ନୂଆଦିଲ୍ଲୀ: ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାଧାରଣତଃ ଜୁନ୍ ପହିଲା ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥାଏ କିନ୍ତୁ ଏଥର ସାମାନ୍ୟ ବିଳମ୍ବ ହୋଇ ଜୁନ ୫ରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କେରଳରେ ମୌସୁମୀର ପ୍ରବେଶ ସହ ଦେଶରେ ବର୍ଷା ଋତୁର ଆରମ୍ଭ ହୋଇଥାଏ। ଏହି ମୌସୁମୀ ଉତ୍ତର ଦିଗକୁ ଗତି କରିବା ପରେ […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟ ହୋଇଛି। ଏହା ଘନୀଭୂତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଓ ଆସନ୍ତକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ବୈଠକ ପରେ ଏସ୍ଆର୍ସି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଯାହା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି ଏହି ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହା […]
ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀର ପିତମ୍ପୁରା ବୋଲି ସୂଚନା ମିଳିଛି। National Centre for Seismologyର ସୂଚନା ଅନୁସାରେ, ଆଜି ଦିନ ୧୧ଟା ୧୮ମିନିଟ୍ରେ ଏହି ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ୮ କି.ମି. ଥିଲା। ମେ’୧୦ରେ ଦିଲ୍ଲୀ-ଏନ୍ସିଆର୍ର କିଛି ଅଞ୍ଚଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୪ଜଣ, ଭଦ୍ରକରୁ ୨ଜଣ, ବାଲେଶ୍ୱର ଓ କେନ୍ଦୁଝରରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଏହି ୮ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ୧୬୬ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। ସୂଚନାଥାଉ କି, ଗତକାଲି ୧୫ ଜଣ କରୋନା ଆକ୍ରାନ୍ତ […]
ବାରିପଦା: କ୍ୱାରେଣ୍ଟିନ୍ ସେଣ୍ଟର ନିକଟରୁ ଜଣେ ପ୍ରବାସୀ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଳାଁ ପଞ୍ଚାୟତରେ ଏହି ଘଟଣା ଘଟିଛି। ମୃତକ ହେଲେ ରାଇକମା ଗାଁର ସୁରେନ୍ଦ୍ର ବେହେରା। ସୂଚନା ଅନୁସାରେ, ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶରୁ ଫେରି ଡମ୍ବୁରଡହ ପ୍ରାଥମିକ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟର ରହୁଥିଲେ। ଆଜି ସକାଳେ ସୁରେନ୍ଦ୍ରଙ୍କ ମୃତଦେହ କ୍ୱାରେଣ୍ଟିନ୍ ସେଣ୍ଟର ନିକଟରେ ଥିବା ମହୁଲ ଗଛରେ ଝୁଲୁଥିବା […]
ବ୍ରହ୍ମପୁର: କରୋନା ଭଳି ମହାମାରୀ ସମୟରେ କାମଧନ୍ଦା ନ ପାଇ କିଛି ଲୋକ ଜୀବିକା ହରାଇ ଘରେ ବସିଛନ୍ତି। ଏଭଳି ଦୁଃସମୟରେ ଭଡ଼ାରେ ଥିବା ପରିବାରଙ୍କ ପାଇଁ ଉଦାହାରଣ ସାଜିଲେ ବ୍ରହ୍ମପୁର ସହରର ମୁରଲି ମୋହନ ଆଚାର୍ଯ୍ୟ। ମୁରଲିଙ୍କ ଘରେ ୧୨ ପରିବାର ଭଡ଼ାରେ ରୁହନ୍ତି। କିନ୍ତୁ ୩ ପରିବାର ଗାଁକୁ ପଳାଇଥିବାରୁ ଅବଶିଷ୍ଟ ସମସ୍ତ ପରିବାରକୁ ଗୋଟିଏ ମାସର ଭଡ଼ା ଛାଡ଼ କରିବା ସହ ପ୍ରତ୍ୟେକ ପରିବାରକୁ ୨୫ କିଲୋ ଚାଉଳ ମଧ୍ୟ ଦେଇଛନ୍ତି ମୁରଲି। ଏଭଳି […]
ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ବାଲେଶ୍ୱରରୁ ୧୨ଜଣ, ପୁରୀରୁ ୧୦ଜଣ, ଭଦ୍ରକରୁ ୬ଜଣ, ଯାଜପୁରରୁ ୨ଜଣ, ନୟାଗଡ଼ରୁ ୩ଜଣ, ସୁନ୍ଦରଗଡ଼, କଟକ ଓ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ଛୁଇଁଛି। ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ସିକିମ୍ରେ ହିମ ସ୍ଖଳନ ଯୋଗୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ଯବାନ ସହିଦ ହୋଇଛନ୍ତି। ଉତ୍ତର ସିକିମ୍ର ଲୁଗନାକ ଲା ଅଂଚଳରେ ଏହି ଦୁଃଖଦ ଘଟଣା ହୋଇଛି। ସେନା ପକ୍ଷରୁ ପାଟ୍ରୋଲିଂ ବେଳେ ହଠାତ୍ ହିମ ସ୍ଖଳନ ହୋଇଥିଲା। ଫଳରେ ୧୮ଜଣ ସୁରକ୍ଷାକର୍ମୀ ବରଫ ଖଣ୍ଡ ତଳେ ଚାପି ହୋଇ ଯାଇଥିଲେ। ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରଫ ଖଣ୍ଡ ଭିତରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ୧୬ଜଣଙ୍କୁ ସୁରକ୍ଷିତ […]
ନୂଆଦିଲ୍ଲୀ: ଆଜି ଭୋରରୁ ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ମନ୍ଦିର ଖୋଲା ହୋଇଛି। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ତେବେ ମହାମାରୀ କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍-୧୯କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା […]
କରଞ୍ଜିଆ: ଲୋକମାନଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ଅନେକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଏଭଳି ସ୍ଥିତିରେ ଗୋବର ଗାଡ଼ିଆରୁ ଶହ ଶହ ସଂଖ୍ୟକ ଆଧାର କାର୍ଡ ମିଳିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ଘୋଷଦା ଗାଁ ଢ଼ିପାସାହି ଶାଖା ଡାକଘର ଅଧିକାରୀଙ୍କ ଘର ପଛପଟରେ ଥିବା ଗୋବର ଗାଡ଼ିଆରୁ ଏହି ଆଧାର କାର୍ଡ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ […]
ନୟାଗଡ଼: ପୁଣି ଆଉ ଜଣେ ବିଡିଓଙ୍କ ବିରୋଧରେ ଦୁର୍ବବ୍ୟହାର ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓ ଜଣକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ଜଣେ ଗାଡ଼ି ମାଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁରୁ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓଙ୍କ ନାଁ ପ୍ରମୋଦ କୁମାର ଦଳବେହେରା। ସେ ନୂଆଗାଁ ବ୍ଲକ୍ର ବିଡିଓ। ସୂଚନା ଅନୁସାରେ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଭଡ଼ା ସୂତ୍ରରେ ବ୍ଲକ୍ ଅଫିସରେ ଲଗାଇଥିଲେ। କିନ୍ତୁ ଦୀର୍ଘ ଦେଢ଼ […]