• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

odisha cm
ଶନିବାର ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ମେ ୩୦ ତାରିଖ ଅର୍ଥାତ୍‌ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଓଡ଼ିଆମାନେ ଅଛନ୍ତି, ସେହି ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖି ବନ୍ଦେ ଉତ୍କଳ ଜନନୀ ଗାଆନ୍ତୁ। ଯାହା ଆମ କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ […]

bijay-mohanty-1
ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା

କେନ୍ଦ୍ରାପଡ଼ା: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁରେରେ ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଗାଁରେ ରହୁଥିବା ବିଜୟ ମହାନ୍ତିଙ୍କ ପରିବାର ସଦସ୍ୟମାନେ କୂଳ ଦେବତା ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦୀପ ଦାନ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ୧୯୫୦ ମସିହାରେ ବିଜୟ ମହାନ୍ତି ପାଣ୍ଡିରି ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଗାଁରେ ହିଁ ତାଙ୍କର ବାଲ୍ୟକାଳ […]

bijay mohanty
ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି। ସେ ଅସୁସ୍ଥ ଥିବା ନେଇ ଗତକାଲି ଖବର ଆସିଥିଲା। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନେଇ ଅଭିନେତା ଶ୍ରୀତମ ଦାସଙ୍କ ସୂଚନା ଦେଇ କହିଛନ୍ତି, ‘ତାଙ୍କ(ବିଜୟ ମହାନ୍ତି) ସ୍ୱାସ୍ଥ୍ୟାବସ୍ଥା ଟିକେ ସୁଧୁରିଛି। ଏବେ ବି ସେ ICUରେ ଅଛନ୍ତି ଓ ଅକ୍ସିଜେନ୍‌ ଚାଲୁ […]

odisha
ଘଣ୍ଟାଏ ପାଇଁ ଏସ୍‌ପି ହେଲେ ୪ ବର୍ଷର ଝିଅ

ସୁକ୍‌ମା: ଘଣ୍ଟାଏ ପାଇଁ ଏସ୍‌ପି ହେଲେ ୪ ବର୍ଷର କୁନି ଝିଅ। ମହାମାରୀ କରୋନାକୁ ନେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପିନ୍ଧିଲେ ପୁଲିସ୍‌ ୟୁନିଫର୍ମ। ଛତିଶଗଡ଼ ସୁକ୍‌ମାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୁକ୍‌ମାରେ ରହୁଥିବା ଆରାଧ୍ୟା ଚାନ୍ଦ(୪)ଙ୍କ ଏକ ସଚେତନତା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଲୋକମାନଙ୍କୁ କରୋନାଠୁ କିଭଳି ନିଜକୁ ରକ୍ଷା କରିପାରିବ ଓ କ’ଣ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବ ସେ ସମ୍ପର୍କରେ ବୁଝାଇଥିଲେ। […]

bus 1
ଜୁନ୍ ୧ ସୁଦ୍ଧା ରାଜ୍ୟରେ ବସ୍ ଚଳାଚଳ‌ ସ୍ୱାଭାବିକ ହୋଇପାରେ

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଛି। ହେଲେ ବସ୍ ଚଳାଚଳ ସ୍ୱାଭାବିକ ନ ଥିବା ଦେଖିବାକୁ ମିଳିଛି। କେଉଁଠି ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଅଛି, ହେଲେ ଯାତ୍ରୀ ନାହାନ୍ତି। ଆଉ କେଉଁଠି ଯାତ୍ରୀ ବସ୍‌କୁ ଅପେକ୍ଷା କରିଛନ୍ତି ହେଲେ ବସ୍ ନାହିଁ। ବସ୍ ଚଳାଚଳ ସ୍ୱାଭାବିକ ନ ହେବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଧୀରେ ଧୀରେ ବସ୍ ଚଳାଚଳ […]

odisha
କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ମର୍ଡର !

ନରସିଂହପୁର: ମନ୍ଦିର ଭିତରେ ମର୍ଡର ! କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ପୂଜକ ଜଣେ ବ୍ୟକ୍ତିଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ ବ୍ରାହ୍ମଣୀଦେଈ ମନ୍ଦିରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ୫୨ ବର୍ଷୀୟ ସରୋଜ ପ୍ରଧାନ। ହତ୍ୟାକାରୀ ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସାରା ଦେଶ କରୋନା ସହ ଲଢ଼ୁ ଥିବାବେଳେ ଏହାକୁ ଦୂର କରିବାକୁ ତାଙ୍କୁ […]

bus
ଆଜିଠୁ ଗଡ଼ିଲା ଘରୋଇ ବସ୍

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ବସ୍‌ରେ ମାତ୍ର ୧୫ ଜଣ ଯାତ୍ରୀ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ଆଉ ୨ଟି ବସ୍ ଯାତ୍ରା ଆରମ୍ଭ କରିଛି। ଭଦ୍ରକ ବସ୍‌ଷ୍ଟାଣ୍ଡ୍‌ରୁ ମଧ୍ୟ ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା ମିଳିଛି। ଯାତ୍ରା ଆରମ୍ଭ ପୂର୍ବରୁ ବସ୍‌କୁ […]

telangana
୧୨୦ ଫୁଟ୍ ଗାତରେ ଗଳି ପଡ଼ିଲା ୩ ବର୍ଷର ଶିଶୁ

ହାଇଦ୍ରାବାଦ: ୧୨୦ ଫୁଟ୍ ଗାତରେ ଗଳି ପଡ଼ିଲା ୩ ବର୍ଷର ଶିଶୁ ପୁତ୍ର। ତେଲେଙ୍ଗାନା ମେଡକ୍ ଜିଲ୍ଲାର ପୋଡଚନ୍‌ପଲ୍ଲୀ ଗାଁରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଶିଶୁଟି ଖେଳୁଥିବାବେଳେ ବୋର୍‌ୱେଲ୍‌ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚଳାଇଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ, ବିଲରେ ପାଣି ମଡ଼ାଇବା ପାଇଁ ଗୋବର୍ଦ୍ଧନ ନାମକ […]

91421093_3110305529059371_5797060119829151744_n
ବରଗଡ଼ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବରଗଡ଼: ବରଗଡ଼ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବରପାଲି ବ୍ଲକ୍‌ ଅଞ୍ଚଳର। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୪୦ ବର୍ଷ। କିଛି ଦିନ ତଳେ ସେ ମୁମ୍ବାଇରୁ ଫେରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ବରଗଡ଼ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏଯାବତ୍‌ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  

electricity
ଚଳିତ ମାସ ବିଦ୍ୟୁତ୍‌ ବିଲ୍‌ରେ ଲାଗୁ ହେବନି ଅଧିକ ଚାର୍ଜ

ଭୁବନେଶ୍ୱର: ମେ‘ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ। ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍ ବିଲ୍ ଦେଇଛନ୍ତି ମେ’ ମାସରେ ମଧ୍ୟ Orissa Electricity Regulatory Commission(OERC) ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ। ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ସେସୁର କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇ ପାରୁନାହାନ୍ତି। ତେଣୁ ପୁରୁଣା ମାସର […]