ଜେରୁସାଲେମ: ଇସ୍ରାଏଲରେ ଚୀନ ରାଷ୍ଟ୍ରଦୂତ ଡୁ ୱେଇ(୫୭)ଙ୍କ ମୃତଦେହ ମିଳିଛି। ରବିବାର ଦିନ ଇସ୍ରାଏଲର Tel Aviv ସ୍ଥିତ ଘରେ ଡୁ ୱେଇଙ୍କର ମୃତଦେହ ମିଳିଥିଲା। କେଉଁଭଳି ପରିସ୍ଥିତିରେ ଡୁ ୱେଇଙ୍କ ମୃତ୍ୟୁ ଘଟିଲା ସେ ସମ୍ପର୍କରେ ଜଣାପଡିନାହିଁ। ଇସ୍ରାଏଲ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃଆରୀରେ ଡୁ ୱେଇ ଚୀନ ରାଷ୍ଟ୍ରଦୂତ ଭାବେ ଇସ୍ରାଏଲରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ୟୁକ୍ରେନରେ ଚୀନ ରାଷ୍ଟ୍ରଦୂତ ଭାବେ […]
ମୁମ୍ବାଇ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ଆଜି ଶେଷ ହେବ। ଏତେ ଦିନର ଲକ୍ଡାଉନ ସତ୍ତ୍ୱେ ଦେଶରେ କରୋନା ଭାଇରସ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଏପରି ପରିସ୍ଥିତିରେ ଲକ୍ଡାଉନ ଅବଧି ବଢିବା ନେଇ ସ୍ପଷ୍ଟ ଆଭାସ ମିଳି ସାରିଛି। ନିକଟରେ ଦେଶବାସୀଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ ଅର୍ଥାତ୍ ଡିପ୍ରେସନ୍ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ। ଏହାର ନାଁ ‘ଅମ୍ଫାନ୍’ ରଖାଯିବ। ପ୍ରଥମେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ମେ’ ୧୮ରୁ ଏହାର ଦିଗରେ ପରିବର୍ତ୍ତନ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର, ଉତ୍ତର-ପୂର୍ବରେ ଦିଗରେ ଗତି କରିବ। ୨୦ ତାରିଖ ସକାଳେ ଏହା ପଶ୍ଚିମବଙ୍ଗ ଉପକୂଳ ଓ ଏହାର […]
ପଟ୍ଟାମୁଣ୍ଡାଇ: ଦୁଇ ପୁଅଙ୍କୁ କିରୋସିନି ଢାଳି ଜାଳିବା ସହ ନିଜେ ଆତ୍ମାହୁତି ଉଦ୍ୟମ କଲେ ମା’। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ଭୋପାଳ ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ପୁଅ ଓ ମା’ଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବଡ ପୁଅ(୮ ବର୍ଷ) ଓ ମା’ ଙ୍କୁ କଟକ ଏସସିବିକୁ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିପାରେ। ଏବେ ଏହା ଘଣ୍ଟାକୁ ୨୦ କି.ମି. ବେଗରେ ଗତି କରୁଛି। ଆଜି ଏନେଇ ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇ ସାରିଥିବାବେଳେ ଆଜି ଏହା ବାତ୍ୟାର ରୂପ ନେଇପାରେ। ଏବେ ଏହା ପାରାଦୀପର ଦକ୍ଷିଣରେ ୧୦୬୦ କି.ମି. ଦୂରରେ ରହିଛି। ମେ’ ୧୭ ତାରିଖ ସଂଧ୍ୟାରେ ବାତ୍ୟାଟି ଗତି ପରିବର୍ତ୍ତନ କରିବ ଓ ୨୦ […]
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ନୂଆ ୬୫ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଯାଜପୁରର ୩୧ ନୂଆ ପଜିଟିଭ ମଧ୍ୟରୁ ୩୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ ଝାଡ଼ଖଣ୍ଡ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ସେହିପରି ଗଞ୍ଜାମର ୧୩ ପଜିଟିଭ ମଧ୍ୟରୁ ୧୨ଜଣ ସୁରତ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ଅନ୍ୟଜଣେ ହୋମ କ୍ୱାରେଣ୍ଟିନରେ ଥିବା ତଥ୍ୟ ଦେଇଛି ସୂଚନା ଓ ଲୋକ ସଂପର୍କ ବିଭାଗ। କେନ୍ଦ୍ରାପଡ଼ା […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଆଜି ଅପରାହ୍ଣ ୫ଟା ୩୦ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ବାତ୍ୟା ‘ଅମ୍ଫାନ୍’ ଏବେ ପାରାଦୀପ ଠାରୁ ୧୧୦୦ କି.ମି. ଦୂରରେ ଅଛି। ସେହିପରି ପଶ୍ଚିମବଙ୍ଗର ଦିଘାଠୁ ୧୨୫୦ କି.ମି., ବାଂଲାଦେଶଠୁ ୧୩୩୦ କି.ମି. ଦୂରରେ ଅଛି। ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ର ଗତିପଥ କ’ଣ ହେବ ? […]
ଭୁବନେଶ୍ୱର: ରାଜ୍ୟରେ ଆଉ ନୂଆ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧ଜଣ, ଗଞ୍ଜାମରୁ ୧୩ଜଣ, କଟକରୁ ୬ଜଣ ଓ କେନ୍ଦ୍ରାପଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଖୋର୍ଦ୍ଧାରୁ ୩ଜଣ, ମୟୂରଭଞ୍ଜରୁ ୨ଜଣ ଓ ନୟାଗଡରୁ ୨ଜଣ ଅଛନ୍ତି। ତେବେ ୬୫ଜଣଙ୍କ ମଧ୍ୟରୁ ୬୨ଜଣ କ୍ୱାରେଣ୍ଟିନ୍ ସେଣ୍ଟରରେ ଓ ୩ ଜଣ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ନୂଆ […]
ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଛି। ଏହି ସମୟରେ ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଛି ଆମେରିକା। ଯଦିଓ କରୋନା ଯୋଗୁ ଆମେରିକା ଅଧିକ ପ୍ରଭାବିତ ହୋଇଛି, ତେବେ ଏଭଳି ଦୁଃସମୟରେ କରୋନା ଆକ୍ରାନ୍ତ ଚିକିତ୍ସା ଲାଗି ଭାରତକୁ ଭେଣ୍ଟିଲେଟର ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ କରି ଟ୍ରମ୍ପ କହିଛନ୍ତି, “ମୁଁ ଗର୍ବର ସହ ଘୋଷଣା କରିବାକୁ ଯାଉଛି […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ର ଗତିପଥ କ’ଣ ହେବ ? କେଉଁଠି ଏହା ଲ୍ୟାଣ୍ଡ୍ଫଲ୍ କରିବ ? ଏହାର ବେଗ କେତେ ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଜଣାପଡ଼ି ନ ଥିବାବେଳେ ଏହାର ଗତିପଥ ନେଇ National Centre for Medium Range Weather Forecasting(NCMRW) ପୂର୍ବାନୁମାନ କରିଛି। ବାତ୍ୟା ବଙ୍ଗୋପସାଗରରୁ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରିବା ନେଇ ସମ୍ଭାବନା ରହିଛିା NCMRW ପକ୍ଷରୁ ଜାରି ହୋଇଥିବା ଏହି ମ୍ୟାପ୍ରେ ଅମ୍ଫାନ୍ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହୋମ୍ କ୍ୱାରେଣ୍ଟିନ୍ରେ ଥିବା ପରିବାର ଲୋକଙ୍କ ଉପରେ ନଜର ରଖିବେ ପଡ଼ୋଶୀ। ହୋମ୍ କ୍ୱାରେଣ୍ଟିନ୍ ମନିଟରିଂ ପାଇଁ ଭୁବନେଶ୍ୱର ମହାନଗର ନିଗମ(BMC)ର SOPରେ ଏହି ନିୟମ ରହିଛି। ପ୍ରବାସରୁ ଫେରିଥିବା କିମ୍ବା ଅନ୍ୟ କୌଣସି କାରଣ ପାଇଁ ଘରେ କ୍ୱାରେଣ୍ଟିନ୍ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ପ୍ରଶାସନ ପକ୍ଷରୁ ଷ୍ଟିକର୍ ଲଗାଯିବ। ଷ୍ଟିକର୍ ଲଗାଇବାକୁ ଯାଇଥିବା କର୍ମଚାରୀ ପାଖ ପଡ଼ୋଶୀଙ୍କୁ କ୍ୱାରେଣ୍ଟିନ୍ରେ ଥିବା ପରିବାର ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଔରେୟାରେ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲକ୍ଷ୍ନୌ-ଆଗ୍ରା ଏନ୍ଏଚ୍ରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୪ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ଆହତ ଶ୍ରମିକଙ୍କୁ ସ୍ଥାନୀୟ […]