ଯାତ୍ରା ପାଇଁ ଆସିଲେ ମାଆ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହୋଇଯାଇଛି ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସୁଛନ୍ତି ବଡ଼ଦାଣ୍ଡକୁ। ଏପଟେ ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି। ଦେବୀ ସାଙ୍ଗରେ ହଳଦୀ ରଙ୍ଗର ଛତା ବି ଆସୁଛି । ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ପରେ ଆଗରେ ଚାଲିଛନ୍ତି ଶ୍ରୀବଳଭଦ୍ର ଏହାପଛକୁ ଦେବୀ ସୁଭଦ୍ରାଙ୍କର ଚାଲିଛି ପହଣ୍ଡି।
ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ଜଗନ୍ନାଥ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ
ଠାକୁରଙ୍କ ସାଙ୍ଗେ ଆସୁଛି କଳା ଛତ୍ର। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ଏହାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ
ଶ୍ରୀଜିଉଙ୍କର ଆରମ୍ଭ ହେଲା ପହଣ୍ଡି। ଅପେକ୍ଷାର ହେଲା ଅନ୍ତ। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସୁଦର୍ଶନ। ସାତ ପାହାଚ ଓ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେଉଛନ୍ତି ସୁଦର୍ଶନ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀଜିଉ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହେଲା ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିବେ ବଡ଼ଦାଣ୍ଡକୁ। ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି।
ପ୍ରଥମେ ସୁଦର୍ଶନ ମହାପ୍ରଭୁ, ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ। ସାତ ପାହାଚ ନିକଟରେ ଦୁଇ ଭାଇଙ୍କୁ ଟାହିଆ ଲାଗି ହେବ। ଗୋଟିଏ ପୁଅ ନୃତ୍ୟରେ ପ୍ରକମ୍ପିତ ହେଉଥିବ ପୂରା ବଡ଼ଦାଣ୍ଡ। ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ହେବ ବୋଲି ଆଶା ରଖାଯାଇଛି। ତେବେ ଦେଖାଯାଉ କେତେ ବେଳେ ଆସିବ ସେହି ଶୁଭ ମୁହର୍ତ୍ତ।
ଶ୍ରୀଗୁଣ୍ଡିଚା ଯାତ୍ରା ପରେ ହେବ ଶ୍ରୀମନ୍ଦିରର ଲେଜର ସ୍କାନିଂ । ଏଏସ୍ଆଇ ବୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଆଦିର ଅନୁଧ୍ୟାନ କରାଯିିବ ଶ୍ରୀଗୁଣ୍ଡିଚା ପରଦିନ ।
କେବଳ ଏତିକି ନୁହେଁ ବରଂ ଶ୍ରୀଜିଉଙ୍କ ଆଜି ଅନେକ ନୀତିକାନ୍ତି ରହିଛି। ସୂଚନା ଅନୁସାରେ, ଆଜି ରାତିରୁ ହିଁ ଠାକୁରଙ୍କ ଦେହରେ ସେନା ପଟ୍ଟାଲାଗି ହେବ। ଏହି କାମ ସମୟ ସାପେକ୍ଷ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଏହାସହ ଆସନ୍ତାକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ସବୁ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ଏପଟେ, ଶ୍ରୀଜିଉଙ୍କ ଟାହିଆ ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ମୋଟ୍ ଉପରେ ବର୍ଷା ବି ବାଧକ ସାଜିପାରିନାହିଁ ରଥ କାମରେ।
ଏଥିରୁ ୨ ଜଣ କ୍ୟାବିନେଟ୍ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମହିଳା ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ବିଜେପି ସାଂସଦ ରହିଛନ୍ତି। ମୋଦି ମନ୍ତ୍ରିମଣ୍ଡଳର ମହିଳା ମନ୍ତ୍ରୀଙ୍କ ବାବଦରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ମୋଟ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ୯ଟି ରାଜ୍ୟ ଏବଂ ୯ଟି ସଂପ୍ରଦାୟରୁ ପ୍ରତିନିଧିତ୍ୱର ସୁଯୋଗ ଦିଆଯାଇଛି।
କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି ।
ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି ।ଅବୋଧ ଟିକି ପିଲାଟି ବି ବୁଝିବ କିପରି? ବାପାର ଫଟୋ ଦେଖୁଛି, ଅବୁଝା ଭାବରେ ନୀରବ ରହୁଛି। ଝିଅ ଟିକିଏ ବଡ଼ ହେଲାଣି ବୋଲି ଜାଣିପାରୁଛି ବାପା ଆଉ ଫେରିବନି। ଛାତିକୁ ରୁନ୍ଧି ପକାଉଥିବା ଏହି ଘଟଣା ହେଉଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର
ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ।
ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍
ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିବ, କିନ୍ତୁ ରଥାରୁଢ଼ ଦିଅଁ କି ତାଙ୍କ ଦିବ୍ୟରଥକୁ ଚର୍ମ ନେତ୍ରରେ ଦେଖି ପାରିବନି ଭକ୍ତ। ଭକ୍ତଟିଏ ପାଇଁ ୟାଠୁ ବଳି କଷ୍ଟ ଆଉ କଣ ବା ହେଇପାରେ? ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ନବଦିନାତ୍ମ ଯାତ୍ରା ଲାଗି ସଜେଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ହେଲେ ଉଣା କେବଳ ଭକ୍ତର ସେ ଦୁଇ ଚର୍ମନେତ୍ର ଓ ରଥାରୁଢ଼ ତିନିଠାକୁରଙ୍କ ସେ ଚକାନୟନ ମଧ୍ୟରେ ଅପୂର୍ବ ମିଳନର ଦୃଶ୍ୟ। କରୋନା କଟକଣା ଭିତରେ ଏ ବର୍ଷ ବି ହେବ ରଥଯାତ୍ରା
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ।
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର
ସୁରଟ: କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପ ଆସେ। ଖାଲି କୁହାଯାଏନି, ଏହାକୁ ସତ୍ୟ ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟ ସୁରଟ ଅଞ୍ଚଳର ୬୦ ବର୍ଷ ବୟସ୍କ ବିଷ୍ଣୁ ପଟେଲ । ସେ ମୋଟରସାଇକେଲରୁ ବାହାରିଥିବା ଅଦରକାରୀ ସାମଗ୍ରୀ, ଲାପଟପ୍ ଏବଂ ସ୍ମାର୍ଟଫୋନର ବ୍ୟାଟେରୀ ସାହାଯ୍ୟରେ ଏକ ଇ-ବାଇକ୍ ତିଆରି କରିଛନ୍ତି। ବଷ୍ଣୁ ପଟେଲଙ୍କ ଏହି ଆଇଡିଆ ଶିଳ୍ପପତି ଆନନ୍ଦ-ମହିନ୍ଦ୍ରାଙ୍କୁ ବି ପ୍ରଭାବିତ କରିଛି। ସେ ବିଷ୍ଣୁଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କୁ ସାହାଯ୍ୟ […]
ଡେନମାର୍ଗ: ପାଣିର ଧର୍ମ ହେଲା ଉପରୁ ତଳକୁ ବହି ଆସିବା। ହେଲେ କେବେ ଦେଖିଛନ୍ତି ପାଣି ତଳୁ ଉଠି ଉପରକୁ ଯିବା ! ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡେନମାର୍କରେ। ଯାହାର ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରୁ ଜଣାପଡ଼ିଛି ଏହି ଦୃଶ୍ୟ ଡେନମାର୍କର ଫରୋ ଆଇଲାଣ୍ଡର। ଏହି ଭିଡିଓରେ ପାଣି ତଳୁ ଉଠି ଉପରକୁ ଯାଉଛି। ସୈମୀ ଜୋକୋସ୍ବନ ନାମକ ଜଣେ ବ୍ୟକ୍ତି ଏହି ସୁନ୍ଦର ଦୃଶ୍ୟକୁ ନିଜ କ୍ୟାମରାରେ କଏଦ କରିଛନ୍ତି। […]
ନୂଆଦିଲ୍ଲୀ: ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅଂଶ ହୋଇପାରିବ। ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ। ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଆଜି ସାମ୍ୱାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଏପରି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପିଓକେ ଭାରତର ଏକ ଅଂଶ ବୋଲି ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି। ଏବେ ସେନା ପ୍ରମୁଖ କହିଛନ୍ତି, […]
ନୂଆଦିଲ୍ଲୀ:ମହାଦାନୀଙ୍କଠାରୁ ବି ସିଏ ଦାନୀ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହେଲେ କଥାଟା ବିଲ୍କୁଲ୍ ସତ। ନ ହେଲେ କୋଟି କୋଟି ଟଙ୍କା କିଏ ନିଜ ଟ୍ୱିଟର ଫଲୋର୍ସଙ୍କୁ ବାଣ୍ଟିପାରେ ? ଏଇ ଦାନୀ ହେଉଛନ୍ତି ଜାପାନୀ କୋଟିପତି ୟୁସାକୁ ମୈଇଜାବା (Yusaku Maezawa) । ସେ ତାଙ୍କ ଟ୍ୱିଟର୍ସ ଫଲୋର୍ସଙ୍କୁ ବାଣ୍ଟିଛନ୍ତି ପ୍ରାୟ ୬୫ କୋଟି ଟଙ୍କା। ତାଙ୍କ କହିବାନୁଯାୟୀ, ତାଙ୍କୁ ଫଲୋ କରୁଥିବା ୧୦୦୦ ଟ୍ୱିଟର ୟୁଜର୍ସଙ୍କ ମଧ୍ୟରେ ୧ ବିଲିୟନ ୟେନ […]
କୋଲକାତା: ବିଜେପି ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଯଦି କିଏ ଭୟଙ୍କର ବିରୋଧ କରୁଥାଏ ତେବେ ସେ ହେଉଛି ପଶ୍ଚିମବଙ୍ଗ ଟିଏମ୍ସି ସରକାର। ସାରା ଦେଶରେ CAA ଜଳୁଥିବାବେଳେ ଆଜି ଦୁଇ ପରସ୍ପର ବିରୋଧୀ ନେତା ଏକାଠି ହେବାକୁ ଯାଉଛନ୍ତି। ଆଜି ଟିଏମସି ନେତା ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚୁଛନ୍ତି। ସନ୍ଧ୍ୟାରେ […]
ତେହରାନ:ତେହରାନରେ ଉଡାନ ଭରିବାର ମାତ୍ର କେଇ ମିନିଟ୍ ପରେ ୟୁକ୍ରେନ୍ର ଏକ ବିମାନ ଦୁର୍ଘଟଣାଗସ୍ତ୍ର ହୋଇଥିଲା। ଏଥିରେ ଥିବା ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଖସି ପଡ଼ିଥିବା କୁହାଯାଉ ଥିଲା। ହେଲେ ପ୍ରକୃତ କଥା ହେଲା, ଯାନ୍ତ୍ରିକ ତ୍ରୁଟି ନୁହେଁ, ମିସାଇଲ୍ ମାଡ କରି ବିମାନଟିକୁ ଖସାଇ ଦେଇଥିବା ନିଜେ ଇରାନ ସ୍ୱୀକାର କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଏହାକୁ ସ୍ୱୀକାର କରି କହିଛନ୍ତି, ଇରାନ ଭୁଲରେ ଏହାକୁ […]
କଶ୍ମୀର: ଜମ୍ମୁ କାଶ୍ମୀରର ସୀମାରେଖାରେ ପାକିସ୍ତାନ ପଟୁ ଆଜି ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଏହି ଘଟଣା ଘଟିଛି। ଆଜି ୧୧ଟା ବେଳେ ପାକିସ୍ତାନ ପଟୁ ପୁଞ୍ଚରେ ପ୍ରବଳ ଗୁଳିମାଡ଼ ହୋଇଥିଲା। ପାକିସ୍ତାନ ସେନା ଭାରତୀୟ ସେନା ଉପରକୁ ମୋଟର ମାଡ଼ କରିଥିଲେ। ଫଳରେ ଜବାବ ଦେବାକୁ ଯାଇ ଦୁଇ ଯବାନ ଶହୀଦ ହୋଇଥିବାବେଳେ ୨ ଆହତ ହୋଇଛନ୍ତି।
ଶିସ୍ପର ଗ୍ଲାସିୟର: ପାକିସ୍ତାନର ହାସନାବାଦ୍ ନାମକ ଏକ ଗାଁରେ ଏବେ ଭୟର ବାତାବରଣ। କାରଣ ଶିସ୍ପର ଗ୍ଲାସିୟରରୁ ସୃଷ୍ଟ ଏକ ନଦୀ ଏହି ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଛି। ଗ୍ଲାସିୟର ତରଳିବାକୁ ଆରମ୍ଭ କରିଥିବାରୁ ଏହି ବିପଦ ବଢ଼ିବାରେ ଲାଗିଛି। ଏହି ବିପଦ ଏପରି ଭୟାବହତା ସୃଷ୍ଟି କରିଛି ଯେ, ଶହ ଶହ ବୃହତ ବରଫ ଖଣ୍ଡ ଏହି ଉପତ୍ୟକା ଉପରକୁ ସାଧାରଣ ବେଗଠାରୁ ୧୦ ଗୁଣା ବେଗରେ ମାଡ଼ିଆସୁଛି। ଜଳବାୟୁ ପରିବର୍ତ୍ତନର ଏହା ଅନ୍ୟତମ […]
ମେଇଲବାଗନନ୍(ତାମିଲନାଡ଼ୁ): ମା’ର ତୁଳନା ନାହିଁ। ତା ତ୍ୟାଗକୁ କେହି ଭରଣା କରି ପାରେନି। ସନ୍ତାନ ଆଖିରୁ ଲୁହ ପୋଛିବା ପାଇଁ ସେ ଯେ କୌଣସି ପଦକ୍ଷେପ ନେଇପାରେ। ପ୍ରେମା ବି ବି ଜଣେ ମା’। ହେଲେ ଦାରିଦ୍ର୍ୟର କଷାଘାତ ତାଙ୍କୁ ନିଃସ୍ୱ କରି ଦେଇଥିଲା। କୁନି କୁନି ପିଲାଙ୍କ ପେଟରେ ଦୁଇମୁଠା ଦାନା ଦେବାକୁ ତାଙ୍କ ପାଖରେ କିଛି ନ ଥିଲା। ଶେଷ ପ୍ରୟାସ ସ୍ୱରୂପ ସେ ତାଙ୍କର ମୁଣ୍ଡର ଚୁଟି ୧୫୦ ଟଙ୍କାରେ ବିକି ଦେଇଥିଲେ। […]
ଭୁବନେଶ୍ୱର: ସରକାରୀ ଉପଭୋକ୍ତାଙ୍କ ଭଳି ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ବିଲ୍ ପୈଠ ପାଇଁ ସମୟ ଦିଆଯାଉ। ବିଦ୍ୟୁତ ବିଲ୍ ବକୟା ପୈଠ ନେଇ ଏଭଳି ମତ ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ । ଯାହାର ଲାଇନ୍ କିଟିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପଭୋକ୍ତା ସୌଭାଗ୍ୟ ଯୋଜନାରେ ଲାଇନ୍ ନେଇ ଚଳୁଛନ୍ତି । ତେବେ ଲାଇନ୍ କଟିବା ପରେ ମଧ୍ୟ ସେହି ଗ୍ରାହକଙ୍କୁ କାହିଁକି ଲାଇନ୍ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । […]