ଗଞ୍ଜାମ: ପୁଣି ଆଉ ଦୁଇ କରୋନା ଯୋଦ୍ଧା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର SDPO ଓ IIC କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଗଞ୍ଜାମ ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହାସହ ସେମାନଙ୍କର ଶୀଘ୍ର ଆରୋଗ୍ୟ ମଧ୍ୟ କାମନା କରିଛନ୍ତି। In the line of duty our two covid warriors SDPO Chatrapur & IIC Chatrapur tested covid positive.We wish speedy recovery of […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ରୋଗୀଙ୍କ ସଂଖ୍ୟା ୧,୮୩୯ରେ ପହଞ୍ଚିଛି। କଳାହାଣ୍ଡିରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ସୁନ୍ଦରଗଡ଼ରୁ ଦୁଇଜଣ ରୋଗୀ ଆଖି଼ ବୁଜିଛନ୍ତି। କଳାହାଣ୍ଡିରୁ ଜଣେ ୨୦ ବର୍ଷୀୟ ଯୁବତୀଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ହେପାଟାଇଟିସ୍ରେ ଆକ୍ରାନ୍ତ ଥିଲେ। ସେହିପରି ସୁନ୍ଦରଗଡରୁ ମୃତ୍ୟୁ ବରଣ କରିଥିବା ୨ ଜଣଙ୍କ ବୟସ ଯଥାକ୍ରମେ ୪୩ ଓ ୪୫। ଏମାନଙ୍କ ମଧ୍ୟରୁ […]
ପୁରୀ: ପୁଲିସ୍ କ୍ୱାର୍ଟର୍ସରୁ ଚୋରି। ରାତି ଅଧରେ ଟଙ୍କା, ସୁନା ଗହଣା ଲୁଟି କଳାକନା ବୁଲାଇଲେ ଦୁର୍ବୃତ୍ତ।ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ କ୍ୱାକ୍ ରୋଡରେ ଥିବା ପୁଲିସ୍ କ୍ୱାର୍ଟର୍ସରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ୩ରୁ ୪ ଜଣ ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ କ୍ୱାର୍ଟର୍ସରେ ଥିବା କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ଘର ଭିତରକୁ ପ୍ରବେଶ କରି ଆଲ୍ମାରୀ ଭାଙ୍ଗି ସୁନା ଗହଣା ଓ ଟଙ୍କା […]
ଲଦାଖ: ଗୋଟିଏ ପଟେ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରୟାସ ବି ଜାରି ରହିଛି। ଏସବୁ ଭିତରେ ଚୀନ୍ ସେନା (PLA) ନିୟମିତ ଅନୁପ୍ରବେଶ ଉଦ୍ୟମ ବି କରୁଛନ୍ତି। ଏହି କ୍ରମରେ, ଚୀନ୍ ସୈନିକମାନେ ଲଦାଖ ସୀମା ପାର ହେଉଥିବା ଦେଖିବାକୁ ମିଳିଛି। ସେମାନେ ସାଧା ପୋଷାକରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଧରାପଡିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଲେହର ୧୩୫ […]
ଭୁବନେଶ୍ୱର: ବାକିଥିବା ଯୁକ୍ତ ୨ ପରୀକ୍ଷାକୁ ନେଇ ଏବେ ଚିନ୍ତା ଦେଖାଦେଇଛି। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ CHSE ପକ୍ଷରୁ ଡାଟା ମଗାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି। ଏଥିରେ ଶ୍ରେଣୀଗୃହ ବ୍ୟତୀତ ରିଡିଂରୁମ, କମନ୍ ରୁମ୍କୁ ମଧ୍ୟ ପରୀକ୍ଷା ହଲ୍ ଭାବେ ଗଣା ଯାଇପାରିବ ବୋଲି କୁହାଯାଇଛି। ଯଦି […]
ଇସ୍ଲାମବାଦ୍: ପାକିସ୍ତାନରେ ଆମେରିକୀୟ ସାମ୍ବାଦିକ ଡାନିଏଲ ପଲ ହତ୍ୟା ଘଟଣାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାର ଦୋଷୀ ସାବ୍ୟସ୍ତ ହୋଇଥିବା ମୁଖ୍ୟ ଅଭିଯୁକ୍ତ କହିଛନ୍ତି, ଏହି ହତ୍ୟାକାଣ୍ଡରେ ତାଙ୍କୁ ‘ବଳି କା ବକରା’ ବନାଯାଇଛି। ପ୍ରକୃତ ଅପରାଧୀ ଅନେକ ଦୂରରେ। ତାଙ୍କୁ ଦଣ୍ଡ ଦିଆଯାଉଛି। ସେ କହିଛନ୍ତି ଏହି ହତ୍ୟାକାଣ୍ଡର ପ୍ରକୃତ ଷଡଯନ୍ତ୍ରକାରୀ ଜଣେ କରାଚୀ ଆତଙ୍କବାଦୀ। ସାମ୍ବାଦିକ ଡାନିଏଲ ପଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ହାତ ଲେଖା ଏକ […]
ନୂଆଦିଲ୍ଲୀ: ଚାଷୀଙ୍କ ଘରେ ଖାଇଲେ, ବଙ୍ଗଳା ସଙ୍ଗୀତର ମୂର୍ଚ୍ଛନା ଶୁଣିଲେ। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆଜି ବୀରଭୂମ ଯାଇଛନ୍ତି। ସ୍ଥାନୀୟ ଏକ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଶାହ। ଦଳୀୟ ନେତାଙ୍କ ସହ ପାରମ୍ପରିକ ଖାଦ୍ୟକୁ ଖାଇଛନ୍ତି। ଏହାପୂର୍ବରୁ ବଙ୍ଗଳାର ପ୍ରସିଦ୍ଧ ସଙ୍ଗୀତ ବାଓଲ୍ ଗୀତକୁ ଶୁଣିଥିଲେ କେନ୍ଦ୍ର ମନ୍ତ୍ରୀ। ବଙ୍ଗଳା ସଂସ୍କୃତିକୁ ବେଶ ନିକଟରୁ ଅନୁଭବ କରିଛନ୍ତି ଶାହ। ଏହାପୂର୍ବରୁ ବୀରଭୂମ ଜିଲ୍ଲାର […]
ନୂଆଦିଲ୍ଲୀ: ସିରିୟଲ୍ ‘ଦିୟା ଔର୍ ବାତି ହମ୍’ରେ ଅଭିନୟ କରି ଦର୍ଶକ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ସିଂଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ କରୋନାରେ ଆକ୍ରାନ୍ତ ଥିବା ନେଇ ଗତକାଲି ସେ ଜାଣିବାକୁ ପାଇଥିଲେ। ଦିଲ୍ଲୀର ଏକ ହସ୍ପିଟାଲ୍ରେ ଦୀପିକାଙ୍କ ମା’ଙ୍କ କରୋନା ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ହେଲେ ସେମାନଙ୍କୁ ରିପୋର୍ଟ ଦିଆଯାଉନଥିବା ଦୀପିକା ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ୍ ପକ୍ଷରୁ ତାଙ୍କ(ଦୀପିକା) ବାପାଙ୍କୁ କେବଳ ରିପୋର୍ଟର ଫଟୋ କ୍ଲିକ୍ […]
ଆପଣ ଦୁନିଆର ଅନେକ ମଡେଲ୍ ଦେଖିଥିବେ, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ଉତ୍କୃଷ୍ଟ | ମଡେଲମାନେ ଯେ ଶିକ୍ଷିତ କିମ୍ବା ବୁଦ୍ଧିମାନ ନୁହଁନ୍ତି ଏମିତି ଏକ ଧାରଣା ପ୍ରାୟ ସମସ୍ତଙ୍କର ଥାଏ । କିନ୍ତୁ ଏହି ଧାରାକୁ ଭାଙ୍ଗିଛନ୍ତି ଜଣେ ଗଣିତ ଶିକ୍ଷକ। ସେ ଦୁନିଆର ସବୁଠାରୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା । ଏହି ଗଣିତ ଶିକ୍ଷକ ପିଲାମାନଙ୍କୁ ଶିକ୍ଷା ଦେବା ସହିତ ଜଣେ ପ୍ରଫେସନାଲ ମଡେଲ ମଧ୍ୟ ଅଟନ୍ତି। ଏହି ସୁନ୍ଦର ଗଣିତ ଶିକ୍ଷକଙ୍କ […]
ଭବାନୀପାଟଣା: ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(CHC)ର ୨ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍ଓ ସୂଚନା ଦେଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତେଲେଙ୍ଗାନାରୁ ଫେରିଥିବା ଜଣେ ପ୍ରବାସୀ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ଦିନ କ୍ୱାରେଣ୍ଟିନ୍ରେ ରହିବା ପରେ ଘରେ ଆଉ ୭ଦିନ ହୋମ୍ କ୍ୱାରେଣ୍ଟିନ୍ରେ ରହିଥିଲେ। ହୋମ୍ କ୍ୱାରେଣ୍ଟିନ୍ରେ ଥିବା ସମୟରେ ପ୍ରବାସୀ ଜଣକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ […]
ଇମ୍ଫାଲ: ମଣିପୁର ଅତିରକ୍ତ ପୋଲିସ ଅଧୀକ୍ଷକ (ASP) ଥୌନାଓଜମ ବୃନ୍ଦା ଏକ ଡ୍ରଗ୍ସ ମାମଲାର ଅଦାଲତ ଶୁଣାଣି ପରେ ପାଇଥିବା ସମ୍ମାନଜନକ ପୋଲିସ ପଦକ ଫେରାଇ ଦେଇଛନ୍ତି। ସେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ନିଜ ମେଡାଲ ଫେରାଇ ଦେଇଛନ୍ତି। ଏକ ଡ୍ରଗ୍ସ ମାମଲାରେ ଭାରତୀୟ ଜନତା ପାର୍ଟିର ପୂର୍ବ ଏଡିସି ଚେୟାରମ୍ୟାନଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଡ୍ରଗ୍ସ ମାମଲା ଯାଞ୍ଚରେ ନିଜର ପାରଦର୍ଶିତା ପାଇଁ ପୋଲିସ ଅଧିକାରୀ ବ୍ରିନ୍ଦାଙ୍କୁ ଏହି ମେଡାଲ ମିଳିଥିଲା। […]
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଫେରିବେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଅଣାଯିବ। ଗତ କିଛିଦିନ ହେଲା ଅସୁସ୍ଥ ହୋଇ ସେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କୁ ଓଡ଼ିଶା ଫେରାଇ ଆଣି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ। ସେଠାରେ ତାଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୬ ଛୁଇଁଛି। ରାଜ୍ୟରେ ଆଜି ଆଖି ବୁଜିଥିବା ୪ ଜଣ ରୋଗୀ ୪ ଜିଲ୍ଲାର। ଭୁବନେଶ୍ୱରରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଛ କି, ଆଜି ରାଜ୍ୟରେ ୩୭୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭୨ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୫୮ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏଠାରୁ ସର୍ବାଧିକ ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ଅଛି ସୁନ୍ଦରଗଡ। ଏଠାରୁ ୪୭ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି […]
ଖଲ୍ଲିକୋଟ: ଜଣେ ବାପ ମା’ ଛେଉଣ୍ଡ ନାବାଳିକାଙ୍କୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ଖଲ୍ଲିକୋଟ ଭିକାପଡ଼ା ଗାଁର ୧୬ ଜଣ ମହିଳାଙ୍କୁ ଗତକାଲି ପୋଲିସ ଗିରଫ କରଛି। ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପଲିସ ପକ୍ଷରୁ କୁହାଯାଇଛି । ଦୁଇ ଦିନ ତଳେ ଖଲ୍ଲିକୋଟ ଥାନା ଅଧିନ ଭିକାପଡ଼ା ଗାଁରେ ଉକ୍ତ ନାବାଳିକାଙ୍କ ଚରିତ୍ର ଉପରେ ସନ୍ଦେହ କରି କଙ୍ଗାରୁ କୋର୍ଟ ହୋଇଥିଲା। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ମହିଳାମାନେ ନାବାଳିକାଙ୍କୁ […]
ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ନାବାଳକକୁ ଧରିଛି। ପୂର୍ବରୁ ଏହି ମାମଲାରେ ଶରଧାପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁ, ସଂପୃକ୍ତ ନାବାଳକର ଦାଦା ଓ ସଂପର୍କୀୟ ଭାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାସହ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନରସିଂହପୁର ଥାନା ଏସ୍ଆଇ ରବୀନ୍ଦ୍ର ନାୟକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ସୂଚନାଥାଉ କି, ନରସିଂହପୁରର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ […]