• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

mao-1
ଧ୍ୱଂସ ହେଲା ଶତାଧିକ ମାଓ ଶିବିର

ମାଲକାନଗିରି:  ଛତିଶଗଡ଼ର ଦନ୍ତେଓ୍ୱାଡ଼ା ଜିଲ୍ଲା ତିମେନାର ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ କରି ଦିଆଯାଇଛି।  ଡିଆରଜି, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଚଢ଼ଉ କରି ମାଓ ଶିବିରକୁ ଧ୍ୱଂସ କରିଛନ୍ତି । ହେଲେ ଶିବିରରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଜଙ୍ଗଲରେ ଶତାଧିକ ମାଓ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂଚନା ମିଳିବା ପରେ ତିନି ବାହିନୀ ମିଳିତ ଅପରେସନ କରିଥିଲେ । ତେବେ ସୁରକ୍ଷାକର୍ମୀ ଆସୁଥିବା ଜାଣିପାରି ମାଓବାଦୀମାନେ ପଳାଇବାରେ ସକ୍ଷମ […]

corona
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫୮ କରୋନା ରୋଗୀ, ଆଖି ବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୮ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୦୮ କ୍ୱାରେଣ୍ଟିନ ସେଣ୍ଟରର  ଥିବାବେଳେ ଲୋକାଲ କଣ୍ଟାକ୍ଟସ ଅଛି ୧୫୦। ସେହିପରି ୨୪ ଘଣ୍ଟାରେ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୬ ଜଣ କରୋନା ରୋଗୀ। ଏହା ପଛକୁ ବାଲେଶ୍ୱରରୁ ୩୫,  ସୁନ୍ଦରଗଡରୁ ୨୯, କଟକରୁ ୨୮, ନୂଆପଡାରୁ […]

jagannath
ମା’ଙ୍କ ଶେଷଇଛା ପୂରଣ କଲେ ଝିଅ; ଜଗନ୍ନାଥଙ୍କୁ ଦାନ କଲେ ତିନି ମହଲା କୋଠା

ନବରଙ୍ଗପୁର: କେଉଁଠି ସମ୍ପତ୍ତି ପାଇଁ ପର ହୋଇଯାଉଛି ଆପଣାର ମଣିଷ। ଅଚିହ୍ନା ପାଲଟି ଯାଉଛି ରକ୍ତର ସମ୍ପର୍କ।  ମାରପିଟ… ହଣାକଟା।  ହେଲେ ନବରଙ୍ଗପୁରରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ଏଠି ସମ୍ପର୍କ ସନ୍ତାନ, ପରିବାର ସହ ନୁହେଁ, ସମ୍ପର୍କ ଏଠି ଗଢି ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ସହ। ଜଗନ୍ନାଥଙ୍କୁ ନିଜର ପୁଅ ବୋଲି ଭାବୁଥିଲେ। ଆଉ ନିଜର ତିନି ମହଲା କୋଠା ସେଇ ପୁଅ ହିଁ ନେଉ ବୋଲି ସେ ଚାହୁଁଥିଲେ।  ଆଉ ତାଙ୍କ ଦେହାନ୍ତ […]

accident
ଏକାଠି ବୋଲେରୋରେ ଫେରୁଥିଲେ ଘରକୁ, ସାମ୍ନାରୁ ଧକ୍କାଦେଲା ଟ୍ରକ୍‌

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେଞ୍ଜର ଗାାଁ ପାଖରେ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର଼ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତ ମାନେ କୋମନା ଥାନା ତରବୋଡ଼ ଗାଁର। ଗତକାଲି ରାତି ପ୍ରାୟ ୧୦ଟା ୩୦ ବେଳେ ବୋଲେରୋରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରୁ ତରବୋଡ ଫେରୁଥିଲେ।  ଘରକୁ ଫେରିବାବେଳେ ଦ୍ରୁତ ଗତିରେ ଥିବା […]

7am-delhi
ବିଳମ୍ବିତ ରାତିରେ ଥରିଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି।  ଗତକାଲି ରାତି ପ୍ରାୟ ୧୧ଟା ୪୬ ମିନିଟ୍‌ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।  ଦିଲ୍ଲୀ, ଏନସିଆର୍ ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିବା ସୂଚନା ମିଳିଛି । ଭୂମିକମ୍ପର ଉତ୍ପତ୍ତି ସ୍ଥଳ ହରିଆଣାର ଗୁରୁଗ୍ରାମଠାରୁ ୪୮ କିଲୋମିଟର୍ ଦୂରରେ ଥିଲା।  ଭୂକମ୍ପ ହେବା କ୍ଷଣି ଲୋକେ ନିଜ ଘରୁ ବାହାରି ଆସିଥିଲେ। ବେଶ କିଛି ସମୟ ପାଇଁ ଦିଲ୍ଲୀ […]

child
୧୯ ମାସର ଶିଶୁକୁ ଫୁଟନ୍ତା ପାଣିରେ ଫିଙ୍ଗିଦେଲେ ମା’

ଲଣ୍ଡନ- ଇଂଲଣ୍ଡର ନଟିଙ୍ଗମଶାୟର (Nottinghamshire) ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଖାଲି ଆଶ୍ଚର୍ଯ୍ୟ ହେବେନି ବରଂ ମାନବିକତା ପରି ଏକ ଶବ୍ଦ ଉପରୁ ବିଶ୍ୱାସ ତୁଟିଯିବ । ଏଠାରେ ୧୯ ମାସର ଏକ ଶିଶୁକୁ ତା’ର ନିଶାଗ୍ରସ୍ତ ମା’ ଫୁଟନ୍ତା ପାଣିରେ ପକାଇ ଦେଇଛି । କୋକିନ ନିଶାରେ ପିଲାଟିକୁ ଖାଲି ଫୋପାଡ଼ି ଦେଇନି, ବରଂ ଏକ ଘଣ୍ଟା ପର୍ଯ୍ୟନ୍ତ ପିଲାଟିକୁ ସେମିତି କଷ୍ଟରେ ଛଟପଟ […]

7am-NABARANGA-PUR
ଅଫିସ ଗାଡ଼ିରେ ଏତେ ଟଙ୍କା ନେଇ ଯାଉଥିଲେ, ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନବରଙ୍ଗପୁର ସମନ୍ୱିତ ଆଦିିବାସୀ ଉନ୍ନୟନ ସଂସ୍ଥା ବା ITDAର ୩ ଯନ୍ତ୍ରୀ ।  ଏହି ୩ ଯନ୍ତ୍ରୀ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା। ଭିଜିଲାନ୍ସ ଟିମ୍‌ ଏମାନଙ୍କୁ ଅଟକ ରଖି  ପଚରାଉଚରା କରୁଛି। ସେମାନଙ୍କଠାରୁ ୩ ଲକ୍ଷ ୧୧ ହଜାର ଟଙ୍କା ଜବତ କରାଯାଇଛି। ନିଜ ଅଫିସ ଗାଡିରେ ଏକ ବ୍ୟାଗରେ ଟଙ୍କା ନେଇ ନବରଙ୍ଗପୁରଠାରୁ […]

7am-GUJURAT
ମୃତ୍ୟୁ ପୂର୍ବରୁ ୭ ଜଣଙ୍କୁ ଜୀବନ ଦେଇଗଲା କୁନି ୟଶ୍‌‌

ସୁରତ: ଛୋଟ, ହେଲେ ଦାନ ତାର କେତେ ମହାନ ସତେ ! ମରି ବି ହୋଇଗଲା ଅମର। ଖାଲି ଅମର ନୁହେଁ, ୭ ଜଣଙ୍କୁ ଦେଇଗଲା ନୂଆ ଜୀବନ । ସେ ଗୁଜରାଟ ସୁରତ ଜିଲ୍ଲାର ଏକ ଅଢେଇ ବର୍ଷର ଶିଶୁ। ନାଁ ତାର ୟଶ ଓଝା। ଏଇ ଅଢେଇ ବର୍ଷର ଶିଶୁ ନିଜ ଜୀବନ ବଦଳରେ  ୭ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି। ଅଢେଇ ବର୍ଷର ଶିଶୁ ୟଶ। ଗୁଲୁଗୁଲୁ ସୁନ୍ଦର ଚେହେରାରେ ସମସ୍ତଙ୍କ […]

Bhubaneswar Corona Update
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ହସ୍ପିଟାଲ୍‌ କେସ୍‌ ରହିଥିବାବେଳେ ଆଉ ଗୋଟିଏ ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ ରହିଛି। ଆପୋଲ ହସ୍ପିଟାଲ୍‌ର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହିଳା ଜଣକଙ୍କ ଘର ଗାଡ଼କଣା ଅଞ୍ଚଳର। ସେହିପରି ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। […]

coronavirus
ସୁବର୍ଣ୍ଣପୁର ହେଲା କରୋନାମୁକ୍ତ ଜିଲ୍ଲା

ସୁବର୍ଣ୍ଣପୁର: କିଛିଦିନ କରୋନା ପ୍ରଭାବ ହ୍ରାସପାଇ ୪୦୦ ତଳକୁ ଖସିଥିବାବେଳେ ଆଜି ଉପରମୁହାଁ ହୋଇଛି। ଆଜି ୪୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥିତିରେ ସୁବର୍ଣ୍ଣପୁରରୁ ଆସିଛି ଆଶ୍ୱସ୍ତିର ଖବର। କରୋନା ମୁକ୍ତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୬୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆକ୍ରାନ୍ତ ମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା […]

exam
ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ବାତିଲ୍ ହେବନି ବିପିୟୁଟି ଅଷ୍ଟମ ସେମିଷ୍ଟର ପରୀକ୍ଷା। ଜୁଲାଇ ପ୍ରଥମରୁ ଦ୍ଵିତୀୟ ସପ୍ତାହ ମଧ୍ୟରେ ଅନ୍‌ଲାଇନ୍‌ରେ BPUT ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ନଚେତ୍‌ କଲେଜ ଖୋଲିଲେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ତେବେ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସେ ନେଇ ଅପ୍‌ସନ୍‌ ମଧ୍ୟ ବାଛି ପାରିବେ। ଏ ନେଇ […]

US-biden
ନକହି ନକହି ବହୁତ କହିଲେ ଜୋ ବାଇଡେନ୍

ୱାଶିଂଟନ: ନିର୍ବାଚନରେ ଆନୁଷ୍ଠାନିକ ଭାବେ ଜିତିବା ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୱିଲମିଙ୍ଗଟନ୍ କ୍ୱିନ ଭେନ୍ୟୁରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନଙ୍କୁ ମୁଁହତୋଡ ଜବାବ ଦେଇଛନ୍ତି । ଟ୍ରମ୍ପଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ତାଙ୍କର ଏହି ଅଭିଭାଷଣକୁ ସାରା ଆମେରିକାରେ ଲୋକମାନେ ଟେଲିଭିଜନ ଜରିଆରେ ଦେଖିଥିଲେ । ସେ କହିଥିଲେ, ଏହି ନିର୍ବାଚନ ହେଉଛି ଆମେରିକା ଲୋକଙ୍କ ପ୍ରକୃତ ଇଛାର […]

accident
ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି ଓ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାରେ କମିଛି ଦୁର୍ଘଟଣା

ଭୁବନେଶ୍ୱର: ଦେଶରେ ନୂଆ ମୋଟର ଯାନ ଆଇନ୍ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ସହ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା କମିଥିବା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଦୁର୍ଘଟଣା ହାର ୯.୯୩ ପ୍ରତିଶତ ଓ ମୃତ୍ୟୁ ହାର ୧୨.୨୯ ପ୍ରତିଶତ କମିଥିବା ମନ୍ତ୍ରୀ କହିଛନ୍ତି। ୨୦୧୮ ସେପ୍ଟେମ୍ବରରୁ ଡିସେମ୍ବର ମାସ ତୁଳନାରେ ପ୍ରାୟ ୧୦ ପ୍ରତିଶତ ଦୁର୍ଘଟଣା […]

odisha
ପ୍ରାଣୀ ଚିକିତ୍ସାଧୀକାରୀଙ୍କ କାର୍‌ରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ(CDVO) ଅଭୟ କୁମାର ତ୍ରିପାଠୀ। କାର୍‌ରେ ଆଜି ସେ ଭୁବନେଶ୍ୱର ଯାଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ନିକଟରେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ଏହି ସମୟରେ ଅଭୟଙ୍କ ନିକଟରୁ ୩ଲକ୍ଷ ୯୧ହଜାର ଟଙ୍କା ଜବତ କରାଯାଇଛି।  ଏତେ ଟଙ୍କା କେଉଁଠୁ ଆସିଲା ? ଏତେ ଟଙ୍କା ଧରି ସେ କାହିଁକି ଭୁବନେଶ୍ୱର ଯାଉଥିଲେ ? ସେନେଇ, ତନାଘନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବାଲେଶ୍ୱର ଓ ବାରିପଦା […]

corona
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ମୃତକ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ […]

corona
ରାଜ୍ୟରେ ପୁଣି ୧୧୨ କରୋନା ରୋଗୀ ଚିହ୍ନଟ, ୩,୪୯୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ NDRF, ODRAF ଓ Fire Serviceର ୨୧ ଜଣ ଅଛନ୍ତି। ପୁରୀରୁ […]

Coronavirus in India Latest Updates
ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ, ବ୍ରିଟେନ୍‌କୁ ପଛରେ ପକାଇ ଭାରତ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି। ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍‌ କରିଥିବାବେଳେ ବ୍ରାଜିଲ୍‌ରେ ୮ଲକ୍ଷ ପାର୍‌ ହୋଇଛି। ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ […]

petrol 1
ଷଷ୍ଠ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ଷଷ୍ଠ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୫୭ ପଇସା ଓ ଡିଜେଲ ୫୯ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଘୋଷଣା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ୫୭ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୮୧ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୬ଟଙ୍କା ୪୮ପଇସା ଓ ୬୮ଟଙ୍କା ୭୦ପଇସା ରହିଛି। […]