• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

hockey
ବେଲଜିୟମ ଟୁର୍ ପାଇଁ ଭାରତୀୟ ହକି ଟିମ୍‌ରେ ଦୁଇ ଓଡ଼ିଆ ସାମିଲ

ନୂଆଦିଲ୍ଲୀ: ଚଳିତ ମାସ ବେଲଜିୟମ ଟୁର୍ ପାଇଁ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଦଳରେ ଓଡ଼ିଶାର ଦୁଇଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ। ସୂଚନାଯୋଗ୍ୟ, ଚଳିତ ମାସ ୨୬ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ […]

mehebub
୪୬ ଦିନ ପରେ ସକ୍ରିୟ ହେଲା ମେହବୁବାଙ୍କ ଟ୍ୱିଟର ଆକାଉଣ୍ଟ୍‌

ନୂଆଦିଲ୍ଲୀ: ଗତ ଅଗଷ୍ଟ ୫ ପରଠାରୁ ଗତ ୪୬ ଦିନ ଧରି ବନ୍ଦ ରହିଥିବା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କ ଟ୍ୱିଟର ଆକାଉଣ୍ଟ ଶେଷରେ ସକ୍ରିୟ ହୋଇଛି। ଧାରା ୩୭୦ ଉଚ୍ଛେଦ ପୂର୍ବରୁ କାଶ୍ମୀରରେ କଟକଣା ବାବଦରେ ସେ ଲଗାତାର ଟ୍ୱିଟ୍‌ କରିଥିଲେ। ଏପରିକି ସେ ଗୃହବନ୍ଦୀ ରହିବା ନେଇ ମଧ୍ୟ ଏଥିରେ ପ୍ରାକ୍‌ ସୂଚନା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିରବ ରହିଥିବା ଏହି ଟ୍ୱିଟର୍‌ ହ୍ୟାଣ୍ଡଲରୁ ମେହବୁବାଙ୍କ ଝିଅ ଇଲ୍‌ତିଜା ଟ୍ୱିଟ୍‌ କରିବେ ବୋଲି […]

niramala
ସରକାରଙ୍କ ବଡ଼ ଘୋଷଣା: ଘରୋଇ କମ୍ପାନୀଙ୍କ ପାଇଁ କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ ହେବ। ଏନେଇ ଶୁକ୍ରବାର ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ। ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି। ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍‌ବ୍ୟତୀତ […]

niharika-1..
ନିହାରିକା ମର୍ଡର ମିଷ୍ଟ୍ରି: ଧରା ପଡ଼ିଲା ବୟଫ୍ରେଣ୍ଡ୍‌

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବୟଫ୍ରେଣ୍ଡ କିଶୋର ଆଞ୍ଚଲ ଓରଫ୍ ରାଜା ପୁଲିସ୍‌ ହାତରେ ଧରା ପଡ଼ିଛି।  କିଛି ଦିନର ଲୁଚକାଳି ପରେ  ନିଜେ  ପୁଲିସ୍‌ ହାତରେ ଧରା ଦେଇଛି ରାଜା। ଆଜି ପୁଲିସ୍‌  ନିକଟକୁ ଆସି ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଅପରପକ୍ଷେ ମୃତଦେହର ସଠିକ୍‌ ଚିହ୍ନଟ ଲାଗି  ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ  ଆଜି କ୍ୟାପିଟାଲ […]

syed akbaruddin
‘କାଶ୍ମୀର ପ୍ରସଙ୍ଗକୁ ଉଠାଇ ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ, ଆମେ ସେତେ ଉଚ୍ଚରେ ଉଡ଼ିବୁ’

ନୂଆଦିଲ୍ଲୀ: ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠାଇବା ଭାରତ ପାଇଁ ଫାଇଦା ଦେବ ଏବଂ ପାକିସ୍ତାନ ନିଜେ ଏଥିପାଇଁ ଅସୁବିଧାରେ ପଡ଼ିବ ବୋଲି ଜାତିସଂଘରେ ଭାରତର ପ୍ରତିନିଧି ସୟଦ୍‌ ଆକବରଉଦ୍ଦିନ୍‌ କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ପାକିସ୍ତାନ ଯେତେ ନୀଚ ସ୍ତରକୁ ଯିବ ଆମେ ସେତେ ଉପରେ ଉଡ଼ିବୁ। ଅତୀତରେ ଆତଙ୍କବାଦକୁ ବେଶ୍‌ ପ୍ରୋତ୍ସାହନ ଯୋଗାଇ ସାଧାରଣ ଘଟଣା ଭାବେ ବିବେଚନା କରି ଆସିଥିବା ପାକିସ୍ତାନ ଏବେ ‘ମେନ୍‌ଷ୍ଟ୍ରୀମ୍‌ ହେଟ୍‌ସ୍ପିଚ୍‌’ ଆରମ୍ଭ କରିବ ବୋଲି ସୟଦ୍‌ […]

former-union-minister-11
ଜେଲ୍‌ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ

ଲକ୍ଷ୍ନୌ: ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଆଜି ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ସ୍ପେଶାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) ତାଙ୍କୁ ଶାହଜାହାନପୁରରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଓ ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଉତ୍ତର ପ୍ରଦେଶର ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜର ଜଣେ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ୍ […]

imran
କାଶ୍ମୀର ପ୍ରସଙ୍ଗରେ ସମର୍ଥନ ହାସଲ କରିବାରେ ଫେଲ୍‌ ମାରିଲା ପାକିସ୍ତାନ

ଇସଲାମାବାଦ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ପାକିସ୍ତାନକୁ ଲୋକହସା ହେବାକୁ ପଡ଼ିଛି। ଜାତିସଙ୍ଘ ମାନବାଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ କାଶ୍ମୀର ପ୍ରସଙ୍ଗରେ ପ୍ରସ୍ତାବ ପାରିତ ହେବାର ଶେଷ ଦିନ(ଗତକାଲି)ରେ ଆବଶ୍ୟକ ସଂଖ୍ୟକ ସମର୍ଥନ ଏକତ୍ରିତ କରିବାରେ ପାକିସ୍ତାନ ବିଫଳ ହୋଇଛି। ଫଳରେ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଥିବା ବେଳେ ଭାରତର କୂଟନୀତିରେ ଏକ ବଡ଼ ବିଜୟ ହୋଇଛି। ମିଳିଥିବା ସୂଚନା ଅନୁସାରେ UNHRCର ସଦସ୍ୟ ରାଷ୍ଟ୍ରମାନେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ପ୍ରସ୍ତାବ […]

nagarjun
ଅଭିନେତା ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ସୁପର୍‌ଷ୍ଟାର୍‌ ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତେଲେଙ୍ଗାନା ସ୍ଥିତ ଏହି ଫାର୍ମହାଉସ୍‌ରୁ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ବୁଧବାର ଦିନ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍‌କୁ ପଠାଇଥିଲେ। ସେଠାକାର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେନେଇ ଯାଞ୍ଚ କରିବାକୁ ସେ ପଠାଇଥିଲେ। ତେବେ ସେମାନେ ସେଠାରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରିଥିଲେ। ନାଗାର୍ଜୁନଙ୍କ ଏହି […]

australia-12
ପାଣି ଭିତରେ ଆରାମ କରୁଥିଲେ; ହଠାତ୍‌ ଆସିଗଲା ସାର୍କ, ତା’ପରେ...

କ୍ୟାନ୍‌ବେରା (ଅଷ୍ଟ୍ରେଲିଆ): ଡ୍ରୋନ୍‌ ବଞ୍ଚାଇଲା ସମୁଦ୍ରରେ ସର୍ଫିଙ୍ଗ୍‌ କରୁଥିବା ଜଣେ ବ୍ୟକ୍ତି(ସର୍ଫର)ଙ୍କ ଜୀବନ। ବ୍ୟକ୍ତି ଜଣକ ସମୁଦ୍ର ଭିତରେ ସର୍ଫିଙ୍ଗ୍‌ କରୁଥିବା ବେଳେ ସାର୍କ ମୁହଁରୁ ଏହି ଡ୍ରୋନ୍‌ କ୍ୟାମେରା ତାଙ୍କର ଜୀବନ ବଞ୍ଚାଇଛି। ଏହାର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଅଷ୍ଟ୍ରେଲିଆର ନିୟୁ ସାଉଥ୍‌ ୱେଲ୍‌ସ୍‌ରେ ଏହି ଘଟଣା ଘଟିଛି। କ୍ରିଷ୍ଟୋଫର୍‌ ଜୟସ୍‌ ନାମକ ଏହି ବ୍ୟକ୍ତି ଡ୍ରୋନ୍‌ ସାହାଯ୍ୟରେ ସମୁଦ୍ର ଭିତରେ ଜଣେ ସର୍ଫରଙ୍କ ଜୀବନ ବଞ୍ଚାଇଛନ୍ତି। କ୍ରିଷ୍ଟୋଫର୍‌ ସାର୍କର […]

Vikram lander
ବିକ୍ରମକୁ ଠାବ କରିପାରିଲାନି ନାସା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ମିଶନ୍‌ ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମକୁ ଠାବ କରିବାରେ ନାସା ବିଫଳ ହୋଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଅର୍ବିଟର LRO ଲାଣ୍ଡର ବିକ୍ରମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଠାବ କରିପାରିନାହିଁ। ଲାଣ୍ଡର ବିକ୍ରମର ଅବତରଣ ସ୍ଥାନ ଦେଇ ନାସାର ଅର୍ବିଟର ଅତିକ୍ରମ କରିଥିବାବେଳେ ଏହାର ଠାବ କରଯାଇପାରିନାହିଁ। ଗତ ସେପ୍ଟେମ୍ବର ୭ ତାରିଖରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବାବେଳେ […]