କୋରାପୁଟ: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ହେବ ଏବଂ ଛାତ୍ରଛାତ୍ରୀମାନେ ଘରେ ରହି ଏହି ପରୀକ୍ଷା ଦେବେ। ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ ଗୁଗୁଲ୍ ଫର୍ମସ, ହ୍ୱାଟ୍ସଆପ୍, ଇ-ମେଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ। ଯଦି ଆବଶ୍ୟକ ହୁଏ, ତେବେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ରେ ପ୍ରଶ୍ନ ଡକାଯିବ। ପରୀକ୍ଷାର ଅବଧି ତିନି […]
ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଯଦି ଫୋନ କଲ୍ ଆସୁଛି ତେବେ ସାବଧାନ ! କାରଣ ଏମାନ ହୁଏତ ନକଲି ହୋଇପାରନ୍ତି। ଏହି ନକଲି ବ୍ୟାଙ୍କ କର୍ମଚାରୀମାନେ ନୂଆ ଟେକ୍ନିକ୍ ଅପଣେଇ ଆପଣଙ୍କ ଆଙ୍କାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା ! ଏ ନେଇ ସତର୍କ କରାଇ ଦେଇଛି କମିଶନରରେଟ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ରହିଛି ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ । ସାଇବର ଅପରାଧର ପାଠଶାଳା ପାଲଟିଥିବା ଜମତରା ଶାଖା ରାଜଧାନୀରେ କାର୍ଯ୍ୟ କରୁଥିବା ନେଇ […]
ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆଜିଠାରୁ ପୁଣିଥରେ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ସକାଳ ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨ ତାରିଖ ଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଯେଉଁମାନେ ଡିଏଲ୍ ପାଇଁ ସ୍ଲଟ୍ ବୁକିଂ କରିବେ, ସେମାନଙ୍କ ଟେଷ୍ଟ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ। ତେବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ କରିଥିବା ବ୍ୟକ୍ତିଙ୍କ ଚଳିତ ମାସ ୨୯ରୁ ଲର୍ଣ୍ଣିଂ ଲାଇସେନ୍ସ […]
ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ପଡିଛନ୍ତି ଯନ୍ତ୍ରୀ। ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରୁଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ପ୍ରଧାନଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ସହକାରୀ ଯନ୍ତ୍ରୀଙ୍କ ସରକାରୀ ବାସଭବନ ସହ ଅଫିସ, ଦେବଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ରିଆମାଳସ୍ଥିତ ପୈତୃକ ଘରେ ରେଡ୍ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍ […]
କଟକ: ପର୍ତ୍ତୁଗାଲ୍ରେ ନିଖୋଜ ଓଡ଼ିଆ ଛାତ୍ରୀ। କଟକ ପୁରୀଘାଟ ଥାନା ଅଞ୍ଚଳର ଜଣେ ଯୁବତୀ ପର୍ତ୍ତୁଗାଲ୍ରେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସଂମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ପୁଲିସ୍ରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ଛାନ୍ଭିନ୍ ଆରମ୍ଭ ହୋଇଛି। ଏଥିସହ ପର୍ତ୍ତୁଗାଲ୍ ଦୂତାବାସ, ପୁଲିସ୍ ସହ ଯୋଗାଯୋଗ ମଧ୍ୟ କରାଯାଇଛି। ନିଖୋଜ ଯୁବତୀଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ, ଉଚ୍ଚଶିକ୍ଷା ଲାଗି ଯୁବତୀ ଜଣକ ସ୍ପେନର ବାର୍ସିଲୋନା ଯାଇଥିଲେ। ସେଠାରେ MSC ପାଠ୍ୟକ୍ରମ […]
ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। କରୋନା ଲକ୍ଡାଉନ, ସଟ୍ଡାଉନ ସତ୍ତ୍ୱେ ଏହି ନୀତି ଶୃଙ୍ଖଳିତ ଭାବେ ଚାଲିଛି। ଆଜି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ । ମାସେ ବ୍ୟାପି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଲକ୍ଷ୍ମୀ ତାଙ୍କ ପିତ୍ରାଳୟକୁ ଯାଇଥିବାରୁ ମହାପ୍ରଭୁଙ୍କ ମା’ ନିଜେ ହାତରେ ପ୍ରସ୍ତୁତ କରିଥାନ୍ତି ୨୩ ପ୍ରକାରର ପିଠା […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୮ଟି ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ବାଲେଶ୍ୱର । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଲକଡାଉନ ଓ ସଟଡାଉନ ସତ୍ତ୍ୱେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି ।କେବଳ ସେପ୍ଟେମ୍ବର ମାସରେ ଯାଇଛି ୨୦ ଜଣଙ୍କ ଜୀବନ। ବେପରୁଆ ଗାଡ଼ିଚାଳନା ଓ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ ୩୦ରୁ […]
ନୂଆଦିଲ୍ଲୀ: ଦୀର୍ଘଦିନର ଦାବି ପୂରଣ ନେଇ ଦିଲ୍ଲୀ ଏମ୍ସର ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାୟୀ ନିଯୁକ୍ତି କରିବା ଓ ଷଷ୍ଠ ବେତନ କମିଶନ ସୁପାରିଶ ଲାଗୁ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ନର୍ସ । ଫଳରେ ଏମ୍ସରେ ଜରୁରୀ ସେବା ଓ କ୍ରିଟିକାଲ୍ କେୟାର ଚିକିତ୍ସା ବାଧାପ୍ରାପ୍ତ ହୋଇଛି । ଗତକାଲି ଅପରାହ୍ଣରୁ ହସ୍ପିଟାଲର ପ୍ରାୟ ୫୦୦୦ ନର୍ସ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । […]
ବୌଦ୍ଧ: କାର୍ ଅପହରଣ ଉଦ୍ୟମ ଘଟଣାରେ ବୌଦ୍ଧ ପୋଲିସକୁ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏହି ଘଟଣାରେ ଗିରଫ ହୋଇଥିବା ୮ ଜଣ ଡକାୟତ ପେଶାଦାର ଅପରାଧୀ ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଛି । ଏମାନଙ୍କ ନିକଟରୁ ଗୋଟିଏ ମାଉଜର୍, କାତି ଜବତ କରିଛି ପୋଲିସ କେବଳ ଏହି ୮ ଜଣ ନୁହଁନ୍ତି, ଏମାନଙ୍କ ଗ୍ୟାଙ୍ଗର ଆହୁରି ଅନେକ ସଦସ୍ୟ ବୌଦ୍ଧ […]
ବାଲିଗୁଡ଼ା: ଲଭ୍, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର କୁନା ଦାସ। ନାବାଳିକା ଜଣକ ଏକ ଡ୍ୟାନ୍ସ ଗ୍ରୁପ୍ରେ କାମ ଖୋଜିବାକୁ ଯାଇ ଥିବାବେଳେ କୁନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ପରେ ବିବାହ […]
ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର। ଆଜି ପୁଣିଥରେ ସୁନା ଦରରେ ବୃଦ୍ଧି ଘଟିଛି। India Bullion and Jewellers Association Ltd.ର ସୂଚନା (IBJA) ଅନୁସାରେ, ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୫ଟଙ୍କା ବୃଦ୍ଧି ପାଇ ୪୬,୯୯୪ଟଙ୍କାରେ ପହଞ୍ଚିଛି। ଯଦିଓ ଦେଶରେ କରୋନା ଲକ୍ଡାଉନ୍ ଜାରି ରହିଛି ତେବେ ଲକ୍ଡାଉନ୍ କଟକଣାକୁ ମାନି ଅନେକ ବିବାହ କାର୍ଯ୍ୟକ୍ରମ ହେଉଛି। ଏହି ସମୟରେ ୧୮ କ୍ୟାରେଟ୍ ସୁନାଠୁ ଆରମ୍ଭ କରି ୨୪ କ୍ୟାରେଟ୍ ପର୍ଯ୍ୟନ୍ତ ସୁନା […]