• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

odisha
ଉଦ୍‌ଘାଟିତ ହେଲା ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ଉଦ୍‌ଘାଟିତ ହୋଇଛି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଏଡିଟୋରିଆଲ୍ ଡାଇରେକଟର୍ ପ୍ରଭୁ ଚାୱଲା କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଦେଶର ବିଭିନ୍ନ ଭାଷା ଓ ଭାଷା ଭିତ୍ତିକ ସଂସ୍କୃତି ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର […]

odisha
ଡ୍ରଗ୍ସ ମାଫିଆ ଘରେ ଚଢ଼ାଉ

ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍ ରାଜା ଘରେ କ୍ରାଇମ୍‌ବ୍ରାଞ୍ଚ୍ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରିଛି। ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାରର ଗଳାପୋଲ ଥିବା ସେକ୍‌ ରାଜାର ଘରେ ଆଜି ସକାଳେ ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ ଚଢ଼ାଉ କରିବା ସହ ତା’ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ।  ସେକ୍ ରାଜାର ଡ୍ରଗ୍ସ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଏସ୍‌ଟିଏଫ୍ ଟିମ୍  ଖୋଳତାଡ଼ ଜାରି ରଖିଛି। ସୂଚନାଯୋଗ୍ୟ, ସେକ୍‌ ରାଜା ସହ […]

bbsr
କୁଆଖାଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ବାଲିଅନ୍ତା ଥାନା ବାଙ୍କୁଆଳ ବ୍ରିଜ୍‌ ତଳେ ଏହି ମୃତ ଦେହ ପଡ଼ିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଏକ ମୋବାଇଲ୍‌ ଫୋନ୍‌ ମିଳିଥିବା ଜଣାପଡ଼ିଛି। ମୃତଦେହ କେଉଁଠୁ ଆସିଲା, ତାହା ଜଣାପଡ଼ି ନାହିଁ କି ମୃତ୍ୟୁ କାରଣ ବି ଜଣାପଡ଼ିନି। ପାଣି ଭିତରେ […]

odisha
‘ଟାଇମ୍‌ପାସ‍୍‌ ବୁକର’ ପୁରସ୍କାର ପାଇଁ ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁ ମନୋନୀତ

ଭୁବନେଶ୍ୱର: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ‍୍‌’ ପକ୍ଷରୁ ‘ଟାଇମ୍‌ପାସ‍୍‌ ବୁକର’ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମ୍‌ପାସ‍୍‌ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ୨୦୧୯ ମସିହାର ଟାଇମ୍‌ପାସ‍୍‌ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ […]

odisha
ନର୍ସ ନିହାରିକା ହତ୍ୟା ମାମଲା: ଜେଲ୍‌ ଗଲା ରାଜା

କଟକ: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତ ରାଜାକୁ ପୁଲିସ୍‌ ଜେଲ୍‌କୁ ପଠାଇଛି। ଗତକାଲି ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର ପରେ ତାକୁ ଆଳି ପିଙ୍ଗଳ ଜେଲ୍‌କୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଡାକ୍ତରଖାନାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ଗିରଫ ହେବା ପରେ ହତ୍ୟା ମାମଲା ଉପରୁ ଜଗତସିଂହପୁର ପୁଲିସ୍ ପରଦା ଉଠାଇଥିଲା। ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍‌ପି ଆର. ପ୍ରକାଶ ସୂଚନା ଦେଇ […]

niharika
ସାମ୍ନାକୁ ଆସିଲା ନର୍ସ ନିହାରିକା ହତ୍ୟା ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ

କଟକ: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।କଟକରେ ନିହାରିକାଙ୍କୁ ହତ୍ୟା କରାଯାଇଛି। ମୃତଦେହକୁ କଟକ ନିଆଯିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍ କଏଦ ହୋଇଛି। ଅଖାରେ ମୃତଦେହ ଭର୍ତ୍ତି କରାଯାଇ ବାଇକରେ ନେବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ନିହାରିକା ମୃତ୍ୟୁ ନେଇ ପୁଲିସ୍‌ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ତାଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନିହାରିକାଙ୍କ ପ୍ରେମିକ କିଶୋର […]

noida
ହେଲ୍‌ମେଟ୍‌ ନ ପିନ୍ଧି ବସ୍‌ ଚଲାଉଥିଲେ ବୋଲି ଏମିତି ମିଳିଲା ଦଣ୍ଡ...

ନୋଏଡ଼ା: ନୂତନ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବା ପରେ ସାରା ଦେଶରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଏହି ଆଇନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବାସହ ଜରିମାନା ମାମଲା ବେଶ୍‌ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କେଉଁଠି ଗାଡ଼ି ଚାଳକଙ୍କଠାରୁ ହଜାର ହଜାର  ଟଙ୍କା ଜରିମାନା କଟା ଯାଉଛି, ତ କେଉଁଠି ଟ୍ରକ୍‌ ମାଲିକଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବାକୁ ପଡୁଛି। ଜଣେ ବସ୍‌ ଡ୍ରାଇଭର ଗାଡ଼ି ଚଳାଇ‍ବା ସମୟରେ  ହେଲମେଟ୍ […]