• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

EXtOIbPU8AENRU2
୧୬ ଜିଲ୍ଲାରୁ ଆଉ ୧୦୩ କରୋନା ପଜିଟିଭ୍‌‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନୂଆ ୧୦୩ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏମାନଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ୧୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ଼ରୁ ୨୨ଜଣ,କେନ୍ଦ୍ରାପଡ଼ାରୁ ୧୫ଜଣ, ଜଗତସିଂହପୁର ୧୦ଜଣ, ମାଲକାନଗିରିରେ ୯ଜଣ, ଭଦ୍ରକ ଓ ବଲାଙ୍ଗିରରେ ୮ଜଣ ଲେଖାଏ ଓ କୋରାପୁଟ ଓ ଗଜପତିରୁ ୬ ଜଣ ଲେଖାଏ, ଖୋର୍ଦ୍ଧା ଓ ବାଲେଶ୍ୱରରେ ୫ ଲେଖାଏ, […]

odisha
ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

କଣ୍ଟାବାଞ୍ଜି: ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାବେଳେ ୩୨୦ ଜଣ ପ୍ରବାସୀ ଶ୍ରମିକ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ସମସ୍ତ ଶ୍ରମିକ ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହି ଶ୍ରମିକମାନେ ଗୁଜରାଟ ଗାନ୍ଧିନଗରରୁ ନିର୍ଗୁଣ୍ଡି ଅଭିମୁଖେ ଏକ ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ତେବେ କଣ୍ଟାବାଞ୍ଜି ଷ୍ଟେସନରେ […]

former cm
ମହାମାରୀ କରୋନାରେ ଆକ୍ରାନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ‌ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏବେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମହାରାଷ୍ଟ୍ର ସରକାରର ପିଡବ୍ଲ୍ୟୁଡି ମନ୍ତ୍ରୀ ଥିବା ଅଶୋକ ମୁମ୍ବାଇ ଓ ମରାଠୱାଡା ଜିଲ୍ଲା ସ୍ଥିତ ଘରକୁ ଅନେକ ଥର ପରିଭ୍ରମଣ କରିଥିଲେ ବୋଲି ସୂଚନା ମିଳିଛି। ସୂଚନାଥାଉ କି, ଏହା ପୂର୍ବରୁ ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ମହାରାଷ୍ଟ୍ରରେ […]

beer
ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି

କଟକ: କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗି ରହିଥିବା ଟଣାଓଟରା ଭିତରେ ଶେଷରେ ହଁ ଭରିଛି କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ଆଜି ସକାଳ […]

airport
ଦୁଇ ମାସ ପରେ ଉଡ଼ିଲା ଘରୋଇ ବିମାନ

ନୂଆଦିଲ୍ଲୀ: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର ୪ଟା ୪୫ ମିନିଟ୍‌ରେ ମୁମ୍ବାଇ ପାଇଁ ପ୍ରଥମ ବିମାନ ଉଡ଼ାଣ କରିଛି। ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ, ସାନିଟାଇଜର୍ ବ୍ୟବହାର କରିବା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସେହିପରି ମୁମ୍ବାଇରୁ […]

water bottles
ଷ୍ଟେସନ୍‌ରୁ ପାଣି ବୋତଲ ପ୍ୟାକେଟ୍‌ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ

ଲକ୍ଷ୍ନୌ: ରେଲ୍‌ୱେ ଷ୍ଟେସନ୍‌ରୁ ପାଣି ବୋତଲ ପ୍ୟାକେଟ୍‌ ଧରି ଛୁ’ ମାରିଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ସଂଖ୍ୟାରେ ଶ୍ରମିକ ଆସି ରେଲ୍‌ୱେ ଷ୍ଟେସନ୍‌ରେ ରଖାଯାଇଥିବା ପାଣି ବୋତଲ ପ୍ୟାକେଟ୍‌କୁ ଧରି ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଉତ୍ତରପ୍ରଦେଶର ପଣ୍ଡିତ ଦୀନ ଦୟାଲ ଉପାଧାୟ ଷ୍ଟେସନ୍‌ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସୂଚନା ଅନୁସାରେ, କିଛି ସମୟ ପାଇଁ ଶ୍ରମିକ […]

corona
କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ କରୋନା ନେଇଗଲା ଜୀବନ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଡାକ୍ତର ପାଣ୍ଡେ ଏମ୍ସରେ କରୋନା ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ। ଗତ ୧୯ ତାରିଖରେ ସେ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିବା କରୋନା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା। ଡାକ୍ତର ପାଣ୍ଡେଙ୍କ ମୃତ୍ୟୁ ନେଇ ଦିଲ୍ଲୀର […]

src
ଓଡ଼ିଶାରେ ବଦଳିଲା କ୍ୱାରେଣ୍ଟିନ୍‌ ନିୟମ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍‌ ନିୟମ। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ବାହାର ରାଜ୍ୟରୁ ଗାଁକୁ ଫେରୁଥିବା ପ୍ରବାସୀମାନେ ପ୍ରଥମ ୭ ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବା ବାଧ୍ୟତାମୂଳକ। କରୋନା ଲକ୍ଷଣ ନ ଥିଲେ ସେମାନଙ୍କୁ କ୍ୱାରେଣ୍ଟି ସେଣ୍ଟରରୁ ଛାଡ଼ି ଦିଆଯିବ। ହେଲେ ସେମାନେ ସେଠାରୁ ବାହାରି ନିଜ ଘରେ ଆଉ ୭ […]

bus
କାଲିଠୁ ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ୱର: ରାଜ୍ୟ ଭିତରେ ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍ ଓ ଟ୍ୟାକ୍ସି। ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସିଟି ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି ମିଳିଛି। ବସ୍ ସହ ଅଟୋ ରିକ୍ସା, ଓଲା, ଉବେର ଗାଡ଼ି ମଧ୍ୟ ଚାଲିବ। ସେହିପରି ୪ ଚକିଆ ଓ ଅଟୋରେ ଡ୍ରାଇଭରଙ୍କ ବ୍ୟତୀତ ୨ ଯାତ୍ରୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଛି। ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ […]

park
କଟକଣା ସହ ଖୋଲିଲା ରାଜଧାନୀର ଏହିସବୁ ପାର୍କ

ଭୁବନେଶ୍ୱର: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି। ପରୀକ୍ଷାମୂଳକ ଭାବେ ଏହି ପାର୍କ ଗୁଡ଼ିକୁ ବିଏମ୍‌ସି ପକ୍ଷରୁ ଖୋଲା ଯାଇଛି। ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ। ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲା ରହିବ। ପାର୍କ ଖୋଲା ଯାଇଥିଲେ ମଧ୍ୟ କିଛି କଟକଣା ଜାରି କରାଯାଇଛି। ପାର୍କକୁ ଯାଉଥିବା ଲୋକମାନେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ […]

EXioZwPX0AEaCbf
ସୁନ୍ଦରଗଡ଼ରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତ ବିଶ୍ରା ଓ ଲାଠିକଟା ବ୍ଲକ୍‌ର। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ୩ଜଣ ପୁରୁଷ ଥିବା ସୂଚନା। ସେମାନଙ୍କ ମଧ୍ୟରୁ ୨ଜଣ ମହାରାଷ୍ଟ୍ର ଓ ୨ଜଣ ଚେନ୍ନାଇରୁ ଫେରିଥିଲେ। ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାକୁ କରୋନା ଛୁଇଁଛି। ବରଗଡ଼ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା […]

kiran kumar
ଅଭିନେତା କିରଣ କୁମାରଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ମିଳିଥିବା ସୂଚନା ଅନୁସାରେ, କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି। ସେଲ୍ଫ୍‌ କ୍ୱାରେଣ୍ଟିନ୍‌ରେ ରହିଥିବା ଜଣାପଡ଼ିଛି। କିଛି ହେଲ୍‌ଥ୍‌ ଚେକ୍‌ ଅପ୍‌ ପାଇଁ ସେ ହସ୍ପିଟାଲ୍‌ ଯାଇଥିଲେ ଓ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସାମ୍ପଲ୍‌ ଟେଷ୍ଟ୍‌ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଶରୀରରେ […]