• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bbsr railway station
ଗଡୁନି ଗାଡ଼ି, ଜନଜୀବନ ପ୍ରଭାବିତ

ଭୁବନେଶ୍ୱର: ଟ୍ରେଡ ୟୁନିୟନ୍ ପକ୍ଷରୁ ଆଜି ଡକାଯାଇଛି ୨୪ ଘଣ୍ଟିଆ ଭାରତ ବନ୍ଦ। ସକାଳୁ ସକାଳୁ ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ରାସ୍ତାରେ ଗଡୁନି ଗାଡ଼ି। ଟ୍ରେନ୍, ବସ୍ ଓ ଅନ୍ୟ ଯାନବାହନ ଚଳାଚଳ ସବୁ ବନ୍ଦ। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଆଜି ଜେଇଇ ମେନ୍‌ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ବେଶି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଜେଇଇ ମେନ୍ […]

ej
ଫାଶୀର ପୂରା କାହାଣୀ..ଏମିତି ଭୟଙ୍କର

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ସଜା ଶୁଣାଇଛନ୍ତି କୋର୍ଟ। ୪ ଜଣଙ୍କ ନାଁରେ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି। ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସମସ୍ତ ଅଭିଯୁକ୍ତଙ୍କୁ ତିହାର ଜେଲ୍‌ରେ ମିଳିବ ମୃତ୍ୟୁ ଦଣ୍ଡ। ଆସନ୍ତୁ ଜାଣିବା କ’ଣ ଏଇ ଫାଶୀର ଫନ୍ଦା। କେମିତି ଦିଆଯିବ ଫାଶୀ। କେମିତି ଦିଆଯାଏ ଫାଶୀ ସୁପ୍ରିମ୍‌କୋର୍ଟରେ ରିବ୍ୟୁ ପିଟିଶନ ଏବଂ କ୍ୟୁରେଟିଭ ପିଟିଶନ ଖାରଜ ହୋଇଗଲେ ଶେଷରେ ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ […]

birendra
ସଂଘର୍ଷର ଲମ୍ବା ରାସ୍ତାରେ ସଫଳ ଯାତ୍ରୀ ବୀରେନ୍ଦ୍ର

ଭୁବନେଶ୍ୱର: ସଂଘର୍ଷର ଏକ ଲମ୍ବା ଯାତ୍ରା। ଦାରିଦ୍ର୍ୟ ସହ ଲଢୁଥିଲା ମେଧାଶକ୍ତି । ଅନେକ ଝଡ଼ଝଞ୍ଜା ଆସିଥିଲା। ତାଙ୍କୁ ଲହୁଲୁହାଣ କରି ଦେଇଥିଲା। ତଥାପି ଲକ୍ଷ୍ୟ ପଥ ଭୁଲି ନ ଥିଲେ ସେ। ଶେଷରେ ଜିତ୍‌ ହୋଇଥିଲା ମେଧାଶକ୍ତିର। ଏ ହେଉଛି OAS ପାଇଥିବା ବୀରେନ୍ଦ୍ର ତ୍ରିପାଠୀଙ୍କର ଜୀବନ କାହାଣୀ। ବାଙ୍କୀ ପଥୁରୀପଡାରେ ବୀରେନ୍ଦ୍ର ଘର । କିନ୍ତୁ ରହୁଥିଲେ ଭୁବନେଶ୍ୱର ରେଣ୍ଟାଲ କୋଲନୀରେ। ସମ୍ବଳ କହିଲେ ପ୍ରଚୁର ମେଧାଶକ୍ତି ଆଉ ଉପରକୁ ଉଠିବାର ନିଷ୍ଠାପର ଚେଷ୍ଟା। […]

Capture
ଜାନୁଆରୀ ୨୨ରେ ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ

ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ମଙ୍ଗଳବାର ନିର୍ଭୟା ଗ୍ୟାଙ୍ଗରେପ ମାମଲାର ଦୋଷୀଙ୍କ ଦଣ୍ଡ ଶୁଣାଣି କରିଛନ୍ତି। ୪ ଦୋଷୀଙ୍କୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ସମୟ ଧାର୍ଯ୍ୟ କରିଛନ୍ତି।      ପୂର୍ବରୁ ଡିସେମ୍ବର ୧୮ରେ ଡେଥ୍ ଓ୍ୱାରେଣ୍ଟ ଆବେଦନର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ କୋର୍ଟ। ସେତେବେଳେ ସୁପ୍ରିମକୋର୍ଟଙ୍କ ରାୟକୁ ଦିଲ୍ଲୀ କୋର୍ଟ ଅପେକ୍ଷା କରିବା ସହ ଆଜିର ଦିନକୁ […]

sulemani
ସୁଲେମାନୀଙ୍କ ଅନ୍ତିମ ଶୋଭାଯାତ୍ରାବେଳେ ଦଳଚକଟା, ୩୫ ମୃତ

ତେହେରାନ:  ଇରାନର ମେଜେର ଜେନାରାଲ କସିମ ସୁଲେମାନୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରା ବା ଜନାଜୀ କେ ଜୁଲୁସ ବେଳେ ଭୟଙ୍କର ଅଘଟଣ ଘଟିଛି। ଶୋଭାଯାତ୍ରା ବେଳେ ଦଳାଚକଟା ହେବାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪୮ରୁ ଅଧିକ ଆହତ ହୋଇଛନ୍ତି। ଇରାନର ସରକାରୀ ଟିଭି ଚ୍ୟାନେଲରେ ପ୍ରକାଶିତ ଖବର ଅନୁଯାୟୀ, ଆଜି ସୁଲେମାନୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରା ବାହାରିଥିଲା। ତାଙ୍କ ଜନ୍ମସ୍ଥାନ କରମାନେଠାରେ ସମୂହ ପ୍ରାର୍ଥନା କରାଯାଇଥିଲା। ଏହାପରେ ବାହାରିଥିଲା ବିଶାଳ […]

nikhoj
ବାପାଙ୍କ ମୃତ୍ୟ ପରେ ନିଖୋଜ ୪ ଭଉଣୀ

ନୂଆପଡ଼ା: ୧୭ ଦିନ ହେଲାଣି ନିଖୋଜ ଅଛନ୍ତି ୪ ଭଉଣୀ। ଅନେକ ଖୋଜିଲେଣି ପରିବାର ଲୋକେ। ହେଲେ କେଉଁଠି ନ ପାଇ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ଭାଇ । ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳରେ। କୁରୁମପୁରୀ ଗାଁର ଉଭେରାମ ଅହିର ଡିସେମ୍ବର ୨୦ ତାରିଖରେ ଅସୁସ୍ଥ ହୋଇ ପଡ଼ିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେହିଦିନ ସେଠାରେ ତାଙ୍କର ମୃତ୍ୟୁ ଘଟିଲା। ପୁଅ କଲ୍ୟାଣ ବାପାଙ୍କ ମୃତ […]

finland
୬ ଦିନ ବଦଳରେ ୪ ଦିନ ହେବ ଅଫିସ କାମ, ଆସିଲା ପ୍ରସ୍ତାବ

ୱାଶିଂଟନ: ଫିନଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ସାନ୍ନା ମାରିନା ଏକ ନୂଆ ପ୍ରସ୍ତାବ ଆଣିଛନ୍ତି। ଏଣିକି ସପ୍ତାହକ ୬ ଦିନ ବଦଳରେ ୪ଟି କାର୍ଯ୍ୟଦିବସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଯୁକ୍ତି ଯେ, ଏହାଦ୍ୱାରା କର୍ମଚାରୀମାନେ ଅଧିକ ସମୟ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ସହ ବିତାଇ ପାରିବେ । ମାରିନା ଗତ ଡିସେମ୍ବର ମାସରେ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ସେ କହିଛନ୍ତି, ମୁଁ ଭାବେ,  ଲୋକମାନେ ଅଧିକ ସମୟ ସେମାନଙ୍କ ପରିବାର […]

OTV-Yoga-Media-Samman1
OTVକୁ ମିଳିଲା ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ

ଭୁବନେଶ୍ୱର: OTVକୁ ମିଳିଛି ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍‌ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର  ନ୍ୟାସନାଲ ମିଡିଆ ସେଣ୍ଟରରେ  ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଓଟିଭି ନେଟ୍‌ୱର୍କର ଡିଜିଏମ୍‌ […]

nagarjuna
ଚଳିତବର୍ଷ ଶ୍ରୀଜୀଉଙ୍କର ହେବ ନାଗାର୍ଜ୍ଜୁନ ବେଶ

ପୁରୀ:ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ହେବ ନାଗାର୍ଜ୍ଜୁନ ବେଶ। ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏଥିପାଇଁ ବେଶ୍ ଉତ୍ସାହିତ ଭକ୍ତ ଓ ସେବାୟତ।  ନାଗାଜୁର୍ନ ବେଶରେ ବିଭୂଷିତ ଚତୁର୍ଦ୍ଦାମୂର୍ତ୍ତିଙ୍କ ସେଇ ଅନନ୍ୟ ରୂପ ଦେଖିବା ପାଇଁ ଆକୁଳ ହୋଇ ଉଠିଛନ୍ତି ଭକ୍ତ ।  ଚଳିତବର୍ଷ କାର୍ତ୍ତିିକ ଦ୍ୱାଦଶୀରେ ମଳ ରହିଥିବାରୁ ମହାପ୍ରଭୁ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ସେହି ଅନୁସାରେ ଆସନ୍ତା ନଭେମ୍ବର ୨୭ […]

delhi
ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ୍

ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍। ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୧୧ରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଏ ନେଇ ଘୋଷଣା କରିଛନ୍ତି। ମୋଟ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏଥିସହ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ସୂଚନାଯୋଗ୍ୟ, ଫେବୃଆରୀ ୨୨ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଆଜି ନିର୍ବାଚନ କମିଶନର ଘୋଷଣା […]

trump
ଟ୍ରମ୍ପଙ୍କ ମୁଣ୍ଡ ପାଇଁ ଇରାନ ଘୋଷଣା କଲା ପୁରସ୍କାର

ତେହରାନ: ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଗୁରୁବାର ଆମେରିକା ଏୟାର ଷ୍ଟ୍ରାଇକ ଯୋଗେ ହତ୍ୟା କରିଛି। ପ୍ରତିବଦଳରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରିଛି ଇରାନ୍। ରବିବାର ସୁଲେମାନୀଙ୍କୁ କବର ଦେବାବେଳେ ଇରାନ ସରକାର ଏହି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କୁ ଯିଏ ମାରିବ ତାଙ୍କୁ ୫୭୫ କୋଟି ୭୨ ଲକ୍ଷ ୪୦ ହଜାର ଟଙ୍କା ଇରାନ୍ ସରକାର ଦେବ। ଏହି ଟଙ୍କା ଯୋଗାଡ଼ କରିବା ପାଇଁ ପ୍ରତ୍ୟେକ ଇରାନବାସୀ […]

rape
ଖାକିରେ ଲାଗିଲା କଳଙ୍କ; ଘଟଣାକୁ ନେଇ ତାତିଲେ ଲୋକେ

ପୁରୀ: ପୁଣି ଖାକିରେ ଲାଗିଲା କଳଙ୍କ। ପୁଲିସ ବାବୁଙ୍କୁ ରକ୍ଷାକର୍ତ୍ତା ଭାବି ଦୁଃଖ ଜଣାଇବାକୁ ଯାଇଥିଲେ। ହେଲେ ତାଙ୍କ ନିର୍ଯାତନା ଆହୁରି ବଢିଗଲା। ତାଙ୍କ ସହ ଦୁଷ୍କର୍ମ କଲେ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ। ଅବଶ୍ୟ ମହିଳାଙ୍କ ଅଭିଯୋଗ ପାଇ ପିପିଲି ପୁଲିସ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ମହିଳା ଜଣକ ଏକ ପାରିବାରିକ ମାମଲାରେ ନ୍ୟାୟ ପାଇଁ ବଳଙ୍ଗା ଥାନାକୁ ଯାଇଥିଲେ। ଏଏସଆଇ […]

mimicry
ଗୋଟିଏ ମଣିଷ, ସ୍ୱର କେବେ ‘ମିକି ଡୋନାଲ୍ଡ’ର, କେବେ ‘ଟମ୍ ଆଣ୍ଡ ଜେରି’ର

କଟକ: ନାଁ ତାଙ୍କର ଦେବଦତ୍ତ ସାମଲ । ହେଲେ ଲୋକ ତାଙ୍କୁ ଚିହ୍ନନ୍ତି ମିମିକ୍ରି ମ୍ୟାନ ଭାବରେ । କାର୍ଟୁନ ସୋର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦେବଦତ୍ତ। ଦେବଦତ୍ତ  କଟକ ତୁଲସୀପୁର ହିନ୍ଦୋଳ କୋଠି ଛକର ବାସିନ୍ଦା। ଖାଲି ପଶୁପକ୍ଷୀ ନୁହେଁ,  ଅନେକ ଫିଲ୍ମଷ୍ଟାରଙ୍କ ମଧ୍ୟ ସେ ମିମିକ୍ରି କରୁଛନ୍ତି । ୪୯ ବର୍ଷ ବୟସ୍କ ଦେବଦତ୍ତ କାନ୍ଦିପାରିବେ ପିଲାଙ୍କ ପରି…ରାହାଧରି। […]

bharat bandh
୮ରେ ଭାରତ ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୮ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ସିଏଏକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ବନ୍ଦକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି କହିଛନ୍ତି ପିସିସି ସଭାପତି। ତେବେ ବନ୍ଦ ପାଳନ ବେଳେ ପରୀକ୍ଷାର୍ଥୀ, କ୍ଷୀର ଗାଡ଼ି, ଔଷଧ ଦୋକାନକୁ ବାଦ୍ ଦିଆଯିବ ବୋଲି  AITUC ପକ୍ଷରୁ କୁହାଯାଇଛି।  ସେହିପରି ରାଉରକେଲାରେ ବନ୍ଦ ପାଳନ କରିବା ନେଇ ବିର୍ସାମୁଣ୍ଡା […]

jnu-1
JNU ହିଂସା ପଛରେ ଷଡଯନ୍ତ୍ର ! ହ୍ୱାଟ୍‌ସଆପ ମେସେଜ କହୁଛି ଏମିତି କିଛି

ନୂଆଦିଲ୍ଲୀ: ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ JNUରେ ଗତ ରବିବାର ରାତିରେ ଯାହା ଘଟିଲା ତାହାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଦଳ ଲେଫ୍ଟ ୱିଙ୍ଗ ଏବଂ ଏବିଭିପି ଏହି ଘଟଣା ପାଇଁ ପରସ୍ପରକୁ ଦୋଷ ଦେଉଛନ୍ତି। ଏହି ଘଟଣାରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ଦିଲ୍ଲୀ ପୁଲିସ ପାଖରେ ଏହି ଘଟଣାରେ ଅନେକ ଅଭିଯୋଗ ପହଞ୍ଚିଛି। ଏହାକୁ ଏକାଠି କରି ମାମଲା ରୁଜୁ […]

jnu
ଜେଏନୟୁ କ୍ୟାମ୍ପସରେ କ’ଣ ଘଟିଥିଲା ରବିବାର ? ୧୦ଟି ପଏଣ୍ଟରେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ଜବାହର ଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟରେ ଗତ ରବିବାର ରାତିରେ ପ୍ରାୟ ୫୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲାଠି-ବାଡ଼ି ଧରି ପଶି ଶିକ୍ଷକ ଓ ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ ପିଟିଛନ୍ତି। ଏପରିକି ଦୁର୍ବୃତ୍ତଙ୍କ ଆକ୍ରମଣରୁ ଛାତ୍ରୀମାନେ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ହଷ୍ଟେଲ୍‌ରେ ଭଙ୍ଗାରୁଜା କରିବା ସହ ବାହାରେ ଥିବା ଗାଡ଼ି ମଧ୍ୟ ଭାଙ୍ଗିରୁଜି ଦେଇଛନ୍ତି। ଏହି ଘଟଣାରେ ବିଶ୍ୱବିଦ୍ୟାଳୟ  ଛାତ୍ର ସଂସଦ ଅଧ୍ୟକ୍ଷ ଆଇଶି ଘୋଷ ଗୁରୁତର ହୋଇଛନ୍ତି। ଆଇଶିଙ୍କୁ ମିଶାଇ ୨୪ […]

udhhaba
ବଡ଼ ବିଭାଗ ଏନସିପି-କଂଗ୍ରେସ ହାତରେ; ଅସନ୍ତୁଷ୍ଟ ହେଲେ ଶିବସେନାର ବରିଷ୍ଠ ନେତା

ମୁମ୍ୱାଇ: ମହାରାଷ୍ଟ୍ରରେ ମନ୍ତ୍ରିମାନଙ୍କ ବିଭାଗ ବଣ୍ଟନକୁ ନେଇ ଚାଲିଥିବା ଆଲୋଚନାର ଆଜି ପୂର୍ଣ୍ଣଛେଦ ପଡ଼ିଛି। ରାଜ୍ୟପାଳ ଭଗତ ସିଂହ କେଶିଆରୀ ବିଭାଗ ବଣ୍ଟନକୁ ଅନୁମୋଦନ ଦେଇଛନ୍ତି। ତେବେ ବିଭାଗ ବଣ୍ଟନକୁ ନେଇ ଶିବସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶିବସେନାର ଅନେକ ବରିଷ୍ଠ ନେତା ଏହି ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବସେନାର ଅସନ୍ତୋଷ ବିଧାୟକ କହିଛନ୍ତି, ଦଳୀୟ ବିଧାୟକମାନଙ୍କ ଅପେକ୍ଷା ଏନସିପି ଓ କଂଗ୍ରେସ ବିଧାୟକ ବଡ଼ ବଡ଼ ପଦବୀ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ […]

australia
୫୦ କୋଟି ଜୀବଜନ୍ତୁ ଜଳିଗଲେ

କାନବେରା: ଜଳୁଛି ଅଷ୍ଟ୍ରେଲିଆର ଜଙ୍ଗଲ। ଜଳୁଛନ୍ତି କୋଟି କୋଟି ଜୀବଜନ୍ତୁ। ଗତ ୪ ମାସ ଧରି ଅନବରତ ଏହି ଜଙ୍ଗଲ ଜଳୁଥିଲେ ହେଁ କିଛି ପ୍ରତିକାର କରାଯାଇ ପାରୁନାହିଁ। ନ୍ୟୁ ସାଉଥ୍ ୱେଲ୍‌ସ ପାଖରେ ଥିବା ଏହି ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୫୦ କୋଟି ଜୀବଜନ୍ତୁ ପ୍ରାଣ ହରାଇଲେଣି। ଅଷ୍ଟ୍ରେଲିଆର ପରିଚୟ କଙ୍ଗାରୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାଛଡ଼ା କୋଆଲା, ଭାଲୁ, ବିରଳ ପକ୍ଷୀଙ୍କ ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି।  ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ […]