• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

lord lingaraj
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ମିଳିଲାନି ଅନୁମତି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ମିଳିଲା ନାହିଁ ଅନୁମତି। କରୋନା ଯୋଗୁ ଲକ୍‌ଡାଉନ୍‌ ଜାରି ରହିଥିବାରୁ ବିଏମ୍‌ସି କମିଶନର୍ ଶୀତଳଷଷ୍ଠୀ ଯାତ୍ରା ପାଇଁ ଅନୁମତି ଦେଇ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଦେଖା ଦେଇଛି।  ମନ୍ଦିର କାର୍ଯ୍ୟାଳୟରେ ୪ ନିଯୋଗକଙ୍କ ସହ ବିଏମ୍‌ସି ଅତିରିକ୍ତ କମିଶନରଙ୍କ ଆଲୋଚନ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ପରମ୍ପରାକୁ ରକ୍ଷା କରାଯାଉ ବୋଲି ସେବାୟତମାନେ ଦାବି କରିଛନ୍ତି। ଏଥିପାଇଁ ବିଏମ୍‌ସି କମିଶନର୍ […]

train-fack
୨ ଘଣ୍ଟା ମଧ୍ୟରେ ବୁକିଂ ହେଲା ଲକ୍ଷେରୁ ଅଧିକ ଟ୍ରେନ୍‌ ଟିକେଟ୍‌

ନୂଆଦିଲ୍ଲୀ: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ଟିକେଟ ବୁକିଂ ଆରମ୍ଭ ହୋଇଛି। ଆସନ୍ତା ଜୁନ୍‌ ୧ରୁ ରେଲ୍‌ୱେ ପକ୍ଷରୁ ୨୦୦ଟି ରେଗୁଲାର୍‌ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। IRCTC ୱେବ୍‌ସାଇଟ୍‌ କିମ୍ବା ଏହାର ଆପ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ୭୩ଟି ପାସେଞ୍ଜର ଟ୍ରେନ୍ ପାଇଁ ୧ ଲକ୍ଷ ୪୯ […]

kolkata airport
ପାଣିରେ ଉବୁଟୁବୁ କୋଲକାତା ବିମାନ ବନ୍ଦର

କୋଲକାତା: ପାଣିରେ ଉବୁଟୁବୁ କୋଲକାତା ବିମାନ ବନ୍ଦର। ବାତ୍ୟା ଅମ୍ପନ୍‌ ପ୍ରଭାବରେ ଗତକାଲି ଲଗାଣ ବର୍ଷା ଯୋଗୁ କୋଲକାତା ବିମାନ ବନ୍ଦର ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଥିଲା। ଏତେ ପରିମାଣର ପାଣି ଯେ, ଯାଆସ କରିବା ଏକ ପ୍ରକାର ମୁସ୍‌କିଲ୍‌ ହୋଇପଡ଼ିଛି। ଏପରିକି ସ୍ଥାନେ ସ୍ଥାନେ ୪ରୁ ୫ ଫୁଟ୍ ଉଚ୍ଚର ପାଣି ଜମି ରହିଛି। ସେହିପରେ ରନ୍‌ୱେ ନିକଟରେ ବି ପାଣି ଜମିଛି। ପାର୍କିଂ ଲଟ୍, hangar ପ୍ରଭୃତିରେ ବି ପାଣି ପଶି ଯାଇଛି। […]

train
ଇଷ୍ଟ୍‌କୋଷ୍ଟ୍‌ ରେଲ୍‌ୱେ ପକ୍ଷରୁ ଗଡ଼ିବ ୧୨ ଯୋଡ଼ା ଟ୍ରେନ

ଭୁବନେଶ୍ୱର: ଜୁନ୍ ୧ରୁ ଇଷ୍ଟ୍‌କୋଷ୍ଟ୍‌ ରେଲ୍‌ୱେ ପକ୍ଷରୁ ଚାଲିବ ୧୨ ଯୋଡ଼ା ଟ୍ରେନ୍‌। ଏନେଇ ଇଷ୍ଟ୍‌କୋଷ୍ଟ୍ ରେଲ୍‌ୱେ ପକ୍ଷରୁ ଟ୍ରେନ୍‌ ଗୁଡ଼ିକର ନାଁ ପ୍ରକାଶ କରାଯାଇଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍‌, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ୍‌, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏବଂ ପୁରୀ-ସିଆଲଦା ଦୁରନ୍ତ ଏକ୍ସପ୍ରେସ୍‌ ଗଡ଼ିବ। ଏହାସହ ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍‌, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍‌, ହାୱଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ୍‌, ଧାନବାଦ-ଆଲେପି ଏକ୍ସପ୍ରେସ୍‌, ହାୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ୍‌ ଟ୍ରେନ୍ ମଧ୍ୟ ଚାଲିବ। ସେହିପରି ହାୱଡା- ମୁମ୍ବାଇ, ହାୱଡା-ଅହମ୍ମଦାବାଦ ଓ […]

west bengal
ପ୍ରଳୟ ରଚିଲା ଅମ୍ପନ୍‌: ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ, ୧୨ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଲ୍ୟାଣ୍ଡ୍‌ଫଲ୍‌ କରିଥିବା ବାତ୍ୟା ‘ଅମ୍ପନ୍’‌ ପ୍ରଳୟ ରଚିଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘରଦ୍ୱାର ଭାଙ୍ଗିବା ସହ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏପରିକି ଇଲେକ୍ଟ୍ରିକ୍‌ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ବଡ଼ ବଡ଼ କୋଠା ଘର ମଧ୍ୟ ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୮୫ କି.ମି. ବେଗରେ ପବନ ବହିବା ସହ ୧୫ ଫୁଟ୍‌ ଉଚ୍ଚର […]

bus-accident
ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍‌

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍(ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ) ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୪ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଦିନ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କେରଳରୁ ୫୦ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି କୋଲକାତା ଫେରୁଥିବା ଏକ ବସ୍ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। […]

EXtOIbPU8AENRU2
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ନୂଆ ୫୧ ଆକ୍ରାନ୍ତ‌

ଭୁବନେଶ୍ୱର: ରାଜ୍ୟରେ ନୂଆ ୫୧ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ଜଣ, ଯାଜପୁରରୁ ୫ଜଣ, କଟକରୁ ୯ଜଣ, ପୁରୀରୁ ଜଣେ, ଜଗତସିଂହପୁରରୁ ୨ଜଣ, ନୟାଗଡ଼ରୁ ୧୧ଜଣ, ଅନୁଗୁଳରୁ […]

cyclone amphan
ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହେବାରେ ଲାଗିଛି ‘ଅମ୍ପନ୍‌’

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ‘ଅମ୍ପନ୍‌’। ଅତି ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ଏହା ସାମୁଦ୍ରିକ ଝଡ଼ର ରୂପ ନେଇଛି। ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଗତି କରୁଛି। ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୩୦ କି.ମି. ବେଗରେ ଅମ୍ପନ୍‌ ଗତି କରୁଛି। ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର ୨୧୦ କି.ମି., ପଶ୍ଚିମବଙ୍ଗ ଦୀଘା ଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୩୪୦ […]

bengaluru
ବେଙ୍ଗାଲୁରୁରେ ଶୁଭିଥିବା ଭୟଙ୍କର ଶବ୍ଦ ଉପରୁ ହଟିଲା ରହସ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଗତକାଲି ଅପରାହ୍ଣରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଶବ୍ଦ କ’ଣ ଥିଲା ଓ କେଉଁଠୁ ଆସିଲା ତାକୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା।ଶେଷରେ ଏସବୁ ରହସ୍ୟ ଉପରୁ ପରଦା ହଟିଛି। ଏହା ଏକ ସୋନିକ୍‌ ବୁମ୍‌ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି। ପ୍ରତିରକ୍ଷା ମନ୍ତ୍ରାଳୟର ବେଙ୍ଗାଲୁରୁ ଲୋକ ସମ୍ପର୍କ […]

train
ଆଜି ଦିନ ୧୦ଟାରୁ ଅନ୍‌ଲାଇନ୍‌ରେ ଟ୍ରେନ୍‌ ଟିକେଟ୍‌ ବୁକିଂ

ନୂଆଦିଲ୍ଲୀ: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୧ରୁ ରେଲ୍‌ୱେ ପକ୍ଷରୁ ୨୦୦ଟି ରେଗୁଲାର୍‌ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ ୧୦ଟାରୁ IRCTC ୱେବ୍‌ସାଇଟ୍‌ କିମ୍ବା ଏହାର ଆପ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ। ଏସି, ନନ୍-ଏସି ଓ ଜେନେରାଲ କ୍ଲାସ୍ କୋଚ୍ ପାଇଁ reservation ରହିବ। Reservation Against Cancellation(RAC) ଏବଂ ୱେଟିଂ ଲିଷ୍ଟ ମଧ୍ୟ ପ୍ରସ୍ତୁତ […]

bengaluru
ହଠାତ୍ ବେଙ୍ଗାଲୁରୁରେ ଶୁଣିବାକୁ ମିଳିଲା ଭୟଙ୍କର ଶବ୍ଦ

ବେଙ୍ଗାଲୁରୁ: ଗୋଟିଏପଟେ ସାରା ଦେଶ ମହାମାରୀ କରୋନାର ମୁକାବିଲା କରୁ ଥିବାବେଳେ ଅନ୍ୟପଟେ ବାତ୍ୟା ‘ଅମ୍ପନ’କୁ ନେଇ ଏକ ପ୍ରକାର ବିପଦ ସୃଷ୍ଟି ହୋଇଛି। ଏସବୁ ଭିତରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆଜି ଅପରାହ୍ଣରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।  ଏହି ଶବ୍ଦ କ’ଣ ଥିଲା ଓ କେଉଁଠୁ ଆସିଲା, ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଶବ୍ଦ ଭୂକମ୍ପ […]

corona
ଗୋଟିଏ ଦିନରେ ଦେଶରେ ସର୍ବାଧିକ ୫,୬୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏହାସତ୍ୱେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧,୦୬,୭୫୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୧,୧୪୯ ଜଣ ଚିକିତ୍ସାଧୀନ ଥିବାବେଳେ ୪୨,୨୯୮ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩,୩୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ […]

hacking
କରୋନା ଭାଇରସ୍ ସୂଚନାକୁ ବ୍ୟବହାର କରି କ୍ରେଡିଟ୍ କାର୍ଡରୁ ହେଉଛି ଡାଟା ଚୋରି

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଥିବାବେଳେ କିଛି ଲୋକ ଏବେ ଏହାର ଫାଇଦା ଉଠାଇବା ଆରମ୍ଭ କରି ଦେଇଛନ୍ତି। କରୋନା ଭାଇରସ୍ ସମ୍ବନ୍ଧୀୟ ସୂଚନା ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ  କ୍ରେଡିଟ୍ କାର୍ଡରୁ ଡାଟା ଚୋରି ହେଉଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଇଣ୍ଟରପୋଲର ସୂଚନାକୁ ଆଧାର କରି CBI(Central Bureau of Investigation) ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ସତର୍କ କରାଇଛି। ସେରବର୍ସ(Cerberus ) ନାମକ […]

puri
ରଥ ନିର୍ମାଣ କାମ ବନ୍ଦ

ପୁରୀ: ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ କାମ ବନ୍ଦ ରହିବ। ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାମକୁ ସ୍ଥଗିତ ରଖାଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ସହକାରୀ ଲୋକ ସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରଥଖଳାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ […]