Advertisment

ପ୍ୟାରିସ୍‌ ଅଲିମ୍ପିକ୍ସିରେ ମେଡାଲ୍‌ ଖାତା ଖୋଲିଲା ଭାରତ, ସୁଟିଂରେ ବ୍ରୋଞ୍ଜ ଜିତିଲେ ମନୁ ଭାକର

ଇତିହାସ ରଚିଲେ ସୁଟର ମନୁ ଭାକର । ସୁଟିଂରେ ଜିଣିଲେ ବ୍ରୋଞ୍ଜ ମେଡାଲ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ।

author-image
Santosh Kumar Sahoo
undefined

Manu Bhaker

ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ୍ ଖାତା ଖୋଲିଲା ଭାରତ । ମହିଳା ସୁଟିଂରୁ ପ୍ରଥମ ପଦକ ଆଣିଛନ୍ତି ୨୨ ବର୍ଷିୟା ମନୁ ଭାକର୍ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏଥିସହିତ ପ୍ରଥମ ଭାରତୀୟ ମହିଳା ସୁଟର୍ ଭାବରେ ଅଲିମ୍ପିକ୍ସ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର। ତାଙ୍କ ସଫଳତାରେ ଝୁମିଛି ସାରା ଦେଶ।

Advertisment

ଇତିହାସ ରଚିଲେ ସୁଟର ମନୁ ଭାକର । ସୁଟିଂରେ ଜିଣିଲେ ବ୍ରୋଞ୍ଜ ମେଡାଲ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ। ପ୍ୟାରିସରୁ ଖୁସି ଖବରରୁ ଅନାଇ ବସିଥିଲେ ଦେଶବାସୀ। କାହାରିକୁ ନିରାଶ କରି ନାହାନ୍ତି ୨୨ ବର୍ଷୀୟ ମନୁ। ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ଭେଟି ଦେଇଛନ୍ତି ପ୍ରଥମ ମେଡାଲ୍ । ମୋଟ୍ ୨୨୭.୧ ସ୍କୋର ସହ ବ୍ରୋଞ୍ଜ ଜିତିଛନ୍ତି ମନୁ । ସୁଟିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ମହିଳା । ଏଥିସହ ୧୨ ବର୍ଷ ଧରି ସୁଟିଂରେ ପଦକ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ମନୁ ଭାକର। ମନୁଙ୍କ ସଫଳତାରେ ଝୁମିଛି ସାରା ଦେଶ। ଝିଅ ସଫଳତାରେ ଘରେ ଜୋରଦାର ସେଲିବ୍ରେସନ୍ ହୋଇଛି । ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି ପରିବାର ଲୋକ ।

ଗତକାଲି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ମନୁ ଭାକର । ଯୋଗ୍ୟତା ପର୍ଯ୍ୟାୟରେ ୫୮୦ ସ୍କୋର କରି ତୃତୀୟ ସ୍ଥାନରେ ରହିଥିଲେ । ଆଜି ରୌପ୍ୟ ବିଜେତା ଦକ୍ଷିଣ କୋରିଆର କିମ୍ ୟେଜିଙ୍କଠାରୁ ୦.୧ ପଏଣ୍ଟରେ ଆଗୁଆ ରହି ସିଲଭର ମେଡାଲ୍ ରେସରେ ଥିଲେ ମନୁ। କିନ୍ତୁ ଶେଷ ସଟ୍‌ରେ ୧୦.୩ ପଏଣ୍ଟ୍ ମାରି ପଛରେ ରହିଯାଇଥିଲେ । ଏହା ମନୁ ଭାକରଙ୍କ ଦ୍ୱିତୀୟ ଅଲିମ୍ପିକ୍ସ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପଦକ ଦାବିଦାର ଥିଲେ ବି ଝୁଣ୍ଟିଥିଲେ । ୨୦୧୭ରେ ଅଲିମ୍ପିଆନ୍ ହିନା ସିଦ୍ଧୁଙ୍କୁ ପରାସ୍ତ କରି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଜାତୀୟ ଚାମ୍ପିୟନସିପ୍ ଟାଇଟଲ ଜିତିଥିଲେ ମନୁ । ତା ପରଠୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୨୦୧୮ ୟୁଥ୍ ଅଲିମ୍ପିକ୍ସ ଗେମ୍ସର ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ, ୨୦୨୨ ଏସିଆନ୍ ଗେମ୍ସରେ ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ ମନୁ।

Advertisment

ମନୁଙ୍କ ଏହି ସଫଳତାରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆଗକୁ ଆଉ ଦୁଇଟି ଇଭେଣ୍ଟରେ ନିଜ ଭାଗ୍ୟ ପରୀକ୍ଷା କରିବେ ମନୁ ।

Shooting Manu Bhaker Olympics
Advertisment
Advertisment