ଇମ୍ପାଲ: କରୋନା ମୁକାବିଲା କ୍ଷେତ୍ରରେ ପାଦେ ଆଗରେ ରହିଛି ମଣିପୁରର ଏକ ଗାଁ। ଏଠାରେ ରହୁଥିବା ଗ୍ରାମବାସୀଙ୍କ ସହଯୋଗ ଏବଂ ଆର୍ଥିକ ସହାୟତାରେ ବାଉଁଶରେ ୮୦ଟି ଛୋଟ ଛୋଟ କୁଡ଼ିଆ ତିଆରି ହୋଇଛି। ଯାହା କ୍ୱାରେଣ୍ଟିନ୍ ସେଣ୍ଟର ଭଳି କାମ କରିବ। ଯେଉଁଥିରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି। ଏଥିପାଇଁ ସେମାନେ କୌଣସି ସରକାରୀ ସହାୟତା ଲୋଡ଼ି ନାହାନ୍ତି। ଇମ୍ଫାଲଠାରୁ ୧୧୫ କିଲୋମିଟର ଦୂର ସେନାପତି ଜିଲ୍ଲାର ତୁଙ୍ଗ୍ଜୟ ଗ୍ରାମବାସୀ ଗାଁଠୁ ଦୂରରେ ଥିବା ଖୋଲା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। କେନ୍ଦ୍ରାପଡ଼ାରେ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ଯଦିଓ ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି, କିନ୍ତୁ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ।
ନୂଆଦିଲ୍ଲୀ: ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଆଜି ସକାଳେ ଏହା ୱେଲ୍ ମାର୍କଡ୍ ଲୋ’ ପ୍ରେସର୍ ଏରିଆ ଭାବରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ଏହା ଡିପ୍ରେସନ୍ ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଘନୀଭୂତ ହୋଇ ମେ’ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ୍ରେ ଅର୍ଥାତ୍ ବାତ୍ୟାରେ ପରିଣତ ହୋଇପାରେ। ମେ’ ୧୭ ତାରିଖ […]
ନୂଆଦିଲ୍ଲୀ: ଜୁନ୍ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍କୁ ରେଳ ବିଭାଗ ବାତିଲ କରିଛି। ଟିକେଟ୍ ବୁକିଂ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ଆଜି ଏହା କୁହାଯାଇଛି। ହେଲେ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ଶ୍ରମିକ ଟ୍ରେନ୍ ଓ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ମଚଳାଚଳ କରିବ। ଗତ ସପ୍ତାହରେ ଦିଲ୍ଲୀ ସମେତ ଦେଶର ୧୫ଟି ସହରକୁ ସ୍ୱତନ୍ତ୍ର ଟ୍ରେନ୍ […]
ନୂଆଦିଲ୍ଲୀ: ଘର ବାହୁଡ଼ା କାଳ ହେଲା, ଅକାଳରେ ଆଖି ବୁଜିଲେ ୧୪ ଜଣ ଶ୍ରମିକ। ଲକ୍ଡାଉନ୍ ଯୋଗୁ ଫସି ରହିଥିବା ଏହି ଶ୍ରମିକମାନେ କିଛି ଉପାୟ ନ ପାଇ ଘରକୁ ଫେରୁଥିବା ବେଳେ ଅକାଳରେ ସେମାନଙ୍କର ପ୍ରାଣହାନୀ ଘଟିଛି। ୭୦ଜଣ ଶ୍ରମିକ ଏକ ଟ୍ରକ୍ରେ ମହରାଷ୍ଟ୍ରରୁ ଉତ୍ତରପ୍ରଦେଶ ସ୍ଥିତ ସେମାନଙ୍କର ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଏକ ବସ୍ ସେମାନଙ୍କର ଟ୍ରକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୮ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫ ଜଣ ଚିକିତ୍ସାଧୀନ ଥିବାବେଳେ ୧୪୩ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ୭୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ଆଉ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ୯, ଯାଜପୁରରୁ […]
ଅନୁଗୁଳ: ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଓ ୧୪ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏହି ଶ୍ରମିକମାନେ ଆନ୍ଧ୍ର ପ୍ରଦେଶ ପଲାସାରେ କାର୍ଯ୍ୟ କରୁଥିଲେ। ଲକ୍ଡାଉନ୍ ପାଇଁ ସେଠାରେ ଫସି ରହିଥିଲେ। ଗତକାଲି କୌଣସି ପ୍ରକାରରେ ଏହି ଶ୍ରମିକମାନେ ବୌଦ୍ଧରେ ପହଞ୍ଚିଥିଲେ। […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରର ୯ ଜଣ ଭୁବନେଶ୍ୱରର ୮ ଜଣ, ଭଦ୍ରକର ୪ ଜଣ, ଗଞ୍ଜାମ ଓ ସୁନ୍ଦରଗଡ଼ର ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟ ଓ କେନ୍ଦୁଝର ଜିଲ୍ଲାର ଜଣେ ଲେଖାଏ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍। ଆଜି ଦିନ ୧୦ଟାରେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱରରୁ ଟ୍ରେନ ଛାଡ଼ିବା ପୂର୍ବରୁ ଏନେଇ ଷ୍ଟେସନ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ସହ ସାନିଟାଇଜେସନ୍ର ବ୍ୟବସ୍ଥା ହୋଇଥିଲା। ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରିବା ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀମାନେ ଟ୍ରେନ୍ରେ ଯାତ୍ରା କରିବା ପୂର୍ବରୁ ଟ୍ରେନ୍କୁ ବି ବିଶୋଧନ କରାଯାଇଛି। ଆଜି ୫୪୫ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନ୍ରେ […]
ଭୁବନେଶ୍ୱର: ଗ୍ରୀନ୍ ଜୋନ୍ରେ ଗଡ଼ିବ ସରକାରୀ ବସ୍। ଗ୍ରୀନ୍ ଜୋନ୍ରେ OSRTC ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ବସ୍ ଚଳାଚଳ କରିବା ପାଇଁ ଘରୋଇ ବସ୍ ମାଲିକମାନେ ରାଜି ନ ହେବାରୁ ଗ୍ରୀନ୍ ଜୋନ୍ରେ ସରକାରୀ ବସ୍ ଗଡ଼ିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ପଡ଼ିବ। ଅନ୍ୟପକ୍ଷରେ, ଚାକିରିଆଙ୍କ ସୁବିଧା ପାଇଁ […]
ଗଞ୍ଜାମ: ମାସ୍କ ପିନ୍ଧିବେନି ତ ମିଳିବନି ସାମଗ୍ରୀ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ସୂଚନା ଜାରି ହୋଇଛି। ଗଞ୍ଜାମରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ି ଚାଲି ଥିବାବେଳେ ଦୋକାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଛି। ସମସ୍ତ ଦୋକାନୀ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ଏବଂ ଗ୍ଲୋଭ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବା ମଧ୍ୟ ବାଧ୍ୟତାମୂଳକ ହୋଇଛି। ଦୋକାନ […]