
କଟକ: କଟକ SCBରେ ଚିକିତ୍ସାଧୀନ ଥିବା ଜଗାକାଳିଆଙ୍କ ମଧ୍ୟରୁ ଗତକାଲି କାଳିଆର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗତ ରାତିରୁ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଦୀର୍ଘ୨ ବର୍ଷର ଚିକିତ୍ସା ପରେ ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମସ୍ରୁ ଜଗା ଓ କାଳିଆ ଓଡ଼ିଶା ଫେରିଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା […]
ଥିରୁଭନନ୍ତପୁରମ୍: ପ୍ରତ୍ୟେକ ଦିନ ସୋଶାଲ୍ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଏବେ ସୋଶାଲ୍ ମିଡିଆରେ ଜଣେ ମହିଳାଙ୍କର ସାହାସିକତା ଭିଡିଓ ଭାଇରାଲ ହୋଇଛି ଯାହାକୁ ଲୋକମାନେ ଖୁବ୍ ପ୍ରଶଂସା କରିଛନ୍ତି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତା ମଝିରେ ଜଣେ ମହିଳା ବସ୍ ସମ୍ମୁଖରେ ସ୍କୁଟି ଧରି ଠିଆ ହୋଇଛନ୍ତି। ଆଉ ଛିଡ଼ା ହୋଇଥିବା ସ୍ଥାନରୁ ଟିକେ ବି ହଲ୍ଚଲ୍ ହେଉ ନାହାନ୍ତି। କୁହାଯାଉଛି କି, ବସ୍ ଡ୍ରାଇଭର ଜଣକ ଭୁଲ୍ ଲେନ୍ରେ […]
ଆନନ୍ଦପୁର(ମୁନା ସିଂହ): ଗୁଣି ଗାରେଡ଼ି ସନ୍ଦେହରେ ମାଇଁକୁ ହତ୍ୟା କଲ ଭଣଜା। କେନ୍ଦୁଝର ଜିଲ୍ଲାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ଜିଙ୍ଗି ପୂର୍ତ୍ତି। ଅଭିଯୁକ୍ତର ନାଁ ଅଙ୍କୁରା ବୀରୁଆ। ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ଜିଙ୍ଗି ଘରକୁ ଆସୁଥିବା ବେଳେ ନିଛାଟିଆ ରାସ୍ତା ଦେଖି […]
ଭୁବନେଶ୍ୱର: ଓମ୍ଫେଡ୍ କ୍ଷୀର ଦର ଆଜିଠୁ ବୃଦ୍ଧି ପାଇଛି। ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗତକାଲି ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି।ଆଜିଠୁ ଓମ୍ଫେଡ୍ କ୍ଷୀରର ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଟୋନ୍ଡ୍ କ୍ଷୀର ଲିଟର ପିଛା ୩୮ ଟଙ୍କା ଏବଂ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ […]
ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତରେ ଯୋଗଦେବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ନୂଆଦିଲ୍ଲୀରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନରରେ ଆସି ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ। ଏଠାରୁ ସେ ସିଧାସଳଖ ଗୋପାଳପୁର ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହ ସ୍ଥଳସେନା ମୁଖ୍ୟ ବିପିନ […]
ପୁରୀ: ପୁରୀର ନୂଆ ଯୁବରାଜ ଭାବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଖବର ସମ୍ପୂର୍ଣ୍ଣ ଭୁଲ୍। ଏନେଇ ସୋଶାଲ୍ ମିଡିଆରେ ଯେଉଁ ଫଟୋ ପୋଷ୍ଟ କରି ଖବରଟିକୁ ଭାଇରାଲ୍ କରାଯାଇଛି ତାହା ପ୍ରକୃତରେ ନୀଳଗିରିର ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜଙ୍କର ନିର୍ବନ୍ଧ ଉତ୍ସବ ଫଟୋ। ଏହି ଫଟୋଟି ୨୦୧୬ ମସିହାର। ଫଟୋରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ନୀଳଗିରିର ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ବି ଉପସ୍ଥିତ ଅଛନ୍ତି। କିଛି ବ୍ୟକ୍ତି ସୋଶାଲ୍ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲା ନର୍ସ ନିହାରିକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଅଞ୍ଚଳ। ରାଜାକୁ ଗତକାଲି ଆଳିପିଙ୍ଗଳ ସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି। ଗତ ୨୩ ତାରିଖରେ ବିରିଡି ଥାନା ପୁଲିସ୍ ଅଧିକ ପଚରାଉଚରା ପାଇଁ ରାଜାକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରାଜା ଏକା ହିଁ ନିହାରିକାକୁ ମାରିଥିବା ଓ ପରେ ଏକ ଅଖାରେ ମୃତଦେହ ପୂରାଇ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ପିଲା ଚୋରି ଆତଙ୍କ। ଗୋଟିଏ ପରେ ଗୋଟିଏ ଗାଁକୁ ପିଲା ଚୋରି ଗୁଜବ ବ୍ୟାପିବାରେ ଲାଗିଛି। ଆଜି ଭୋରରୁ ନୂଆଗାଁ ବ୍ଲକ୍ର ମେନମେନା ପଞ୍ଚାୟତରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗାଁଲୋକେ ନିସ୍ତୁକ ମାଡ଼ ମାରି ପୁଲିସ୍ ଜିମା ଦେଇଛନ୍ତି। ସେହିପରି ଗତ ବୁଧବାର ରାତିରେ ପିଲା ଚୋରି ସନ୍ଦେହରେ ସେହି ନୂଆଗାଁ ବ୍ଲକର କୋକେରମାରେ ଜଣେ ଯୁବକକୁ ମଧ୍ୟ ଗାଁ ଲୋକେ ନିସ୍ତୁକ ମାଡ ମାରିଥିଲେ। ଏନେଇ […]