• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସନ୍ତା ମାସରେ ଭାରତରେ ଲଞ୍ଚ ହେବାକୁ ଯାଉଛି ବନ୍ଦେ ଭାରତ ସେମି ହାଇ ସ୍ପିଡ୍‌ ସ୍ଲିପର୍‌ ଭର୍ସନ । ବାଙ୍ଗାଲୋରରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ ଚାଲିଛି । ଏକ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ସୁଦ୍ଧା ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ୯ଟି ସ୍ଲିପର ରାକ୍‌ ପ୍ରସ୍ତୁତ ହୋଇଯିବ । ଏହାପରେ ପ୍ରତି ମାସରେ ଅତିକମ୍‌ରେ ଦୁଇଟି ଲେଖାଏଁ ସ୍ଲିପର ରାକ୍‌ ଯୋଡ଼ି ହେବ ।

ବର୍ତ୍ତମାନ ପର୍ଯ୍ୟନ୍ତ, ଟ୍ରାକରେ କେବଳ ବନ୍ଦେ ଭାରତ ଟ୍ରେନ୍‌ର ଚେୟାର କାର୍ ଭର୍ସନ ଚାଲୁଛି । ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ମାର୍ଗରେ ଏହି ସ୍ଲିପର ଭର୍ସନ ଟ୍ରେନ୍‌ ଚାଲୁ କରିବାକୁ ଯୋଜନା ରହିଛି । ଏକାଧିକ ରିପୋର୍ଟରୁ ଜଣାପଡ଼ିଛି ଯେ ପାଟଣା-ଦିଲ୍ଲୀ ରୁଟ୍‌ରେ ୧୬ କୋଚ୍‌ ବିଶିଷ୍ଟ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ଚଳାଇବାକୁ ଆଲୋଚନା ଜାରି ରହିଛି । ସ୍ଲିପର ବନ୍ଦେ ଭାରତ ଟ୍ରେନ୍‌ର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ରହିବ।

ଅଧିକ ପଢନ୍ତୁ : ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ...ଆଗାମୀ ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌

ଯଦିଓ ବନ୍ଦେ ଭାରତ ଏକ୍ସପ୍ରେସର ଚେୟାର କାର୍ ଭର୍ସନର ଘଣ୍ଟା ପ୍ରତି ବେଗ୍‌ କ୍ଷମତା ୧୬୦ କିଲୋମିଟର ରହିଛି । କିନ୍ତୁ ଏହା ବର୍ତ୍ତମାନ ଘଣ୍ଟା ପ୍ରତି ସର୍ବାଧିକ ୧୩୦ କିଲୋମିଟର ବେଗରେ ଯାଉଛି । ରେଳ ସୁରକ୍ଷା ଆୟୋଗ ଖୁବଶୀଘ୍ର ସ୍ଲିପର ବନ୍ଦେ ଭାରତ ଟ୍ରେନ୍‌ ଯାଞ୍ଚ କରିବ । ଅଗଷ୍ଟ ମାସ ସୁଦ୍ଧା ଯାଞ୍ଚ ଶେଷ ହେବ ବୋଲି ଆଶା କରାଯାଉଛି ।

ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଭର୍ସନ । ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ । ଏଥିରେ ଅତ୍ୟାଧୁନିକ ନିୟନ୍ତ୍ରଣ ସହିତ ସେନ୍ସର ଭିତ୍ତିକ ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ଓ ଅନ୍ୟାନ୍ୟ ସୁବିଧା ରହିବ। ଏହାର ବଡି ଷ୍ଟ୍ରକ୍ଚର୍ ହାଇଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହୋଇଛି। ଯେଉଁଥିରେ ରହିଛି କ୍ରାସ୍ ବଫର୍ ଉପାଦାନ। 

OTV is now on Whatsapp

Join and get latest news update delivered to you via whatsapp

Join Now