ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁରର କୁନି ଝିଅ ପରୀ ହତ୍ୟା ଘଟଣାରେ ଷ୍ଟାଟସ ରିପୋର୍ଟ ଦେଇଛି ଏସଆଇଟି । ହାଇକୋର୍ଟରେ ଆଜି SIT ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ପରୀ ମୃତ୍ୟୁ ମାମଲାର ତଦନ୍ତ କେତେ ଦୂର ଆଗେଇଛି, ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏକ ବନ୍ଦ ଲଫାପାରେ ସତ୍ୟପାଠ ଦାଖଲ କରିଛି ଏଆସ୍ଇଟି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଥାଉ କି, ୪ ମାସ ତଳେ […]
ନାରୀ ହୁଅନ୍ତୁ କି ପୁରୁଷ, କେଶ ହିଁ ସମସ୍ତଙ୍କ ସୌନ୍ଦର୍ଯ୍ୟର ଚାବିକାଠି। ଏ କଥାକୁ କେହି ଅସ୍ୱୀକାର କରିବେନି। ହେଲେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର କେଶ ଝଡ଼ିବା ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ବର୍ତ୍ତିବା ବଡ଼ ମୁସ୍କିଲ। କିନ୍ତୁ କିଛି ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକୁଳିବା ସମ୍ଭବ। କାରଣ ଏହି ସମସ୍ୟାଟି ଆମ ଦୈନନ୍ଦିନ ଖାଦ୍ୟ ପାନୀୟ ସହିତ ଜଡ଼ିତ। ପ୍ରଥମ ଉପାୟ କେଶକୁ ଟ୍ରିମିଂ କରି ଏକଦମ୍ ଛୋଟ ଛୋଟ କରିଦିଅନ୍ତୁ। […]
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୦୭ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୩୬ କ୍ୱାରେଣ୍ଟିନ କେସଥିବାବେଳେ ୧୭୧ ଲୋକାଲ କେସ ରହିଛି ସେହିପରି ଗୋଟିଏ ଦିନରେ ଆଖି ବୁଜିଛନ୍ତି ୫ କରୋନା ରୋଗୀ। ଆଜି ସୁନ୍ଦରଗଡରୁ ସର୍ବାଧିକ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନଗୁଳରୁ ଚିହ୍ନଟ ହୋଇଛନ୍ତି ୬୦ କରୋନା ଆକ୍ରାନ୍ତ। ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ଚିହ୍ନଟ ହେଲ […]
ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କର ଖୋଳତାଡ଼ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏନସିବି ସ୍କାନରରେ ଏବେ ଅଛନ୍ତି ଅଭିନେତା ଅର୍ଜୁନ ରାମପଲ । ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି NCB ମୁଖ୍ୟାଳୟରେ ହାଜର ହୋଇପାରନ୍ତି ଅର୍ଜୁନ ରାମପଲ । ଗତକାଲି ଏନସିବି ଅର୍ଜୁନ ରାମପଲଙ୍କୁ ପୁଣି ଥରେ ସମନ କରିଥିଲା । ଏଥିରେ ଆଜି ତାଙ୍କୁ ମୁମ୍ବାଇ ସ୍ଥିତ ଏନସିବି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । […]
ଭୁବନେଶ୍ୱର: ଅଭିନେତାଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ ଅଭିଯୋଗରେ ପୁଲିସ୍ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ନାଁ ନେଇ ଜଣେ ଦୁର୍ବୃତ୍ତ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କୋଏମ୍ବାଟୁରରେ ଫସି ରହିଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରିବା ପାଇଁ ଦୁର୍ବୃତ୍ତ ଜଣଙ୍କ ୬ହଜାର ୫ଶହ ଟଙ୍କା ଜମା […]
ନୂଆଦିଲ୍ଲୀ: ଆଜି ବିଜୟ ଦିବସ। ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ। ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ସହ ଅପୂର୍ବ ବୀରତ୍ୱର ପ୍ରଦର୍ଶନ ଦେଖି ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା। ୧୯୭୧ ମସିହାରେ ହୋଇଥିବା ଏଇ ଭାରତ-ପାକ ଯୁଦ୍ଧରେ ପାକିସ୍ତାନ ସେନାମୁଖ୍ୟଙ୍କ ସହ ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଏଥିସହ ନୂତନ ରାଷ୍ଟ୍ରଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା। ୧୯୭୧ ଯୁଦ୍ଧର ସ୍ମାରକୀ ଭାବେ ଚଳିତବର୍ଷକୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ଭାବେ […]
ଭୁବନେଶ୍ୱର: ରଜ ପାଇଁ ଆଜି ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେବ। ରଜ ପାଇଁ ଲୋକଙ୍କ କିଣାବିକାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ଦୋକାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କରୋନା ମୁକାବିଲା ଲାଗି ଏବେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି। କିନ୍ତୁ […]
କେନ୍ଦୁଝର: ଗାଁ ଚାରିପଟେ ଘେରି ରହିଛି ପାଣି । ଗାଁରୁ ବାହାରିବାକୁ କାଠପୋଲ ହିଁ ଭରସା । ଦୀର୍ଘ ୩୫ ବର୍ଷରୁ ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ । ବର୍ଷା ଦିନେ ଗାଁ ଏକପ୍ରକାର ଜଳବନ୍ଦୀ ହୋଇ ରୁହନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ ଏବେ ବି ଗାଁରେ ଅପହଞ୍ଚ ହୋଇ ରହିଛି । ତେବେ ଗ୍ରାମବାସୀଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ଏହି ଗାଁକୁ ନା କିଏ ଝିଅ ଦେଉଛି ନା ଗାଁରୁ କିଏ ଝିଅ ନେଉଛି […]
ଔରଙ୍ଗାବାଦ: କିଛିଦିନ ତଳେ ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ନଜର ଆସିଥିଲା। ଏବେ ପୁଣି ଏମିତି କିଛି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଲୋନାର୍ ହ୍ରଦ ହଠାତ୍ ଗୋଲାପୀ ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ଦୃଶ୍ୟ ପ୍ରତ୍ୟେକ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁମ୍ବାଇ ଠାରୁ ପ୍ରାୟ ୫୦୦ କି.ମି. ଦୂରରେ ରହିଛି ବୁଲ୍ଧାନା ଜିଲ୍ଲାର ଲୋନାର୍ ହ୍ରଦ […]
ବାରିପଦା (ମାନିକ ଲାଲ ପାଣି): ମଣିଷ ମାତ୍ରେ ସୌନ୍ଦର୍ଯ୍ୟପ୍ରିୟ। ବିଶେଷକରି ମହିଳାମାନେ। ମହିଳାମାନେ ନିଜ ସୌନ୍ଦର୍ଯ୍ୟ ପ୍ରତି ଖାଲି ସଚେତନ ନୁହଁନ୍ତି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପଚାର କରନ୍ତି। ହେଲେ ପ୍ରକୃତ ସୌନ୍ଦର୍ଯ୍ୟ ଶରୀରରେ ନୁହେଁ, ଥାଏ ମନର ଉଦାରତାର, କାମର ମହାନତାରେ….। ଏହା ପ୍ରମାଣିତ କରିଛନ୍ତି ବାରିପଦାର ଯୁବତୀ ଶ୍ରୁତି ସ୍ୱପ୍ନା ମାଇତି। ଦିନେ ସେ ଲମ୍ବା ବାଳ ରଖି ଏନ.ଏସ.ଏସ. ତରଫରୁ ଜାତୀୟ ସ୍ତରୀୟ ପ୍ୟାରେଡ଼ରେ ଭାଗ ନେଇଥିଲେ । ଲମ୍ବା ବାଳ […]
ଯାଜପୁର: ଯାଜପୁରରେ ବନ ବିଭାଗ ପକ୍ଷରୁ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଦୁର୍ବୃତ୍ତମାନେ ଅବାଧ ପଶୁ ଶିକାର କରୁଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ବନ ବିଭାଗ ହରିଣ ଶିଙ୍ଗ, ହାତୀ ଦାନ୍ତ ଓ ଗୋଟିଏ ବିରଳ ଏଣ୍ଡୁଅ ଧରିଛି। ଅବାଧ ପଶୁ ଶିକାର ଖବର ପାଇ ଯାଜପୁର ରୋଡ୍ ବନଖଣ୍ଡ ଅଧିନରେ ଥିବା ଭିକିପୁର ସଂରକ୍ଷିତ ଜଙ୍ଗଲରେ […]
ସେମିଳିଗୁଡ଼ା: ପରୀ, ବିଷ୍ଣୁପ୍ରିୟା, ସ୍ୱାତୀଙ୍କ ନିଖୋଜ ଏବଂ ମୃତ୍ୟୁ ଦୁଃଖ ମନରୁ ଲିଭିନି। ପୁଣି ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାରକରାଯାଇଛି। ଘଟଣା ଘଟିଛି କୋରାପୁଟ ସିମିଳିଗୁଡ଼ା ଥାନା ଚୋରିମାଳିଗଡ଼ାରେ। ଏହି ଗାଁର ଏକ କୂଅରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣକ ନିଖୋଜ ଥିଲେ । ପାଖ ଗାଁର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର । ସୁନାବେଡ଼ା […]
ୱାଶିଂଟନ:ଆନୁଷ୍ଠାନିକ ଭାବେ ଜୋ ବାଇଡେନଙ୍କୁ ଆମେରିକାର ନୂଆ ରାଷ୍ଟ୍ରପତି ଘୋଷଣା କରିଛି ଇଲେକ୍ଟୋରାଲ କଲେଜ । ଗତମାସରେ ହୋଇଥିବା ନିର୍ବାଚନରେ ବାଇଡେନ୍ ୩୦୬ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଳିଥିଲା ମାତ୍ର ୨୩୨ ଇଲେକ୍ଟୋରାଲ ଭୋଟ୍। ଟ୍ରମ୍ପ ପୂର୍ବରୁ ନିର୍ବାଚନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବାଇଡେନଙ୍କ ବିଜୟକୁ ଗ୍ରହଣ କରୁନଥିଲେ। ଏବେ ଇଲେକ୍ଟୋରାଲ କଲେଜ ଆନୁଷ୍ଠାନିକ ଭାବେ ବାଇଡେନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କରିବା ପରେ ଆମେରିକା ରାଜନୀତିରେ […]
ଭୁବନେଶ୍ୱର: ଜୁନ୍ ୧୨ତାରିଖ ଦିନ ଅର୍ଥାତ୍ ଶୁକ୍ରବାର ରାତ୍ରୀକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରଜ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଜୁନ୍ ୧୨ତାରିଖ ଦିନ, ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ସୂଚନା ଦେଇଛନ୍ତି। କରୋନା ମୁକାବିଲା ଲାଗି ଏବେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି। […]
ଲଣ୍ଡନ :ବ୍ରିଟେନ୍ରେ ପୁଣି କରୋନା ଭୟଙ୍କର ରୂପ ନେଉଛି। କାହିଁକି ଫେରିଲା ଏହି କରୋନା ? ଏ ଦିଗରେ ଗବେଷକମାନେ ଅନୁଧ୍ୟାନ କରିବା ପରେ କାରଣ ଜାଣିବାକୁ ପାଇଛନ୍ତି। ଏକ ନୂଆ ପ୍ରକାର କରୋନା ଭାଇରାସ ସେଠାରେ ବ୍ୟାପିଥିବା ସେମାନେ ଜାଣିବାକୁ ପାଇଛନ୍ତି। ଏହି ଭାଇରସ ବ୍ରିଟେନ ଓ ୟୁରୋପର ଅନ୍ୟ କେତେକ ଦେଶରେ ଦେଖିବାକୁ ମିଳିଛି। ନୂଆ କରୋନା ଭାଇରସ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବୁଧବାରଠାରୁ ଲଣ୍ଡନ ଏବଂ ଆଖପାଖ ଅଞ୍ଚଳରେ ପୁଣି ଲକ୍ଡାଉନ […]
ନୟାଗଡ଼: ଗତ ଶୁକ୍ରବାର ଠାରୁ ନିଖୋଜ ଥିବା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀର ଶବ ଆଜି ଉଦ୍ଧାର କରାଯାଇଛି। ଗାଁ ନିକଟ ଏକ ପୋଖରୀରୁ କୁନି ଝିଅ ସ୍ୱାତୀର ଶବ ମିଳିବା ପରେ ବାପା-ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଝିଅକୁ ହରାଇ ଭାଙ୍ଗି ପଡ଼ାଇଥିବା ସ୍ୱାତୀର ବାପା ସଂଜୟଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ଗତ ଶୁକ୍ରବାର ଦିପହରୁ ଗାଁ ଦାଣ୍ଡରୁ ନିଖୋଜ ହୋଇ ଯାଇଥିଲା […]
ବାଲେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ମିଳିଲାନି ଜାଗା, ଶେଷରେ ଉପାୟ ଶୂନ୍ୟ ହୋଇ ପ୍ରବାସୀଙ୍କୁ ଶ୍ମଶାନରେ ରହିବାକୁ ପଡ଼ିଛି। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଜୁଣୁଦା ଗାଁରେ। ସୂଚନା ଅନୁସାରେ, କାମ ପାଇଁ ଉତ୍ତରପ୍ରଦେଶ ଯାଇଥିବା ୫ ଜଣ ଶ୍ରମିକ ଗତକାଲି ଗାଁକୁ ଫେରିଥିଲେ। ସେଠାରୁ ଫେରିବା ପରେ ଗାଁ ଲୋକେ ସେମାନଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ ଏବଂ ସେମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବାକୁ ପରାମର୍ଶ […]
ନୂଆଦିଲ୍ଲୀ:ପୁଣି ବଢିଲା ଏଲପିଜି ଦାମ୍। ୧୪.୨ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୫ କିଲ ସିଲିଣ୍ଡରର ଦାମ ୧୮ ଟଙ୍କା ବଢିଛି। ସେହିପରି ୧୯ କିଲ ସିଲିଣ୍ଡରର ଦାମ ୩୬.୫୦ ପଇସା ବୃଦ୍ଧି ପାଇଛି। ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସିଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ବିନା ସବ୍ସିଡିରେ ମିଳୁଥି ୧୪.୨ କିଲ ସିଲିଣ୍ଡରର ଦାମ୍ ୬୪୪ ହୋଇଥିବାବେଳେ ଚେନ୍ନାଇରେ ଏହାର ଦାମ୍ ୬୬୦ ହୋଇଛି। ସେହିପରି […]