• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

odisha
ମୁମ୍ବାଇରୁ ଧାଇଁ ଆସିଥିଲେ ବାପାଙ୍କୁ ଦେଖିବା ପାଇଁ, କଲେ ଶେଷକୃତ୍ୟ

ନୀଳଗିରି: କରୋନା ଭୟ ଓ ଲକ୍‌ଡାଉନ୍‌ କଟକଣା କେତେ ଯେ ନିଷ୍ଠୁର ହୋଇପାରେ ତା’ର ଆଉ ଏକ ଛାତିଥରା କାହାଣୀ ସାମ୍ନାକୁ ଆସିଛି। ଘର ନିକଟରେ ରହିଥିଲେ ମଧ୍ୟ ଅସୁସ୍ଥ ବାପାକୁ ଦେଖା କରିପାରିଲା ନାହିଁ ପୁଅ। ଶେଷରେ କ୍ୟାନସରରେ ପୀଡ଼ିତ ବାପାକୁ ସବୁଦିନ ପାଇଁ ହରାଇଲେ ପୁଅ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ଅନ୍ତର୍ଗତ ବାଉଁଶବଣିଆ ଗୁହାଳିଆ ଗାଁରେ। କ୍ୟାନସରରେ ପୀଡ଼ିତ ବାପାଙ୍କୁ ଦେଖା କରିବା ପାଇଁ ମୁମ୍ବାଇରୁ ଓଡ଼ିଶାକୁ ଧାଇଁ […]

EXjQ3H-WAAAniMw
ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୪୩ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ରାଜ୍ୟରେ ୪୩୬ ଜଣ ସୁସ୍ଥ ହେଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ୪୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଅନୁଗୁଳରୁ ୧୫ଜଣ, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ ଜଣ ଲେଖାଏ, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରୁ ଜଣେ ଲେଖାଏ ଅଛନ୍ତି।  ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ […]

yogi adityanath
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଧମକପୂର୍ଣ୍ଣ ମେସେଜ୍‌ ମିଳିଛି। ଗୁରୁବାର ମଧ୍ୟ ରାତ୍ରରେ ଉତ୍ତରପ୍ରଦେଶ ୧୧୨ ହେଲ୍‌ପ୍‌ଡେସ୍କର ହ୍ୱାଟ୍ସଆପ୍‌ ନମ୍ବରକୁ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୁଲିସ୍ ଏକ‌ FIR ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ହ୍ୱାଟ୍ସଆପ୍‌କୁ ଆସିଥିବା‌ ଏହି ମେସେଜ୍‌ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ୮୮୨୮୪୫୩୩୫୦ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ୍‌ ଆସିଥିବା FIRରେ ଉଲ୍ଲେଖ […]

sabyasachi
ଅଭିନେତା ସବ୍ୟସାଚୀଙ୍କ ବଦାନ୍ୟତା; ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ପଠାଇଲେ ବସ୍‌

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବଦାନ୍ୟତା। ଲକ୍‌ଡାଉନ୍‌ ଯୋଗୁ ରାଜସ୍ଥାନରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିଛନ୍ତି ସବ୍ୟସାଚୀ। ଏଥିପାଇଁ ସେ ଦୁଇଟି ବସ୍‌ର ବ୍ୟବସ୍ଥା କରିଥିଲେ। ଗୋଟିଏ ବସ୍ ଭୁବନେଶ୍ୱରରୁ ଏବଂ ଅନ୍ୟଟି ବାରିପଦାରୁ ରାଜସ୍ଥାନ ଯାଇ ଛାତ୍ରଛାତ୍ରୀଙ୍କୁ ଆଣି ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳରେ ଛାଡ଼ିଥିଲେ। ସୂଚନାଥାଉ କି, କିଛି ଦିନ ତଳେ ସବ୍ୟସାଚୀଙ୍କୁ ଟ୍ୱିଟର ଯୋଗେ ରାଜସ୍ଥାନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ […]

RBI Governor 1
ଲକ୍‌ଡାଉନ୍‌ ବେଳେ RBIର ବଡ଼ ଘୋଷଣା- ଆଉ ୩ ମାସ EMI କୋହଳ

ନୂଆଦିଲ୍ଲୀ: ଲୋନ୍‌ କରିଥିବା ବ୍ୟକ୍ତିଙ୍କ ପାଇଁ ଆଶ୍ୱସ୍ତିକର ଖବର। ଲୋନ୍‌କୁ ନେଇ ଆର୍‌ବିଆଇ, ମାସିକ ଋଣ କିସ୍ତି (EMI) ପୈଠ ଅବଧିକୁ ଆଉ ୩ ମାସ ଯାଏ ବୃଦ୍ଧି କରିଛି। ଜୁନ୍ ୧ରୁ ଅଗଷ୍ଟ ୩୧ ଯାଏ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ପକ୍ଷରୁ ଘୋଷଣା ହୋଇଛି। ଅନ୍ୟପକ୍ଷରେ, ଗ୍ରାହକଙ୍କ ଉପରେ କୌଣସି ପ୍ରକାରର ଚାପ ନ ପକାଇବାକୁ RBI ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। […]

odisha
ନୃଶଂସ ପୁଅ: ମା’କୁ ପିଟି ପିଟି ମାରିଦେଲେ

ବାରିପଦା: ମା’କୁ ପିଟି ପିଟି ମାରିଦେଲେ ୨ ପୁଅ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରୁ ଏଭଳି ଅଭିଯୋଗ ଆସିଛି।  ମୃତକ ହେଲେ ତୁଳସୀ ସିଂ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଦୁଇ ପୁଅ, ମା’ ତୁଳସୀଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଠ ଫାଳିଆରେ ନିସ୍ତୁକ ମାଡ ମାରିଥିଲେ ଦୁଇ ପୁଅ। ଏହି ସମୟରେ ତୁଳସୀଙ୍କ ସ୍ୱାମୀ ଘରେ ନଥିଲେ। ସେ ଘରକୁ […]

Capture
ବଢିଲା କରୋନା ଚିନ୍ତା; ଗୋଟିଏ ଦିନରେ ଦେଶରେ ସର୍ବାଧିକ ୬,୦୮୮ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏହାସତ୍ତ୍ୱେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାରେ ଆକ୍ରାନ୍ତ ହୋଇ ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ସର୍ବାଧିକ ୬ ହଜାର ୮୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୮ ହଜାରରୁ ଅଧିକରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୬,୩୩୦ ଜଣ ଚିକିତ୍ସାଧୀନ ଥିବାବେଳେ ୪୮,୫୩୪ […]

92045314_3111362032287054_788538214380994560_n
ରାଜ୍ୟରେ ନୂଆ ୮୬ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନୂଆ ୮୬ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪୬ଜଣ, କଟକରୁ ୧୧ଜଣ, ନୟାଗଡ଼ରୁ ୬ଜଣ, ଗଞ୍ଜାମରୁ ୫ଜଣ, ବାଲେଶ୍ୱରରୁ ୩ଜଣ, ଭଦ୍ରକରୁ ୩ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୩ଜଣ, ପୁରୀରୁ ୩ଜଣ, ବଲାଙ୍ଗିରରୁ ୨ଜଣ ଏବଂ ସୁନ୍ଦରଗଡ଼ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ […]

cloudy
‘ଆସନ୍ତା ୫ ବର୍ଷ ମଧ୍ୟରେ ବଦଳି ଯିବ ଭାରତୀୟ ପାଣିପାଗ ବିଭାଗର ଆକଳନର ଚିତ୍ର’

ଭୁବନେଶ୍ୱର: ଆସନ୍ତା ୫ ବର୍ଷ ମଧ୍ୟରେ ବଦଳିଯିବ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଆକଳନର ଚିତ୍ର। ଆସନ୍ତା ୫ ବର୍ଷରେ ପାଣିପାଗର ଆକଳନ ଆହୁରି ନିର୍ଦ୍ଦିଷ୍ଟ ହେବ। ଏବେ ସାମଗ୍ରିକ ଭାବେ ଜିଲ୍ଲା ସ୍ତରରେ ପାଣିପାଗ ପୂର୍ବାନୁମାନ କରାଯାଉଥିବା ବେଳେ, ଆଗକୁ କେଉଁ ଅଞ୍ଚଳରେ କେତେ ପରିମାଣର କ୍ଷୟକ୍ଷତି ହେବ ସେନେଇ ମଧ୍ୟ ସତର୍କ କରାଯାଇପାରିବ ବୋଲି ଓଟିଭି ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଭାରତର ସାଇକ୍ଲୋନ୍ ମ୍ୟାନ୍ ତଥା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ […]

bank
ପୂର୍ବ ଭଳି ବ୍ୟାଙ୍କ କାର୍ଯ୍ୟ ଚାଲୁ କରିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ବ ଭଳି ବ୍ୟାଙ୍କ କାର୍ଯ୍ୟ ଚାଲୁ କରିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏ ବ୍ୟାଙ୍କ ଖୋଲା ରଖିବାକୁ ବ୍ୟାଙ୍କ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଭଳି ସମସ୍ତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ସମୟରେ ଖୋଲିବ ବୋଲି ସରକାର କହିଛନ୍ତି। ଏହାସହ ସବୁ […]

pm modi.
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଓଡ଼ିଶାରେ ବାତ୍ୟା ‘ଅମ୍ପନ୍’‌‌ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ। ଏହି ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

railway-station
ଆଜିଠୁ ରିଜର୍ଭେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ରିଜର୍ଭେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍‌। ତେବେ କେଉଁ କେଉଁ ରେଲ୍‌ୱେ ଷ୍ଟେସନରେ ରିଜର୍ଭେସନ୍‌ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍‌ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ରିଜର୍ଭ ଟିକେଟ୍‌ ବୁକିଂ ପାଇଁ ଏହି କାଉଣ୍ଟର ଖୋଲା ରହିବ। ପୂର୍ବତଟ ରେଲ୍‌ୱେର ୧୨ଟି ଷ୍ଟେସନରେ ଟିକେଟ୍ ଉପଲବ୍ଧ ହେବାକୁ ଥିବାବେଳେ ଆଜିଠାରୁ କମନ୍ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିବ। ୧ ଲକ୍ଷ ୭୦ […]