• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

heavy rainfall
ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ  ବରଗଡ଼। ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବର୍ଷା ସହ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ […]

omfed
ବଢ଼ିଲା ଓମଫେଡ୍ କ୍ଷୀର ଦର

ଭୁବନେଶ୍ୱର: ବଢ଼ିଲା ଓମଫେଡ୍ କ୍ଷୀର ଦର। ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି  ରାଜ୍ୟ ସରକାର। ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି। ଆସନ୍ତାକାଲିଠୁ ଓମଫେଡ୍‌ର ଏହି ବର୍ଦ୍ଧିତ ଦର ଲାଗୁ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଖାଉଟି ଟୋନ୍‌ଡ୍‌ କ୍ଷୀର ଲିଟର ପିଛା ୩୮ ଟଙ୍କାରେ କିଣିବେ। ସେହିପରି ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର […]

lightening
୧୧ ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, କଟକ, ମୟୂରଭଞ୍ଜ ଓ ଭଦ୍ରକ। ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୧ଟି ଜିଲ୍ଲାକୁ ପରାମର୍ଶ ଦିଆଯାଇଛି।

white tiger
ନନ୍ଦନକାନନରେ ଧଳା ବାଘ ‘ଶୁଭ୍ରାଂଶୁ’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ଧଳା ବାଘ ଅସୁସ୍ଥ। ‘ଶୁଭ୍ରାଂଶୁ’  ଅସୁସ୍ଥ। ବାଘ ସଫାରୀରେ ରହୁଥିବା ‘ଶୁଭ୍ରାଂଶୁ’ ଗତ କିଛିଦିନ ଧରି ଅସୁସ୍ଥ ଅଛି। ଫଳରେ ତା’ର ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଧଳା ବାଘ ‘ଶୁଭ୍ରାଂଶୁ’ର କ’ଣ ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ‘ଶୁଭ୍ରାଂଶୁ’ ବର୍ତ୍ତମାନ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛି ଓ ତାର […]