
ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ବାଲିଅନ୍ତା ଥାନା ବାଙ୍କୁଆଳ ବ୍ରିଜ୍ ତଳେ ଏହି ମୃତ ଦେହ ପଡ଼ିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଏକ ମୋବାଇଲ୍ ଫୋନ୍ ମିଳିଥିବା ଜଣାପଡ଼ିଛି। ମୃତଦେହ କେଉଁଠୁ ଆସିଲା, ତାହା ଜଣାପଡ଼ି ନାହିଁ କି ମୃତ୍ୟୁ କାରଣ ବି ଜଣାପଡ଼ିନି। ପାଣି ଭିତରେ […]
ଭୁବନେଶ୍ୱର: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମ୍ପାସ୍’ ପକ୍ଷରୁ ‘ଟାଇମ୍ପାସ୍ ବୁକର’ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମ୍ପାସ୍ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ୨୦୧୯ ମସିହାର ଟାଇମ୍ପାସ୍ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ […]
କଟକ: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତ ରାଜାକୁ ପୁଲିସ୍ ଜେଲ୍କୁ ପଠାଇଛି। ଗତକାଲି ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର ପରେ ତାକୁ ଆଳି ପିଙ୍ଗଳ ଜେଲ୍କୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଡାକ୍ତରଖାନାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ଗିରଫ ହେବା ପରେ ହତ୍ୟା ମାମଲା ଉପରୁ ଜଗତସିଂହପୁର ପୁଲିସ୍ ପରଦା ଉଠାଇଥିଲା। ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍ପି ଆର. ପ୍ରକାଶ ସୂଚନା ଦେଇ […]
କଟକ: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।କଟକରେ ନିହାରିକାଙ୍କୁ ହତ୍ୟା କରାଯାଇଛି। ମୃତଦେହକୁ କଟକ ନିଆଯିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍ କଏଦ ହୋଇଛି। ଅଖାରେ ମୃତଦେହ ଭର୍ତ୍ତି କରାଯାଇ ବାଇକରେ ନେବା ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ନିହାରିକା ମୃତ୍ୟୁ ନେଇ ପୁଲିସ୍ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ତାଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନିହାରିକାଙ୍କ ପ୍ରେମିକ କିଶୋର […]
ନୋଏଡ଼ା: ନୂତନ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବା ପରେ ସାରା ଦେଶରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଏହି ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାସହ ଜରିମାନା ମାମଲା ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କେଉଁଠି ଗାଡ଼ି ଚାଳକଙ୍କଠାରୁ ହଜାର ହଜାର ଟଙ୍କା ଜରିମାନା କଟା ଯାଉଛି, ତ କେଉଁଠି ଟ୍ରକ୍ ମାଲିକଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବାକୁ ପଡୁଛି। ଜଣେ ବସ୍ ଡ୍ରାଇଭର ଗାଡ଼ି ଚଳାଇବା ସମୟରେ ହେଲମେଟ୍ […]
ଭୁବନଦେଶ୍ୱର: ଚନ୍ଦ୍ରଯାନ-୨ରେ ୯୮ ପ୍ରତିଶତ ସଫଳତା ମିଳିଛି। IIT ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ ଏହା କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରଯାନ -୨ର ଅର୍ବିଟର ଠିକ୍ ଭାବେ କାର୍ଯ୍ୟ କରୁଛି। ଅର୍ବିଟରରେ ଗବେଷଣା ଲାଗି ୮ଟି ସରଞ୍ଜାମ ଲଗାଯାଇଛି। ଯେଉଁ ଉଦ୍ଦେଶ୍ୟରେ ଅର୍ବିଟରକୁ ଛଡ଼ା ଯାଇଥିଲା ତାହା ସଫଳ ହୋଇଛି। ଅର୍ବିଟର ପଠାଇଥିବା ଚନ୍ଦ୍ରପୃଷ୍ଠର ଫଟୋ ଗବେଷଣା କ୍ଷେତ୍ରରେ ଅନେକ ମାତ୍ରାରେ ସହାୟକ ହେବ। ମହାକାଶ ଗବେଷଣା କ୍ଷେତ୍ରରେ […]