କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଇଲେକ୍ଟ୍ରୋନିକ୍ସ ଗୋଦମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉପର ମହଲାର ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ଉଠିଥିବାବେଳେ ପ୍ରଥମେ ନିଆଁକୁ ଦେଖି ଅନ୍ୟମାନଙ୍କୁ ଉଠାଇଥିଲେ। ପରେ ଦମକାଳ ବାହିନୀକୁ ଖବର ଦିଆଯାଇଥିଲା। ୩ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ […]
ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ୨୦ ତାରିଖରୁ ଏହି ବିମାନ ସେବା ଉପଲବ୍ଧ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ହେଲେ ଯାତ୍ରୀମାନଙ୍କୁ ଏପରି ସୁବିଧା ଯୋଗାଇ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ଖେଳ। ବିମାନ ଚଳାଚଳର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଲାଗିଛି। ଭୁବନେଶ୍ୱରରୁ ସିଧାସଳଖ ସୁରତ୍ ବିମାନ ଚଳାଚଳ […]
ପୁରୀ: ଆଜି ନେତାଜୀ ଜୟନ୍ତୀ । ସାରା ଦେଶରେ ପାଳନ ହେଉଛି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏଥିପାଇଁ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଜୟନ୍ତୀ ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଂଗ୍ରହାଳୟକୁ ସୁନ୍ଦର ଭାବେ ସଜାଯାଇଛି।ନେତାଜୀଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟରେ ଯୋଡି ହୋଇଛି ସୁବାଷ ବୋଷଙ୍କ ସମ୍ପର୍କିତ ୨ଟି ବିରଳ ଫଟୋ। ମ୍ୟୁଜିୟମ […]
ରାୟଗଡ଼ା: ଗୁଣୁପୁର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା। ଗତକାଲି ରାତି ୯ଟାରେ ଘଟିଛି ଏହି ଦୁର୍ଘଟଣ। ଇଞ୍ଜିନ୍ ବଦଳାଇବାକୁ ଯାଉଥିବାବେଳେ ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଡେଡ୍ ଲାଇନକୁ ଧକ୍କା ଦେଇଥିଲା। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ଗତକାଲି ପୁରୀରୁ ଗୁଣପୁର ଆସୁଥିଲାବେଳେ ଗୁଣପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେଶନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍ଟି ଇଞ୍ଜିନ୍ ବଦଳାଇବା ନିମନ୍ତେ ଡେଡ୍ ଲାଇନ୍ ନିକଟକୁ ଯାଇଥିଲା। ମାତ୍ର ସେଠାରେ ତାହା ଡେଡ୍ଲାଇନ୍କୁ ଧକ୍କା ଦେଇଥିଲା। ଫଳରେ […]
ଭୁବନେଶ୍ୱର: ଭୁବନେଶ୍ୱରର ୟଶ ମିଶ୍ରଙ୍କୁ ମିଳିଛି ଚଳିତ ବର୍ଷର ବାଲ ଶକ୍ତି ପୁରସ୍କାର। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ୟଶ ନାସାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହାସହ ମାଥମେଟିକ୍ସ ଜିନିୟସ୍ ଆୱାର୍ଡରେ ପୂର୍ବରୁ ସମ୍ମାନିତ ହୋଇଛନ୍ତି। ଶିକ୍ଷା କ୍ଷେତ୍ରରେ ଉକର୍ଷତା ପାଇଁ ଆଜି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ତାଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରିଛନ୍ତି । ଦେଶର […]
ଭୁବେନଶ୍ୱର: ଦିଲ୍ଲୀ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ମୋଟ୍ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଆ ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ପ୍ରଭୁ ଲିଙ୍ଗରାଜ ମନ୍ଦିର ସହ ଗଭୀର ସଂପର୍କ ରଖୁଥିବା ଅଶୋକାଷ୍ଟମୀର ରୁକୁଣା ରଥର ପ୍ରତିକୃତି । ଏହି ରଥ ଉପରେ ୮ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ […]
ଜବଲପୁର: ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ସବୁଠାରୁ ବଡ ତୋପ କୁହାଯାଉଥିବା ‘ସାରଙ୍ଗ’ର ସଫଳ ପରୀକ୍ଷଣ ହୋଇଯାଇଛି। ପାକିସ୍ତାନକୁ ମୁକାବିଲା କରିବାପାଇଁ ଏହା ଭାରତୀୟ ସେନାକୁ ଏହା ବେଶ ସାହାଯ୍ୟ କରିବ। ଏହି ତୋପ ପାକ୍ ଅଧିକୃତ କାଶ୍ମୀରର ୪୦ରୁ ୫୦ କିମି ଭିତରକୁ ଲକ୍ଷ୍ୟଭେଦ କରିପାରିବ। କାନ୍ପୁରସ୍ଥିତ ଆର୍ଡନେନ୍ସ ଫ୍ୟାକ୍ଟି ଦ୍ୱାରା ନିର୍ମିତ ୧୫୫ ଏମଏମର ଏହି ତୋପ ମଧ୍ୟ ପ୍ରଦେଶ ଜବଲପୁର ସ୍ଥିତ ଖମରିଆ ରେଞ୍ଜରେ ସଫଳ ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ଅଶୋକ ଚୌହ୍ୱାନଙ୍କ ବୟାନର କଡା ଜବାବ ଦେଇଛି ବିଜେପି । କଂଗ୍ରେସକୁ ମୁସ୍ଲିମ୍ ଲିଗ୍ କଂଗ୍ରେସ ନାମ ଦେଇ ବିଜେପି କହିଛି, ଅଶୋକ ଚୌହ୍ୱାନଙ୍କ ବୟାନରୁ କଂଗ୍ରେସର ପୋଲ୍ ଖୋଲି ଯାଇଛି। ସେମାନେ ହିନ୍ଦୁଙ୍କୁ ଅପମାନିତ କରିଛନ୍ତି। AIMIM ମୁଖ୍ୟ ଅସଦୁଦ୍ଦିନ ଓବେସୀଙ୍କୁ କଟାକ୍ଷ କରି ବିଜେପି ନେତା ସନ୍ଦିପ ପାତ୍ର କହିଛନ୍ତି, ସେ ଜିନ୍ନା ହେବାର ସ୍ୱପ୍ନ ଦେଖୁଛନ୍ତି। ସମ୍ବିତ୍ ପାତ୍ର କହିଛନ୍ତି, କଂଗ୍ରେସ ହିନ୍ଦୁଙ୍କର ଅପମାନ କରିଛନ୍ତି। ସେ କହିଛନ୍ତି, […]
ନୂଆଦିଲ୍ଲୀ:ଆମାଜନ୍ର ସିଇଓ ଜେଫ ବୋଜୋସ୍ (Jeff Bezos) ଙ୍କ ମୋବାଇଲ ଫୋନ ହ୍ୟାକ୍ ହୋଇଥିଲା ୨୦୧୮ରେ। ତାଙ୍କ ମୋବାଇଲକୁ ହ୍ୱାଟ୍ସଅପରେ ଏକ ମେସେଜ ଆସିଥିଲା। ଏହି ମ୍ୟାସେଜ ଆସିବା ପରେ ମୋବାଇଲ ହ୍ୟାକ୍ ହୋଇଯାଇଥିଲା। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା, ଏହି ହ୍ୱାଟ୍ସ ଅପ୍ ମେସେଜ ଆସିଥିଲା ସାଉଦୀ ଆରବ କ୍ରାଉନ୍ ପ୍ରିନ୍ସଙ୍କ ପର୍ସନାଲ ଆକାଉଣ୍ଟରୁ। କୁହାଯାଉଛି, ଏହି ମେସେଜରେ ଏକ ମାଲେସିୟସ କରପ୍ଟ ଫାଇଲ୍ ସାମିଲ୍ ଥିଲା ଯଦ୍ଦ୍ୱାରା ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତିଙ୍କ […]
ନୂଆଦିଲ୍ଲ:ଦୁବାଇରେ ରହୁଥିବା ଜଣେ ଭାରତୀୟ ରାତାରାତି ପାଲଟି ଯାଇଛନ୍ତି ଲକ୍ଷପତି। ବେପାର କି ବଣିଜ କରି ନୁହେଁ, ଗୋଟିଏ ଲଟେରୀ ଟିକଟ ତାଙ୍କ ଭାଗ୍ୟକୁ ଚମକାଇ ଦେଇଛି। ଭାରତୀୟ ଜଣକ ଦୁବାଇରେ ଦୋକାନ କରିଥିଲେ। ଲଟେରୀରେ ଜିତିଛନ୍ତି ଦୁଇ ଲକ୍ଷ (୫୪, ୪୫୨ ଡଲାର)। ସେ ଗତ ୧୦ ବର୍ଷ ହାଲା ରେଫଲରୁ ଲଟେରୀ ଟିକଟ କିଣୁଥିଲେ। ସେଠିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶ୍ରୀଜିତ ଦୁବାଇ ସପିଂ ଫେଷ୍ଟିଭଲର ୨୫ତମ ସଂସ୍କରଣ ଅବସରରେ ଏକ ଲଟେରୀ ଟିକଟ […]
ଭୁବନେଶ୍ୱର: କଂଗ୍ରେସ ଭବନକୁ ବାଉନସର ପଠାଇବା ବୟାନରୁ ନିଜ ସ୍ୱର ବଦଳାଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। କଂଗ୍ରେସକୁ ବଦନାମ୍ କରିବାକୁ ଏପରି କରାଯାଇଛି । ବିଜେପି, ବିଜେଡି କେହି ବି ଏହା କରିଥାଇପାରନ୍ତି। ଏପରି କିଛି ଢଙ୍ଗରେ ବିରୋଧୀ ଦଳକୁ ଟାଗେର୍ଟ କରିଛନ୍ତି ସୁର ରାଉତରାୟ। କଂଗ୍ରେସ ଭବନକୁ ବାଉନସର୍ କେହି ଆଣି ନାହାନ୍ତି । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହଳା କଂଗ୍ରେସ କିମ୍ବା ନିରଞ୍ଜନ ପଟ୍ଟନାୟକ କେହି ବି ବାଉନ୍ସର ଆଣିନାହାନ୍ତି। […]
ସୁରତ: ଗୁଜରାଟର ସୁରଟରେ ଘଟିଛି ଏକ ଅଜବ ଘଟଣା । ଦୁଇ ପରିବାର ମଧ୍ୟରେ ପୁଅ-ଝିଅଙ୍କ ବାହାଘରକୁ ନେଇ ଚାଲିଥିଲା ଆଲୋଚନା । ଦୀର୍ଘଦିନ ଆଲୋଚନା ହେବା ପରେ ଶେଷରେ ନିର୍ବନ୍ଧ ଓ ବାହାଘର ତାରିଖ ସ୍ଥିର ହେଲା। ହେଲେ ପୁଅ ଝିଅଙ୍କ ବାହାଘର ପୂର୍ବରୁ ଯାହା ଘଟିଲା ତା’ହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବାହାଘର ପୂର୍ବରୁ ପୁଅର ବାପା ଝିଅର ମା’କୁ ନେଇ ଫେରାର୍ ହୋଇଯାଇଛନ୍ତି। କଥା ହେଲା, କଲେଜରେ ପାଠ ପଢ଼ୁଥିବା ବେଳେ ଦୁଇ […]
ବରେଲି: ଉତ୍ତରପ୍ରଦେଶ ଶାହଜହାଁପୁର ବେଲା ଗ୍ରାମର ପବନ କୁମାର ତାଙ୍କର ଦୁଇ ଭଣଜା ଶୁଭ (୪ବର୍ଷ) ଓ ସଙ୍କେତ (୨ବର୍ଷ)ଙ୍କର ଜନ୍ମପ୍ରମାଣ ପତ୍ର ପ୍ରସ୍ତୁତ କରିବା ପାଇଁ ଅନ୍ଲାଇନ୍ରେ ଆବଦନ କରିଥିଲେ। ହେଲେ ଜନ୍ମପ୍ରମାଣ ପତ୍ର ଯେତେବେଳେ ଆସିଲା, ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏଥିରେ ପିଲା ଦୁହିଁଙ୍କର ବୟସ ୧୦୦ ବର୍ଷ ଅଧିକ ବୋଲି ଲେଖା ଯାଇଥିଲା। ଅବଶ୍ୟ ଏ ନେଇ ବରେଲିର ଏକ ଅଦାଲତରେ ମାମଲା ରୁଜୁ ହୋଇଛି। ହେଲେ ଏଠାରେ […]
ନୂଆଦିଲ୍ଲୀ: ଜାନୁଆରୀ ୨୬, ଗଣତନ୍ତ୍ର ଦିବସରେ ନିଜ ପରାକ୍ରମ ଦେଖାଇବେ ମହିଳା ସିପାହୀ । ପ୍ରଥମ ଥର ପାଇଁ ରାଜପଥରେ ମହିଳା ୱିଙ୍ଗ ସାମିଲ ହେବେ। ସେମାନଙ୍କର ଅଦମ୍ୟ ସାହସ ଓ ବୀରତ୍ୱର ପରାକାଷ୍ଠାକୁ ଦେଖିବ ପୁରା ଦେଶ। ଏନେଇ ଦିଲ୍ଲୀରେ ସିଆରପିଏଫ୍ ମହିଳା ୱିଙ୍ଗ ପକ୍ଷରୁ ଆଜି ହୋଇଛି ଅଭ୍ୟାସ। ବିଭିନ୍ନ ଫରମେସନ୍ରେ ମହିଳା ସିପାହୀ ଅଭ୍ୟାସ କରିଛନ୍ତି। ବୁଲେଟ୍ରେ ଚିତାକର୍ଷକ ଶୋ ପୂର୍ବରୁ ଆଜି ଏହାର ଅଭ୍ୟାସ କରାଯାଇଛି। ଦୁଃସାହସିକ ଷ୍ଟଣ୍ଟ ସହ ଅଦ୍ଭୁତ […]
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ସମସ୍ତଙ୍କ ନଜର ୩ଟି ଦଳ କଂଗ୍ରେସ, ବିଜେପି ଓ ଆପ୍ ଉପରେ । ଦିଲ୍ଲୀ ସିଂହାସନ ହାସଲ ନିମନ୍ତେ ତିନି ଦଳ ନିଜ ନିଜର ରଣ କୌଶଳ ପ୍ରସ୍ତୁତ କରୁଛନ୍ତି। ଇତି ମଧ୍ୟରେ ବିଜେପି ତା’ର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ଏଠାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବିରୋଧରେ ଜଣେ ନୁଆ ମୁହଁଙ୍କୁ ପ୍ରାର୍ଥୀ କରିଛି । ସେ […]
ନୂଆଦିଲ୍ଲୀ:ସିଂହ ଜଙ୍ଗଲର ରଜା। ନିଜର ଶକ୍ତି ତାର ପରିଚୟ। ହେଲେ ଏଠାରେ ଦେଖନ୍ତୁ ତ ଏଇ ସିଂହଙ୍କ ଫଟୋକୁ। ଲାଗୁଛି କେତେ ଅସହାୟ ସତରେ ଏମାନେ ? ଦୂରରୁ ବି ଏମାନଙ୍କ ହାଡ଼କଙ୍କାଳ ଗଣି ହୋଇଯାଉଛି। ଚାଲିବାକୁ ଦେହରେ ବଳ ନାହିଁ। ହେଲେ କାହିଁକି ? ସୁଦାନର ରାଜଧାନୀ ଖାରତୁମ୍ର ଅଲ୍ କ୍ୟୁରେଶୀ ଚିଡ଼ିଆଖାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ୫ଟି ସିଂହ ଖାଦ୍ୟାଭାବରୁ ଏପରି ଦିଶୁଛନ୍ତି। ଫଟୋ ଭାଇରାଲ ହେବା ପରେ ଏମାନଙ୍କୁ […]
ନୂଆଦିଲ୍ଲୀ: ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଜାଲିଆତି। ଯେତେ ସତର୍କ ହେଲେ ବି ହ୍ୟାକର୍ସଙ୍କ କୌଶଳ ବିଶେଷଜ୍ଞଙ୍କ ଜ୍ଞାନକୁ ଚ୍ୟାଲେଞ୍ଜ ଦେଉଛି। ନିକଟରେ ନୋଏଡାର ନେହା ଚନ୍ଦା ଏମିତି ଏକ ଠକେଇର ଶିକାର ହୋଇଛନ୍ତି। ହ୍ୟାକର୍ସମାନେ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏକ ପିଆର କମ୍ପାନୀରେ କାମ କରୁଥିବା ନେହା ନୂଆବର୍ଷ ଛୁଟି କଟାଇବାକୁ ପ୍ୟାରିସ୍ ଯାଇଥିଲେ। ମେଟ୍ରୋରେ ଯାତ୍ରା ସମୟରେ ତାଙ୍କ ୱାଲେଟ୍ ଚୋରି […]
ମହିଳାମାନଙ୍କର ଚିନ୍ତା ସେତେବେଳେ ବଢିଯାଏ, ଯେତେବେଳେ ପରିୟଡସ୍ ପାଖେଇ ଆସେ। କାରଣ ମାସର ସେଇ କିଛିଦିନ ପିରିୟଡ୍ସର ଯନ୍ତ୍ରଣା ଭୋଗିବାକୁ କିଏ ବା ଚାହେଁ ? ଏହି ଯନ୍ତ୍ରଣାରୁ ମୁକ୍ତି ପାଇଁ ଅନେକ ଔଷଧର ସାହାଯ୍ୟ ନେଇଥାନ୍ତି। କିନ୍ତୁ ସବୁବେଳେ ଡାକ୍ତରୀ ଔଷଧ ସେବନ ସ୍ୱାସ୍ଥ୍ୟପ୍ରତି ହିତକାରକ ନୁହେଁ। ଯଦି କିଛି ଘରୋଇ ଉପଚାର ଏବଂ ବିନା ସାଇଡ୍ ଇଫେକ୍ଟରେ ଆମେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବା ତେବେ ଏହାକୁ ଆପଣେଇବାନି କାହିଁକି ? ତେବେ ଆସନ୍ତୁ […]
ମୁମ୍ୱାଇ: ‘ସାହୋ’ ରିଲିଜ୍ ହେବାର ଚାରି ମାସ ପରେ ପୁଣି ଶୁଟିଂ ସେଟ୍କୁ ଫେରିଛନ୍ତି ସାଉଥ୍ ସୁପର୍ଷ୍ଟାର ପ୍ରଭାସ। ଏବେ ସେ ‘ଜାନ୍’ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ସୋଶାଲ୍ ମିଡିଆ ଯୋଗେ ସେ ନିଜେ ଏହି ସୂଚନା ଦେଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଫଟୋ ଶେଆର୍ କରି ସେ ଲେଖିଛନ୍ତି, “ଆପଣମାନେ ଜାଣି ଖୁସି ହେବେ ଯେ ମୁଁ ମୋ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛି। ଶୁଟିଂ ସେଟ୍ରେ ବହୁତ ମଜାମସ୍ତି ହେବ ବୋଲି ଆଶା […]
ଦାରିଙ୍ଗବାଡ଼ି:ସ୍କୁଲରେ ନାମ ଲେଖାଇଲେ। ପଢିଲେ। ହେଲେ ମାଟ୍ରିକ ପରୀକ୍ଷା ବେଳକୁ ତାଙ୍କୁ ବାରଣ କରାଗଲା। ଏପରିକି ଫର୍ମ ଫିଲପ୍ କରିବାକୁ ଦିଆଗଲାନି। ଏବେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ହାଇସ୍କୁଲରେ। ସ୍କୁଲର ୧୪ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରୁ ବଂଚିତ କରାଯାଇଛି। ସେମାନଙ୍କୁ ଫର୍ମ ଫିଲ୍ଅପ୍ କରିବାକୁ ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ […]
ନୂଆଦିଲ୍ଲୀ:ବଲିଉଡ୍ ଶହେନ୍ଶାହ ଅମିତାଭ ବଚ୍ଚନ ପିତାଙ୍କ ସ୍ମୃତିରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଶନିବାର ଥିଲଶ ଅମିତାଭଙ୍କ ପିତା ତଥା ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନଙ୍କ ପୁଣ୍ୟତିଥି। ଅମିତାଭ ଶନିବାର ରାତିରେ ଟିଟ୍ୱରରେ ପିତାଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କର ଏକ କବିତା ମଧ୍ୟ ଲେଖିଛନ୍ତି। ଏହା ଲେଖିବାବେଳେ ଅମିତାଭ ବେଶ ଭାବପ୍ରବଣ ହୋଇପଡ଼ିଥିଲେ। T 3414 – … a few moments ago he had breathed his last .. my Father […]
ରାୟଗଡ଼ା: ଛାତ୍ରୀଙ୍କ ମେଧାକୁ ଦେଖି ଡରି ଗଲେ କି ସ୍କୁଲ୍ ଶିକ୍ଷକ? ସେମାନଙ୍କ ପାଖରେ ଟ୍ୟୁସନ୍ ନହୋଇ ସେ କାଳେ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ କରିଦେବ, ସେଥିପାଇଁ ଲୋକ ଲଗାଇ ପୋଡ଼ି ଦେଲେ କି ଛାତ୍ରୀର ସମସ୍ତ ଖାତା ଓ ବହିପତ୍ର? ଏମିତି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଜେ.କେ.ପୁର ଗାଁରୁ । ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପଲକ ପ୍ରସାଦଙ୍କ ବାପା ମା’ ଘରେ ନଥିବା ବେଳେ ତିନି […]