ନୂଆଦିଲ୍ଲୀ: ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ସେନାର ୨୮ତମ ମୁଖ୍ୟ ଭାବେ ସେ ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ସେମ୍ବେର ମାସରୁ ନରଓ୍ୱଣେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ସବୁଠାରୁ ମୁସ୍କିଲ କାମରେ ସଫଳତା ପାଇବା ଏବଂ ଭଲ ନେତୃତ୍ୱ ନେବାର କ୍ଷମତା ପାଇଁ ନୂଆ ସ୍ଥଳ ସେନା ମୁଖ୍ୟ ନରଓ୍ୱଣେ ବେଶି ପରିଚିତ। ସେତିକି […]
ଶୀତରେ ଥରୁଛି ସାରା ଓଡ଼ିଶା । ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଶୀତ ସମସ୍ତଙ୍କୁ ତ କଷ୍ଟ ଦେଇଥାଏ। ତେବ କିଛି କିଛି ଲୋକଙ୍କୁ ବେଶି କଷ୍ଟ ହୋଇଥାଏ। ସେମାନେ କମ୍ବଳ ତଳୁ ସହଜରେ ବାହାରି ପାରିନ ଥାନ୍ତି। ହେଲେ କାହିଁକି ? କିଛି ଲୋକଙ୍କୁ ଏତେ ଥଣ୍ଡା ଲାଗିଥାଏ କାହିଁକି ? ଅଧିକ ସମୟ ପାଣିରେ କାମ କଲେ, ଦେହରେ ଜର ଥିଲେ ଥଣ୍ଡା ଲାଗିବା ସ୍ୱାଭାବିକ । କିନ୍ତୁ ଏସବୁ କାରଣ ନ […]
ଭୁବେନଶ୍ୱର: ସଷ୍ଟେନେବଲ୍ ଡେଭଲପମେଣ୍ଟ୍ ବା ଧାରଣକ୍ଷମ ବିକାଶ କ୍ଷେତ୍ର (SDG)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ନୀତି ଆୟୋଗ ରିପୋର୍ଟରେ ପ୍ରକାଶିତ ଏହି SDG ତାଲିକାରେ ଓଡ଼ିଶା ୨୩ରୁ ୧୫ ତମ ସ୍ଥାନକୁ ଡେଇଁଛି । ପୂର୍ବରୁ ରାଜ୍ୟର ସ୍କୋର୍ ୫୧ ଥିବା ବେଳେ ଚଳିତ ରିପୋର୍ଟରେ ଏହା ୫୮କୁ ବଢ଼ିଛି । ଉତ୍ତରପ୍ରଦେଶ ଓ ସିକ୍କିମ ସହ ୩ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭିତରେ ଓଡ଼ିଶା ଥିଲେ ମଧ୍ୟ ଏହା ଦାରିଦ୍ର୍ୟ ଦୂରୀକରଣ, ଅନାହାର ଦୂରୀକରଣ, […]
ଭୁବନେଶ୍ୱର: ନନ୍ଦନକାନନରେ କଲରାପତରିଆ ବାଘ ବର୍ଷାର ମୃତ୍ୟୁ ଘଟିଛି। ଚିକିିିତ୍ସାଧୀନ ଅବସ୍ଥାରେ ଗତକାଲି ତାର ମୃତ୍ୟୁ ହୋଇଯାଇଛି । ବର୍ଷାର ଗର୍ଭାଶୟ ସମସ୍ୟା ଦେଖାଦେବାରୁ ଗତ ଜୁଲାଇରେ ତା’ର ଅସ୍ତ୍ରୋପଚାର ହୋଇଥିଲା। ଗତ ଅଗଷ୍ଟ ମାସରୁ ବର୍ଷାର ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନ ଥିଲା। ଗତକାଲି ସକାଳେ ବର୍ଷା ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ତାକୁ ପ୍ରାଣୀଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ତାକୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାର ମୃତ୍ୟୁ ଘଟିଛି। ସୂଚନାଥାଉ କି, ବର୍ଷାକୁ ଯେତେବେଳେ […]
ସୁନ୍ଦରଗଡ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ପ୍ରବଳ ଶୀତର ଲହରି ଜାରି ରହିଛି। କୋଇଡ଼ା, ଟେନ୍ସା, ଡେଙ୍ଗୁଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ବରଫ ପଡୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହି ଅଞ୍ଚଳ ପାହାଡିଆ ଏବଂ ଜଙ୍ଗଲିଆ ହୋଇଥିବାରୁ ବେଶି ଶୀତ ଅନୁଭୂତ ହେଉଛି। ଅନେକ ସ୍ଥାନରେ ବରଫ ପଡୁଥିବା ଦେଖିବାକୁ ମିଳିଛି। କୋଉଠି ଗାଡି ଉପରେ ତ ଆଉ କୋଉଠି ଘାସ ଉପରେ ବରଫର ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି। ବରଫପାତ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଧର୍ମେନ୍ଦ୍ର ଖାଇଲେ ନକୁଲଙ୍କ ମୁଢି। ତାଙ୍କ ପରି ଜଣେ ସାଧାରର ମୁଢି ବିକାଳିଠାରୁ କେନ୍ଦ୍ରମନ୍ତ୍ରୀ ଖାଇବେ, ଏହା କ’ଣ କମ୍ କଥା ! ଖୁସିରେ ଗଦ୍ଗଦ୍ ହୋଇ ଯାଇଛନ୍ତି ନକୁଳ। ବଲାଙ୍ଗୀର ରାଜେନ୍ଦ୍ର କଲେଜ ନିକଟରେ ମୁଢି ବିକୁଥିବା ନକୁଳ ଆଜି ପୁରା ଫେମସ୍। କାରଣ ଫେସ୍ବୁକ୍ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଫଟୋକୁ ଆଜି ଦେଖୁଛନ୍ତି ଲୋକ। ଲାଇକ୍ କରୁଛନ୍ତି। ଏ କ’ଣ କମ୍ ଖୁସିର କଥା ! ପ୍ରକୃତ କଥାଟା ଏମିତି। […]
ଭୁବନେଶ୍ୱର: ମାତୃତ୍ୱ ଲାଭ ନାରୀ ଜୀବନର ଏକ ମହାର୍ଘ ଅନୁଭବ। ହେଲେ ଅନେକ ସମୟରେ ଆମେ ଏହାର ବ୍ୟତିକ୍ରମ ଦେଖୁଛେ। ନିର୍ଦ୍ଧାରିତ ସମୟରେ ମହିଳାମାନେ ମାତୃତ୍ୱ ଲାଭରୁ ବଞ୍ଚିତ ହେଉଛନ୍ତି। ଏପରି ବ୍ୟତିକ୍ରମର ତ ଅନେକ କାରଣ ଥାଇପାରେ। ତେବେ ଅନେକ କାରଣ ଆମ ହାତ ପାଆନ୍ତାରେ ରହିଛି, ଯେଉଁ ଦିଗ ପ୍ରତି ଆମେ ସଚେତନ ହେଲେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା। ଆସନ୍ତୁ ଜାଣିବା କ’ଣ ସେହିସବୁ କାରଣ… ୧-ପ୍ଲାଷ୍ଟିକ ବିଷ ଆମ ଜୀବନର […]
ବିଦାୟର ଦ୍ୱାର ଦେଶରେ ୨୦୧୯। ନୂଆବର୍ଷ ୨୦୨୦ର ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି। ମନରେ ଅନେକ ଉତ୍କଣ୍ଠା। ୨୦୨୦କୁ ନେଇ ଶୁଭେଚ୍ଛା ବାର୍ତ୍ତା ଭାଇରାଲ ହେଲାଣି ଆଜିଠୁ। ତେବେ ନୂଆବର୍ଷ ଆସିବା ପୂର୍ବରୁ ଗୋଟିଏ ଜିନିଷ ପ୍ରତି ସାବଧାନ ହେବାକୁ ପଡ଼ିବ ଆପଣଙ୍କୁ। କେମିତି ଲେଖିବେ ୨୦୨୦ ? ସେଥିପାଇଁ ଆଜିଠୁ ଅଭ୍ୟାସ ବି କରନ୍ତୁ। ନଚେତ୍ ସାମାନ୍ୟ ଭୁଲ୍ରେ ଅସୁବିଧାରେ ପଡ଼ି ପାରନ୍ତି। ଆପଣ ପୂର୍ବରୁ କୌଣସି ତାରିଖ ଲେଖିବାବେଳେ ମସିହାକୁ ସଂକ୍ଷେପରେ ଲେଖିବାର ଅଭ୍ୟାସ […]
ନୂଆଦିଲ୍ଲୀ: ବୋହୂକୁ ଘରୁ ବାହାର କରିବା ଏଣିକି ଶ୍ୱଶୁର ଘର ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିବ। ମହିଳାଙ୍କୁ ସୁରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟ ଏମିତି ରାୟ ଶୁଣାଇଛନ୍ତି। ଯଦି କୌଣସି ମହିଳା ତା’ର ଶ୍ୱଶୁର ଘରେ ଘରୋଇ ହିଂସାର ଶିକାର ହୋଇ କେସ୍ ଲଢୁଥାନ୍ତି ତେବେ ତାଙ୍କୁ ଶ୍ୱଶୁର ଘର ଲୋକେ ଘରୁ ବାହାର କରିପାରିବେ ନାହିଁ। ସେ ଘରର ମାଲିକାନା ଯାହା ନାଁରେ ବି ଥାଉ ନା କାହଁକି, କେସ୍ ଚାଲିଥିବା ସମୟରେ ମହିଳା ଚାହିଁଲେ […]
ବୁଲନ୍ଦସହର: ବିବାଦୀୟ ନାଗରିକ ସଂଶୋଧନ ବିଲ ବିରୋଧରେ ପ୍ରଦର୍ଶିତ ହିଂସାରେ ଅନେକ ମୃତାହତ ହୋଇଛନ୍ତି। ଅନେକ କ୍ଷୟକ୍ଷତି ହୋଇଛି। ବିଶେଷକରି ଉତ୍ତରପ୍ରଦେଶରେ ବେଶି ହୋଇଛି। ଏହି କ୍ଷତିଭରଣା ପାଇଁ ଅଭିଯୁକ୍ତଙ୍କ ପାଖକୁ ନୋଟିସ ପଠାଯାଉଛି। ତେବେ ଏହି ଘଟଣାକୁ ନେଇ ଏକ ରୋଚକ ଖବର ନଜରକୁ ଆସିଛି। ଖବରଟି ଖାଲି ରୋଚକ ନୁହେଁ, ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ। ଘଟଣାଟି ଘଟିଛି ବୁଲନ୍ଦହରରେ। CAA ବିରୋଧୀ ଆନ୍ଦୋଳନରେ ଏଠିକାର ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ସମୟରେ […]
ଇସ୍ଲମାବାଦ: ହିନ୍ଦୁ ହୋଇଥିବାରୁ ଲେଗ୍ ସ୍ପିନର ଡାନିସ୍ କାନେରିଆଙ୍କୁ ପାକିସ୍ତାନ କ୍ରିକେଟ୍ ଟିମ୍ରେ ବିରୋଧ କରାଯାଉଥିଲା। ତାଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଥିଲା। ଏଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପାକିସ୍ତାନର ଅନ୍ୟତମ ବୋଲର ସୋଏବ୍ ଅଖତାର ଏ ବିଷୟରେ ମୁହଁ ଖୋଲିବା ପରେ ଏହି ଦେଶରେ ହିନ୍ଦୁଙ୍କ ସ୍ଥିତିର ଅସଲ ଚିତ୍ର ଜଣାପଡ଼ିଛି। ଏପରିକି ଖୋଦ୍ କାନେରିଆ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ‘ଗେମ୍ ଅନ୍ ହୈ’ ନାମକ ଏକ କାର୍ଯ୍ୟକ୍ରମରେ ଅଖତାର ପୂର୍ବରୁ କହିଥିଲେ, ପାକିସ୍ତାନ […]
ସୁନ୍ଦରଗଡ଼: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବାହା ହୋଇଥିଲେ। ହେଲେ ଗୋଟିଏ ଜୀବନ ବି ଜିଇଁବାକୁ ପସନ୍ଦ କଲେନି। ସୁପାରି କିଲର ଲଗାଇ ନିର୍ଦ୍ଦୟ ଭାବେ ସ୍ୱାମୀଙ୍କ ଗଳାକାଟି ହତ୍ୟା କଲେ। ପ୍ରେମିକ ବି ଏଥିରେ ସହାୟତାର ହାତ ବଢାଇଥିଲେ। ବଣାଇ ହତ୍ୟାକାଣ୍ଡର ପଛରେ ଲୁଚି ଥିବା ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି ପୋଲିସ। ଘଟଣା ଥିଲା ଗତ ୧୯ ତାରିଖର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ […]
ନବରଙ୍ଗପୁର: ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ହିଂସାକୁ ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ଏତଲା ହୋଇଥିବା ଜଣାପଡିଛି । ଥାନାରେ ନିଜ ତରଫରୁ ଏତଲା କରିଛି ନବରଙ୍ଗପୁର ପୋଲିସ। ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ରେ ମାମଲା ରୁଜୁ କରି ପୋଲିସ ଛାନଭିନ୍ ଆରମ୍ଭ କରିଛି ।ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ଦଫା ୧୨୦ (ଖ) ଏବଂ […]
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ରେଳ ଭଡ଼ା ବଢ଼ିବ। ଏପରି ସୂଚନା ଦେଇଛନ୍ତି ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ। ନିକଟରେ ମାଲ ଭଡ଼ା ବଢ଼ିଥିଲା। ଆଗାମୀ ଦିନରେ ଭଡ଼ା ବଢ଼ିବ। ତେବେ ବିଭିନ୍ନ ଦିଗ ଉପରେ ସମୀକ୍ଷା ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ ଗୁରୁବାର କହିଛନ୍ତି। ରେଲଓ୍ୱେ ଅଫିସ ମଧ୍ୟ ଏ ବାବଦରେ ମତ ରଖିବାକୁ ଯାଇ କହିଛି, ରେଳ ବିଭାଗର ଆର୍ଥିକ ସ୍ଥିତି ଭଲ ନାହିଁ। ଏହି ଆର୍ଥିକ […]
ଫିରୋଜାବାଦ: ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଦେଶରେ ସୃଷ୍ଟି ହୋଇଛି ଅଶାନ୍ତ ପରିସ୍ଥିତି। ଗତ ଏକ ସପ୍ତାହ ଧରି ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟ ବଢି ଚାଲିଛି। କେତେକ ରାଜ୍ୟରେ ଆଇନକୁ ଫେରାଇ ନେବା ଦାବି କରି ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଉଛି। ଆଇନକୁ ନେଇ ଉତ୍ତରପ୍ରଦେଶରେ ପରିସ୍ଥିତି ବେଶି ଅଶାନ୍ତ ହୋଇଛି। ଇତିମଧ୍ୟରେ ହିଂସାକାଣ୍ଡରେ ୧୯ ଜଣଙ୍କର ମୃତ୍ୟୁ ଘଟିଲାଣି। ଶତାଧିକ ଲୋକ ଆହତ ହେଲେଣି । ୨୮୮ ପୋଲିସ କର୍ମଚାରୀ ଆହତ […]
ଭୁବନେଶ୍ୱର: ଭାରତୀୟ କରାଟେ ଦଳରେ ସ୍ଥାନ ପାଇଛନ୍ତି ୧୪ ଓଡ଼ିଆ ଖେଳାଳି। ଏହି ୧୪ ଜଣ ଯାକ ଭୁବନେଶ୍ୱରସ୍ଥିତ ଭି.ଭି କରାଟେ ସ୍କୁଲରୁ କରାଟେକା ବୋଲି ଜଣା ପଡ଼ିଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ହାଇଦ୍ରାବାଦରେ ହେବାକୁ ଥିବା ସେବୁକାଇ ଆମନ୍ତ୍ରଣୀୟ ଆନ୍ତର୍ଜାତିକ କରାଟେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୯ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଆନ୍ତର୍ଜାତିକ କରାଟେ ଟୁର୍ଣ୍ଣାମେଣ୍ଟରେ ୪ଟି ଦେଶ ଭାଗ ନେବେ। […]
ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଗଲା ପରେ ପ୍ରଥମ ଥର ପାଇଁ ଆଜି କାରଗିଲ୍ରେ ମୋବାଇଲ ଇଣ୍ଟରନେଟ ସେବା ମିଳିଛି। ଆଜକୁ ୧୪୫ ଦିନ ତଳେ ଏହି ଇଲାକାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା। କାରଗିଲ ବ୍ୟତୀତ ଅନ୍ୟ ଜିଲ୍ଲାମାନଙ୍କରେ ଇଣ୍ଟରନେଟ ସେବା ଏ ଯାଏ ଆରମ୍ଭ ହୋଇନାହିଁ। ଏଠି କହିରଖିବୁ, ଭାରତ ସରକାରଙ୍କ ପକ୍ଷରୁ ଅଗଷ୍ଟ ୫ ତାରିଖରେ ଜମ୍ମୁକାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ […]
ତିରୁବନନ୍ତପୁରମ୍: ଇସ୍ରୋର ପୂର୍ବତନ ବୈଜ୍ଞାନିକ ଏସ୍ ନମ୍ବୀ ନାରାୟଣନ୍ଙ୍କୁ ୧.୩ କୋଟି ଟଙ୍କା ସହାୟତା ରାଶି ଦେବା ପାଇଁ କେରଳ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ତିରୁବନନ୍ତପୁରମ୍ ସବ୍କୋର୍ଟରେ ନାରାୟଣନ୍ଙ୍କ ନାମରେ ବେଆଇନ ଗିରଫଦାରୀ ବିରୋଧରେ ଯେଉଁ କେସ୍ ଚାଲିଥିଲା ସେହି ବାବଦ ଖର୍ଚ୍ଚ ପାଇଁ ସରକାର ଏହି ସହାୟତାରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠି କହିରଖିବୁ, ୧୯୯୪ରେ ମାଲଦୀପର ୨ ଗୁଇନ୍ଦା ଅଧିକାରୀଙ୍କ ବିରୋଧରେ ପ୍ରତିରକ୍ଷା ବିଭାଗ ସହ ସମ୍ପର୍କିତ ତଥ୍ୟ ବାହାରେ ଲିକ୍ […]
ଚଣ୍ଡୀଗଡ଼: ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ତିନୋଟି ଧାର୍ମିକ ସ୍ଥଳ ଖୋଲିବା ପରେ ଏବେ ପାକିସ୍ତାନ ଐତିହାସିକ ହିନ୍ଦୁ ମନ୍ଦିର ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛି। ପେଶୱାରରେ ଥିବା ‘ପଞ୍ଜ ତୀରଥ’ ମନ୍ଦିର ଆସନ୍ତା ମାସରେ ଅର୍ଥାତ୍ ନୂଆବର୍ଷରେ ଖୋଲିବାର ସମ୍ଭାବନା ରହିଛି। ହିନ୍ଦୁମାନଙ୍କ ପାଇଁ ଏହି ମନ୍ଦିର ଅତ୍ୟନ୍ତ ମହତ୍ୱ ରଖେ। ହିନ୍ଦୁମାନଙ୍କର ବିଶ୍ୱାସ ରହିଛି, ପାଣ୍ଡବମାନେ ନିର୍ବାସନ ସମୟ କାଟିବା ବେଳେ ଏହିସ୍ଥାନରେ ରହିଥିଲେ। ତେବେ ଦେଶ ବିଭାଜନ ପରଠାରୁ ଏହି ମନ୍ଦିରର ଦ୍ୱାର ବନ୍ଦ […]
କାନୁପୁର:ଦୀର୍ଘଦିନର ବ୍ୟବଧାନ ପରେ କାନପୁର ବକରଗଞ୍ଜର ଖାନ୍ ପରିବାରରେ ହେଉଥିଲା ବିବାହ ଉତ୍ସବ। ୨୫ ବର୍ଷ ବୟସ୍କ ଜୀନତ ବିବାହ କରୁଥିଲେ ପ୍ରତାପଗଡର ହସନାନି ଫରୁକୀଙ୍କ ସହିତ। ଦୁଇ ପରିବାରରେ ଥିଲା ଖୁସିର ମାହୋଲ। ହେଲେ ସକାଳୁ ସକାଳୁ ନିଜେ ବର ଫୋନ କରି କହିଲେ, ସେ ବରଯାତ୍ରୀ ନେଇ ଯାଇ ପାରିବେ ନାହିଁ। କାରଣ ସିଏଏକୁ ନେଇ ସାରା ସହରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା। ସେହିଦିନ ସକାଳେ ସିଏଏକୁ ବିରୋଧ କରିବା ବେଳେ ଦୁଇ ଜଣଙ୍କର […]
ନୂଆଦିଲ୍ଲୀ:ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି କ୍ୟାମ୍ପସରେ ହେଉଥିବା ହିଂସା ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ହିଂସାର ନେତୃତ୍ୱକୁ ନେଇ ସମାଲୋଚନା କରିଛନ୍ତି । ଆର୍ମିଚିଫଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇ ଗଲାଣି। ସେନା ମୁଖ୍ୟଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂ ଏବଂ ଏଆଇଏମ୍ଆଇଏମ୍ର ଅସଦୁଦ୍ଦିନ ଓୱେସୀ। ରାଓତଙ୍କୁ ଟାର୍ଗେଟ କରି ଉଭୟେ ଟ୍ୱିଟ୍ କରିଛନ୍ତି। ଦିଗ୍ବିଜୟ ସାଂପ୍ରଦାୟିକ ହିଂସାକୁ ନେଇ ପ୍ରଶ୍ନ […]
ନୂଆଦିଲ୍ଲୀ:ବଡବଡ ନେତାମାନଙ୍କୁ ଆଜିକାଲି ସୋଶାଲ ମିଡିଆରେ ବେଶ ଆକ୍ଟିଭ୍ ଥିବା ଦେଖିବାକୁ ମିଳୁଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏଥିରୁ ବାଦ୍ ଯାଇନାହାନ୍ତି। ଏଥର ସୋଶାଲ ମିଡିଆରେ ପ୍ରଶ୍ନର ଉତ୍ତର ଦେଇ ୟୁଜର୍ସଙ୍କ ହୃଦୟ ଜିତି ଯାଇଛନ୍ତି। ଏଥର ସୋଶାଲ ମିଡିଆରେ ଜଣେ ୟୁଜର୍ସ ମୋଦିଙ୍କ ସୂର୍ଯ୍ୟଗ୍ରହଣ ଦେଖୁଥିବା ଦୃଶ୍ୟକୁ ଶେୟାର କରି ଏହା ଉପରେ ମିମ୍ ତିଆରି କରିପାରିବେ କି ବୋଲି ପଚାରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ୟୁଜର୍ସଙ୍କ ଏହି ପ୍ରଶ୍ନର ଉତ୍ତର ବେଶ ମଜାଳିଆ […]
କୋଲକାତା: ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ତଥା ଜମିୟତ-ଉଲମା-ଏ-ହିନ୍ଦର ଅଧ୍ୟକ୍ଷ ସିଦ୍ଦିକଉଲ୍ଲା ଚୌଧୁରୀଙ୍କୁ ବାଂଲାଦେଶ ଭିସା ଦେବା କି ନାହିଁ ସ୍ପଷ୍ଟ କରିନି। ତେଣୁ ଆଜି ମମତା ସରକାରଙ୍କ ଏହି ମନ୍ତ୍ରୀ ଜଣଙ୍କ ତାଙ୍କ ବାଂଲାଦେଶ ବିମାନ ଟିକେଟ ବାତିଲ୍ କରିବେ ବୋଲି କହିଛନ୍ତି। ସିଦ୍ଦିକିଉଲ୍ଲା କହିଛନ୍ତି, ‘ମୁଁ ଡିସେମ୍ୱର ୨୬ରୁ ୩୧ ବାଂଲାଦେଶ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥାନ୍ତି। ଏଥିପାଇଁ ନିମନ୍ତ୍ରଣ ରହିଛି। କାର୍ଯ୍ୟକ୍ରମରେ ଯୋଗଦେବା ପରେ ବ୍ୟକ୍ତିଗତ କାମ ରହିଛି। ଏଥିପାଇଁ ମୁଁ ଡିସେମ୍ୱର […]
ନୂଆଦିଲ୍ଲୀ:ଗତକିଛି ଦିନ ହେଲେ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଗତ ୧୦ ଦିନ ମଧ୍ୟରେ ଥଣ୍ଡା ଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏଭଳି ପାଗ ଆଉ କିଛି ଦିନ ଜାରି ରହିବ। ଥଣ୍ଡାକୁ ଦେଖି ଦିଲ୍ଲୀବାସୀଙ୍କୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିବେଦନ କରିଛନ୍ତି। ସବୁଠାରୁ ମଜାକଥା ହେଉଛି, କେଜ୍ରିୱାଲ ଏକ ଟ୍ୱିଟ୍ର ଉତ୍ତର ଦେଇ ଏପରି ନିବେଦନ କରିଛନ୍ତି ଯେଉଁ ଟ୍ୱିଟରରେ ମଫଲରଙ୍କୁ ନେଇ […]
ଆୟର୍ଲାଣ୍ଡ:ଆୟର୍ଲାଣ୍ଡର ଡବଲିନ୍ରେ ଏକ ହୃଦୟସ୍ପର୍ଶୀ ଘଟଣା ଘଟିଯାଇଛି। ଛୋଟ ପିଲାଟିଏ ବାପାଙ୍କ ସହ ଯାଇଥିଲା ଚିଡ଼ିଆଖାନା ବୁଲିବା ପାଇଁ। ହଠାତ୍ ବାଘଟିଏ ଝାମ୍ପି ପଡିଲା ଶିଶୁ ଉପରକୁ। ଆଉ ତା‘ ପରେ… ପୂରା ଘଟଣା ଥିଲା ଏମିତି। ୭ ବର୍ଷର ପିଲାଟିଏ। ବାପାଙ୍କ ସହ ଯାଇଥିଲା ଚିଡ଼ିଆଘର ବୁଲିବାକୁ । କେତେ ପ୍ରକାରର ଜୀବଜନ୍ତୁ ଦେଖିବ। ସେଠାରେ ବାଘ ଦେଖି ପିଲାଟି ଖୁବ୍ ଖୁସି ହୋଇଯାଇଥିଲା। ବାଘ ସହ ଫଟୋ ଉଠାଇବ ବୋଲି ପୋଜ ଦେଉଥିଲା। ପିଲାଟିର […]