• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

murder
ପରିବାରର ୫ ଜଣଙ୍କୁ ହତ୍ୟା

ପ୍ରୟାଗରାଜ:ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜ ଜିଲ୍ଲାର ସୋରାମ୍ବ ଥାନା ଅଞ୍ଚଳରେ । ୟୁସୁଫପୁର ଗାଁରେ ଘଟିଥିବା ଏହି ହତ୍ୟାକାଣ୍ଡ ବିଷୟରେ ଜଣାପଡ଼ିବା ପରେ ଉତ୍ତେଜନା ଦେଖା ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରୁଛି। ପୋଲିସର କହିବା ଅନୁଯାୟୀ, ଉକ୍ତ ଘରର ସବୁ କବାଟ ବନ୍ଦ ଥିଲା। ହତ୍ୟାକାରୀ ଘରର ଛାତ ଦେଇ ଭିତରକୁ ପଶିଥିଲା। ଘରର ମୁଖିଆ ବିଜୟ ଶଙ୍କର ତିୱାରୀ(୫୫), ତାଙ୍କର ପୁଅ […]

fire
ଜଳିଗଲା ୨ ଯାତ୍ରୀବାହୀ ବସ୍

ଶ୍ରୀକାକୁଲମ: ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ସାରି ବସରେ ଆନ୍ଧ୍ରପ୍ରଦେଶର ବିଶାଖା ଯାଉଥିଲେ ଉତ୍ତରାଖଣ୍ଡର ତୀର୍ଥଯାତ୍ରୀ। ଏହି ସମୟରେ ଶ୍ରୀକାକୁଲମର ପେଡି ଭୀମବରମର ନିକଟରେ ଆଜି ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ କମ୍ପାନୀର ବସ ସନ୍ତୁଳନ ହରାଇ ତୀର୍ଥଯାତ୍ରୀଙ୍କ ବସକୁ ଧକ୍କା ମାରିଥିଲା। ଫଳରେ ଦୁଇଟି ଯାକ ବସ ଦୁର୍ଘଟଣାର ଶିକାର ହୋଇଛନ୍ତି। ଉଭୟ ବସ୍ ପୋଡ଼ି ଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ […]

post mortum
ଧାନ ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇଗଲା ୨ ଜୀବନ

ବାଲେଶ୍ୱର: ବାଲେଶ୍ୱର ରାଇବଣିଆ ଥାନା ବଡହଳଦୀ ଗଣ୍ଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଧାନ ବୋଝେଇ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। କୁଞ୍ଚବଣିଆ ଗାଁରେ ୫ଜଣ ବ୍ୟକ୍ତି ବଡହଳଦି ଗାଁରୁ ଟ୍ରାକ୍ଟରରେ ଧାନ ବୋଝେଇ କରି ଫେରୁଥିଲେ । କୌଣସି କାରଣରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ଗାଡ଼ି ତଳେ ୩ ଜଣ ଚାପି ହୋଇ ରହି ଯାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ […]

trump
ଇରାନ୍‌କୁ ଧମକ ଦେଲେ ଟ୍ରମ୍ପ-ଆମକୁ ଆକ୍ରମଣ କଲେ ୫୨ଟି ସ୍ଥାନ ଉପରେ ଆଟାକ୍‌ ହେବ

ଓ୍ୱାଶିଂଟନ:ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି। ଆମେରିକା-ଇରାନ୍‌ ମୁହାଁମୁହିଁ ସ୍ଥିତିରେ । ଗତକାଲି ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ କରିବା ପରେ ଧମକ ଦେଇଛି ଆମେରିକା। ଯଦି ଇରାନ୍ ଆମେରିକାକୁ ଟାର୍ଗେଟ କରିବ ତା’ହେଲେ ଆମେରିକା ଇରାନର ୫୨ଟି ସ୍ଥାନକୁ ଟାର୍ଗେଟ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏଭଳି ଚେତାବନୀ ଦେଇଛନ୍ତି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ […]

Untitled-1
ଭୁଶୁଡ଼ି ପଡ଼ିଲା ରେଳଷ୍ଟେଶନ ଛାତ

କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ବର୍ଦ୍ଧମାନ ରେଲଓ୍ୱେ ଷ୍ଟେସନର ଗୋଟିଏ ସାଇଡ୍ ଛାତ ଭୁଶୁଡ଼ି ପଡ଼ିଛି। ଷ୍ଟେସନ ଭିତରକୁ ଯିବା ପାଇଁ ପ୍ରବେଶ ଦ୍ୱାର ଉପରେ ଥିବା ଛାତଟି ଭୁଶୁଡ଼ି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ସମୀକ୍ଷା କରିଛନ୍ତି। ଏଥିସହ ଭୁଶୁଡ଼ିବାର କାରଣ ଜାଣିବା ପାଇଁ ୩ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ପୂର୍ବ […]

sara-ali-khan-with-her-family-1
ନୀଳ ସମୁଦ୍ରରେ ସାରାଙ୍କ ମସ୍ତି..

ସାରା ଅଲ୍ଲି ଖାନ୍‌ଙ୍କ ବିକିନ୍‌ ଫଟୋ ଆଜିକାଲଇ ସୋଶାଲ ମିଡିଆରେ ବେଶ୍‌ ଧୂମ୍‌ ମଚାଉଛି। ଏବେ ସାରା ନିଜ ପରିବାର ସହ ମାଲଦୀପରେ ଛୁଟି କଟାଉଛନ୍ତି।  ସେଠାରେ ସମୁଦ୍ର ସ୍ନାନର ମଜା ନେଉଛନ୍ତି। ଏହାର ଫଟୋ ଇଷ୍ଟାଗ୍ରାମ୍‌ରେ ଲଗାତାର ପୋଷ୍ଟ କରୁଛନ୍ତି ସାରା। ଏହି ଫଟୋକୁ ୟୁଜର୍ସ ବେଶ ପସନ୍ଦ କରୁଛନ୍ତି।

weather
କାଲିଠୁ ଥରିବ ସାରା ରାଜ୍ୟ

ଭୁବନେଶ୍ୱର: ଆଜି ବି ରାଜ୍ୟରେ କୋହଲା ପାଗ ଜାରି ରହିବ। ବର୍ଷା ବି ହୋଇପାରେ।  ବିଶେଷ କରି ଉପକୂଳ ଓଡ଼ିଶା ସମେତ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଆଦି ଜିଲ୍ଲାରେ ବର୍ଷା ସହ କୋହଲା ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ହେବ ବୋଲି ବିଭାଗ ଆକଳନ କରିଛି । ବର୍ତ୍ତମାନର ତାପମାତ୍ରାରୁ ଆହୁରି ୪-୫ […]

iran
ଆମେରିକାକୁ ଜବାବ୍‌ ଦେଲା ଇରାନ୍‌; ଇରାକ୍‌ସ୍ଥିତ ଦୂତାବାସ ଉପରେ କଲା ରକେଟ୍‌ ମାଡ

ବାଗଦାଦ:ଆମେରିକା କଡ଼ା ଜବାବ୍ ଦେଇଛି ଇରାନ୍‌।  ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଏବେ ଇରାନ ଆମେରିକାକୁ ଏଭଳି ଜବାବ ଦେଇଛି। ଆମେରିକାର ଦୂତାବାସ ଉପରେ ରକେଟ୍ ମାଡ଼ ସହିତ ମୋଟର ମାଡ଼ କରିଛି ଇରାନ୍। ଏଥିର କିନ୍ତୁ କେହି […]

d-1
ବନ୍ଧୁ ପାଇଁ ସାତ ଦରିଆ ଲଂଘିଲେ ଡେଭିଡ଼୍‌

ସୁନ୍ଦରଗଡ଼: କୌଣସି ସୀମା ସରହଦ ବନ୍ଧୁତ୍ୱକୁ ବାଧା ଦେଇ ପାରେନି। ବନ୍ଧୁ ପାଇଁ ବନ୍ଧୁ ଦୁର୍ଗମ ଗିରିପଥ ଲଂଘିପାରେ, ପାରି ହୋଇପାରେ ସାତ ଦରିଆ ତେର ନଈ। ଏହି କଥାକୁ ସତ କରି ଦେଖାଇ ପାରିଛନ୍ତି  ଇଂଲଡର ଜେମ୍ସ ଗେଭିନ୍ ଡେଭିଡ୍ । ବନ୍ଧୁଙ୍କୁ ଦେଖା କରିବା ପାଇଁ ଧାଇଁ ଆସିଛନ୍ତି ଓଡ଼ିଶାର ସୁନ୍ଦରଗଡକୁ। ସୁନ୍ଦରଗଡ଼ ରାଙ୍ଗାଢିପାର ଅଙ୍କିତ ପାଣ୍ଡିଆ ଓ ଇଂଲଡର ଜେମ୍ସ ଗେଭିନ୍ ଡେଭିଡ ଦୁଇବନ୍ଧୁ। ଉଭୟେ ଧୂଳିଖେଳର ସାଥୀ ନୁହଁନ୍ତି କିମ୍ବା ସହପାଠୀ […]

loot
ଅଫିସ ଭିତରେ ପଶି କର୍ମଚାରୀଙ୍କୁ ପିଟିଲେ, ଲୁଟିନେଲେ

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଗତକାଲି ରାତିରେ ସଶସ୍ତ୍ର ଡକାୟତି ହୋଇଛି । କୁଞ୍ଜକାନ୍ତ ଠାରେ ଥିବା ଏକ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ଭିତରେ ୭ରୁ ୮ ଜଣ ଡକାୟତ ପଶି ମାରଣାସ୍ତ୍ର ଦେଖାଇ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। କର୍ମଚାରୀମାନେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି  ସୁନାଗହଣା ସହ ଲାପ୍‌ଟପ୍‌ ଓ ମୋବାଇଲ୍ ଲୁଟ୍ କରି ନେଇଛନ୍ତି। କର୍ମଚାରୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ଦୁର୍ବୃତ୍ତମାନେ ମୁଣ୍ଡରେ ହେଲ୍‌ମେଟ୍‌ ପିନ୍ଧି ସେଠାରେ ପଶିଥିଲେ […]

fake
ଦିଶୁଛି ସତ କିନ୍ତୁ ସବୁ ମିଛ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ରେ ମାଳମାଳ ଫେକ୍ ୱେବ୍‌ ସାଇଟ୍‌। ଏସବୁ ୱେବ୍‌ ସାଇଟ୍‌ ନକଲି ଚାକିରିର ମାୟାଜାଲ ସୃଷ୍ଟିକରି ସରକାରଙ୍କ ଆଖିରେ ଧୂଳି ଦେଇ ଲୋକଙ୍କୁ ଲୁଟୁଛନ୍ତି । ତେବେ କେମିିତି ଜାଣିବେ କେଉଁ ୱେବ୍‌ସାଇଟ ନକଲି ଓ କେଉଁଟା ଅସଲି ବୋଲି। ଏ ନେଇ ଓଟିଭି ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଇନଭେଷ୍ଟିଗେସନ୍ ରିପୋର୍ଟ।  ଇଣ୍ଟରନେଟ୍‌ରେ ନକଲି ୱେବସାଇଟ । କେଉଁ ୱେବ୍‌ସାଇଟ୍‌ରେ ଘରୋଇ ତ କେଉଁଥିରେ ସରକାରୀ ଚାକିରୀର ବିଜ୍ଞାପନ । ଏଇ ବିଜ୍ଞାପନ ଜରିଆରେ ଲୁଟୁଛନ୍ତି […]

trump
ମେଜରଙ୍କ ହତ୍ୟାର ପ୍ରତିଶୋଧ ନେବ ଇରାନ୍‌ !

ବାଗ୍‌ଦାଦ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ସେନା ପକ୍ଷରୁ ଇରାକ-ଇରାନ୍‌ ସୀମାରେ ଥିବା ବାଗ୍‌ଦାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍‌ ହୋଇଥିଲା। ଏଥିରେ ଇରାନ୍‌ର କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନୀ ନିହତ ହୋଇଛନ୍ତି। ଆମେରିକାର ଏପରି ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ୍‌। ଦେଶର ଜଣେ ପ୍ରମୁଖ ନେତାଙ୍କୁ ହରାଇବା ପରେ ପ୍ରତିଶୋଧପରାୟଣ ହୋଇ ଉଠିଛି । ଏବେ ବାଗ୍‌ଦାଦ୍‌ସ୍ଥିତ ଆମେରିକା ଦୂତାବାସରେ ଥିବା ସମସ୍ତ ନାଗରିକଙ୍କୁ ଇରାକ୍‌ […]

dear
ଖେଳ ଜିତିବାର ଖୁସିରେ ନାଚିଲା ହରିଣ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ:ଖେଳିବାକୁ କାହାକୁ ଭଲ ନ ଲାଗେ ? ପୁଣି ଖେଳରେ ଯଦି ତୁମର ଜିତାପଟ୍‌ ହେଲା ! ସେ ଖୁସି ତ ଭାଷାରେ ବି ବର୍ଣ୍ଣନା କରାଯାଇ ନ ପାରେ। ସେ ଖେଳାଳି ମଣିଷ ହେଉ କି ପଶୁ, ଖୁସି କିନ୍ତୁ ସମାନ। ଏଠି ଖେଳାଳି ହେଉଛି ହରିଣ। ଆଉ ଖେଳରେ ଜିତିଲା ପରେ ହରିଣର ଯେଉଁ ଖୁସି ଦେଖିଲେ ଆପଣ ବି ଖୁସି ହୋଇଯିବେ। ଏମିତି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଇଣ୍ଡିଆନ […]

sulemani
ଆମେରିକା ଏୟାର ଷ୍ଟ୍ରାଇକ୍‌ରେ ଇରାନ୍‌ ମେଜର ନିହତ

ବାଗଦାଦ: ଆମେରିକା ସେନା ପକ୍ଷରୁ ବାଗ୍‌ଦାଦ ବିମାନବନ୍ଦରରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀ ନିହତ ହୋଇଛନ୍ତି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସକାଳେ ଏ ନେଇ ଏକ ଟ୍ୱିଟ୍‌ କରି ଅବଗତ କରାଇଛନ୍ତି।  ଟ୍ରମ୍ପ ଆମେରିକାର ଜାତୀୟ ପତାକାକୁ ଟୁଇଟ୍ କରି ତାଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି। ଏହି ଆକ୍ରମଣର କିଛି […]

pccc
ରୋଷେଇ ଶିଖି ନ ଥିବା ପୁଅକୁ ବାହା ହୁଅନି-ପୋଲିସ କମିଶନର

ଭୁବନେଶ୍ୱର: ସ୍ୱାବଲମ୍ବୀ ହେବେ ମହିଳା। ସଶକ୍ତ ବି ହେବେ। ମହିଳାଙ୍କ ବ୍ୟକ୍ତିତ୍ୱ ଆଉ ରୋଷେଇ ଘର ଭିତରେ ସୀମିତ ହୋଇ ରହିବନି। ଏମିତି ଆହ୍ୱାନ ଦେଇଛନ୍ତି ପୋଲିସ୍ କମିଶନର। ନବ ନିଯୁକ୍ତ ମହିଳା ଏସ୍‌ପିଓ ନିଯୁକ୍ତି ଅବସରରେ ଉଦ୍‌ବୋଧନ ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଜାଳିଆ ଢଙ୍ଗରେ ଅନେକ କଥା କହିଛନ୍ତି। ମହିଳାଙ୍କ ସମ୍ମାନ, ମର୍ଯ୍ୟଦା, ପୁରୁଷଙ୍କ ଦାୟିତ୍ୱବୋଧ କ’ଣ ହେବା ଉଚିତ ସେ ସମ୍ପର୍କରେ ନିଜ ଅନୁଭୂତିର ଉଦାହରଣ ଦେଇ ଅନେକ ଉପଦେଶ ଦେଇଛନ୍ତି। […]

born baby
ନୂଆବର୍ଷରେ ଭାରତରେ ଜନ୍ମନେଲେ ସର୍ବାଧିକ ଶିଶୁ

ନୂଆଦିଲ୍ଲୀ: ବର୍ଷ ୨୦୨୦ର ପ୍ରଥମ ଦିନରେ ୩, ୮୬,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ୟୁନିସେଫ୍ ଏହି ସୂଚନା ଦେଇଛି। ଜନ୍ମନେଇଥିବା ଛୁଆଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ଜନ୍ମ ନେଇଛନ୍ତି। ତେବେ ନୂଆବର୍ଷରେ ଜନ୍ମ ନେଇଥିବା ସମସ୍ତ ଛୁଆଙ୍କ ମଧ୍ୟରୁ ଫିଜରେ ପ୍ରଥମେ ଛୁଆ ଜନ୍ମ ଗ୍ରହଣ କରିଛି। ସେହିପରି ଆମେରିକାରେ ଶେଷ ଛୁଆ ଜନ୍ମ ନେଇଛି। ସାରା ବିଶ୍ୱରେ ଜନ୍ମନେଇଥିବା ଛୁଆଙ୍କ ମଧ୍ୟରେ ଭାରତରେ ଗତକାଲି ସର୍ବାଧିକ ୬୯,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ଏହାପରେ […]

sunita
ଆଉ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେନି ସୁନିତା ଲାକ୍ରା

ଭୁବନେଶ୍ୱର: ଅବସର ଘୋଷଣା କଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନିତା ଲାକ୍ରା। ଆଣ୍ଠୁରେ ଆଘାତ ଜନିତ କାରଣରୁ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିବା ଜଣାପଡ଼ିଛି । ତେବେ ସେ ନାଲ୍‌କୋ ପାଇଁ ଘରୋଇ ହକି ମ୍ୟାଚ ଖେଳିବେ। ଏ ନେଇ   ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର ସୁନୀତା ଜଣେ ଓଡ଼ିଆ ଅନ୍ତର୍ଜତୀୟ ହକି ଖେଳାଳି । ୨୦୦୮ରେ ସେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । […]

tiktok
ସେନା ପାଇଁ ବ୍ୟାନ୍‌ ହେଲା ଟିକ୍‌ଟିକ୍‌

ନୂଆଦିଲ୍ଲୀ:ପୁଣି ଟିକ୍‌ଟକ୍‌କୁ ନେଇ ଜାରି ହେଲା କଟକଣା । ଟିକ୍‌ଟିକ୍‌ ମନୋରଞ୍ଜନ ନାଁରେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବିଶ୍ୱର ବହୁଳ ବ୍ୟବହୃତ ଚାଇନିଜ୍‌ ଭିଡିଓ ଆପ୍‌ ଟିକ୍‌ଟିକ୍‌କୁ ବ୍ୟାନ କରାଯାଇଛି। ବିଶେଷକରି ଟିକ୍‌ଟିକ୍‌ ବ୍ୟବହାର କରିବାକୁ ସେନାକୁ ବାରଣ କରାଯାଇଛି। ଦେଶର ସୁରକ୍ଷା ବିପନ୍ନ ହେବା ଆଶଙ୍କାରେ ଏପରି ପଦକ୍ଷେପ ନେଇଛି ଆମେରିକା ଆର୍ମି । ହେଲେ କାହିଁକି ଜାଣନ୍ତି ? ଆମେରିକାର ଆର୍ମି ସ୍ପୋକ୍‌ସ୍‌ଓମ୍ୟାନ ଲ୍ୟୁଟନାଣ୍ଟ କର୍ନଲ ରବିନ ଓକୋଆ […]