ବୌଦ୍ଧ: ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ ଏକ ୪୦ କିଲୋ ଓଜନର ମାଛ ପଡ଼ିଥିଲା। ପ୍ରାୟ ୪ ଫୁଟ ଲମ୍ବର ଏହି ମାଛର ନାଁ ‘କଣା ବୁଦା’। ଏହି ମାଛର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ମାଛ […]
ନୂଆଦିଲ୍ଲୀ: ଟିକଟକ୍ ନମ୍ୱର ଓ୍ୱାନ ଆପ୍। ଭାରତରେ ବ୍ୟାନ ସତ୍ତ୍ଵେ ସବୁଠାରୁ ଅଧିକ ରୋଜଗାର କରିଥିବା ଆପ ହେଉଛି ଟିକଟକ୍। ବ୍ୟବସାୟ କ୍ଷେତ୍ରରେ ସାରା ବିଶ୍ୱରେ ଏହି ଆପ ସଫଳତା ହାସଲ କରିଛି। ୨୦୨୦ରେ ବିଶ୍ୱରେ ସର୍ବାଧିକ ଆୟ କରିଥିବା ଆପ ମଧ୍ୟରେ ସବୁଠାରୁ ଆଗରେ ରହିଛି ଟିକଟକ। କେବଳ ୨୦୨୦ ମସିହାରେ ଟିକଟକ ୫୪୦ ମିଲିୟନ ଡଲାର ରୋଜଗାର କରିଥିବା ଜଣାପଡିଛି। ଆପ ଆନାଲିଟିକସ ଫାର୍ମ ଆପଟୋପିଆର ତଥ୍ୟ ଅନୁଯାୟୀ ଟିକଟକ ପଛକୁ ରହିଛି ଡେଟିଂ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ଓଡ଼ିଶା କୋଭିଡ Dashboardରୁ ସୂଚନା ମିଳିଛି। ମୃତକ ପୁରୀ ଜିଲ୍ଲାର ୬୦ ବର୍ଷ ବୟସ୍କ ବ୍ୟକ୍ତି ବୋଲି ଜଣାପଡ଼ିଛି। କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭ଜଣ, ଅନୁଗୁଳରୁ ୬ଜଣ, […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ ଏହା କେବଳ ସୁଶାନ୍ତଙ୍କ ଫ୍ୟାନ୍ସ ନୁହେଁ, ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ। ଏହି ଘଟଣା ପରେ ସୁଶାନ୍ତଙ୍କ ଦୀର୍ଘ ଦିନର ଅତି ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ସିଂ ଓ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍ ଅଙ୍କିତା ଲୋଖଣ୍ଡେ ପୁରାପୂରି ଦୁଃଖରେ […]
ସୁନ୍ଦରଗଡ(ରଂଜିତ ଚୌଧୁରୀ): ରାଜରାସ୍ତାରେ ବୁଲୁଛି । ଦିନେ ବା ଦୁଇ ଦିନ ନୁହଁ, ଦୀର୍ଘ ୭ ଦିନ ଧରି ବୁଲୁଛି। ଜଙ୍ଗଲରୁ ଆସି ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଉଛି। ଖାଇବାକୁ ମାଗୁଛି। ଆଉ ଖାଇବା ପାଇଗଲେ ପୁଣି ଜଙ୍ଗଲକୁ ଚାଲି ଯାଉଛି। ଏଠି ଆମେ ସେଇ ଗଜରାଜ କଥା କହୁଛୁ ଯିଏ ବେଶ କିଛି ଦିନ ହେବ ଟେନ୍ସା ବରସୁଆଁ ଘାଟି ଅଞ୍ଚଳରେ ଏମିତି ବୁଲୁଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ଜିଲ୍ଲାର ଟେନ୍ସା ବରସୁଆଁ ଘାଟି ଅଞ୍ଚଳରେ […]
ମୁମ୍ବାଇ: ବଲିଉଡ ମେଗାଷ୍ଟାର..ବାଦ୍ଶାହ..ଅମିତାଭ ବଚ୍ଚନ। ଦର୍ଶକ ତାଙ୍କର ଯେତିକି ପ୍ରଶଂସା କରନ୍ତି, ସେତିକି ସମ୍ମାନ ବି କରନ୍ତି। ତାଙ୍କର ସ୍ୱର,ଷ୍ଟାଇଲ୍ ଏତେ ପ୍ରଭାବଶାଳୀ ଯେ, ତାଙ୍କ ସହିତ ଥଟ୍ଟାମଜ୍ଜା କରିବାକୁ କେହି ସାହାସ କରିପାରନ୍ତି ନାହିଁ। କେହି ଯଦି ତାଙ୍କ ସହ ମଜାକ କରିବାକୁ ଚିନ୍ତା ବି କରନ୍ତି, ତେବେ ୧୦ ଥର ଭାବିବାକୁ ପଡ଼ିଥାଏ। ହେଲେ ବଲିଉଡର ଏଇ ଷ୍ଟାର ତାଙ୍କ ପ୍ରାଙ୍କ କରିଥିଲେ। ଏମିତି ମେସେଜ ଦେଇଥିଲେ, ଯାହାକୁ ନେଇ ଅମିତାଭ ଖୁବ ରାଗି […]
ଭୁବନେଶ୍ୱର: ପିଜି ଓ ୟୁଜି ସିଲାବସ୍ରେ ୨୫ ପ୍ରତିଶତ ‘ସେଲ୍ଫ ଷ୍ଟଡି’ କୋର୍ସ ରହିବ। ଆସନ୍ତା ଶିକ୍ଷାବର୍ଷରୁ ପୋଷ୍ଟ୍ ଗ୍ରାଜୁଏଟ ଏବଂ ଅଣ୍ଡର୍ ଗ୍ରାଜୁଏଟରେ ସେଲ୍ଫ ଷ୍ଟଡି କୋର୍ସ ଲାଗୁ ହେବ। ଫଳରେ ଘରେ ରହି ଅନ୍ଲାଇନ୍ରେ ପଢ଼ିପାରିବେ ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିବେ। ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟେଷ୍ଟ ବୁକ୍ ଯୋଗାଇ ଦେବେ। ଏପରିକି ଯେଉଁ ପିଲାମାନଙ୍କର ପାଠ୍ୟପୁସ୍ତକ ଅଧ୍ୟୟନ ବେଳେ କିଛି ଅସୁବିଧା […]
ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୧ ଏବଂ ଲୋକାଲ କେସ ୯୪ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମିଳିଥିବା ସୂଚନା ଅନୁଯାୟୀ, ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ […]
କଳାହାଣ୍ଡି: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡି ASI ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟ୍ରରକୁ ରିଲିଜ୍ କରିବା ପାଇଁ ASI ମଳୟ ରଣା ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ […]
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ ପ୍ରସ୍ତାବ । ଡେମୋକ୍ରାଟଙ୍କ ତରଫରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ୍ ନେତାମାନ॥ ଏ ସଂପର୍କିତ ଏକ ପ୍ରସ୍ତାବ ଆଗତ କରାଯାଇଛି । ଏଥିରେ କୁହାଯାଇଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେବେ ଏହି ପ୍ରସ୍ତାବ ଉପରେ ତୁରନ୍ତ […]
ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଫିଟ୍ନେସ୍, ପରମିଟ୍(ସମସ୍ତ ପ୍ରକାରର), ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ କିମ୍ବା ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍ସ୍ର ଅବଧି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୨୦, ଫେବୃଆରୀ ୧ରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସ୍ପେପଟେମ୍ବର ୩୦ ତାରିଖ ଯାଏ ବୈଧ ରହିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ଅନୁସାରେ ମାର୍ଚ୍ଚ ୧୮ ତାରିଖ ଯାଏ ବୈଧ ଥିବା ଲର୍ଣ୍ଣସ୍ […]
ମୁରେନ୍: ମଧ୍ୟ ପ୍ରଦେଶର ମୁରେନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଡଜନ ରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଗୁରୁତର ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବୁଚ୍ଛେଦ ପାଇଁ ପଠାଇଛି। ମିଳିଥିବା ଖବର ଅନୁଯାୟୀ, ବାଗଚିନି ଥାନା ମାନପୁର ଏବଂ ସୁମାବଳି ଥାନାର ପହୱାଲି […]