• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ହିମାଚଳରେ ବାଦଲଫଟା ବର୍ଷା ପ୍ରଳୟ ଆଣିଛି ।

  • ପ୍ରକୃତିର ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଧର୍ମଶାଳା ।

  • ତିନି ଦିନର ପ୍ରବଳ ବର୍ଷା ପରେ ଉପୁଜିଛି ବନ୍ୟା ସ୍ଥିତି । 

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପ୍ରକୃତିର କୋପ । ହିମାଚଳରେ ବାଦଲଫଟା ବର୍ଷା ପ୍ରଳୟ ଆଣିଛି । ପ୍ରକୃତିର ଏହି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଧର୍ମଶାଳା । ତିନି ଦିନର ପ୍ରବଳ ବର୍ଷା ପରେ ଉପୁଜିଛି ବନ୍ୟା ସ୍ଥିତି । ଭଗସୁ ନାଗ ଏବଂ ମାଞ୍ଝି ନଦୀରେ ବନ୍ୟା ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି । କେବଳ ଧର୍ମଶାଳାରେ ୩ ହଜାର ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । 

ପ୍ରକୃତିର ତାଣ୍ଡବ, ଭୟଙ୍କର ଭାବେ ମାଡିଆସିଲା ଜଳ ପ୍ରଳୟ । ବାଦଲଫଟା ବର୍ଷା ଆଣିଛି ମହା ବିପତ୍ତି । ତିନି ଦିନର ଲଗାଣ ବର୍ଷା ପରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଉପୁଜିଛି ବନ୍ୟା ସ୍ଥିତି । ପାହାଡ଼ ଉପରୁ ଧଶିବାରେ ଲାଗିଛି ବଡ ବଡ ମାଟି ଅତଡା । ଆଉ, ବର୍ଷା ଜଳ ସହ ମିଶି ମାଟି ମାଡିଯାଇଛି । ସହର ଭିତରେ ରାସ୍ତାଘାଟ ଧୋଇ ଯାଇଛି । ଭାସିଯାଇଛି ଘରଦ୍ୱାର । ଯିଏ ଯେଉଁଠି ଅଛି ସେଇଠି ଅପେକ୍ଷା କରିଛି, ପ୍ରଳୟର ଫେରିବା ବାଟକୁ ।

ରାସ୍ତା ଉପରେ ଯାହା ପାଇଛି ତାକୁ ଭସାଇ ନେଇଛି ବନ୍ୟା ଜଳ । ଖେଳଣା ଭଳି ବଡ ବଡ ଗାଡ଼ି ମୋଟର, କାର୍ ସବୁ ଭାସିଯାଇଛି । ପାଣିର ପ୍ରବଳ ସୁଅରେ ଘର ମଧ୍ୟ ଭାଙ୍ଗି ଯାଇଛି । ଘରଦ୍ୱାର ବି ବଞ୍ଚିପାରିନି । ମାଟି ଧୋଇଯିବାରୁ ତାସ୍‌ର ଘର ଭଳି ଭୁଶୁଡି ପଡିଛି ଅନେକ ଘର ।

ଲଗାଣ ବର୍ଷା ଯୋଗୁଁ ସୋମବାର ପ୍ରଥମେ ଧର୍ମଶାଳାର ଭଗଶୁ ନାଗରେ ବନ୍ୟା ଆସିଥିଲା । ସ୍ଥିତି ଆହୁରି ସାଂଘାତିକ ହୋଇଯାଇଥିଲା, ଯେତେବେଳେ ମାଞ୍ଝି ନଦୀରେ ଆସିଥିଲା ବନ୍ୟା । ଚାହୁଁ ଚାହୁଁ ବନ୍ୟା ଜଳ ଜନବସତିକୁ ମାଡ଼ି ଯାଇଥିଲା । ମାଟି, କାଦୁଅ ସାଙ୍ଗକୁ ବନ୍ୟା ପାଣିରେ ଜଳବନ୍ଦୀ ହୋଇଯାଇଥିଲା ଅନେକ ଅଂଚଳ । ବର୍ଷା ଯୋଗୁଁ ପାହାଡ଼ ଧସିବାରୁ ସିମଲାର ଝାକରିରେ ଜାତୀୟ ରାଜପଥ ଅବରୋଧ ହୋଇଛି ।

ଏପଟେ ଉତ୍ତର ପ୍ରଦେଶରେ ୪୧ଜଣଙ୍କ ଜୀବନ ନେଇଛି ବଜ୍ରପାତ । କେବଳ ପ୍ରୟାଗରାଜରେ ୧୪ ଜଣ ପ୍ରାଣ ହରାଇଛନ୍ତି । ରାଜସ୍ଥାନର ଜୟପୁରରେ ବଜ୍ରପାତ ସମୟରେ ସେଲଫି ନେବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।