବାର ଲୋକେ ଏବଂ ସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ା ଗାଁର ୮ ନଂ ୱାର୍ଡରେ। ଅନ୍ୟ ଉପାୟ ନପାଇ ଗାଁର ଶେଷ ମୁଣ୍ଡରେ ପଡିଥିବା ଏକ ଭଙ୍ଗା ହୋମ୍ ପାଇପରେ ମୁଣ୍ଡ ଗୁଞ୍ଜିଛନ୍ତି ବାସନ୍ଦ ହୋଇଥିବା ମହିଳା କମଳା ବିନ୍ଧାଣୀ। ପ୍ରାୟ ୬ ବର୍ଷ ତଳେ ସ୍ୱାମୀ […]
ଭଦ୍ରକ: ପୋଲିସ କର୍ମଚାରୀମାନଙ୍କୁ କୋଭିଡ ସମୟରେ କାମ କରିବାକୁ ଉତ୍ସାହିତ କରିବା ଓ ସେମାନଙ୍କ ସହିତ ଆଲୋଚନା ପାଇଁ ପୋଲିସ ଡିଜି ଅଭୟ ଭଦ୍ରକ ଗସ୍ତ କରିଛନ୍ତି। ସେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ଜିଲ୍ଲାର କୋଭିଡ ସ୍ଥିତି ଓ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଏପରିକି ଯେଉଁ ପୋଲିସ ଅଧିକାରୀମାନେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ସେମାନଙ୍କୁ ଉତ୍ସାହିତ ସହ ସମ୍ବର୍ଦ୍ଧିତ କରିଥିଲେ। ସାଇବର କ୍ରାଇମ ସହ ମାନବାଧିକାର […]
ଭୁବନେଶ୍ୱର: କରୋନାରୁ ରାଜ୍ୟର ଆଉ ୧୭୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୦୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା-୨୬୩, କଟକ ଓ ସମ୍ବଲପୁରରୁ ୧୨୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି କେନ୍ଦୁଝର-୧୦୧, ମାଲକାନଗିରି-୯୧, କନ୍ଧମାଳରୁ ୮୪ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ା-୮୧, ଗଜପତି-୮୦, ଢେଙ୍କାନାଳରୁ ୬୦ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜ-୫୦, ଯାଜପୁର-୪୯, କଳାହାଣ୍ଡିରୁ ୪୮ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: କୋରାପୁଟ କୋଟପାଡ଼ରେ ଆଦିବାସୀ ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଓଡ଼ିଶା ପୋଲିସ୍ ଡିଜିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଜାତୀୟ ST କମିଶନ। ଘଟଣାର ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ୧୫ ଦିନ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ଅନେକ ତମ୍ବିତୋଫାନ ହୋଇଛି। ବିରୋଧୀ ମଧ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି। ପୁଲିସ କିନ୍ତୁ […]
ହାଇଦ୍ରାବାଦ: ଫିଲ୍ମ ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ନିଶାକାନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିଶିକାନ୍ତ ବହୁତ ଚର୍ଚ୍ଚିତ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ଦୃଶ୍ୟମ, ମଦାରୀ, ମୁମ୍ବାଇ ମେରି ଜାନ ଆଦି ଫିଲ୍ମ ପ୍ରମୁଖ। ନିର୍ଦ୍ଦେଶନା ସହିତ କିଛି ମରାଠୀ ଫିଲ୍ମରେ ମଧ୍ୟ ସେ […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ୟପଟେ ଦେଶରେ ମୃତ୍ୟୁହାର ହ୍ରାସ ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି। ଓଏସଡିଙ୍କ ମୁତାବକ, ଚଳିତ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୫ଲକ୍ଷ ଟପିଛି ଏବଂ ମୃତ୍ୟୁହାର ୨ ପ୍ରତିଶତରୁ ତଳକୁ ଖସିଛି। ରାଜେଶ ଭୂଷଣ କହିଛନ୍ତି, ପ୍ରଥମଥର ଦେଶରେ ମୃତ୍ୟୁ ହାର ପ୍ରତିଶତରୁ କମ୍ ହୋଇଛି। ଆଜି ଏହି ହାର ୧.୯୯ରେ ପହଞ୍ଚିଛି। ଦେଶରେ ପ୍ରତି ୧୦ଲକ୍ଷ […]
କୋଲକାତା: ରାମ ମନ୍ଦିର ନିର୍ମାଣ ନେଇ ଶୁଭେଚ୍ଛା ଜଣାଇବାରୁ କ୍ରିକେଟର ମହମ୍ମଦ ଶାମୀଙ୍କ ପୂର୍ବତନ ପତ୍ନୀ ହସିନ ଜାହାଁନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଛି। ଏ ନେଇ ସୋମବାର ସୂଚନା ଦେଇଛି କୋଲକାତା ପୁଲିସ। ହସିନ୍ ଜାହାଁନ ତାଙ୍କର ବିଭିନ୍ନ ସୋସିଆଲ୍ ମିଡିଆ ଆକାଉଣ୍ଟରେ ରାମ ମନ୍ଦିର ଭୂମି ପୂଜନ ପରେ ଶୁଭେଚ୍ଛା ଜଣାଇ ଭାଇ ଚାରାର ମେସେଜ୍ ଦେଇଥିଲେ। ଏହାପରେ ସୋସିଆଲ୍ ମିଡିଆର ବିଭିନ୍ନ ଆକାଉଣ୍ଟରୁ ତାଙ୍କ ପାଖକୁ ଦୁଷ୍କର୍ମ ଓ ହତ୍ୟା ଧମକ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ମଧ୍ୟାହ୍ନ ୧୨ଟା ୩୦ରେ CHSE ଅଫିସ୍ରେ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍ସାଇଟ୍ରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୯୭ ହଜାର ୫୩୬ ଛାତ୍ରଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି। ଲକ୍ଡାଉନ୍ କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଖାତା ଦେଖାରେ ସମସ୍ୟା […]
ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଫୁସ୍ଫୁସ୍ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇଥିବା ଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ଷ୍ଟେଜ୍-୩ରେ ଅଛି। ବଲିଉଡ୍ରେ ସଞ୍ଜୁ ବାବା ଭାବେ ପରିଚିତ ସଞ୍ଜୟ ଦତ୍ତ କ୍ୟାନ୍ସର୍ରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଥିଲା। ଏନେଇ ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ କୋମଲ୍ ନାହତା ସୂଚନା ଦେଇଥିଲେ। ଅଗଷ୍ଟ ୮ ରେ ନିଶ୍ୱାସପ୍ରଶ୍ୱାସରେ ନେବାରେ କଷ୍ଟ ଅନୁଭବ କରିବାରୁ ସଞ୍ଜୟଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ସେ ତାଙ୍କର କରୋନା […]
ସୋର: ଯୁବକଙ୍କ କଟୁରୀ ଚୋଟରେ ଜଣେ ଶିଶୁକନ୍ୟାର ହାତ ଦୁଇ ଖଣ୍ଡ ହୋଇଯାଇଛି। ଶିଶୁଟିର ବୟସ ମାତ୍ର ୨ ମାସ ହେବ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ପାଇକିପଡ଼ା ଗାଁରେ ଏଭଳି ଜଘନ୍ୟ ଘଟଣା ଘଟିଛି। ପାଇକିପଡ଼ା ଗାଁର ପଙ୍କଜ ନାଇକି ତାଙ୍କ ଝିଅଙ୍କ ସହ ଘରେ ବସିଥିଲେ। ଏହି ସମୟରେ ପଡ଼ୋଶୀ ବାଇଧର ନାଇକୀଙ୍କ ପୁଅ ଗଣେଶ ନିଶାସକ୍ତ ଅବସ୍ଥାରେ ଆସିଥିଲେ ଓ ହାତରେ ଏକ କଟୁରୀ ଧରିଥିଲେ। ପାଟିତୁଣ୍ଡ କରିବା […]
ବେଙ୍ଗାଲୁରୁ: ପୂର୍ବ ବେଙ୍ଗାଲୁରୁରେ ମଙ୍ଗଳବାର ରାତିରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବ୍ୟାପକ ହିଂସାକାଣ୍ଡ ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ଡିଜେ ହାଲି ଓ କେଜି ହାଲି ପୋଲିସ ଷ୍ଟେସନ ଉପରକୁ ଟେକାପଥର ମାଡ କରିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏସିପିଙ୍କ ସମେତ ୬୦ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ପୋଲିସର ଗୁଳିରେ ଦୁଇ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ସାଂପ୍ରଦାୟିକ ପ୍ରସଙ୍ଗକୁ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ହିରିୟୁର୍ ତାଲୁକ୍ ନିକଟରେ ଏକ ଘରୋଇ ବସ୍ରେ ହଠାତ୍ ନିଆଁ ଲାଗିଯିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୭ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ବସ୍ଟି ବିଜୟପୁରାରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଚିତ୍ରଦୁର୍ଗ ଜିଲ୍ଲା ଜାତୀୟ ରାଜପଥ ୪ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଇଞ୍ଜିନ୍ରେ କିଛି ସମସ୍ୟା ସୃଷ୍ଟି […]
ୱାଶିଂଟନ: ଆମେରିକା ନିର୍ବାଚନ-୨୦୨୦ରେ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ଲଢ଼ିବେ ଭାରତୀୟ ବଂଶୋଦ୍ଧବ କମଲା ହାରିଶ (Kamala Harris)। ଡେମୋକ୍ରେଟିକ ଦଳରୁ କମଲାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏବେ କମଲା କାଲିଫର୍ଣ୍ଣିଆରୁ ସିନେଟର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଆମେରିକା ସିନେଟ୍ରେ ଏବେ କମଲା ସବୁଠୁ କନିଷ୍ଠ ସିନେଟର୍ । ଆମେରିକାରେ ଉପରାଷ୍ଟ୍ରପତି ଭଳି ଗୁରୁ ଦାୟିତ୍ୱ ପଦ ପାଇଁ ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ନିର୍ବାଚନ […]
ଭୁବନେଶ୍ୱର: ବିଦେଶରେ ପୁଣି ଓଡ଼ିଶାର ନାଁ ଉଜ୍ଜ୍ୱଳ କଲେ ଓଡ଼ିଆ। ମାସ୍କକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟିନ୍ ଇମେଜ ଫିଲ୍ମ ଫେଷ୍ଟିଭାଲ-୨୦୨୦ର ପିପୁଲସ୍ ଚଏସ୍ ଆୱାର୍ଡ ପାଇଛନ୍ତି ଓଡ଼ିଶାର ଜଣେ ପ୍ରଶାସନିକ ଅଧିକାରୀ। ବ୍ରହ୍ମପୁରର ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଡ. ଶ୍ୱେତ କୁମାର ଦାସ ମାସ୍କ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଗରିବ ଘରର ପାଠ ପଢ଼ୁଆ ପୁଅଟିଏ। ରାତିରେ ମାଆ ମାସ୍କ ସିଲାଇ କରିବା ପରେ […]
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୮୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୧,୮୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୮୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୯୪ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪ଜଣ, ରାୟଗଡ଼ାରୁ୨ଜଣ, ଅନୁଗୁଳ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୮୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ […]
ପାଟକୁରା: ଖୁବ୍ ଶୀଘ୍ର ହରିଦାସପୁର-ପାରାଦୀପ ରେଳ ଲାଇନ୍ରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ପ୍ରଥମେ ଏହି ରୁଟ୍ରେ ମାଲ୍ବାହୀ ଟ୍ରେନ୍ ଚାଲିବ। ମାଲ୍ବାହୀ ଟ୍ରେନ୍ ଗଡ଼ିବା ପରେ ସୁରକ୍ଷା ଯାଞ୍ଚ ସହ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବା ପରେ ପାସେଞ୍ଜର ଟ୍ରେନ୍ ଚଳାଚଳ ନେଇ ଯୋଜନା ଚାଲିଛି। ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥିତ ଥିବା ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏହି […]
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଜୁପିଟର ସାଇନ୍ସ କଲେଜର ଛାତ୍ର ସୁଦୀପ ସୁଦର୍ଶନ ରଣା +୨ ବିଜ୍ଞାନ ଟପ୍ପର ହୋଇଛନ୍ତି। ସେ ମୋଟ ୬୦୦ରୁ ସର୍ବାଧିକ ୫୭୪ ନମ୍ବର ରଖି ଟପ୍ପର ହୋଇଛନ୍ତି। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଟାଙ୍ଗୀ ଟେଟ୍ରାହେଡ୍ରନ ସ୍କୁଲର ଶୁଭଜିତ ସାହୁ ୫୬୫ ରଖି ତୃତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ୭୦.୨୧% ଛାତ୍ରଛାତ୍ରୀ ପାସ୍ […]
ଖୋର୍ଦ୍ଧା: ଖୋର୍ଦ୍ଧାରେ ପୁଣି ବୋମାମାଡ଼। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଜଣଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଥାଉ କି, ଅଗଷ୍ଟ ୫ରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଇଚ୍ଛାବପୁର ଗାଁରେ ବୋମାମାଡ଼ ହୋଇଥିଲା। […]