
ଅନୁଗୁଳ: ସାପ କାମୁଡ଼ାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ବେନ୍ତପୁର ଗାଁର ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍(୧୩) ଓ ସୁଜାତା(୧୧)। ସୂଚନା ଅନୁସାରେ, ଗତକାଲି ରାତିରେ ୨ ଭଉଣୀ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୪ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୫ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ […]
ଅନୁଗୁଳ(ବିରଜା ପ୍ରସାଦ ଦାଶ): କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ସରକାର କରିଥିବା ଘୋଷଣାକୁ ଭାରତୀୟ ମଜଦୁର ସଂଘ ବିରୋଧ କରିଛି। ଏହାଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକ ଅବହେଳିତ ହେବେ ବୋଲି ସଂଘ କହିଛି। ଏହାର ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆଜିଠୁ ୫ ଦିନିଆ ଧର୍ମଘଟ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ସବୁ କୋଇଲା ଖଣି ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। […]
ବାଲୁଗାଁ: ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିବାୟୁ। ଗତକାଲି ଅପରାହ୍ଣରେ ଚିଲିକା ଭିତରେ କିଛି ସମୟ ପାଇଁ ଏହି ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିଲା। କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲ୍ରେ କଏଦ୍ କରିଥିବା ଜଣାପଡ଼ିଛି। କାଳିଜାଈ ଓ ଜଟିଆନାଶୀ ମଝିରେ ପ୍ରାୟ ୧୫ ମିନିଟ ଧରି ବାୟୁମଣ୍ଡଳରେ ଏହି ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା। ଏହି ଘୂର୍ଣ୍ଣିବାୟୁ ଆକାଶରେ ବହୁ ଉପରକୁ ଲମ୍ବିଥିବା ନଜର ଆସିଥିଲା। ତେବେ କିଛି ସମୟ ମଧ୍ୟରେ ଆଖି ସାମ୍ନାରୁ ଏହା ଉଦ୍ଭାନ ହୋଇଯାଇଥିଲା। ଏହାକୁ […]
ହ୍ୟୁଷ୍ଟନ୍: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’କୁ ନେଇ ଭିତରେ ଭିତରେ ଜଳୁଛି ପାକିସ୍ତାନ। ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନ ପ୍ଲାନ୍ ମଧ୍ୟ କରିଥିଲା। ହେଲେ ଏହି ପ୍ଲାନ୍ ଫେଲ୍ ମାରିଥିଲା। ଟେକ୍ସାସର ହ୍ୟୁଷ୍ଟନ୍ ସହରରେ ଅନୁଷ୍ଠିତ ଏହି ମେଗା ଇଭେଣ୍ଟକୁ ଭଣ୍ଡୁର କରିବାକୁ ପାକିସ୍ତାନ ଜୋରଦାର ଉଦ୍ୟମ କରିଥିଲା। ପ୍ରଥମ ପଦକ୍ଷେପ ସ୍ୱରୂପ ଆମେରିକାରେ ବିଭିନ୍ନ ଗ୍ରୁପ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଚେଷ୍ଟା କରାଯାଇଥିଲା। ତା’ […]
ହ୍ୟୁଷ୍ଟନ୍: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ ଦେବାକୁ ମିଳିଛି। ପ୍ରବାସୀ ଭାରତୀୟଙ୍କୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆରେ ପଦେ କହିଥିଲେ। ‘ହାଓଡି ମୋଦି’ ଉତ୍ତରରେ ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’। କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ମୋଦି ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ […]
ପୁଣି କଡ଼ ଲେଉଟାଇଲା ଇତିହାସ । ଶ୍ରୀକ୍ଷେତ୍ରରେ ଆଉଥରେ ଭକ୍ତ ବିନା ଗଡ଼ିଲା ରଥ ।
ନିକଟରେ ହୋଇଥିବା ଏକ ଅଧ୍ୟୟନରେ ମସ୍ତିଷ୍କର ଏପରି ଏକ ସ୍ୱତନ୍ତ୍ର ସର୍କିଟ ଚିହ୍ନଟ ହୋଇଛି ଯାହା ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଦାୟୀ ଅଟେ।
କାଳିଆର ଦିବ୍ୟ ଲୀଳା । କରୋନା କାଳରେ ପୁଣି ବିନା ଭକ୍ତରେ ଭାବର ଠାକୁରଙ୍କ ଘୋଷଯାତ୍ରା । ଏଥର ବି ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ ।
ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପ୍ରକୃତିର କୋପ । ହିମାଚଳରେ ବାଦଲଫଟା ବର୍ଷା ପ୍ରଳୟ ଆଣିଛି । ପ୍ରକୃତିର ଏହି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଧର୍ମଶାଳା ।
ଚୀନର ଅଜବ ପରମ୍ପରା। ଏହି ପରମ୍ପରା ଦମ୍ପତିମାନଙ୍କ ପାଇଁ, ଯେଉଁମାନେ ପିତାମାତା ହେବାକୁ ଯାଉଛନ୍ତି। ଏହି ଅଜବ ପ୍ରଥାରେ ସ୍ୱାମୀ ଗର୍ଭବତୀ ପତ୍ନୀଙ୍କୁ ଉଠାଇ ଜଳନ୍ତା କୋଇଲା ଉପରେ ଚାଲିଥାଏ।
ପୁରୀ ବ୍ୟତୀତ ଗୁଜରାଟର ଅହମ୍ମଦାବାଦରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରୀତିନୀତିରେ ପୂଜାର୍ଚ୍ଚନା ପରେ ରଥ ଟଣା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ରଥରେ ଛେରାପହରା କରିଥିଲେ । ଛେରାପହରା ସମୟରେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ଉପସ୍ଥିତ ଥିଲେ
ବଲିଉଡ୍ରୁ ଦୂରରେ ରହି ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା। ସେ ଅନେକ ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟରେ ତାଙ୍କ ଅର୍ଥ ବିନିଯୋଗ କରିଛନ୍ତି । ଏହା ବ୍ୟତୀତ, ସେ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ଭଲ ଟଙ୍କା ମଧ୍ୟ ରୋଜଗାର କରନ୍ତି ।
ଲୋକେ ଆଜିକାଲି ଚାକିରି ପଛରେ ଧାଇଁ ଧାଇଁ ବାହାରକୁ ଚାଲିଯାଉଛନ୍ତି । କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଛତୁ ମଞ୍ଜି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ଭାସ୍କର ପାତ୍ର ।
ସେପ୍ଟେମ୍ବର ୧୨ ତାରିଖରେ NEET (UG)- ୨୦୨୧ । କୋଭିଡ୍ କଟକଣା ଭିତରେ ସାରା ଦେଶରେ ହେବ ପରୀକ୍ଷା । କାଲି ଅପରାହ୍ନ ୫ଟାରୁ ଅନଲାଇନ୍ରେ ଆବେଦନ ।