/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741656032.jpg)
ବାହା ହେବେ ପ୍ରଦୀପ ମାଝୀ
ବିବାହ କରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଆସନ୍ତା ୧୨ ତାରିଖରେ ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି । ଏନେଇ ନିଜେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ସହ ତାଙ୍କର ଶୁଭ ପରିଣୟ ହେବାକୁ ଯାଉଛି । ଉଭୟ ପ୍ରଦୀପ ଓ ସୁଶ୍ରୀଙ୍କ ପରିବାର, ପ୍ରଦୀପଙ୍କ କିଛି ଅନ୍ତରଙ୍ଗ ବନ୍ଧୁ ଓ ପରିଜନଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।
ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ନିରାପଦ ଆଶ୍ରୟସ୍ଥଳୀ ଭାବୁଛନ୍ତି କି ବାଂଲା ଅନୁପ୍ରବେଶକାରୀ ?
ସେହିପରି ମାର୍ଚ୍ଚ ୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟ । ଭୁବନେଶ୍ବର ଉପକଣ୍ଠ ଡେରାସରେ ଥିବା ଚନ୍ଦକା ରିସର୍ଟରେ ମନ୍ମଥଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କ ହାତ ଧରିଥିଲେ ମନ୍ମଥ । ଯୁବତୀ ଜଣକ ମୁମ୍ବାଇର ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ମନ୍ମଥଙ୍କ ବିବାହ ଉତ୍ସବରେ ମାତ୍ର ହାତଗଣତି ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ମନ୍ମଥ ରାଉତରାୟଙ୍କର ଭିଣୋଇ ପ୍ରସାଦ ହରିଚନ୍ଦନଙ୍କୁ ବରଯାତ୍ରୀ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ତେବେ ଏହି ବିବାହ ଉତ୍ସବରେ କଂଗ୍ରେସ କିମ୍ବା ବିଜେଡିର କୌଣସି ନେତା ସାମିଲ ହୋଇନଥିଲେ । ତେବେ ଏହା ମନ୍ମଥଙ୍କ ଦ୍ବିତୀୟ ବିବାହ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)