• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

4
‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁରୀ ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୀରେ ଏବେ ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ ବହୁଛି। ଆଗକୁ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। କାରଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିପାରେ। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ଆକଳନ କରିଥିଲା ଯେ […]

2
ବାତ୍ୟା ‘ଫୋନି’ ପାଇଁ ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଆଉ ପ୍ରାୟ ଦେଢ଼ ଘଣ୍ଟା ପରେ ପୁରୀ ପାଖାପାଖି କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ଗତକାଲିଠାରୁ ପୁରୀ ସମେତ ଅନ୍ୟାନ୍ୟ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପୁରୀରେ ୧.୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଫୋନି ପାଇଁ ଭୁବନେଶ୍ୱରର ବିଭିନ୍ନ ଆଶ୍ରୟସ୍ଥଳୀରେ […]

puri
ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନି ଶ୍ରୀମନ୍ଦିର ରୀତିନୀତି

ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ତେବେ ବାତ୍ୟା ଯୋଗୁ ପୁରୀ ଶ୍ରୀମନ୍ଦିରର ରୀତିନୀତି କୌଣସି ଭାବରେ ପ୍ରଭାବିତ ହୋଇନାହିଁ। ଆଜି ଭୋର ୪ଟା ୪୫ ମିନିଟ୍‌ରେ ଶ୍ରୀମନ୍ଦିରର ପ୍ରଥମ ଦୈନନ୍ଦିନ ରୀତି ଅ ଦ୍ୱାର ଫିଟା ଅନୁଷ୍ଠିତ ହୋଇଥିଲା।   ଦାୟିତ୍ୱରେ ଥିବା ସେବାୟତ ଏହି ନୀତି ଅନୁସାରେ ଶ୍ରୀମନ୍ଦିର ସିଂହଦ୍ୱାରର ମୁଖ୍ୟ ଦ୍ୱାର ଖୋଲିଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ କିଛି ଭକ୍ତଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।

1
ଓଡ଼ିଶାର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇ ଓଡ଼ିଶାର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’। ଆଜି ସକାଳ ୮ଟାରୁ ୧୦ଟା ଭିତରେ ଯେକୌଣସି ସମୟରେ ‘ଫୋନି’ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ବାତ୍ୟା ‘ଫୋନି’ ପୁରୀ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ସୂଚନା ମିଳିଛି। ଲ୍ୟାଣ୍ଡଫଲ ବେଳେ ପବନ ବେଗ ୧୭୦ରୁ ୧୮୦ କି.ମି. ରହିବା ସମ୍ଭାବନା ରହିଛି। ସକାଳ ସାଢ଼େ ୬ଟା ସୁଦ୍ଧା ପୁରୀରୁ ୮୦ କିଲୋମିଟର ଓ ଗୋପାଳପୁରରୁ […]

cylon1
ଡିପ୍ରେସନ୍‌ର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର: ଭାରତ ମହାସାଗରର ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ଏବେ ଡିପ୍ରେସନର ରୂପ ନେଇଛି।୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ଏବେ ଲଘୁଚାପ ଚେନ୍ନାଇରୁ ୧୪୯୦କିଲୋମିଟର ଏବଂ ମଛଲିପଟନମରୁ ୧୭୬୦ କିଲୋମିଟର ଦୂରରେ ରହିଛି। ଡିପ୍ ଡିପ୍ରେସନର ୧୨ ଘଣ୍ଟା ପରେ ଲଘୁଚାପ ବାତ୍ୟା ରୂପ ନେବା ସମ୍ଭାବନ ରହିଛି। ୩୦ ତାରିଖ ସୁଦ୍ଧା ତାମିଲନାଡ଼ୁ ଓ ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଆସୁଥିବା […]

deadbody
ପୁଲିସ୍ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ବଲାଙ୍ଗିର: ପୁଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ଫଟାମୁଣ୍ଡାର ନିରଂଜନ ସାହୁଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ରାଲି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବସ୍ ଉପରକୁ ଅଣ୍ଡା ମାଡ଼ ନେଇ ପୁଲିସ୍‌ କିଛି ଯୁବକଙ୍କୁ ଥାନାରେ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରେ ନିରଞ୍ଜନ ବି  ଥିଲେ। ଗତକାଲି ନିରଞ୍ଜନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଡୁଙ୍ଗୁରିପାଲି ମେଡିକାଲକୁ ଆଣିଥିଲେ। ତେବେ ସେଠାରେ […]

z22
ଅରୂପ ପଟ୍ଟନାୟକଙ୍କ ବିରୋଧରେ ସରକାରୀ କଳର ଅପବ୍ୟବହାର ଅଭିଯୋଗ

ଭୁବନେଶ୍ୱର: ସରକାରୀ ସଙ୍ଗଠନ ‘ବିଜୁ ଯୁବ ବାହିନୀ’କୁ ନିର୍ବାଚନ ପ୍ରଚାର କାମରେ ଲଗାଉଛି ବିଜେଡି। ଆଜି ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁନାକର ବେହେରା ଏହି ଅଭିଯୋଗ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ଗତ ବୁଧବାର ଦିନ କେନ୍ଦ୍ରାପଡ଼ାର ଏକ ନିର୍ଦ୍ଦିଷ୍ଟ […]

rahul-gandhi
ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଫେରିଗଲେ ରାହୁଲ

ଭୁବନେଶ୍ୱର:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି। ଦିଲ୍ଲୀ ଫେରିଗଲେ ରାହୁଲ ଗାନ୍ଧି। ବିଳମ୍ବିତ ହୋଇପାରେ ଓଡ଼ିଶା ଗସ୍ତ। ଏନେଇ ରାହୁଲ ଗାନ୍ଧି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିଲା। ତେବେ ଆଜି ସକାଳେ ପାଟନାରେ ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। Engine trouble on our flight to Patna today! We’ve been forced to return […]