ଭୁବନେଶ୍ୱର: ଜୁନ୍ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି ଏମାନେ ଓଡ଼ିଶାକୁ ଆସନ୍ତି, ତେବେ ସ୍ଥିତି ମୁକାବିଲା ପାଇଁ କ’ଣ ସବୁ ପଦକ୍ଷପ ଗ୍ରହଣ କରାଯିବ, ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ‘ଯଦି ଓଡ଼ିଶାକୁ ପଙ୍ଗପାଳ ଆସନ୍ତି ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳାଇବେ। ରାଜ୍ୟରେ […]
ନୂଆପଡ଼ା: ଥାନା ପଛପଟୁ ମିଳିଲା ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ। ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପଛପଟେ ଥିବା ଏକ ପରିତ୍ୟକ୍ତ ଘରୁ ଏହି ମୃତଦେହ ମିଳିଛି। ମୃତକ ଜଣଙ୍କ ଛତିଶଗଡ଼ର ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ଏକ ଢାବାରେ କାମ କରୁଥିଲେ। ଲକ୍ଡାଉନ୍ ଯୋଗୁ ଢାବା ବନ୍ଦ ଥିବାରୁ ଖରିଆର୍ ରୋଡରେ ରହୁଥିଲେ। ଗତକାଲି ମୃତଦେହକୁ ଦେଖି ସ୍ଥାନୀୟଲୋକେ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ନୂଆପଡ଼ା ଏସ୍ପି ବିନୀତ ଅଗ୍ରୱାଲଙ୍କ ସହ ବରିଷ୍ଠ ପୁଲିସ୍ […]
ଆଗ୍ରା: ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ଝଡ଼ ତୋଫାନ ସହ ବର୍ଷା,ବଜ୍ରପାତ ଓ କୁଆପଥର ମାଡ଼ ହୋଇଥିଲା। ଏଥିରେ ଐତିହାସିକ ତାଜମହଲର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ଝଡ଼ ତୋଫାନରେ ତାଜମହଲର ମୁଖ୍ୟ ସମାଧିସ୍ଥଳରେ ଥିବା ମାର୍ବଲ୍ ରେଲିଂ ଭାଙ୍ଗି ଯାଇଥିବା ସୂଚନା ମିିଳିଛି। ଏହାସହ ପଶ୍ଚିମଦ୍ୱାରରେ ଥିବା ଲାଲ୍ ରଙ୍ଗର ସ୍ତମ୍ଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ତାଜମହଲର ପଛ ଭାଗ ଓ ବଗିଚାରେ ଥିବା […]
ଭଦ୍ରକ: ମା’କୁ ମାରି ବିଲରେ ଫୋପାଡ଼ି ଚାଲି ଆସିଲା ପୁଅ ! ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସାନ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ମାତାଜୀ ଜେନା। ଅଭିଯୁକ୍ତ ତଥା ମୃତକଙ୍କ ସାନ ପୁଅର ନାଁ ନିରଞ୍ଜନ ଜେନା। ସୂଚନା ଅନୁସାରେ, ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ନିରଞ୍ଜନ କାମ କରୁଥିଲେ। କିଛିଦିନ ତଳେ ସେ ଘରକୁ ଆସିଥିଲେ। କୌଣସି କାରଣକୁ […]
ଭୁବନେଶ୍ୱର: ରାଜ୍ୟରେ ଜୁନ୍ ୧୭ ତାରିଖରୁ ଖୋଲିବ ନାହିଁ ସ୍କୁଲ୍। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ମଧ୍ୟ ଜାରି ହୋଇଛି।ଗାଇଡ୍ଲାଇନ୍ସ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି। ତେଣୁ ସେହି ଅନୁସାରେ ଜୁନ୍ ୧୭ରୁ ସ୍କୁଲ ଖୋଲିବନି ବୋଲି ସୂଚନା […]
ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟ ହୋଇଛି। ଫଳରେ ଓଡ଼ିଶାରେ ଆଉ ୪ ଦିନ ଯାଏ ବର୍ଷା ସହ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ଉତ୍ତର, ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। […]
ଭୁବନେଶ୍ୱର: ରାଜ୍ୟରେ ୧୯ ଜିଲ୍ଲାରେ ନୂଆ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧତ୍କ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତିରୁ ୧୬ଜଣ, ନୂଆପଡ଼ାରୁ ୧୨ଜଣ, ବଲାଙ୍ଗିରରୁ ୧୧ଜଣ, ଗଞ୍ଜାମ ଓ ଯାଜପୁରରୁ ୧୦ ଜଣ ଲେଖାଏ, ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ରୁ ୬ଜଣ ଲେଖାଏ,କଟକରୁ […]
ଫ୍ଲୋରିଡା: ଆମେରିକା ମାଟିରୁ ଐତିହାସିକ ମହାକାଶ ଯାତ୍ରା। ବିଶ୍ୱରେ ପ୍ରଥମ ଥର ପାଇଁ ଘରୋଇ କମ୍ପାନୀ ସହାୟତାରେ ମହାକାଶକୁ ପଠାଗଲା ମଣିଷ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ‘ହ୍ୟୁମାନ୍ ସ୍ପେସ୍ ମିଶନ୍’ ଲଞ୍ଚ୍ କରିଛନ୍ତି। ଏଥିସହ ପ୍ରାୟ ୯ ବର୍ଷ ପରେ ପୁଣିଥରେ ମହାକାଶକୁ ମଣିଷ ପଠାଇବାରେ ସଫଳ ହୋଇଛି ଆମେରିକା। ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ […]
ଜଳେଶ୍ୱର: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍। ବସ୍କୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍ଟି ପ୍ରବାସୀଙ୍କୁ ଧରି କେରଳରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ଯାଉ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇ ଥିବାବେଳେ ତିନିଟି ପର୍ଯ୍ୟାୟରେ ଲକ୍ଡାଉନ୍ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ଜାରି ହୋଇଛି। ନୂଆ ଗାଇଡଲାଇନ୍ସ ଅନୁସାରେ, କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ କଟକଣା ବଳବତ୍ତର ରହିଛି। ତେବେ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କଣ୍ଟେନ୍ମେଣ୍ଟ୍ ଜୋନ୍ […]