ମୁମ୍ବାଇ: ପପୁଲାର୍ ଟିଭି ଶୋ’ ‘କ୍ରାଇମ୍ ପାଟ୍ରୋଲ୍’ରେ ଅଭିନୟ କରିଥିବା ପ୍ରେକ୍ଷା ମେହତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦିନ ମଧ୍ୟପ୍ରଦେଶ ସ୍ଥିତ ତାଙ୍କ ଘରେ ଫ୍ୟାନ୍ରୁ ଝୁଲନ୍ତା ଅବସ୍ଥାରେ ୨୫ ବର୍ଷୀୟ ପ୍ରେକ୍ଷାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଲକ୍ଡାଉନ୍ ଯୋଗୁ ତାଙ୍କୁ କୌଣସି କାମ ନ ମିଳିବାରୁ ସେ ଚିନ୍ତାରେ ଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି। ‘କ୍ରାଇମ୍ […]
ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇ କହିଛନ୍ତି, କାଲି ମେଡିକାଲ୍ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ୍ ହୋଇଥିଲା। କାଲିଠାରୁ ICUରେ ଅଛନ୍ତି, ଆଜି ସ୍ୱାସ୍ଥ୍ୟାବସ୍ଥା ଟିକେ ଭଲ ଅଛି। ଗତ ୩-୪ ମାସ ହେବ ସେ ଡାଇବେଟିସ୍ […]
ଆଉ ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମା। ମଙ୍ଗଳବାର ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । କ୍ରିକେଟର ଯଶପାଲଙ୍କ ମୃତ୍ୟୁ ଖବର ତାଙ୍କର ପରିବାର ସୂତ୍ରରୁ ଦିଆଯାଇଛି।
ଭଦ୍ରକ: କ୍ୱାରେଣ୍ଟିନ୍ ସେଣ୍ଟରରେ ଅଗ୍ନିକାଣ୍ଡ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା କ୍ୱାରେଣ୍ଟିନ୍ ସେଣ୍ଟରରେ ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ରୋଷେୟା ଆହତ ହୋଇଛନ୍ତି। ତେବେ ୩୨ ଜଣ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ଡରେ ରୋଷେଇ ପାଇଁ ରଖାଯାଇଥିବା ସମସ୍ତ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ କ୍ୱାରେଣ୍ଟିନ୍ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ ହେଉଥିବା ବେଳେ କୌଣସି […]
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ବିରଳ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାସ ହୋଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୭ ଜଣ ଶିକାରୀ ଓ ଜଣେ ବ୍ୟବସାୟୀଙ୍କୁ ବନ ବିଭାଗ ଗିରଫ କରିଛି। ସମସ୍ତେ ସମ୍ବଲପୁର, ନାକଟିଦେଉଳ ବ୍ଲକ୍ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ନିକଟରୁ ୨ କିଲୋ ୬ ଶହ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ କରାଯାଇଛି। ଏମାନେ ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଟିକିରା ନଦୀର ବାଲି ଭିତରେ […]
ରାୟଗଡ଼ା: ଦିଲ୍ଲୀରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟିନ୍ରେ ରହିଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା। ମେ’୨୫ରେ ସେ ଦିଲ୍ଲୀରୁ ଫେରି ଗତକାଲି ରାୟଗଡ଼ାରେ ପହଞ୍ଚିଥିଲେ। ଏହାପରେ ସେ ହୋମ୍ କ୍ୱାରେଣ୍ଟିନ୍ରେ ଅଛନ୍ତି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସାଂସଦଙ୍କ ଘର ଆଗରେ କ୍ୱାରେଣ୍ଟିନ୍ ଷ୍ଟିକର ଲଗାଯାଇଛି। ଜୁନ ୮ ଯାଏ ଅର୍ଥାତ୍ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନ୍ରେ ରହିବାକୁ ସାଂସଦଙ୍କୁ କୁହାଯାଇଛି। ସୂଚନାଥାଉ କି, ଗତ ମାର୍ଚ୍ଚରେ ସଂସଦ ଅଧିବେଶନରେ ଯୋଗ ଦେବାପାଇଁ ସେ ଦିଲ୍ଲୀ […]
ଭୁବନେଶ୍ୱର: ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଳୁଥିବା ମଧ୍ୟାହ୍ନ ଭୋଜନ(ମିଡ୍ ଡେ‘ ମିଲ୍)ର ମୂଲ୍ୟ ରାଜ୍ୟ ସରକାର ବଢ଼ାଇଛନ୍ତି। ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନର ମୂଲ୍ୟ ୪ ଟଙ୍କା ୯୩ ପଇସାରୁ ୫ ଟଙ୍କା ୪୨କୁ ବୃଦ୍ଧି କରାଯାଇଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ମଧ୍ୟାହ୍ନ ଭୋଜନର ମୂଲ୍ୟ ୭ଟଙ୍କା ୩୬ ପଇସାରୁ ୮ ଟଙ୍କା ୧୦ ପଇସାକୁ ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ନେଇ ରାଜ୍ୟ ନୋଡାଲ୍ ଅଫିସର(MDM) ସମସ୍ତ ଜିଲ୍ଲାପାଳଙ୍କୁ […]
ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ। ସେହିପରି ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଜୋନ୍ର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତର ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ […]
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ରୁ ୫ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଜୁନ୍ ୧୫ ଏବଂ ୧୬ ମଧ୍ୟରେ ଏହା ମୁମ୍ବାଇ ପହଞ୍ଚିପାରେ। ଏନେଇ ରିଜିଓନାଲ ସ୍ପେଶାଲାଇଜ୍ଡ ମେଟ୍ରୋଲଜିକାଲ ସେଣ୍ଟର(ଆର୍ଏସ୍ଏମ୍ସି)ର ମୁଖ୍ୟ ରାଜେନ୍ଦ୍ର କୁମାର ଜେନାମଣି ସୂଚନା ଦେଇଛନ୍ତି। ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖି ରାଜେନ୍ଦ୍ର କୁମାର କହିଛନ୍ତି, ବାତ୍ୟା ଅମ୍ପନ୍ ଯିବା ପରେ ତାତିର ପ୍ରକୋପ ବଢ଼ିଛି। ଯାହା ଆଗକୁ ଆହୁରି କିଛି […]
ବ୍ରହ୍ମପୁର: ଗାଁ ଭିତରେ ଲୋକେ ପୂରାଇ ନ ଦେବାରୁ ବାଧ୍ୟ ହୋଇ ଗତ ୫ ଦିନ ହେଲା କାର୍ ଭିତରେ ରହୁଛନ୍ତି ଜଣେ ଯୁବକ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଗାଁରେ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗାଁର ମାଧବ ପାତ୍ର ନାମକ ଜଣେ ବିହାରରେ ରହୁଥିଲେ। ଲକ୍ଡାଉନ୍ ପରେ ଗାଁକୁ ପଳାଇ ଆସିଥିଲେ। ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। […]
ୱେଲିଂଟନ୍: ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନ ଏକ ଟିଭି ଚ୍ୟାନେଲ୍କୁ ଲାଇଭ୍ ଇଣ୍ଟରଭ୍ୟୁ ଦେଉଥିବାବେଳେ ହଠାତ୍ ଭୂକମ୍ପର ଝଟ୍କା ଅନୁଭୂତ କରିଥିଲେ। ହେଲେ ଏଥିରେ ସେ ବିଚଳିତ ନ ହୋଇ ହସିକି ପରିସ୍ଥିତିକୁ ସମ୍ଭାଳିବା ସହ ଇଣ୍ଟରଭ୍ୟୁ ପ୍ରୋଗ୍ରାମ ଜାରି ରଖିଥିଲେ। ସୋମବାର ନ୍ୟୁଜିଲାଣ୍ଡ୍ର ରାଜଧାନୀ ୱେଲିଂଟନ୍ରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଆର୍ଡର୍ନ ଆଙ୍କରଙ୍କୁ ତାଙ୍କ ଦେଶର ସଂସଦ ପରିସରରେ ହେଉଥିବା ଘଟଣା ସମ୍ପର୍କରେ କହିବା ବେଳେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। […]
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ‘ମୋ ବସ୍’ ଚଳାଚଳ କରିବ। କେଉଁ ରୁଟ୍ରେ କେତେ ବସ୍ ଚଳାଚଳ କରିବ, ସେନେଇ ଆସନ୍ତାକାଲି ଅବଗତ କରାଯିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟର ସିଇଓ ଅରୁଣ ବୋଥ୍ରା କହିଛନ୍ତି। ସୂଚନାଥାଉ କି, ‘ମୋ ବସ୍’ ଗୁଡ଼ିକ ଏବେ ପ୍ରବାସୀଙ୍କ ନେବା ଆଣିବାରେ ନିୟୋଜିତ ହୋଇଛି। ତେବେ ‘ମୋ ବସ୍’ ଚଳାଚଳ କରିବା ପୂର୍ବରୁ ବସ୍ ଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବ୍ୟବସ୍ଥା […]