ଭୁବନେଶ୍ୱର: ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଓଡ଼ିଶା ଅଗ୍ନିଶମ ବାହିନୀର ଆଉ ୫୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ନୂଆ୧୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ୫୪ଜଣ କର୍ମଚାରୀ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ବାତ୍ୟା ‘ଅମ୍ପନ୍’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିଲେ। ଏହା ପୂର୍ବରୁ କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ […]
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ୩୮ ବର୍ଷୀୟ ମହିଳା ବୋଲି ସୂଚନା ମିଳିଛି। ମହିଳା ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା। ସୋରିଆସିସ୍ ପାଇଁ ଦୀର୍ଘଦିନରୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ସେପ୍ଟିକ୍ ସକ୍ ଓ ମଲ୍ଟି ଅର୍ଗାନ ଫେଲ୍ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ ୮ଜଣ, ଝାରସୁଗୁଡ଼ାରୁ ୪ଜଣ, ଖୋର୍ଦ୍ଧାରୁ ୧୭ଜଣ, ଢେଙ୍କାନାଳରୁ […]
ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ପୁଣି ଆଖି ବୁଜିଲେ ୪ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧,୮୧୫ ଛୁଇଁଛି। ଆଜି ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୨ଜଣ ଥିବାବେଳେ ଜଣେ ସମ୍ବଲପୁରରୁ ଏବଂ ଅନ୍ୟଜଣେ ଜଗତସିଂହପୁରରୁ ଅଛନ୍ତି। ସମ୍ବଲପୁରରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି ରାଜ୍ୟରୁ ୨୬ ଜିଲ୍ଲାରୁ ୩୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୦୦କରୋନା ରୋଗୀ। କ୍ୱାରେଣ୍ଟିନ ସେଣ୍ଟରର ୧୭୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୨୬। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ୪ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବାବେଳେ ଅନୁଗୁଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୪୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୪, କଟକରୁ ୨୦ […]
ଚାମ୍ବା: ପାଣି ସୁଅରୁ ଉଦ୍ଧାର ହେଲେ ୪ ଶିଶୁ। ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ଭଟିୟାତ୍ ଅଞ୍ଚଳ ଦେଇ ଯାଇଥିବା ଏକ ନାଳରେ ହଠାତ୍ ପାଣି ମାଡ଼ି ଆସିବାରୁ ୪ଜଣ ଶିଶୁ ଫସି ଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ବୁଧବାର ଦିନ ଭଟିୟାତ୍ ଅଞ୍ଚଳର ୪ଜଣ ଶିଶୁ କୁଡ୍ଡୀ ଗାଁରେ ଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ବାହାରି ଥିବାବେଳେ ଏଭଳି କିଛି ଘଟଣା ଘଟିଥିଲା। ଭଟିୟାତ୍ ଅଞ୍ଚଳ ଦେଇ […]
ଅନୁଗୁଳ: ମାଆ କୋଳରୁ ନିଖୋଜ ହୋଇଯାଇଛି ନବଜାତ ଶିଶୁ। ୧୨ ଦିନର ଶିଶୁକୁ ନ ପାଇ କାନ୍ଦି କାନ୍ଦି ଅଧୀର ହେଉଛନ୍ତି ମା’। ଅନେକ ଜାଗାରେ ଖୋଜିଲେଣି ବାପା-ମା’ । ଇତି ମଧ୍ୟରେ ଦୁଇ ଦିନ ବିତି ଗଲାଣି। କୁନି ପୁଅକୁ ପାଉ ନାହାନ୍ତି ବାପା-ମା’। ଘଟଣା ଘଟିଛି ଅନୁଗୋଳ ଜ଼ୀଲ୍ଲା ପାଲଲହଡ଼ା ଅଞ୍ଚଳରେ । ପାଲଲହଡା ଥାନା ଅନ୍ତର୍ଗତ ରଂଜଣା ଗ୍ରାମର ସୁମି ମୁଣ୍ଡା ଓ ତାଙ୍କ ସ୍ୱାମୀ ଶୁଶୀଲ ମୁଣ୍ଡା ୧୩ତାରିଖ ରାତିରେ ଶୋଇଥିଲେ। […]
ଭୁବନେଶ୍ୱ: ରିମାଣ୍ଡରେ ଯିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଆଇଟି। ଏଥିପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ। ଟାଟା ନାଁରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ଠକେଇ କରିଥିବା ଅଭିଯୋଗ ରହିଛି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ । ଏହି ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ SIT। ସୂଚନାଥାଉ କି, ଆକାଶ ପାଠକ ଲିଙ୍କରେ ପ୍ରଦୀପ […]
ନୂଆଦିଲ୍ଲୀ: କ୍ରମାଗତ ୫ଦିନ ଧରି ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଆଜି ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପ୍ରତି ୬୦ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଘୋଷଣା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ହୋଇଥିବାବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୨୨ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୫ଟଙ୍କା […]
ରାଉରକେଲା: ରାଉରକେଲାରେ ପୁଣି GST ଠକେଇ ଅଭିଯୋଗ। ଏବେ ଜଣେ ପାନ ଦୋକାନୀଙ୍କୁ GST ଠକେଇ ନେଇ ନୋଟିସ କରାଯାଇଛି । କୋଏଲନଗରର ଏଇ ପାନ ଦୋକାନୀଙ୍କ ନାଁ କାର୍ତ୍ତିକ କମିଲା। ଏତେ ଟଙ୍କାର GST ନୋଟିସ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କାର୍ତ୍ତିକ। ଲକ୍ଷେ ବା ଦୁଇ ଲକ୍ଷ ନୁହେଁ, ୧୦୦ କୋଟି ୯ ଲକ୍ଷ ଟଙ୍କା ଠକିବା ନେଇ ଦୋକାନୀଙ୍କୁ GST ନୋଟିସ ଦେଇଛି । ଦୋକାନୀଙ୍କ ନାଁରେ ଚାଲିଥିବା ଫେକ୍ କମ୍ପାନୀ ଲିଙ୍ଗରାଜ […]
କୋରାପୁଟ: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ହେବ ଏବଂ ଛାତ୍ରଛାତ୍ରୀମାନେ ଘରେ ରହି ଏହି ପରୀକ୍ଷା ଦେବେ। ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ ଗୁଗୁଲ୍ ଫର୍ମସ, ହ୍ୱାଟ୍ସଆପ୍, ଇ-ମେଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ। ଯଦି ଆବଶ୍ୟକ ହୁଏ, ତେବେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ରେ ପ୍ରଶ୍ନ ଡକାଯିବ। ପରୀକ୍ଷାର ଅବଧି ତିନି […]