
ପୁରୀ: ପୁରୀ ସ୍ୱର୍ଗଦ୍ୱାରର ରୂପରେଖ ବଦଳିବ। ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ମହାପ୍ରସ୍ଥାନମ କ୍ରିମେଟୋରିୟମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ନବକଳେବର କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତାବ କ୍ରମେ ହାଇଦ୍ରାବାଦରୁ ଏକ ଟିମ୍ ଆସି ସ୍ୱର୍ଗଦ୍ୱାରର ସ୍ଥିତି ଏବଂ ଅବସ୍ଥିତି ସମ୍ପର୍କରେ ଯାଞ୍ଚ କରିଥିଲା। ସେହିପରି ପୁରୀ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଗତ ଦୁଇ ମାସ ତଳେ ଆନ୍ଧ୍ର ଓ ତେଲେଙ୍ଗାନାରେ ନିର୍ମାଣ ହୋଇଥିବା ମହାପ୍ରସ୍ଥାନମ କ୍ରିମେଟୋରିୟମର ଅନୁଧ୍ୟାନ କରିଥିଲେ। ସେହି ଢାଞ୍ଚାରେ ଏବେ ପୁରୀ […]
ସିକନ୍ଦରାବାଦ: ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ ହୋଇ ଯାଇଛି। ଆଜି ମଧ୍ୟାହ୍ନରେ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୩୯ ବର୍ଷୀୟ ଏହି ହାସ୍ୟ ଅଭିନତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଦୀର୍ଘଦିନ ହେବ ସେ କିଡ୍ନୀ ଓ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିଲେ। ପୂର୍ବରୁ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ପ୍ରଚାର ହୋଇଥିଲା। ଯାହାକୁ ସେ ଗଣମାଧ୍ୟମ […]
ଚାନ୍ଦବାଲି: ମାଛର ମୂଲ୍ୟ ସାଢେ ୭ ଲକ୍ଷ ଟଙ୍କା। କଥାଟା ଶୁଣିକି ବିଶ୍ୱାସ ହେଉ ନ ଥିଲେ ବି ସତ। ଭଦ୍ରକ ଜିଲ୍ଲା ଧାମରାରୁ ଏହି ବିରଳ ପ୍ରଜାତିର ମାଛ ଧରା ହୋଇଛି। ଯାହାର ଓଜନ ପ୍ରାୟ ୧ କ୍ୱିଣ୍ଟାଲ ହେବ। ଗତକାଲି ରାତିରେ ଧାମରା ନିକଟରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବାବେଳେ ଏହି ବିରଳ ପ୍ରଜାତିର ମାଛକୁ ଧରିଥିଲେ। ଏହାର ନାଁ ହ୍ୱେଲ୍ ସାର୍କ। ତେବେ ଧାମରା ମାଛ ଧରା ଜେଟିରେ ପହଞ୍ଚିବା ପରେ ମାଛ କିଣିବାକୁ […]
ଗଜପତି: ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଆଜି ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ସେହିପରି ପୁରୀ ଜିଲ୍ଲାରେ ବି ଆଜି ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା […]
ବ୍ରହ୍ମପୁର: ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତକାଲିଠୁ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେବେ ସ୍କୁଲରେ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ଗଜପତି ଓ କେନ୍ଦୁଝର। ଦିନ ୧୦ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୩ଟି ଜିଲ୍ଲାକୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ସାରା ରାଜ୍ୟରେ ବର୍ଷା […]