କଟକ: ଆଜିଠୁ ଜୋମାଟୋ କଟକରେ ମଦ ହୋମ୍ ଡେଲିଭରି ଆରମ୍ଭ କରିଛି। ଏହା ପୂର୍ବରୁ ମଦ ଦୋକାନ କର୍ମଚାରୀ ହୋମ୍ ଡେଲିଭରି ଦେଉଥିବାବେଳେ ଏବେ ଜୋମାଟୋ ମଧ୍ୟ ହୋମ୍ ଡେଲିଭରି ଆରମ୍ଭ କରିଛି। ସୂଚନାଥାଉ କି, ପୂର୍ବରୁ ଅନ୍ୟ ସଂସ୍ଥା ଜରିଆରେ ମଦ ଡେଲିଭରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରି ଆସୁଥିଲେ। ତେବେ ଜୋମାଟୋ ଏବଂ ମଦ ଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ପରେ ମଦ ହୋମ୍ ଡେଲିଭରି […]
ମେରୁଟ: କରୋନା ସାମ୍ପଲ୍ ନେଇ ପଳାଇଲା ମାଙ୍କଡ଼ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏଭଳି କିଛି ବିଚିତ୍ର ଘଟଣା ଉତ୍ତରପ୍ରଦେଶର ମେରୁଟ୍ରେ ଘଟିଛି। ଲାବ୍ ଟେକ୍ନିସିଆନଙ୍କୁ ଆକ୍ରମଣ କରି ଗୋଟିଏ ମାଙ୍କଡ ୩ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ନେଇ ପଳାଇଥିବା ଜଣାପଡ଼ିଛି। ମେରୁଟ ମେଡିକାଲ କଲେଜରେ ଶୁକ୍ରବାର ଦିନ ଏହି ଘଟଣା ଘଟିଛି। କରୋନାରେ ଆକ୍ରାନ୍ତ କି ନୁହେଁ ଏହା ଜାଣିବା ପାଇଁ ୩ ଜଣ କରୋନା ସନ୍ଦିଗ୍ଧଙ୍କ ନିକଟରୁ ରକ୍ତ ନମୁନା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀରେ ଜୁଆ ଆଡ୍ଡା ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ଚଢ଼ଉ କରି IRC ଭିଲେଜ୍ର ଭିଆଇପି କଲୋନୀରେ ଥିବା ଏକ ହୋଟେଲ୍ରେ ଏହି ଜୁଆ ଆଡ୍ଡା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ୯ଜଣଙ୍କୁ ଗିରଫ କରିଛି। ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ ଓ ଠିକାଦାର ଥିବା ସୂଚନା ମିଳିଛି। ଭିଆଇପି କଲୋନୀରେ ଥିବା ଏକ ହୋଟେଲ୍ରେ ରାଜକୀୟ ଶୈଳୀରେ ଜୁଆ ଆଡ୍ଡା ଚାଲି […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କ ଅଭିନୀତ ଫିଲ୍ମ ‘କବୀର ସିଂ’ରୁ ଅନୁପ୍ରାଣିତ ହୋଇ ବ୍ଲାକ୍ମେଲର୍ ସାଜିଲେ ୩୧ ବର୍ଷୀୟ ଯୁବକ। ନିଜକୁ ମିଛରେ orthopaedic ସର୍ଜନ କହି ଏକ ଡେଟିଂ ୱେବ୍ସାଇଟ୍ରେ ଯୁବତୀଙ୍କୁ ପ୍ରଲୋଭନ ଓ ପରେ ବ୍ଲାକ୍ମେଲିଂ କରିବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଆନନ୍ଦ କୁମାର। ଏହି ଘଟଣାରେ ପୁଲିସ୍ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ଜଣେ ମହିଳା ଡାକ୍ତରଙ୍କ ଅଭିଯୋଗ କ୍ରମେ […]
କେନ୍ଦ୍ରାପଡ଼ା: ‘ବାପା, ବୋଉ ପ୍ରଥମେ ରାଜି ନ ଥିଲେ। ପରେ ରାଜି ହେଲେ। ସମାଜ ଗ୍ରହଣ କରୁ ବା ନ କରୁ, ମୁଁ ତ ଗ୍ରହଣ କରିଛି’। ନିକଟରେ ସମଲିଙ୍ଗୀ ବିବାହ କରିଥିବା ଯୁବତୀ ଜଣକ ଏହା କହିଛନ୍ତି। ବାଜିଲାନି ଶଙ୍ଖମହୁରୀ। ସଜା ହେଲାନି ବେଦି କି ଜଳିଲାନି ହୋମ ନିଆଁ। ଦେବୀ ମନ୍ଦିରରେ ମା’ ଦୁର୍ଗାଙ୍କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହେଲେ କେନ୍ଦ୍ରାପଡ଼ାର ଦୁଇ ଯୁବତୀ। ପାଟକୁରା ଥାନା ଅଞ୍ଚଳରେ ଏହି […]
ୱାଶିଂଟନ୍: ପୂର୍ବରୁ ଆମେରିକା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)କୁ ସାମୟିକ ଭାବେ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏବେ WHO ସହ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ WHOକୁ ଚୀନ ନିଜ ନିୟନ୍ତ୍ରଣରେ ରଖିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ଚୀନ ଉପରେ ବର୍ଷିବା ସହ ଟ୍ରମ୍ପ କହିଛନ୍ତି, ସୁରକ୍ଷା ପାଇଁ ବିପଦ ସାଜି ଆମେରିକାରେ ରିସର୍ଚ୍ଚ କରୁଥିବା ଚୀନ ବୈଜ୍ଞାନିକମାନଙ୍କ ଉପରେ […]
ବରଗଡ଼: ବରଗଡ଼ ଜିଲ୍ଲାରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଭେଡେନ୍ ବ୍ଲକ୍ ଅଞ୍ଚଳର ହୋଇଥିବୋବଳେ ୨ ଜଣ ଭଟଲି ବ୍ଲକ୍ ଅଞ୍ଚଳର। ସମସ୍ତ ଆକ୍ରାନ୍ତ ପୁରଷ ବୋଲି ଜଣାପଡିଛି। ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବାହାର ରାଜ୍ୟରୁ ଫେରିଥିବାବେଳେ ଜଣେ ଲୋକାଲ୍ କେସ୍ ରହିଛି। ପଜିଟିଭ୍ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ […]
କଟକ: କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରଘଟ ହେବନି। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତି ସରକାରୀ ହେଉ କି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି କ୍ୱାରେଣ୍ଟିନ୍ ସେଣ୍ଚରେ ରହୁଥିଲେ ତାଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ। ଏପରିକି ସରକାରୀ ବିଭାଗରେ ତଥ୍ୟ ଆଦାନପ୍ରଦାନରେ ବି ଆକ୍ରାନ୍ତଙ୍କ ନାମ ଗୋପନ ରଖାଯିବ। ଏହାସହ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ବି କରୋନା ସଂକ୍ରମିତଙ୍କ ପରିଚୟ ଦିଆଯାଇପାରିବ ନାହିଁ […]
ବାଲେଶ୍ୱର: ପୋଲ ତଳକୁ ଖସି ପଡ଼ିଲା ପ୍ରବାସୀଙ୍କୁ ଧରି ଯାଉଥିବା ଏକ ବସ୍। ପଡ଼ିଛି। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର-ନୂଆଗାଁ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍ଟି କେରଳରୁ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବାବେଳେ ମଙ୍ଗଳପୁର-ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ […]