• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

pushyaviseka
ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ଆଜି ପୌଷ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ  ମହାପଭ୍ରୁଙ୍କର ହୋଇଛି ଅନନ୍ୟ ପୂଷ୍ୟାଭିଷେକ ନୀତି ।  ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିଛି। ଡ. ନରେଶଚନ୍ଦ୍ର ଦାଶଙ୍କ କହିବା ଅନୁଯାୟୀ,  ଶାସ୍ତ୍ର ଅନୁସାରେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ଯିବା ପରେ ଅଯୋଧ୍ୟା […]

SupremeCourt
ଜମ୍ମୁ-କାଶ୍ମୀର କଟକଣା ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ; ସପ୍ତାହକ ମଧ୍ୟରେ ସମୀକ୍ଷା କରାଯାଉ

ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଏ ନେଇ ସୁପ୍ରିମ୍‌କୋର୍ଟରେ ଦାଖଲ ଏକ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ଜଷ୍ଟିସ୍‌ ଏନବି ରମଣା, ଜଷ୍ଟିସ ସୁଭାସ ରେଡ୍ଡି ଏବଂ ଜଷ୍ଟିସ ବିଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଡ଼ ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ରମଣା ରାୟ ଶୁଣାଇବାବେଳେ କାଶ୍ମୀରର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି, ବହୁତ ହିଂସା ଦେଖିଲାଣି କାଶ୍ମୀର । […]

suna-dara
୨ ଦିନ ପରେ ଖସିଲା ସୁନାଦର

ନୂଆଦିଲ୍ଲୀ: ଆମରିକା ଉପରେ ଇରାନର ଆକ୍ରମଣ ପରେ ସୁନା ଦର ରେକର୍ଡ ଭାଙ୍ଗିଥିଲା।  ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଏଠାରେ ଥିଲା ୪୨ ହଜାର ୧୨୦ଟଙ୍କା । ତେବେ ୨ ଦିନ ଧରି କ୍ରମାଗତ ଭାବେ ବଢୁଥିବା ସୁନାଦର ଆଜି ତଳମୁହାଁ ହୋଇଛି। ସେହିପରି କୋଲକତା, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା ଦର ୪୧ହଜାର ଟଙ୍କା ପାର୍‌ ହୋଇଯାଇଥିଲା। […]

chhatar yatra
ଛତରଯାତ୍ରାରେ ବଳି ପଡ଼ିଲେ ଦାୟୀ ରହିବେ ଜିଲ୍ଲାପାଳ ଓ ଏସ୍‌ପି

ଭବାନୀପାଟଣା: ଛତର ଯାତ୍ରାରେ ବନ୍ଦ ହେବ ବଳି। ଯଦି ହୁଏ ତେବେ ଜିଲ୍ଲାପାଳ ଓ ଏସ୍‌ପି ଏଥିପାଇଁ ଦାୟୀ ରହିବେ। ବଳିକୁ ନେଇ ଏପରି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଗତକାଲି କୋର୍ଟ କହିଛନ୍ତି, ବଳି ବନ୍ଦ ପାଇଁ ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିସହିତ  ବଳି ସ୍ଥଳ ଏବଂ ରାସ୍ତା […]

sana-negi
ସାନ ନେଗୀକୁ ଭୁବନେଶ୍ୱରରୁ ଉଠାଇ ନେଲା ବଲାଙ୍ଗୀର ପୁଲିସ

ଭୁବନେଶ୍ୱର: ଧରାପଡ଼ିଲା କଫ୍ ସିରପ୍ କାରବାରର ମାଷ୍ଟରମାଇଣ୍ଡ୍ । ପଶ୍ଚିମ ଓଡ଼ିଶାରେ କଫ୍ ସିରଫ କାରବାରର ମୁଖ୍ୟ ସାନ ନେଗୀକୁ ଭୁବନେଶ୍ୱରରୁ ଉଠାଇ ନେଇଛି ବଲାଙ୍ଗିର ପୁଲିସ। ନେଗୀର ୨ ସହଯୋଗୀ ଅଜିତ ନନ୍ଦ ଓ ଫାରୁଖ ଖାନ୍ ମଧ୍ୟ ଧରା ପଡିଛନ୍ତି । ସମସ୍ତ ୩ ଜଣଙ୍କୁ ନେଇ ଛାନଭିନ୍ ଚଳାଇଛି ପୁଲିସ। ଗତ ନଭେମ୍ବର ୨୮ରେ ବଲାଙ୍ଗିରର ପୁଇଁତଲା ପୋଲିସ ଏକ ପିକ୍ଅଫ୍ ଭ୍ୟାନରୁ ୧୦ ହଜାର ବୋତଲ କଫ୍ ସିରପ୍ ଜବତ କରିଥିଲା […]

lunar
କାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ  ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ।  ଚଳିତ ବର୍ଷ ମୋଟ୍‌ […]

CAA TEAM
କାଶ୍ମୀରରେ ପହଞ୍ଚିଲେ ୧୭ ଦେଶର ରାଷ୍ଟ୍ରଦୂତ, ସ୍ଥିତି ପରଖିବେ

ଶ୍ରୀନଗର:କାଶ୍ମୀର ସ୍ଥିତି ପରଖିବେ ୧୭ ଦେଶର ରାଷ୍ଟ୍ରଦୂତ। ଆମେରିକା ସମେତ ୧୭ ରାଜ୍ୟର ରାଷ୍ଟ୍ରଦୂତମାନେ ଦୁଇଦିନିଆ ଗସ୍ତରେ ଆସି ଆଜି କାଶ୍ମୀରରେ ପହଞ୍ଚିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାକାର ସ୍ଥିତି କେମିତି ଅଛି ତାହା ଜାଣିବା ପାଇଁ ଏହି ଦଳ ଆସୁଛନ୍ତି। ତେବେ ଏହି ଟିମ୍‌ରେ ୟୁରୋପିଆନ ୟୁନିୟନର ପ୍ରତିନିଧି ଆସିବାକୁ ମନା କରି ଦେଇଛନ୍ତି। ଏହି ୧୭ଟି ଦେଶର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଅଛନ୍ତି ଆମେରିକା, ଭିଏତନାମ, ଦକ୍ଷିଣ କୋରିଆ, ବ୍ରାଜିଲ, ଉଜବେକିସ୍ତାନ, ନାଇଜର,  […]

download
ଦେଶ କଠିନ ସମୟ ଦେଇ ଗତି କରୁଛି-CAAକୁ ନେଇ ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଦେଶରେ ବିରୋଧଭାସ ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଦେଶ ଏକ କଠିନ ସମୟ ଦେଇ ଗତି କରୁଛି। ଶାନ୍ତି ପାଇଁ ପ୍ରୟାସ ଜାରି ରହିବା ଉଚିତ ବୋଲି କହିଛନ୍ତି  ସିଜେଆଇ (CJI ) ଏସ.ଏ.ବୋବଡେ । ବରିଷ୍ଠ ଆଇନଜୀବୀ ବିନୀତ ଧଣ୍ଡା ସିଏଏକୁ ସାମ୍ବିଧାନିକ ଘୋଷଣା କରିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ। ଏଥିସହ ଏହାକୁ ବିରୋଧ କରୁଥିବା ସ୍ୱେଚ୍ଛାସେବୀ, ସଂଗଠନ ଓ ରାଜ୍ୟ ସମେତ ସିଏଏକୁ ନେଇ […]

murder
ବାଲି ଖାଦାନରୁ ମିଳିଲା ଯୁବକଙ୍କ ମୃତ ଦେହ

ବାରିପଦା: ବାଲି ଖାଦାନକୁ ନେଇ ଯୁବକଙ୍କୁ ହତ୍ୟା ! ଘଟଣା ଘଟିଛି ମୟୂରଭଂଜ ରାସଗୋବିନ୍ଦପୁର ଥାନା ମୁଷାମାରି ଗାଁରେ।  ଆଜି ସକାଳୁ  ଗାଁ ମୁଣ୍ଡରେ ଥିବା ଏକ ବାଲିଗଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ଗାଁରେ ଉତ୍ତେଜନା ଦେଖା ଦେଇଛି। ମୃତଦେହକୁ ରାସ୍ତା ଉପରେ ରଖି ଗାଁ ଲୋକେ ପ୍ରତିବାଦ କରିଥିଲେ। ମୃତକଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି । ଖବର ପାଇ ସ୍ଥାନୀୟ ଅତିରିକ୍ତ […]

fire
ପେପର ଗୋଦାମ ଓ ହସ୍‌ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ପତପରଗଞ୍ଜରେ ଥିବା ଏକ ପେପର ଗୋଦାମରେ ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ସମୟ ପରେ ନୋଏଡାରେ ଥିବା ଇଏସ୍‌ଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଛି। ହସ୍‌ପିଟାଲର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା କର୍ତ୍ତୃପକ୍ଷ କିମ୍ବା ଅଗ୍ନିଶମ ବିଭାଗ ପକ୍ଷରୁ ମିଳି ନ ଥିଲେ ହେଁ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। […]

iran
ଟାର୍ଗେଟରେ ଆମେରିକା: ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ କଲା ଇରାନ

ବଗଦାଦ୍‌:ଆମରିକା-ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିନି। ଆମରିକା ଆକ୍ରମଣରେ ଇରାନ୍‌ କ୍ଷେତ୍ରୀୟ ସୁରକ୍ଷା ବ୍ୟବସ୍ଥାର ଆର୍କିଟେକ୍ଟ ଜେନରାଲ କାସିମ୍‌ ସୁଲେମାନିଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିବା ପରେ ପ୍ରତିଶୋଧପରାୟଣ ହୋଇଉଠିଛି ଇରାନ୍‌ । ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ଇରାନ୍‌ ଇରାକ୍‌ରେ ଥିବା ଆମେରିକାର ଏୟାର ବେସ୍‌ ଉପରେ ଆକ୍ରମଣ କରିଥିଲା। ଇରାନ ପକ୍ଷରୁ ୨୨ରୁ ଅଧିକ ମିସାଇଲ ମାଡ଼  ହୋଇଥିଲା। ସେତିକିରେ ଚୁପ୍‌ ବସିନି ଇରାନ। ପୁଣି ଆମେରିକାକୁ ଟାର୍ଗେଟ କରିଛି। […]

joy panda
CAA ଏକ ଆଇନ, ଯାହା ଲୋକଙ୍କୁ ନାଗରିକତା ଦେବ, ନେବନି-ବୈଜୟନ୍ତ

ବେଙ୍ଗାଲୁର: ବେଙ୍ଗାଲୁରର ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ସେ ଅଭିଯୋଗ କରିଛନ୍ତି, କଂଗ୍ରେସ CAAକୁ ନେଇ ଲୋକଙ୍କୁ ଭ୍ରମିତ କରୁଛି। ସେ କହିଛନ୍ତି, CAA ହେଉଛି ଲୋକଙ୍କୁ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ ଏକ ଆଇନ। ନାଗରିକତା ନେବା ପାଇଁ ଆଇନ ନୁହେଁ । ଏହି ଅବସରରେ ସେ CAA ନେଇ ମହାତ୍ମା ଗାନ୍ଧିଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ସ୍ଥାନୀୟ ବିଧାୟକ ବୈଜୟନ୍ତ […]

elephant-1
ତୀର ମାଡ଼ରେ ମାଈହାତୀ ମୃତ

ରାଉରକେଲା: ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ହାତୀଟିକୁ ତୀରମାରି ହତ୍ୟା କରାଯାଇଥିବା ଜଣାଯାଇଛି। ହାତୀ ଶରୀରର ବିଭିନ୍ନ ସ୍ଥାନରେ ତୀର ମାଡ଼ ହେବାର ଚିହ୍ନ ରହିଛି।  ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନାଥାଉ କି, ଦୁଇ ଦିନ ତଳେ ଏହି ସ୍ଥାନରୁ ୨ କମି ଦୂର ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ […]

rape
ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା:ରାଉରକେଲାରେ ଜଣେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳିକାଙ୍କୁ ମୁମୂର୍ଷୂ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦ ନମ୍ବର ସେକ୍ଟରରେ ରହୁଥିବା ଏହି ନାବାଳିକା ଶନିବାର ପମ୍ପ ହାଉସ ନିକଟରେ ଥିବା ଜଣଙ୍କ ଘରକୁ ଟିଉସନ ପାଇଁ ଯାଇଥିଲେ । ହେଲେ ଟିଉସନ୍‌ ସରିବା ପରେ ସେ ଆଉ ରାତିରେ ଘରକୁ ଫେରିନଥିଲେ । ବାପା ମା’ ରାତିରେ ଖୋଜାଖୋଜି କରି […]

ALERT
ଆମେରିକା-ଇରାନ୍‌ ଫାଇଟ୍‌: ସତର୍କ ସୂଚନା ଜାରି କଲା ଭାରତ

ନୂଆଦିଲ୍ଲୀ: ଇରାନ୍‌-ଆମେରିକା ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପାଇଁ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଚରମ ସୀମାରେ ପହଞ୍ଚିଛି। ଆଉ ଏହାକୁ ନଜରରେ ରଖି ଭାରତ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଇରାକ, ଇରାନ ଓ ଗଲ୍ଫ ଦେଶଗୁଡ଼ିକର ଆକାଶରେ ବିମାନ ଉଡ଼ାଣ ବନ୍ଦ କରିଛି ଭାରତ। ଏନେଇ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସହ ଆଲୋଚନା ହୋଇଛି। ଏବଂ ସେମାନଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେସାମରିକ ବିମାନ ଚଳାଚଳ ବିଭାଗ ଡିଜି କହିଛନ୍ତି। ଏଥିସହିତ ଅତି […]

accident
ରାସ୍ତାରେ ଯାଉଥିଲେ, ଚାପିଦେଲା ଟ୍ରାକ୍ଟର

ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁର ଥାନା ଖର୍ଲିଙ୍ଗ ନିକଟରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୃ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିକଲା ଗାଁର ର ଭାଗିରଥି ଉଲାକା। ଭାଗିରଥି ବୁଧବାର ଗୋଟିଏ ଖଳାରେ କାମ ସାରି ଅନ୍ୟ ଏକ ଖଳାକୁ ଯାଉଥିଲେ। ହଠାତ୍‌ ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡିଲା। ଭାଗିରଥି କିଛି ଭାବିବା ପୂର୍ବରୁ ଟ୍ରାକ୍ଟର ତଳେ ଚାପି ହୋଇଗଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଗୁଣପୁର ଉପଖଣ୍ଡ […]

crash
ଇରାନ୍‌ରେ ବିମାନ ଦୁର୍ଘଟଣା: ସମସ୍ତ ଯାତ୍ରୀ ମୃତ

ତେହରାନ୍‌:୧୮୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୟୁକ୍ରେନ୍‌ର ଏକ ବିମାନ ତେହରାନ ଏୟାରପୋର୍ଟ ନିକଟରେ  ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ କରୁଥିବା ଇରାନ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନଟି ଉଡ଼ାଣ ଭରିବା କ୍ଷଣି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଖବର ଅନୁସାରେ, ବିମାନଟି ଇମାମ୍ ଖମନେଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ୟୁକ୍ରେନର ୭୩-୮୦୦ ବିମାନ ଆଜି ସକାଳୁ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ […]

fish
ଲୋକେ ଚାହିଁଥିଲେ, ରାସ୍ତାରେ ଛଟପଟ ହେଉଥିଲେ ରୋହି, ଭାକୁର

ରାଉରକେଲା:ଭାରତବନ୍ଦର ପ୍ରଭାବ ଆଜି ରାଉରକେଲାରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ବାହାରିବା ସହ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବିଶ୍ରା ଛକରେ ମଧ୍ୟ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ବଙ୍ଗମୁଣ୍ଡାରୁ ପାନ୍‌ପୋଷ ଯାଉଥିବା ଏକ ମାଛ ବୋଝେଇ ପିକ୍ ଅପ୍ ଭ୍ୟାନ୍ ସେଠାରେ ଓଲଟି ପଡ଼ିଥିଲା। ଏଥିରେ ଜିଅନ୍ତା ମାଛ ବୋଝେଇ ହୋଇଥିଲେ। ପିକ୍ ଅପ୍ ଭ୍ୟାନ୍‌ଟି ଓଲଟି ପଡ଼ିବା ପରେ ମାଛ ଗୁଡ଼ିକ ରାସ୍ତାରେ ବିଛେଇ […]

Untitled-1
୧୮୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଇରାନ୍‌ରେ ଦୁର୍ଘଟଣାଗ୍ରସ୍ତ

ତେହରାନ: ତେହରାନ ଏୟାରପୋର୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୧୮୦ ଜଣ ଯାତ୍ରୀ ତଥା କ୍ରୁ ସଦସ୍ୟ ଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଆମେରିକା ସେନା ବେସ୍‌ ଉପରେ ଆଜି ସକାଳୁ ଇରାନ୍‌ ପକ୍ଷରୁ ମିସାଇଲ ଆକ୍ରମଣ କରାଯାଇଥିଲା। ଏହାର କିଛି ସମୟ ପରେ ୟୁକ୍ରେନ୍‌ ଇଣ୍ଟରନ୍ୟାସ୍‌ନାଲ୍ ଏୟାରଲାଇନ୍ସର ବୋଇଂ ୭୩୭ ବିମାନଟି  ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଇମାମ୍ ଖୁମୈନୀ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ […]