ନୂଆଦିଲ୍ଲୀ:ସାବଧାନ୍ ! ଆହୁରି କଡ଼ାକଡ଼ି ହେଉଛି ଟ୍ରାଫିକ୍ ନିୟମ। ଫାଇନରେ ଚଳିବନି, ଭୁଲ୍ କଲେ ଏଣିକି ରଦ୍ଦ ହୋଇପାରେ ଲାଇସେନ୍ସ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବା ପାଇଁ ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିର ନିର୍ଦ୍ଦେଶ ମୁତାବକ ଏଭଳି ନିୟମ ତିଆରି ହୋଇଛି। ମଦ ପିଇ ଗାଡ଼ି ଚଲାଇଲେ ଓ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କଲେ ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଣିକି ନିର୍ଦ୍ଧାରିତ ବେଗଠାରୁ […]
ଭୁବନେଶ୍ୱର:‘ଥିଲେ ଦିଅ, ନଥିଲେ ନିଅ।’ କଥାଟା ଶୁଣି ଟିକେ ଖଟ୍କା ଲାଗୁଛି ନା ! ହେଲେ ଉଦ୍ଦେଶ୍ୟ ଏହାର ମହାନ। କରିବ ଲୋକଙ୍କ ସେବା ଉଦ୍ଦଶ୍ୟରେ ଏମିତି ଏକ ଅଭିଯାନ ଆରମ୍ଭ ହୋଇଛି ଭୁବନେଶ୍ୱରର ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ। ଯେଉଁମାନଙ୍କ ପାଖରେ ଅଧିକ ଅଛି, ସେମାନେ ଏଠାରେ ଦେବେ। ଆଉ ଯେଉଁମାନଙ୍କର ନାହିଁ ସେମାନେ ଏଠାରୁ ନେବେ। ଅଦରକାରୀ ଭାବି ଅନେକ ପୋଷାକପତ୍ର ଲୋକେ ଫୋପାଡ଼ି ଦେଉଛନ୍ତି। କାରଣ ତାଙ୍କ ପାଖରେ ଅଧିକ ଅଛି। ଅନ୍ୟପକ୍ଷେ […]
ଭୁବନେଶ୍ୱର: ନୂଆ ବର୍ଷ ପାଇଁ ସ୍ୱାଗତପର୍ବ ସରି ଯାଇଛି। ଭୋଜିଭାତ ହେଲା। କିଏ କେକ୍ କାଟି ନୂଆବର୍ଷକୁ ସ୍ୱାଗତ କଲା। କିଏ ଜିରୋ ନାଇଟରେ ବାଣଫୁଟାଇ ଧୁମ୍ଧାମରେ ଆମନ୍ତ୍ରଣ କଲା ନୂଆବର୍ଷକୁ। ହେଲେ ନୂଆବର୍ଷରେ ରାଜଧାନୀର ଏଇ ଯୁବକଙ୍କ କାମ ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ଏହି ଯୁବକମାନେ ନୂଆ ତରିକାରେ ପାଳନ କରିଛନ୍ତି ନୂଆବର୍ଷ। ନାଚଗୀତ କି ଭୋଜିଭାତରେ ନୂହେଁ, କର୍ତ୍ତବ୍ୟନିଷ୍ଠ ଟ୍ରାଫିକ୍ ପୋଲିସଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ସେମାନେ ନିଜର ନୂଆବର୍ଷର ସ୍ମୃତିକୁ […]
ନୂଆଦିଲ୍ଲୀ: ଦିଲ୍ଲୀର ପୀରାଗଢୀ ସ୍ଥିତ ଉଦ୍ୟୋଗ ନଗରର ଏକ ଫ୍ୟାକ୍ଟ୍ରିରେ ଗୁରୁବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ପ୍ରାୟ ସାଢେ ଚାରିଟାରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। କୋଠାଟି ଜଳିବା ସହ ବିସ୍ଫୋରଣ ମଧ୍ୟ ହେଉଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ,ଏହାକୁ ଲିଭାଇବା ପାଇଁ ୩୫ ଦମକଳ ଆସିଥିଲା। ତେବେ ଦୁଃଖର କଥା, ଦମକଳ କର୍ମୀ ଉଦ୍ଧାର କାର୍ଯ୍ୟ କରୁଥିଲାବେଳେ ହଠାତ୍ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ କୋଠାଟି ଭୁଶୁଡି ପଡ଼ିଥିଲା। […]
ନୂଆଦିଲ୍ଲୀ: ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବଡ଼ ଘୋଷଣା କରିଛି। ଆସନ୍ତା ଏପ୍ରିଲରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବ ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଛନ୍ତି। ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏବେ ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ ହୋଇଛି। ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ରେ ସେମିତି କିଛି ପାର୍ଥକ୍ୟ ନାହିଁ। ଚନ୍ଦ୍ରଯାନ-୩କୁ ମଧ୍ୟ ସଫ୍ଚ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ। ଏଥିରେ ଲ୍ୟାଣ୍ଡର ଏବଂ ରୋଭର ମଧ୍ୟ ରହିବ। ଇସ୍ରୋ ମୁଖ୍ୟ ଆହୁରି […]
ନୂଆଦିଲ୍ଲୀ: ନୂଆବର୍ଷରେ ଜନତାଙ୍କୁ ପୁଣି ମହଙ୍ଗା ମାଡ଼ । ଅଣସବ୍ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ହୋଇଛି ।ଲଗାତାର ପଞ୍ଚମ ମାସ ଧରି ଏହି ଦର ବୃଦ୍ଧି ଘଟିବଛି। ବର୍ଦ୍ଧିତ ଦର ହିସାବରେ ନୂଆଦିଲ୍ଲୀରେ ଏବେ ୧୪.୨ କେଜିର ଅଣସବ୍ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ଦର ୭୧୪ଟଙ୍କା , କୋଲକାତାରେ ୭୪୭, ମୁମ୍ବାଇରେ ୬୮୪, ଚେନ୍ନାଇରେ ୭୩୪ ଟଙ୍କା ହୋଇଛି। ପୂର୍ବରୁ ଦିଲ୍ଲୀରେ ୬୯୫ ଟଙ୍କା, କୋଲକାତାରେ ୭୨୫.୫ ପଇସା, ମୁମ୍ୱାଇ […]
ନୌଶେରା: ନୂଆବର୍ଷରେ ସାରା ଦେଶ ଖୁସି ମନାଉଥିବାବେଳେ ଦୁଇ ଯବାନ ଦେଶ ପାଇଁ ଶହୀଦ ହୋଇଛନ୍ତି। ଜମ୍ମୁ କଶ୍ମୀରର ନୌଶେରା ସେକ୍ଟରରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବାବେଳେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀମାନେ ଘାତକ ବିସ୍ଫୋରଣ ସାମଗ୍ରୀ ଜରିଆରେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହା ପରେ କାଳେ ସେଠାରେ ଆତଙ୍କବାଦୀମାନେ ଲୁଚି ରହିଥିବେ ସେମାନଙ୍କୁ ତଲାସ କରିବା ପାଇଁ ଅପରେଶନ ଜାରି ରହିଛି। ଆତଙ୍କବାଦୀମାନେ ନୌଶେରା ସେକ୍ଟରରେ ଲୁଚି ରହିଥିବା ନେଇ […]
କୋଟା:ରାଜସ୍ଥାନର କୋଟାସ୍ଥିତ ଜେ.କେ.ଲୋନ ଡାକ୍ତରଖାନାରେ ଗୋଟିଏ ମାସ ଭିତରେ ୯୧ ଶିଶୁଙ୍କର ମୃତ୍ୟୁ ଘଟିଲାଣି। ଏପରି ପରିସ୍ଥିତିରେ ରାଜସ୍ଥାନ ସରକାର ଚୁପ୍ ହୋଇ ବସିଥିବାରୁ ତାଙ୍କ ବିରୋଧରେ ବିର୍ଷିଛି ବିଜେପି। ରାଜ୍ୟରେ ଶିଶୁ ମଡକ ପଡ଼ିଥିବାବେଳେ ଡାକ୍ତରଖାନାରେ ଅବ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଜେପି ନେତା। ମଙ୍ଗଳବାର ଡାକ୍ତରଖାନାର ୱାର୍ଡ ଏବଂ ଆଇସିୟୁ ପରିଦର୍ଶନ କରି ବିଜେପି ମହିଳା ସାଂସଦଙ୍କର ଏକ ଟିମ୍ ଅଭିଯୋଗ କରିଛନ୍ତି ଯେ, ଡାକ୍ତରଖାନାରେ […]
ଆଜି ନୂଆବର୍ଷ। ବାର ବି ଭଲ ଅଛି ନନ୍ ଭେଜ୍ ଖାଇବା ପାଇଁ। ଘରେ ତିଆରି କରନ୍ତୁ ବଟରଫ୍ଲାଏ ଚିକେନ୍ (Butterfly Chicken)। How to Prepare Butterfly Chicken Recipe: ଆବଶ୍ୟକ ସାମଗ୍ରୀ: ଆଳୁ, ବୋନ୍ଲେସ୍ ଚିକେନ୍, କର୍ଣ୍ଣଫ୍ଲୋର୍, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ, ଲୁଣ, ରେଡ୍ ଚିଲି ସସ୍, ସୋୟା ସସ୍, ଅଦା-ରସୁଣ ବଟା, ବଟର, ଲେମ୍ବୁରସ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା […]
ଅନେକ ଖୁସି, ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୨୦। ସବୁଠି ଚାଲିଛି ସ୍ୱାଗତ ଉତ୍ସବ। ସରି ଯାଇଛି ଜିରୋ ନାଇଟ୍ ସେଲେବ୍ରେସନ, କେକ୍ କାଟିବାର ପର୍ଯ୍ୟାୟ। ଏସବୁ ଭିତରେ ଜ୍ୟୋତିର୍ବିଦମାନେ ବି ତାଙ୍କର ଆକଳନ ଲଗାଇଛନ୍ତି କେମିତି କଟିବ ୨୦୨୦। ଦେଶ ପାଇଁ କେମିତି ରହିବ୨୦୨୦ ? ଆସନ୍ତୁ ଜାଣିବା, ୨୦୨୦କୁ ନେଇ ଭାରତ ପାଇଁ କ’ଣ ଆକଳନ କରିଛନ୍ତି ଜ୍ୟୋତିର୍ବିଦ ଡଃ ମନୋଜ ଲେଙ୍କା। ଜ୍ୟୋତିବିଆଦ ଡଃ ମନୋଜ ଲେଙ୍କାଙ୍କ କହିବା ଅନୁସାରେ ୨୦୨୦ ଭାରତ […]
ବିଦାୟ ନେଇଛି ୨୦୧୯। ନୂଆ କ୍ୟାଲେଣ୍ଡର ନେଇ ଆସି ଯାଇଛି ନୂଆବର୍ଷ ୨୦୨୦। ଜିରୋ ନାଇଟ୍ର ଧୁମଧାମ୍ ସ୍ୱାଗତ ମଧ୍ୟରେ ପାଦ ଥାପିଲା ୨୦୨୦। ନୂଆବର୍ଷର ନୂଆ ସକାଳରେ ମନରେ ଅନେକ ଆଶା, ଆକାଂକ୍ଷା, ଉନ୍ମାଦନା..। ହେଲେ କେମିତି କଟିବ ଏଇ ୨୦୨୦ ବର୍ଷ ! କ’ଣ ରହିବ ପୃଥିବୀର ସ୍ଥିତି, ପାଣିପାଗ,ରାଜନୀତି ଇତ୍ୟାଦି…। ଜାଣିବା ପାଇଁ ସମସ୍ତେ ଉଦ୍ବିଘ୍ନ। ଆସନ୍ତୁ ଜାଣିବା କେମିତି କଟିବ ୨୦୨୦ ? କ’ଣ ଘଟିବ ଏ ବର୍ଷ ? ଚଳିତ […]
ବରଗଡ଼: ବରଗଡ଼ରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ମଥୁରାନଗରୀ ବରଗଡ଼ରେ ଚାଲିବ ମହାରାଜ କଂସଙ୍କ ରାଜୁତି॥ ଗୋପପୁର ପାଲଟିବ ଅମ୍ବାପାଲି । ଧନୁଯାତ୍ରା ପାଇଁ ସାରା ସହରକୁ ଆଲୋକ ମାଳାରେ ସଜାଯାଇଛି। ହାଟପଦାରେ କଂସଙ୍କ ରାଜ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି। ଧନୁଯାତ୍ରା ୧୧ ଦିନ ଧରି ଚାଲିବ। ଆଜି ପ୍ରଥମ ଦିନରେ ରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ-ବସୁଦେବ ବିବାହ, ଦୈବବାଣୀ ଓ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ […]
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଜଣେ ଭକ୍ତ ହିସାବରେ ମୁଁ ଚାହୁଁଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ଉଚିତ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଜଣେ ଭକ୍ତ ହିସାବରେ ଚାହୁଁଛି, ରତ୍ନଭଣ୍ଡାର ଖୋଲାଯିବା ଉଚିତ୍ । କିନ୍ତୁ ଏହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରେ। ବାଦ […]
ନୂଆଦିଲ୍ଲୀ: ଶରୀରରେ ତାଙ୍କର ଥିଲା ୨୪ ଲକ୍ଷ ଟଙ୍କାର ସୁନା। ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ସୁନା କେଉଁଠୁ ଆଣିଲେ ? ହଁ, ଦିଲ୍ଲୀ ବିମାନ ବନ୍ଦରରେ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି , ଯାହାଙ୍କ ଶରୀରରୁ ମିଳିଛି ୨୩.୮୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ। ଗିରଫ ବ୍ୟକ୍ତି ଜଣକ ଭାରତର ଏବଂ ସେ ହଂକଂରୁ ଫେରୁଥିଲେ। ଡିସେମ୍ବର ୨୯ ତାରିଖର ଏହି ଘଟଣା। ନ୍ୟୁଜ ଏଜେନ୍ସି ଏଏନଆଇ ଏହାର ଫଟୋ ଶେୟାର କରିଛି। […]
ଭଦ୍ରକ: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଶୀତ ସମ୍ଭାଳି ନ ପାରି ଜଣ ବୃଦ୍ଧ ମୃତ୍ୟୁଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଉତ୍ତେଇପୁରରୁ। ମୃତ ବ୍ୟକ୍ତି ଜଣକ ହେଲେ ଅଚ୍ୟୁତାନନ୍ଦ ପରିଡ଼ା । ଅଚ୍ୟୁତାନନ୍ଦ ନିହାତି ଗରିବ ଶ୍ରେଣୀର। କିଛିଦିନ ହେଲା ପ୍ରବଳ ଥଣ୍ଡା ପଡ଼ିବାରୁ ଅଚ୍ୟୁତ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ଗତ ରାତିରେ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । […]
ନୂଆଦୀଲ୍ଲି: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ପାଇଲେ ଜେନେରାଲ ବିପିନ ରୱତ୍। ଏହି ପଦବୀର ଦାୟିତ୍ୱ ନେବା ପରେ ତାଙ୍କ ପାଖରେ ବିଶେଷ କ୍ଷମତା ରହିବ। ସେ ତିନି ସେନାଙ୍କୁ ଆଦେଶ ଜାରି କରି ପାରିବେ। ସେନାର ତିନି ଅଙ୍ଗ ମଧ୍ୟରେ ତାଳମେଳ ରକ୍ଷା କରିବାର ଦାୟିତ୍ୱ ଏବେ ଜେନରାଲ ରାୱତଙ୍କ ଉପରେ। ଏଥିସହିତ ସାଇବର ଏବଂ ସ୍ପେଶ୍ କମାଣ୍ଡର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାପରେ […]