• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଶାକୁ ମୋଦି ସରକାର ସମୟରେ ୪ ଲକ୍ଷ କୋଟିରୁ ଅଧିକ ଅର୍ଥ ଦିଆଯାଇଛି। ଅନେକ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ତେବେ ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସେସବୁ ଅର୍ଥ ସଠିକ୍ ବିନିଯୋଗ କରୁନଥିଲେ ବୋଲି ପ୍ରେସମିଟ୍‌ କରି କହିଛନ୍ତି ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ।

ସେ କହିଛନ୍ତି ଯେ, ଗତ ୧୦ ବର୍ଷରେ କେନ୍ଦ୍ରରୁ ଓଡ଼ିଶା ପାଇଁ ବଢିଛି ୩ ଗୁଣା ଅଧିକ ଫଣ୍ଡିଂ। ଏପରିକି ଓଡ଼ିଶାରେ ରେଳ ବିକାଶ ପାଇଁ ବଜେଟରେ ୧୦ ହଜାର ୫୦୦ କୋଟି ଦିଆଯାଇଛି। ଚଳିତ ବଜେଟକୁ ଐତିହାସିକ କହିବା ସହ ବଜେଟରେ ବିକଶିତ ଭାରତ ଲାଗି ରୋଡ୍ ମ୍ୟାପ୍‌ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି ।

ସେହିପରି ୟୁପିଏ ସମୟରେ ୧୦ ବର୍ଷରେ ୨.୯ କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା ବେଳେ ମୋଦି ସରକାରରେ ୧୨.୫ କୋଟି ନିଯୁକ୍ତି ସୃଷ୍ଟି ହୋଇଥିବା ବୈଜୟନ୍ତ କହିଛନ୍ତି। ସେପଟେ ବୈଜୟନ୍ତଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now