• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rain
୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଜାରି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, […]

killed
ବିଚ୍‌ ରାସ୍ତାରେ ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ୨ ମୃତ, ୨ ଗୁରୁତର

ସମ୍ବଲପୁର: ଗୋଟିଏ ପରିବାରର ୪ ଭାଇଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏଥିରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ଦ୍ୱୟ ହେଲେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନନ୍ଦଲାଲ […]

odisha
ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ପୁଣି ମନ ବଳାଇଲା କୋରିଆ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ପ୍ରକଳ୍ପ ଓହରିବା ପରେ ପୁଣି ଥରେ ପୁଞ୍ଜି ନିବେଶ କରିବାକୁ ଆଗକୁ ଆସିଛି କୋରିଆ। ଆଜି କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ୍‌କିଲ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟରେ ବହୁ ବାଧାବିଘ୍ନ ସହିବା ପରେ ଓଡ଼ିଶାରେ ନିଜ ପ୍ରକଳ୍ପକୁ ଓହରାଇଥିଲା ପୋସ୍କୋ। ତେବେ ଏହି ତିକ୍ତ ଅଭିଜ୍ଞତାରୁ ଶିକ୍ଷା ଲାଭ କରିଛି କୋରିଆ। ହେଲେ ଏହାକୁ ଭୁଲି ପୁଣିଥରେ ଓଡ଼ିଶାରେ ନିବେଶ କରିବାକୁ କୋରିଆ ଇଚ୍ଛା ପ୍ରକାଶ କରିଛି। […]

amit shah
ମୋବାଇଲ୍‌ ଆପ୍‌ରେ ହେବ ଜନଗଣନା

ନୂଆଦିଲ୍ଲୀ: ଦେଶର ଜନ ଗଣନା ଆଧାରରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥାନ୍ତି। ତେଣୁ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନପିଆର) ତଥ୍ୟ ଉପରେ ଦେଶର ସମସ୍ତ ଯୋଜନା ନିର୍ଭର କରିଥାଏ। ଜନସଂଖ୍ୟା କିଭଳି ସଠିକ୍ ଏବଂ ଶୀଘ୍ର ହେବ ସେ ନେଇ ଆଗାମୀ ଦିନରେ ମୋବାଇଲ୍ ଆପ୍ ବ୍ୟବହାର କରିବେ କେନ୍ଦ୍ର ସରକାର। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। ଡିଜିଟାଲ୍ ମିଡିଆରେ ଗଣନା ହେଲେ ଅନେକ ତଥ୍ୟ ଶୀଘ୍ର ମିଳିପାରିବ […]

odisha
୨୫ ଲକ୍ଷ ଟଙ୍କା ଲଟେରି ଜିତିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷ

ଜୟପୁର: ମାତ୍ର ଗୋଟିଏ ଫୋନ୍‌ କଲ୍‌ ପାଇ ଲଟେରି ଜିତିଥିବା ନେଇ ବିଶ୍ୱାସ କରିନେଲେ ଆଉ ୨୫ ଲକ୍ଷ ଟଙ୍କା ଲଟେରି ଜିତିଥିବା ଲୋଭରେ ହାତରୁ ଚାଲିଗଲା ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଟ୍ୟାକ୍ସ ନାଁରେ ଭିନ୍ନ ଭିନ୍ନ ଆକାଉଣ୍ଟରେ ଜମା କରିଦେଲେ  ଲକ୍ଷାଧିକ ଟଙ୍କା। କୋରାପୁଟ ଜିଲ୍ଲାର ଜଣେ ଯୁବକ ଲଟେରି ଲୋଭରେ ଏଭଳି କିଛି ଠକାମୀର ଶିକାର ହୋଇଥିବା ଘଟଣା ସାମ୍ନାକୁ ଅସିଛି। ଠକାମୀର ଶିକାର ହୋଇଥିବା ଯୁବକଙ୍କ ନାଁ ଭୀମସେନ ଗୌଡ଼। ଦାମନଯୋଡି […]

snake 11
ବିଷାକ୍ତ ସାପ କାମୁଡ଼ାରେ ଆଖିବୁଜିଲେ ଦୁଇ ଭଉଣୀ

ଅନୁଗୁଳ: ସାପ କାମୁଡ଼ାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ବେନ୍ତପୁର ଗାଁର ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍‌(୧୩) ଓ ସୁଜାତା(୧୧)। ସୂଚନା ଅନୁସାରେ, ଗତକାଲି ରାତିରେ ୨ ଭଉଣୀ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

heavy rainfall
ଆସନ୍ତା ୨୫ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୪ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୫ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ […]

protest
ଆଜିଠୁ ଭାରତୀୟ ମଜଦୁର ସଂଘର ଧର୍ମଘଟ; କୋଇଲ ଖଣି ଆଗରେ ଧାରଣା

ଅନୁଗୁଳ(ବିରଜା ପ୍ରସାଦ ଦାଶ): କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ସରକାର କରିଥିବା ଘୋଷଣାକୁ ଭାରତୀୟ ମଜଦୁର ସଂଘ ବିରୋଧ କରିଛି। ଏହାଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକ ଅବହେଳିତ ହେବେ ବୋଲି ସଂଘ କହିଛି। ଏହାର ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆଜିଠୁ ୫ ଦିନିଆ ଧର୍ମଘଟ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ସବୁ କୋଇଲା ଖଣି ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।  […]