
ଭୁବନେଶ୍ୱର: ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁରୋଧ କରିଛନ୍ତି। ଏକ ଟ୍ୱିଟ୍ କରି ସେ କହିଛନ୍ତି, ଗୁରୁ ନାନକଙ୍କ ଐତିହ୍ୟ ସହିତ ଏହି ମଠ ଜଡ଼ିତ। ତେଣୁ ଏହାର ସୁରକ୍ଷା କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି। Shocked to learn of the decision to demolish the Mangu Mutt in Puri associated with […]
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ରୋଷେଇ ଘରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ରାଜୁ ହାନ୍ତାଳ। ତାଙ୍କ ଘର ଧୁଳିପୁଟ ପଞ୍ଚାୟତର ରାଙ୍ଗନିଗୁଡ଼ା ଗାଁରେ। ରାଜୁଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି। ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ଦିନ ସେ ଯନ୍ତାପାଇ ଠାରେ ହେଉଥିବା ସାପ୍ତାହିକ ହାଟକୁ ତାଙ୍କ ଦୁଇ ଝିଅଙ୍କ ସହିତ ଔଷଧ ଓ ରାସନ ସାମଗ୍ରୀ କିଣିବାକୁ ଯାଇଥିଲେ। ହେଲେ […]
ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୩ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଗତକାଲି ଅପରାହ୍ଣ ୪ଟା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଏମାନେ ସମସ୍ତେ ଡଙ୍ଗାରେ ବାଲିମେଳା ଜଳଭଣ୍ଡାର ଦେଇ ତୋଟାଗୁଡ଼ାକୁ ଫେରୁଥିବା ବେଳେ ଆମ୍ବିଳିବେଢା ନିକଟରେ ଝଡ଼ ତୋଫାନ ହୋଇଥିଲା। ଫଳରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ମୋଟ୍ ୪ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳକୁ ପଳାଇ ଆସିଥିବା ବେଳେ ଏବେ ବି ତିନି […]
ବ୍ରହ୍ମପୁର: ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାପରେ ଏବେ ପୁଲିସ ଓ ପବ୍ଲିକ୍ ମଧ୍ୟରେ ଚାଲିଛି ଛକାପଞ୍ଝା। ସାଧାରଣ ଲୋକେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ପୁଲିସ୍ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରୁଥିବାବେଳେ ପୁଲିସର ଆଇନ ଉଲ୍ଲଂଘନକୁ ବି ଆଙ୍ଗୁଳି ଉଠାଇବାକୁ ପଛାଉ ନାହାନ୍ତି ପବ୍ଲିକ୍। ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ଘଟଣାକୁ ନେଇ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ହୁମାରୁ ପାଲୁଲ ଅଭିମୁଖେ ଯାଉଥିବା ଏକ ପୁଲିସ୍ ଗାଡ଼ିରୁ ପ୍ରଚୁର ପରିମାଣର କଳା ଧୂଆଁ […]
ଧର୍ମଶାଳା: ୱେଷ୍ଟଇଣ୍ଡିଜ୍ ପରେ ଏବେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ଟିକିଆ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଧର୍ମଶାଳାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍କୁ ୩-୦ରେ କବଜା କରିଥିବା ବିରାଟ୍ ବାହିନୀ ଘରୋଇ ମାଟିରେ ନିଜର ଦବଦବା ଜାରି ରଖିବାକୁ ଉଦ୍ୟମ […]
ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ଷ୍ଟାରକିଡ୍ଙ୍କ ଜମାନା। ବି-ଟାଉନ୍ରେ ସବୁବେଳେ କେଉଁ ନା କେଉଁ ତାରକାଙ୍କ ପିଲାଙ୍କୁ ନେଇ ଚର୍ଚ୍ଚା ହେଉଥାଏ। କାହାର ନୂଆ ଫିଲ୍ମ ରିଲିଜ୍ ହେଉଛି ତ କିଏ ପୁଣି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଉ ଏବେ ଯେଉଁ ଷ୍ଟାର କିଡ୍ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା। ନିକଟରେ ଟିନା ମ୍ୟୁଜିକ୍ ଭିଡିଓରେ ଡେବ୍ୟୁ କରିଛନ୍ତି। ଯାହାର ନାଁ ହେଉଛି ‘ମିଲୋ ନା ତୁମ୍’।ଏହି ଗୀତଟି ସେ ସିଙ୍ଗର୍ ଗଜେନ୍ଦ୍ର […]
ନୂଆଦିଲ୍ଲୀ: ଅର୍ଥନୀତିକ ମାନ୍ଦାବସ୍ଥା ସୁଧାରିବା ପାଇଁ ପ୍ରାଣପ୍ରଣେ ଲାଗିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିପାଇଁ ସେ ଲଗାତାର ସାମ୍ବାଦିକ ସମ୍ମଳିନୀ କରିବା ସହ ନୂଆ ନୂଆ ଘୋଷଣା ସବୁ କରୁଛନ୍ତି। ଏହି କ୍ରମରେ ସେ ଆଜି କହିଛନ୍ତି, ଭାରତ ଶପିଂ ଫେଷ୍ଟିଭାଲ ଆୟୋଜନ କରିବ। ଏଥିରେ ବିଶ୍ୱର ବିଭିନ୍ନ ବଡ଼ ବଡ଼ ଉତ୍ପାଦନକାରୀ ଏବଂ ଗ୍ରାହକ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ। ରପ୍ତାନୀ ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ସେ କହିଛନ୍ତି, ଦେଶର […]
ନୂଆଦିଲ୍ଲୀ: ପିଓକେକୁ ନେଇ ଜାତିସଂଘ ପରିଷଦରେ ଭାରତ ପାକିସ୍ତାନ ଉଭୟ ନିଜର ପକ୍ଷ ରଖିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ପାକିସ୍ତାନ ଯଦି ଭାରତ ସହ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରୁଛି ତାହେଲେ ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତକୁ ଫେରାଇବାକୁ ପଡ଼ିବ। କାରଣ ପିଓକେ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖ ରହିଛି କି ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପିଓକେ […]
ଭୋପାଳ: ଜୀବନରେ ସମସ୍ତଙ୍କର କିଛି ନା କିଛି ସଉକ ରହିଛି। ଏମିତି ବି ଲୋକ ଅଛନ୍ତି, ଯାହାଙ୍କର ସଉକ କାଚ ଖାଇବା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମଧ୍ୟପ୍ରଦେଶ ଡିଣ୍ଡୋରି ଅଞ୍ଚଳର ଜଣେ ଓକିଲଙ୍କ ଏମିତି କିଛି ସଉକ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ଷେ କି ଦୁଇ ବର୍ଷ ନୁହେଁ ୪୦ରୁ ୪୫ ବର୍ଷ ହେଲା ଓକିଲ ଦୟାରାମ ସାହୁ କାଚ ଖଣ୍ଡ ଖାଉଛନ୍ତି। ଏଭଳି ଅଭ୍ୟାସ ଯୋଗୁ ତାଙ୍କର ଦାନ୍ତ ନଷ୍ଟ […]