ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅନ୍ଲାଇନ୍ରେ ମିଳିବ ମଦ। ଅନଲାଇନ୍ରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଉଭୟ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ମଦ ହୋମ୍ ଡେଲିଭରି କରିପାରିବେ। ତେବେ କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଏହି ହୋମ୍ ଡେଲିଭରି ହୋଇପାରିବ ନାହିଁ। ଅନ୍ଲାଇନ୍ରେ ମଦ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ରାଜ୍ୟ ଅବକାରୀ ବିଭାଗ ଅନୁମତି ଦେଇଛି। ଅନ୍ଲାଇନ୍ରେ ମଦ ବିକ୍ରି ନିଷ୍ପତ୍ତି ପରେ ଏହି ଦୁଇ ସଂସ୍ଥା ହୋମ୍ ଡେଲିଭରି ପାଇଁ […]
ବରଗଡ଼: ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା। ବରଗଡ଼ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣକ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ବରଗଡ଼ ଜିଲ୍ଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର ୨ ଜଣ ଲେଖାଏ, ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏ ଅଛନ୍ତି। ଆକ୍ରାନ୍ତ ୭ ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ବଲାଙ୍ଗିର: ଭିଟାମାଟିକୁ ଫେରୁଥିବାବେଳେ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଭିତରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ରାଧା କର। ତାଙ୍କ ଘର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଜଡା ଗାଁରେ। ଟ୍ରେନ୍ଟି ବିଶାଖାପାଟଣାରୁ ବଲାଙ୍ଗିର ଷ୍ଟେସନ୍ରେ ପହଞ୍ଚିବା ପରେ ଜିଆର୍ପି(Government Railway Police) ଟ୍ରେନ୍ରୁ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଜିଆର୍ପି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମହିଳା ଜଣକ ନିଜ ଭିଟାମାଟିକୁ ଫେରୁଥିବାବେଳେ ଟ୍ରେନ୍ ଭିତରେ ତାଙ୍କର […]
କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ କେରଳରେ ୧.୨୮ ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ମହାରାଷ୍ଟ୍ରରେ ୮୮,୧୩ ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ସେପଟେ କେରଳ ଏବଂ ମହାରାଷ୍ଟ୍ରକୁ କରୋନା ତୃତୀୟ ଲହରୀ ପହଞ୍ଚିଗଲାଣି ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।
ପାଟଣାଗଡ଼: କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଖୁଣ୍ଟସମଲାଇ କ୍ୱାରେଣ୍ଟିନ୍ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଟିକେମଣି ତଅଲ। ଟିକେମଣି ଛତିଶଗଡ଼ରେ ତାଙ୍କ ପୁଅ ପାଖରେ ରହୁଥିଲେ। ଗତ ୧୭ ତାରିଖରେ ନିଜ ଗାଁକୁ ଫେରିବା ପରେ ତାଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ତାଙ୍କ ଶରୀର ଅସୁସ୍ଥ ଥିଲା। କ୍ୱାରେଣ୍ଟିନ୍ ସେଣ୍ଟରରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ୨୦ ତାରିଖରେ ଟିକେମଣି ଅଧିକ ଅସୁସ୍ଥ ହୋଇପଡ଼ିବାରୁ […]
ବିଳାସପୁର: ଛତିଶଗଡ଼ର ବିଳାସପୁରରେ ଥିବା ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟରେ ଏକ ବ୍ଲାକ୍ ପ୍ୟାନ୍ଥର(କଳା ବାଘ)କୁ ଠାବ କରାଯାଇଛି। ଜଙ୍ଗଲ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ଏହି କଳାବାଘ କଏଦ ହୋଇଛି। ଗତ ୨୫ ମାର୍ଚ୍ଚରୁ ଏପ୍ରିଲ ୨୫ ତାରିଖ ମଧ୍ୟରେ ରେକର୍ଡ ହୋଇଥିବା ଟ୍ରାପ୍ କ୍ୟାମେରାର ତଥ୍ୟରୁ ଏହା ଜଣାପଡ଼ିଛି। ଏହି ପ୍ରଜାତିର ବାଘ ବିରଳ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବାଘ ସହ ଅନ୍ୟ କିଛି ବାଘ ରହୁଛନ୍ତି ନା ନାହିଁ, […]
ଭୁବନେଶ୍ୱର: ବାତ୍ୟା ପରେ ପୁଣି ଫେରିଲା ତାତି। ଆଗାମୀ ୩ ଦିନ ଯାଏ କଲବଲ କରିବ ତାତି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ। ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ୩ ଦିନ ଯାଏ ଅଧିକ ତାତି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ […]
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ବୈତରଣୀ ନଦୀ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇଓ୍ୱା ଗାଡ଼ି ବୁଡ଼ି ଯାଇଛି। ଆଜି ଭୋର ସମୟରେ ନଦୀରୁ ବାଲି ଉଠାଇବା ଲାଗି ଗାଡ଼ି ଗୁଡ଼ିକ ଘାଟ ଭିତରେ ପଶିଥିଲା। ହଠାତ୍ ଚେକ୍ପୋଷ୍ଟରୁ ପାଣି ଛଡ଼ାଯିବା ଫଳରେ ଗାଡ଼ି ଗୁଡ଼ିକ ବୁଡ଼ି ଯାଇଥିଲା। ଏହାସହ ବାଲି ଲୋଡିଂ କରୁଥିବା ମେସିନ୍ ଗୁଡ଼ିକ ମଧ୍ୟ ବୁଡ଼ି ଯାଇଛି। ଗାଡ଼ି ଗୁଡ଼ିକର ଡ୍ରାଇଭର ଓ କର୍ମଚାରୀ ଦୌଡ଼ି ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତି […]
ପାଟନା: ଲକ୍ଡାଉନ୍ ବେଳେ ଅସୁସ୍ଥ ବାପାଙ୍କୁ ଦୀର୍ଘ ୧୨ଶହ କିଲୋମିଟର ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟା ଝିଅର ସାହସକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟା ଜ୍ୟୋତି କୁମାରୀ ତାଙ୍କ ଅସୁସ୍ଥ ବାପାଙ୍କୁ ସାଇକେଲ୍ରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଆଣିଥିଲେ। ଜ୍ୟୋତିଙ୍କ ଏପରି ସାହସିକ ପଦକ୍ଷେପ ପାଇଁ ସାଇକ୍ଲିଂ ଫେଡେରେସନ ପକ୍ଷରୁ ତାଙ୍କୁ ଡାକରା ମିଳିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ […]
ନୂଆଦିଲ୍ଲୀ: ଏଣିକି ଉମଙ୍ଗ ଆପ୍(UMANG App) ମାଧ୍ୟମରେ ଘରେ ବସି ପାଇପାରିବେ ପାଣିପାଗ ସମ୍ପର୍କିତ ସୂଚନା। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଡିିଜିଟାଲ୍ ଇଣ୍ଡିଆ ମାଧ୍ୟମରେ ଲୋକମାନଙ୍କୁ ସୂଚନା ଦିଆଯିବ। ଏହି ଆପ୍ ମାଧ୍ୟମରେ ନିଜ ସହରର ତାପମାତ୍ରା, ଆର୍ଦ୍ରତା, ବର୍ଷାର ପରିମାଣ ଓ ପବନ ବେଗ ସମ୍ପର୍କରେ ଜାଣିପାରିବେ। ୧୫୦ଟି ସହରର ପାଣିପାଗ ବିଷୟରେ ଦିନକୁ ୮ଥର ସୂଚନା ଦିଆଯିବ। ୪୫୦ଟି ସହରରେ ଗତ ୨୪ ଘଣ୍ଟା ଓ ଆଗାମୀ ୭ ଦିନ ପର୍ଯ୍ୟନ୍ତ […]
ଝାରସୁଗୁଡ଼ା: ଆସନ୍ତା ମେ’ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି। ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଯାତ୍ରା ନେଇ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଏଠାରୁ ବିମାନ ଉଡାଣ ପ୍ରସ୍ତୁତି ନେଇ ଜିଲ୍ଲାପାଳ, ଏସ୍ପି, ବିମାନବନ୍ଦରର ନିର୍ଦ୍ଦେଶକ, ଜିଲ୍ଲା ଚିକିତ୍ସାଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ବିମାନ ଯାତ୍ରା ପାଇଁ ଏୟାରପୋର୍ଟ ଅଥରିଟି ଯାତ୍ରୀମାନଙ୍କ ଲାଗି […]
ବ୍ରହ୍ମପୁର: ନିଜ ପାପୁଲିକୁ କାଟି ଅଲଗା କରିିଦେଲେ ଯୁବକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଯୁବକଙ୍କ ନାଁ ପି. ସମେଶ୍ୱର। ଗତକାଲି ସନ୍ଧ୍ୟାରେ ଏକ କାତିରେ(ଧାରୁଆ ଅସ୍ତ୍ର) ସମେଶ୍ୱର ତାଙ୍କ ବାମ ହାତ ପାପୁଲିକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି। ସେ ମାନସିକ […]
ଇସଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଗତକାଲି ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରିବାର ମାତ୍ର କେଇ ମିନିଟ୍ ପୂର୍ବରୁ ଏହା ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ଯାହା ଅତି ଭୟଙ୍କର ଥିଲା ବୋଲି ସିସିଟିଭି ଫୁଟେଜ୍ରେ କଏଦ ହୋଇଥିବା ଭିଜୁଆଲ୍ରୁ ଜଣାପଡ଼ିଛି। ୯୯ଜଣ ଯାତ୍ରୀଙ୍କୁ ଧରି PK-8303 ବିମାନଟି ଗତକାଲି ଅପରାହ୍ଣରେ ଲାହୋରରୁ ଉଡ଼ାଣ ଭରିଥିଲା। ତେବେ କରାଚି ସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଅବତରଣ କରିବାର […]
ମୋହନା: ଜିନିଷପତ୍ର ରଖିବା ପାଇଁ ଘର ଭିତରେ ଥିବା ଏକ ଅଣ୍ଡର୍ଗ୍ରାଉଣ୍ଡ୍ରେ ପଶି ବାହାରି ନ ପାରି ୩ ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ଜନ୍ ମାଝୀଙ୍କ ୩ ପୁଅ ବିପ୍ର ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ ଟାରେ ବିପ୍ର ମାଝି ଜିନିଷ ପତ୍ର […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଅନ୍ୟ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି। ମଙ୍ଗଳ ବଜାରରେ ଥିବା ଏକ ପରିବାରର ବର୍ଷକର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଉକ୍ତ ପରିବାରରୁ ଜଣେ ୫ ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିବା […]