
ବାଲେଶ୍ୱର: ଠିକ୍ ଛୁଟି ହେବା ବେଳକୁ ପ୍ରଥମ ଶ୍ରଣୀର ପିଲାଟି ଟଏଲେଟ୍ ଯାଇଥିଲା। ଆଉ ଏପଟେ ସ୍କୁଲ ଗେଟ୍ରେ ତାଲା ପକାଇ ଶିକ୍ଷକ ଓ ପିଅନ ଛୁ ମାରିଥିଲେ । ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ ଦ୍ୱାରା ଉକ୍ତ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲ୍ଲା ମଠସାହି ମହାବୀର ନୋଡ଼ାଲ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣା ଗତକାଲିର । ସ୍କୁଲ ଛୁଟିର କିଛି ସମୟ ପୂର୍ବରୁ ସମ୍ପୃକ୍ତ ଛାତ୍ର ଟଏଲେଟ୍ ଯାଇଥିଲେ। […]
ଗୋରଖପୁର: ଫୋନ୍ରେ କଥା ହେବାବେଳେ ଅନେକ ସମୟରେ ଆମେ ଅନ୍ୟମନସ୍କ ହୋଇଯାଉ। ଏଥିପାଇଁ ବେଳେବେଳେ ଅଘଟଣର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ। ଏଠି ଆମେ ଆପଣଙ୍କୁ ଏଭଳି ଏକ ଅଘଟଣ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଖାଲି ଆଶ୍ଚର୍ଯ୍ୟ ହେବେନାହିଁ ବରଂ ଫୋନ୍ରେ କଥା ହେବାବେଳେ ସବୁବେଳେ ମନସ୍କ ରହିବେ। ଏପରି ଅଘଟଣ ଘଟିଛି ଗୋରଖପୁରର ଜଣେ ମହିଳାଙ୍କ ସହ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଫୋନ୍ରେ କଥା ହେଉହେଉ କେତେବେଳେ ସେ ସାପ […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୩୦ ପର୍ଯ୍ୟନ୍ତ ୧୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କଟକ, ପୁରୀ, ଖୋର୍ଦ୍ଧା ଓ ଝାରସୁଗୁଡ଼ା। ସୂଚନା ଅନୁସାରେ, ବର୍ଷା ଓ […]
ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଏକ ମନ୍ସୁନ୍ ଟ୍ରପ୍ ଲାଇନ୍ ମଧ୍ୟ ଓଡ଼ିଶା ଉପରି ଭାଗରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଆସନ୍ତା ୧୬ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ […]
ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପାଙ୍ଗଙ୍ଗ୍ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି। ପାଙ୍ଗଙ୍ଗ୍ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି। ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଏହି ହ୍ରଦ ଲମ୍ବିଛି। […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କଟକ, ପୁରୀ, ଝାରସୁଗୁଡ଼ା।
ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଦେଶରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହେଉଛି ବୋଲି ସେ କହିଛନ୍ତି। ତେବେ ନୂଆ ଟ୍ରାଫିକ ଆଇନ୍କୁ ନେଇ ଯେଉଁ ରାଜ୍ୟ ଏଥିରେ ପରିବର୍ତ୍ତନ କରିବ, ଏହାର ପରିଣାମ ଲାଗି ସେ ରାଜ୍ୟ ହିଁ ଦାୟୀ ରହିବ। ରାଜ୍ୟମାନଙ୍କ ପାଇଁ ଲୋକଙ୍କ ଜୀବନ ଅପେକ୍ଷା କ’ଣ ଜରିମାନା […]
ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୩ ଦିନ ପାଇଁ ଏହାର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏନେଇ ୭ଟି ଜିଲ୍ଲା ପାଇଁ ଅରେଞ୍ଜ୍ ଓ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ(ପ୍ରବଳ ବର୍ଷା) ଜାରି କରାଯାଇଛି। ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ(ପ୍ରବଳରୁ ଅତି ପ୍ରବଳ ବର୍ଷା) […]