• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

microsoft ceo father dies
ପରଲୋକରେ ମାଇକ୍ରୋସଫ୍ଟ ସିଇଓ ସତ୍ୟମ ନାଡେଲାଙ୍କ ବାପା

ଅମରାବତୀ: ମାଇକ୍ରୋସଫ୍ଟର ସିଇଓ ସତ୍ୟମ ନାଡେଲାଙ୍କ ବାପା ତଥା ପୂର୍ବତନ ଆଇଏଏସ ଅଫିସର ବିଏନ ଯୁଗାନ୍ଧରଙ୍କ ଦେହାନ୍ତ ହୋଇଯାଇଛି। ୧୯୬୨ ମସିହାର ଏହି ଆଇଏଏସ ଅଫିସର ଗତକାଲି ୮୨ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିଜର ସରଳ ଜୀପନ ଯାପନ ଏବଂ ବ୍ୟକ୍ତିତ୍ୱ ପାଇଁ ଯୁଗାନ୍ଧର ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅନେକ ରାଜନୀତିଜ୍ଞ ଶୋକ ପ୍ରକାଶ କରିଛନ୍ତି। ବିଏନ ଯୁଗାନ୍ଧର ୨୦୦୪ରୁ ୨୦୦୯ ମଧ୍ୟରେ ଯୋଜନା ଆୟୋଗର ସଦସ୍ୟ ଥିଲେ। ଏହା […]

rourkela
ଟିକା ନେବା ଯୋଗୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ: ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍କୁଲରେ ଟିକା ନେବା ଯୋଗୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାଉରକେଲା ସେକ୍ଟର ୬ ସ୍ଥିତ ଏକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର। ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଭିଭାବକଙ୍କ ସମେତ ସ୍ଥାନୀୟ ଲୋକେ ସ୍କୁଲକୁ ଘେରାଉ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ସବୁ […]

nit
ରାଉରକେଲା NITର ମେଟାଲର୍ଜି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ମିଳିବ ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍‌ ମେଡାଲ

ଭୁବନେଶ୍ୱର: ରାଉରକେଲା ଏନ୍‌ଆଇଟିର ମେଟାଲର୍ଜି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍‌ ମେଡାଲରେ ସମ୍ମାନିତ କରିବ ଇମ୍ଫା । ଏଥିପାଇଁ ଇମ୍ଫା ଓ ଏନ୍‌ଆଇଟି ରାଉରକେଲା ଅନୁବନ୍ଧିତ ହୋଇଛନ୍ତି। ୨୦୨୦ରୁ ମେଟାଲର୍ଜିରେ ଶ୍ରେଷ୍ଠ ସ୍ନାତକଙ୍କୁ ଇମ୍ଫା ପକ୍ଷରୁ ଏହି ପଦକ ପ୍ରଦାନ କରାଯିବ। ସ୍ୱର୍ଗତ ବଂଶୀଧର ପଣ୍ଡା ଜଣେ ବିଖ୍ୟାତ ମେଟାଲର୍ଜିଷ୍ଟ ଥିଲେ। ଏହାସହ ସେ ଏନ୍‌ଆଇଟି ରାଉରକେଲାର ଗଭର୍ଣ୍ଣିଂ ବୋର୍ଡ ଚେୟାରମ୍ୟାନ ଭାବେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

representational image
ମୋବାଇଲ୍‌ ପାଇଁ ଅଧ୍ୟାପକଙ୍କ ଜୀବନ ନେଲା ଯୁବକ

ସମ୍ବଲପୁର: ସାମାନ୍ୟ ମୋବାଇଲ ଫୋନ୍ ପାଇଁ କିଏ କାହାର ଜୀବନ ନେଇପାରେ ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସମ୍ବଲପୁର ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ଜଣେ ଯୁବକ ଅଧ୍ୟାପକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତ ୫ ତାରିଖରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ୍‌ର ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଏଭଳି କିଛି ପର୍ଦ୍ଦାଫାସ ହୋଇଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୫ ତାରିଖ ରାତିରେ ହୃଦାନନ୍ଦ […]

child
ମନ୍ତ୍ରୀଙ୍କ ମହାନତା: ଅଜଣା ରୋଗରେ ପୀଡ଼ିତ କୁନି ଝିଅକୁ ବଢ଼ାଇଲେ ସହାୟତାର ହାତ

ଭୁବନେଶ୍ୱର: ଅଜଣା ରୋଗରେ ପୀଡ଼ିତ ଜଣେ କୁନି ଝିଅକୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହି ଛୋଟ ଝିଅଟି ରାଜଧାନୀ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଆଦର୍ଶ ବସ୍ତିରେ ରୁହନ୍ତି। ତାଙ୍କ ନାଁ ତୁଳସୀ। ବର୍ଷେ ହେବ ସେ ଅଜଣା ରୋଗରେ ପୀଡ଼ିତ ହୋଇ ସ୍ଥାଣୁ ପାଲଟି ଯାଇଛନ୍ତି। ଏପରିକି ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଏମ୍ସ ପର୍ଯ୍ୟନ୍ତ ସବୁଠି ଦେଖା ସରିଛି। ହେଲେ ରୋଗ ନିରୁପଣ ହୋଇ ପାରୁ ନ […]

boat 1
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ଡଙ୍ଗା ବୁଡ଼ି ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ଖଟ୍‌ଲାପୁରା ଘାଟରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ି ଯିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏବେବି କିଛି ଲୋକ ନିଖୋଜ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର […]