• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

nirmala
କାଲିଠୁ ନଜରବନ୍ଦୀରେ ରହିବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କର୍ମଚାରୀ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖ ସାଧାରଣ ବଜେଟ ସଂସଦରେ ଆଗତ କରିବେ। ଏଥି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୦ ତାରିଖ ହେବ ହାଲୱା ଉତ୍ସବ (Halwa Ceremony)। ଏହି ଉତ୍ସବ ସହିତ ବଜେଟ ଦସ୍ତାବିଜ୍‌ର ଛାପା କାମ ଆରମ୍ଭ ହେବ। ହାଲ୍‌ୱା ଶେରେମନି ପରେ ପ୍ରିଣ୍ଟିଂ ପ୍ରେସ୍‌ର ସମସ୍ତ କର୍ମଚାରୀଙ୍କ ସମେତ ଅର୍ଥ ମନ୍ତ୍ରାଳୟର ୧୦୦ ଅଧିକାରୀ ନଜରବନ୍ଦୀରେ ରହିବେ। ବଜେଟ ପାସ୍‌ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ନଜରବନ୍ଦୀ ଅବସ୍ଥାରେ ରହିବାକୁ […]

Untitled-2
ସୁଲେମାନୀଙ୍କୁ କାହିଁକି ମାରିବାକୁ ନିର୍ଦ୍ଦେଶ ଦେଇଥିଲେ ? ଉତ୍ତର ରଖିଲେ ଟ୍ରମ୍ପ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନ୍‌ର କୁଦ୍ଦସ ଫୋର୍ସର ଜେନେରାଲ କାସିମ ସୁଲେମାନୀଙ୍କୁ କାହିଁକି ହତ୍ୟା କଲେ ? ଏହାର ଉତ୍ତର ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଏକ ସମାବେଶରେ ସମ୍ବୋଧନ କରି କହିଛନ୍ତି, ଇରାନର ଟପ୍‌ ଜେନେରାଲ ଆମେରିକା ବିରୋଧରେ ଅନେକ ଖରାପ କଥା କହୁଥିଲେ। ଆମେରିକା ବିରୋଧରେ ଷଡଯନ୍ତ୍ର କରୁଥିଲେ। ତାଙ୍କୁ ଆଉ କେତେ ବରଦାସ୍ତ କରିଥାନ୍ତୁ ? ସେଥିପାଇଁ ତାଙ୍କୁ ହତ୍ୟା କରିବା ଲାଗି ନିର୍ଦ୍ଦେଶ ଦିଆଗଲା। ଟ୍ରମ୍ପ କହିଥିଲେ, ସେ ହ୍ୱଇଟ […]

dabindar
ପୁଲିସର ସନ୍ଦେହଘେରରେ ଥିଲେ ଦବିନ୍ଦର, ଫୋନ ବି ଟ୍ରାକ ହେଉଥିଲା

ନୂଆଦିଲ୍ଲୀ: ଆତାଙ୍କବାଦୀଙ୍କୁ ସହାୟତା ଦେଉଥିବା ଅଭିଯୋଗରେ ଗିରଫ ବହିଷ୍କୃତ ଡିଏସ୍‌ପି ଦବିନ୍ଦର ସିଂହଙ୍କ ବିରୋଧରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଦବିନ୍ଦରଙ୍କ କାର୍ଯ୍ୟକଳାପରେ ଜମ୍ମୁକାଶ୍ମୀର ପୁଲିସର ସନ୍ଦେହ ହୋଇଥିଲା। ତେଣୁ ଦବିନ୍ଦରଙ୍କ ଫୋନକୁ ପୁଲିସ ଟ୍ରାକ୍ କରୁଥିଲା। ପୁଲିସର କହିବା ଅନୁଯାୟୀ, ଦବିନ୍ଦର କିଛି ସପ୍ତାହ ତଳୁ  ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଥିଲେ। ନିଜ ନାମ ପ୍ରକାଶ ନ କରିବା ପାଇଁ କହି ଜଣେ ପୁଲିସ ଅଧିକାରୀ କହିଛନ୍ତି, ସେମାନଙ୍କର […]

nirbhaya
ନିର୍ଭୟା ଦୋଷୀ ପବନକୁ ନାବାଳକ ପ୍ରମାଣିତ କରିବାକୁ ଯାଇ ଫସିଲେ ଓକିଲ

ନୂଆଦିଲ୍ଲୀ: ଦିଲ୍ଲୀ ବାର କାଉନ୍‌ସିଲ ନିର୍ଭୟା ଗ୍ୟାଙ୍ଗରେପ୍‌ ଘଟଣାରେ ଦୋଷୀ ପକ୍ଷରୁ ନିଯୁକ୍ତ ଓକିଲ ଏପି ସିଂହଙ୍କୁ ନୋଟିସ ଜାରି କରିଛନ୍ତି। ଦୁଇ ସପ୍ତାହ ଭିତରେ ଜବାବ ଦେବାକୁ ବାର କାଉନସିଲ ତାଙ୍କୁ କହିଛନ୍ତି। ନିର୍ଭୟା ଗ୍ୟାଙ୍ଗ ରେପ ମାମଲାରେ ଏପି ସିଂହ ତାଙ୍କ ମହକିଲ ପବନ ଗୁପ୍ତାଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ କିଛି ତଥ୍ୟପ୍ରମାଣ ପ୍ରଦାନ କରିଥିଲେ ଯାହା ଜାଲ ଥିଲା। ସେ ପବନଙ୍କୁ ନାବାଳକ ପ୍ରମାଣିତ କରିବା ପାଇଁ ଯଉଁ କାଗଜପତ୍ର ଅଦାଲତଙ୍କୁ ଦେଇଥିଲେ ତାହା […]

chine-1
ଚୀନ୍‌ରୁ ମାଡି ଆସୁଛି ବିପଦ ! ଭାରତ ନୁହେଁ, ସାରା ବିଶ୍ୱ ସତର୍କ

ନୂଆଦିଲ୍ଲୀ: ଚୀନ୍‌ରୁ ମାଡ଼ି ଆସୁଛି ବିପଦ। ଏକ ଭୟାନକ ବିପଦ। ପଡ଼ୋଶୀ ଦେଶ ଭାବେ ଖାଲି ଭାରତ ନୁହେଁ, ସାରା ବିଶ୍ୱର ସତର୍କ ଦୃଷ୍ଟି ରହିଛି ଚୀନ ଉପରେ। ହଁ, ଏହି ବିପଦ ହେଉଛି ଏକ ଅଜଣା ରୋଗର। ଏହି ରୋଗକୁ ନେଇ ଚୀନ୍‌ରେ ଖେଳି ଯାଇଛି ଆତଙ୍କ।  ଚୀନର କେତେକ ପଡ଼ୋଶୀ ଦେଶକୁ ମଧ୍ୟ ବ୍ୟାପି ଗଲାଣି। ତେଣୁ ଭାରତରେ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ବଢୁଛି। ନୋବେଲ କୋରୋନା ଭାଇରସ୍‌ରୁ ଏହି ରୋଗ […]

IAS
ଚମକିବ ଚନ୍ଦ୍ରଭାଗା; ଖୁବ୍‌ ଶୀଘ୍ର ମାଷ୍ଟରପ୍ଲାନ

ଭୁବନେଶ୍ୱର: ଚନ୍ଦ୍ରଭାଗା ପାଇଁ ହେବ ମାଷ୍ଟରପ୍ଲାନ୍। ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଇଏଏସ୍ ସମ୍ମିଳନୀର ଦ୍ୱିତୀୟ ଦିନର ବୈଠକ ଆଜି କୋଣାର୍କରେ ଅନୁଷ୍ଠିତ ହୋଇଛି। ଆଇଏଏସ୍ ସମ୍ମିଳନୀ ପାଇଁ କୋଣାର୍କରେ ଇକୋ ରିଟ୍ରିଟ୍‌ରେ ଏକାଠି ହୋଇଛନ୍ତି ବରିଷ୍ଠ ଅଇଏଏସ୍ ଅଧିକାରୀ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଏବଂ […]

Prakash-Mishra3
ଲୋକଙ୍କ ସଂଶୟ ଦୂର କରିବା ପାଇଁ ପୁଲିସକୁ ପରାମର୍ଶ ଦେଲେ ପୂର୍ବତନ ଡିଜି

ଭୁବନେଶ୍ୱର: ରାଜଧାନୀରେ ଶିଖ୍ ସଂପ୍ରଦାୟର ବ୍ୟକ୍ତି ପରବିନ୍ଦର ସିଂଙ୍କୁ ଆକ୍ରମଣ ଓ ପୋଲିସ ତଦନ୍ତକୁ ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆଜି ଟ୍ୱିଟ୍‌ ଯୋଗ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଘଟଣା ଧିରେ ଧିରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଆଶା କରୁଛି ପୁଲିସ ଚାପରେ ନଆସି ଏହି ଘଟଣାକୁ ନିରପେକ୍ଷ ଭାବେ ତଦନ୍ତ କରିବ। ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସଂଶୟକୁ ଶୀଘ୍ର ଦୂର […]

AMAZON-111
ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ ସେଲ୍‌; ସ୍ମାର୍ଟଫୋନ୍‌ ଉପରେ ୪୦% ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ:ଆମାଜନ୍‌ର ଗ୍ରେଟ ଇଣ୍ଡିଆନ ସେଲ ଆଜିଠାରୁ ଆରମ୍ଭ ହୋଇ ଯାଇଛି। ଏହି ସେଲ ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଛି। ତେବେ ଆଜିର ଚିତାକର୍ଷକ ଅଫର ଏବଂ ଡିସ୍‌କାଉଣ୍ଟ ଅଫର କେବଳ ଆମାଜନର ପ୍ରାଇମ୍‌ ମେମ୍ବରମାନେ ହିଁ ପାଇପରିବେ। ଅନ୍ୟ ୟୁଜର୍ସଙ୍କ ପାଇଁ ଆମାଜନର ଗ୍ରେଟ୍‌ ଇଣ୍ଡିଆନ ସେଲ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ଏହି ଅଫର ୨୨ ଜାନୁଆରୀ ପର୍ଯ୍ୟନ୍ତ ରହିବ ବୋଲି ଆମାଜନ ପକ୍ଷରୁ କୁହାଯାଇଛି। ଆମାଜନର ସେଲ୍‌ SBI କ୍ରେଡିଟ୍‌ କାର୍ଡରେ […]

Untitled-1
ଭଗବାନ କହିଲେ ବି ଏ ନରରାକ୍ଷସଙ୍କୁ କ୍ଷମା ଦେବିନି-ଇନ୍ଦିରାଙ୍କ ପରାମର୍ଶ ଶୁଣି ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ନିର୍ଭୟା ମା’ ଆଶା ଦେବୀଙ୍କୁ ପରାମର୍ଶ ଦେବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଆଶା ଦେବୀ। ସାରା ଦେଶ ଦୋଷୀଙ୍କୁ ଫାଶୀ ଦେବାକୁ ଚାହୁଁଥିବାବେଳେ ଇନ୍ଦିରା ଏପରି ପରାମର୍ଶ ଦେବାକୁ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ପରି କେତେଜଣଙ୍କ ଯୋଗୁ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ମିଳୁ ପାରୁନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ‘ଏପରି ନରରାକ୍ଷସଙ୍କୁ ମୁଁ […]

NBF
ଖବରକାଗଜ ସହ ସମାନ ଜିଏସ୍‌ଟି ଲାଗୁ କରାଯାଉ-ଅର୍ଥମନ୍ତ୍ରୀଙ୍କ ପାଖରେ ଦାବି କଲା NBF

ନୂଆଦିଲ୍ଲୀ: NBF( News Broadcasters Federation)ର ସଦସ୍ୟ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଖବରକାଗଜ ସହ ସମାନ ଜିଏସ୍‌ଟି ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ଏନବିଏଫ ସଦସ୍ୟଙ୍କ କହିବା ଅନୁଯାୟୀ ପ୍ରିଣ୍ଟ ମିଡିଆ ଉପରେ ଜିଏସ୍‌ଟି ୫ ପ୍ରତିଶତ ଲାଗୁ କରାଯାଉଥିବାବେଳେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ […]

pawan
ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିଜକୁ ନାବାଳକ କହିଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଜଣଙ୍କ ପରେ ଜଣେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ନୂଆ ନୂଆ ବାହାନା ଦେଖାଇବା ଆରମ୍ଭ କରିଛନ୍ତି। ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ପବନ ଗୁପ୍ତା ନାମକ ଯୁବକ ନିଜକୁ ନାବଳକ ଦର୍ଶାଇ ସୁପ୍ରିମକୋର୍ଟରେ ଆଜି ଆବେଦନ କରିଛି। ୨୦୧୨ ନିର୍ଭୟା ଓ ଗଣଦୁଷ୍କର୍ମ ବେଳେ ସେ ନାବାଳକ ଥିଲା ବୋଲି ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଆସନ୍ତା […]

phasi
ଫେବୃଆରୀ ୧ରେ ଫାଶୀ ପାଇବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବଦନ ରାଷ୍ଟ୍ରପତି ଖାରଜ କରିଦେବା ପରେ ପୁଣି ଥରେ ଫାଶୀ ତାରିଖ ଧାର୍ଯ୍ୟ କରିଛନ୍ତି ପଟିଆଲା ହାଉସ୍‌ କୋର୍ଟ। ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ। ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖ ଫାଶି ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ୪ ଜଣଙ୍କ ମଧ୍ୟରୁ ମୁକେଶ ସିଂ ରାଜକ୍ଷମା ଆବେଦନ କରିବା ପରେ ଏହି […]

tiger
ଶିକାର ପାଇଁ ଆସିଥିବା ବାଘ ସହ ବତକ ଖେଳିଲା ଲୁଚକାଳି

ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବାକୁ ତ ବେଶ୍‌ ମଜାଦାର । ଛୋଟମାନେ ବି ବଡମାନଙ୍କୁ କେମିତି ଅକଲ ଶିଖାଇ ପାରନ୍ତି ତାହା ବି ଅନୁଭବ କରିପାରିବେ ଏହି ଭିଡିଓକୁ ଦେଖିଲେ। ଛୋଟ ଜଳଚର ଜୀବଟିଏ ବତକ। ହେଲେ କେମିତି ଅକଲ ଖଟାଇ ବାଘକୁ ପାଣି ପିଆଇଲା ଦେଖନ୍ତୁ। ସୋଶାଲ ମିଡିଆରେ ଏକ ଭିଡଓ ଭାଇରାଲ ହୋଇଛି।  ଭିଡିଓରେ ଦେଖିବାକୁ ମିଳୁଛି ପୋଖରିଟିଏ। ଅଳ୍ପ ପାଣି ଅଛି। ବତକଟିଏ ଖେଳୁଛି। ବତକକୁ […]

padayatra
ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ

ଭଦ୍ରକ: ଦାବି ପୂରଣ ନେଇ ଅଭିନବ ପ୍ରତିବାଦ। ମେଡିକାଲ୍‌ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ୪୦ କିଲୋମିଟର୍ ଚାଲିଛନ୍ତି ଲୋକେ।  ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ଅଞ୍ଚଳରେ। ସ୍ଥାନୀୟ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ଲୋକେ। ହେଲେ ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରୁ ନ ଥିଲା। ଏହାର ପ୍ରତିବାଦରେ  ପ୍ରାୟ ୪୦ କିଲୋମିଟର୍ ଚାଲିଛନ୍ତି ଅଞ୍ଚଳବସୀ। […]

sameer
ରାଜ୍ୟ ସଭାପତି ଭାବେ ଶପଥ ନେଲେ ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ମହାନ୍ତି । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା […]

CMOdisha
 ଲୋକମାନେ ଆମର ପ୍ରଭୁ, ତାଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦିଅ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଲୋକଙ୍କୁ ସର୍ବଶ୍ରଷ୍ଠ ସେବା ଯୋଗାଇ ଦିଅ। ଲୋକମାନେ ହିଁ ଆମର ପ୍ରଭୁ। ସେମାନେ ହିଁ ଶାସନର ବିନ୍ଦୁ। ତେଣୁ ତାଙ୍କୁ ଅବହେଳା କରନି। ବରିଷ୍ଠ ଅଧିକାରୀମାନଙ୍କୁ ଏମିତି ଦାୟିତ୍ୱ ବିଷୟରେ ବୁଝାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆୟୋଜିତ ହୋଇଥିଲା ବରିଷ୍ଠ ଅଧିକାରୀଙ୍କ  ଦୁଇ ଦିନିଆ ସମ୍ମିଳନୀ । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଲୋକମାନଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ  ଆହ୍ୱାନ ଦେଇଛନ୍ତି। ଏଥିସହିତ ବରିଷ୍ଠ […]

barat
ନିଜ ବାହାଘରରେ ପହଞ୍ଚି ପାରିଲେନି ଯବାନ

ମନାଲି:ବାହାଘରରେ ଆମେ ଆପଣାର ମଣିଷମାନଙ୍କୁ ଆମନ୍ତ୍ରଣ କରିଥାଉ। କାରଣ ନିଜଲୋକଙ୍କ ଗହଣରେ ଖୁସିର ମୁହୂର୍ତ୍ତସବୁ ଆହୁରି ଜୀବନ୍ତ ହୋଇଉଠନ୍ତି। ସେମାନଙ୍କ ମଧ୍ୟରୁ କେହି ଯଦି ପହଞ୍ଚି ନ ପାରନ୍ତି ଆମ ମନ ଦୁଃଖ ହୁଏ। ହେଲେ ବାହାଘରରେ ଯଦି ନିଜେ ବର ବା କନ୍ୟା  ପହଞ୍ଚି ନ ପାରେ ତେବେ କ’ଣ ହେବ ? ଏମିତି ଏକ ଘଟଣା ଘଟିଛି ଭାରତୀୟ ସେନା ବାହିନୀର ଜଣେ ଯବାନଙ୍କ କ୍ଷେତ୍ରରେ। ହିମାଚଳ ପ୍ରଦେଶର ମଣ୍ଡିରେ ରହୁଥିବା ଜଣେ ଯବାନ […]

nirbhaya
ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇ ଦେଇଛନ୍ତି। ୭ ତାରିଖରେ ଡେଥ୍ ୱାରେଣ୍ଟ ଜାରି ହେବା ଓ ପରେ କ୍ୟୁରେଟିଭ ପିଟିସନ ଖାରଜ ହୋଇଯିବା ପରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂ ରାଜକ୍ଷମା ପାଇଁ ଆବେଦନ କରିଥିଲା। ତେବେ ଏହି ଆବେଦନକୁ ଖାରଜ କରିଦେବା ଲାଗି ଅନୁରୋଧ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲା […]

isro
ଜିସାଟ୍-୩୦: ସୁଦୃଢ ହେବ ଏଟିଏମ, ଷ୍ଟକ୍‌ ଏକ୍ସଚେଞ୍ଜ, କମ୍ୟୁନିକେଶନ ସର୍ଭିସ୍‌

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଆଜି ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଜିସାଟ୍-୩୦କୁ ୟୁରୋପିଆନ୍ ହେଭି ରକେଟ୍ ଏରିୟନ୍-୫ଇସିଏ ଦ୍ୱାରା ଉତକ୍ଷେପଣ କରିଛି। ଜିସାଟ୍-୩୦ର ଓଜନ ପ୍ରାୟ ୩୫୭ କିଲୋଗ୍ରାମ୍ ରହିଛି। ଏହି ଜିସାଟ-୩୦କୁ ମିଶାଇ ମହାକାଶରେ ଜିସାଟ୍ ସିରିଜର ୧୪ ନମ୍ୱର ଉପଗ୍ରହ ରହିଛି। ଏହି ଉପଗ୍ରହ ଉତ୍‌କ୍ଷେପଣ ହେବା ପରେ ଦେଶରେ ଡିଟିଏଚ୍, ମୋବାଇଲ୍ ନେଟଓ୍ୱର୍କ, ଇଣ୍ଟରନେଟ୍ ସ୍ପୀଡ଼ ସୁଦୃଢ଼ ହେବ। ଏହା ସହିତ ପାଣିପାଗ ସୂଚନା ମଧ୍ୟ ଆଗୁଆ ମିଳିପାରିବ। […]

1
ବିନା ଅସ୍ତ୍ରୋପଚାରରେ ପ୍ରସବ ଚାହୁଁଛନ୍ତି ? ଜାଣନ୍ତୁ ଏଇ ୫ଟି ଟିପ୍ସ

ମା’ କୋଳରେ ନବଜାତ ଶିଶୁଟିଏ ଦେଖିଲେ ପ୍ରଥମ ପ୍ରଶ୍ନ ଆସିଥାଏ ସିଜରିଆନ ନା ନର୍ମାଲ ? କାରଣ ସିଜରିଆନ ଡେଲିଭରି ପାଇଁ ସମସ୍ତଙ୍କ ମନରେ ଥାଏ ଭୟ। ନର୍ମାଲ ଡେଲିଭରି ଯଦିଓ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ତେବେ ଅନେକ ସମୟରେ ପରିସ୍ଥିତିରେ ପଡି ସିଜରିଆନ କରିବାକୁ ବାଧ୍ୟ ହୋଇଥାନ୍ତି। ତେବେ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ଆମେ ସିଜରିଆନ ଡେଲିଭରିଠାରୁ ଦୂରେଇ ରହି ପାରିବା। ତେବେ ଅନେକ ସମୟରେ ଗର୍ଭାବସ୍ଥାରେ ମହିଳାଙ୍କ ଲାଇଫଷ୍ଟାଇଲ ପ୍ରସବ […]

cesu
ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଯାଇ ହଟହଟା ହେଲେ କର୍ମଚାରୀ

ଖୋର୍ଦ୍ଧା: ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରି ପାରି ନ ଥିବା ଉପଭୋକ୍ତାଙ୍କ ଭାଗ୍ୟରେ ଆଜିଠୁ ଅନ୍ଧାର ଲେଖି ଦେଇଛି ସେସୁ। ବିଭିନ୍ନ ସ୍ଥାନରେ ଆଜିଠୁ କଟା ଯାଉଛି ବଦ୍ୟୁତ୍‌ ସଂଯୋଗ। ସେସୁର ଏପରି କାର୍ଯ୍ୟକଳାପକୁ ନେଇ ସାଧାରଣରେ ତୀବ୍ର  ଉତ୍ତେଜନା ଦେଖାଦେଇଛି। କେତେକ ସ୍ଥାନରେ ଲାଇନ କାଟିବାକୁ ଯାଇ ବିଦ୍ୟୁତ କର୍ମଚାରୀ ନାକେଦମ୍‌ ହୋଇଥିବା ଦେଖିବାକୁ ମିଳିଛି। ଆଜି ଖୋର୍ଦ୍ଧା ଗୁରୁଜଙ୍ଗରେ ଲାଇନ୍ କାଟିବାକୁ ଯାଇଥିଲେ ୫ ଜଣିଆ ସ୍କ୍ୱାଡ୍ । ଜଣେ ପାନ ଦୋକାନୀର […]

electtricity
କିଛି ଶୁଣିଲେନି, କାଟିଦେଲେ ବିଦ୍ୟୁତ୍‌ ସଂଯୋଗ,

ଖୋର୍ଦ୍ଧା:ବକେୟା ବିଲ୍‌ ପୈଠ କରି ନ ଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କଲା ସେସୁ। ଏହି କାର୍ଯ୍ୟ ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ ଆରମ୍ଭ ହୋଇଛି।  ପ୍ରଥମେ ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି । ଏହି ସଂସ୍ଥା ଗୁଡ଼ିକ ବିଲ୍‌ ବକେୟା ରଖିଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ବିଦ୍ୟୁତ କାଟିବା ପାଇଁ ସେସୁ ପକ୍ଷରୁ ୩୯ଟି ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି । ଆଜି ପ୍ରଥମ ଦିନରେ ସମୁଦାୟ […]