• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

girl suicide
ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

ବାଙ୍କୀ : ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ରିଜ୍ ଉପରୁ ତାଙ୍କର ସ୍କୁଟି ଏବଂ ଭ୍ୟାନିଟି ମିଳିଛି। ଭ୍ୟାନିଟିରେ ଥିବା ପରିଚୟପତ୍ରରେ ତାଙ୍କ ନାଁ ପୁଷ୍ପା ବେହେରା ବୋଲି ଲେଖାଯାଇଛି। ଯୁବତୀ ଜଣକ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି। ବାରଙ୍ଗ ପୁଲିସ୍‌ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି ମୃତଦେହ। ସେ କାହିଁକି ଆତ୍ମହତ୍ୟା କଲେ, ମୃତ୍ୟୁ ପଛର […]

debasish --
ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ

କଟକ : ସହିଦ୍‌ଙ୍କ ସଂପର୍କୀୟଙ୍କୁ ତଣ୍ଟିଆ ମାରିବା ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟ ଯେତେ ସଫେଇ ଦେଉଛନ୍ତି, ସେତେ ଅଡୁଆରେ ପଡୁଛନ୍ତି। ଏହି ଘଟଣା ପାଇଁ କ୍ଷମା ମାଗିବା ସହ ଦେବାଶିଷ ସ୍ପଷ୍ଟୀକରଣ ଦେଇଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଠେଲି ସହିଦ୍‌ଙ୍କ ସଂପର୍କୀୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ସେ ସହିଦ୍‌ଙ୍କ ସଂପର୍କୀୟଙ୍କ ହାତ ଧରି ବସାଇ ଦେଇଥିଲେ। ହେଲେ ଆଜି ଏ କଥାକୁ ଖଣ୍ଡନ କରିଛନ୍ତି ଜୁଏଲ୍। କହିଛନ୍ତି ,ଦେବାଶିଷ ଯାହା କହିଛନ୍ତି […]

bhai--
ପରଦାକୁ ଆସିବ ପ୍ରଥମ ଓଡ଼ିଆ ବାୟୋପିକ୍ ସିନେମା

ବାଲେଶ୍ୱର : ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ସିନେ ଜଗତର ପ୍ରଥମ ବାୟୋପିକ୍। ଜଣେ ସଫଳ ଯୁବ ବ୍ୟବସାୟୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ଭାଇ’ । ବାଲେଶ୍ୱର ଲକ୍ଷ୍ମଣଖୁଣ୍ଟା ଗାଁର ଜଣେ ଯୁବ ସଫଳ ବ୍ୟବସାୟୀ ଅବଦୁଲ ଆମାନି ଖାନଙ୍କ ସଂଘର୍ଷମୟ ଜୀବନ ଓ ସଫଳ କାହାଣୀ ଉପରେ ଏହି ଫିଲ୍ମ ତିଆରି ହେବ। ବାଲେଶ୍ୱର ଜିଲ୍ଲାର ଏକ ଛୋଟ ଗାଁ ଲକ୍ଷ୍ମଣଖୁଣ୍ଟାରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ତାପସ୍ […]

ujjala didi
ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ

ଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ନେଇ ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ମହିଳାଙ୍କୁ ସଚେତନ କରିବେ ଏହି ଉଜ୍ଜ୍ୱଳା ଦିଦି। ବିଶେଷ ଭାବେ ମହିଳା ସଶକ୍ତି କରଣ, ସ୍ୱଚ୍ଛତା, ସୁରକ୍ଷା ସହ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ମହିଳାଙ୍କୁ ସଚେତନ କରିବେ। ଆଜି ଭୁବନେଶ୍ୱରରେ ପ୍ରାୟ ୧୦ ହଜାର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ଉଜ୍ଜ୍ୱଳା ଦିଦି ସମାବେଶ। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

student missing
ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଅଭିଯୋଗ

ରାଉରକେଲା : ରାଉରକେଲା କୁଆରମୁଣ୍ଡା ଡ଼ନ୍ ବାସ୍କୋ ସ୍କୁଲ ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ। ଛାତ୍ର ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା କାଲଟା ଅଞ୍ଚଳର ପଦୁ ଗୋପଙ୍କ ପୁଅ ଅରୁଣ କୁମାର ଗୋପ। ଅରୁଣ ଗତ ୫ ଫେବ୍ରୁଆରୀରୁ ନିଖୋଜ ହୋଇଥିବା ଜଣାପଡିଛି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଘଟଣାର ୧୧ ଦିନ ପରେ ଥାନାରେ ରିପୋର୍ଟ ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ପୁଲିସ୍‌ ଗୋଟିଏ ଅପହରଣ ମାମଲା ରୁଜ୍ଜୁ କରି ତଦନ୍ତ […]

g1
ପ୍ରତାରଣା ସହି ନ ପାରି ପ୍ରେମିକ ଆତ୍ମହତ୍ୟା କରିବା ପରେ ବନ୍ଧା ହେଲେ ପ୍ରେମିକା

ନୂଆପଡ଼ା(ମାୟାଧର ସରାଫ): ମହଙ୍ଗା ପଡ଼ିଲା ପ୍ରେମରେ ପ୍ରତାରଣା। ବ୍ଲାକ୍‌ମେଲିଂ ଓ ପ୍ରେମିକର ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୁଲିସ୍‌ ପ୍ରେମିକାକୁ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଖଡ଼ିଆଳ ଅଞ୍ଚଳର ଜଣେ ଯୁବକ ଓ ବଲାଙ୍ଗିରର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ଯୁବକଙ୍କୁ ବାରମ୍ବାର ବିଭିନ୍ନ କାରଣ ଦର୍ଶାଇ ପ୍ରତାରଣା ଦେଇଥିଲେ ଯୁବତୀ। କେବଳ ଏତିକି ନୁହେଁ ଯୁବତୀ ଜଣକ ତାଙ୍କୁ ଦାମୀ ଫୋନ୍ ଉପହାରରେ ମାଗିଥିଲେ। ଫୋନ୍ […]

z1
ତତଲା କଢ଼େଇରେ ଫୁଟୁଛି ପଶ୍ଚିମ ଓଡ଼ିଶା

ସୋନପୁର/ଝାରସୁଗୁଡ଼ା: ‘ଫୋନି’ ଛାଟର ଦାଗ ଉପକୂଳବାସୀଙ୍କ ପିଠିରୁ ଲିଭି ନଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଅସମ୍ଭବ ଖରା ସାଙ୍ଗକୁ ନାକେଦମ୍ କଲାଭଳି ଗୁଳୁଗୁଳି ଏବେ ସାରା ଓଡ଼ିଶାକୁ କନ୍ଦାଉଛି। ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ରୁ ହିଁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ତାତିରୁ ବର୍ତ୍ତିବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ରାସ୍ତାଘାଟ, ଦୋକାନ […]

q1
ପାଣି ଓ ବିଦ୍ୟୁତ୍‌ ପାଇଁ ରାଜଧାନୀରେ ରାସ୍ତାରୋକ

ଭୁବନେଶ୍ୱର: ପାଣି ଓ ବିଦ୍ୟୁତ୍‌ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ଭୁବନେଶ୍ୱର ଗ୍ୟାରେଜ୍‌ ଛକରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ମ୍ୟୁନିସିପାଲଟି ପକ୍ଷରୁ ପାଣି ଯୋଗାଣ କରାଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟୁତ୍‌ ଯୋଗାଣରେ ମଧ୍ୟ ବିଳମ୍ବ ହେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

chanakya
ଚାଣକ୍ୟ ନୀତି ଅନୁସାରେ, ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ଏହି ସବୁ କଥା

ଭୁବନେଶ୍ୱର: ଜୀବନରେ ଆସୁଥିବା ଝଡ଼ ଝଞ୍ଜାରୁ ରକ୍ଷା ପାଇବା ଲାଗି ତଥା ଘାତ ପ୍ରତିଘାତରୁ ମୁକୁଳିବା ନିମନ୍ତେ କିଛି ନୀତି ପାଳନ କରିବା ଜରୁରୀ। ଏଥିନିମନ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପାଳନ କରନ୍ତୁ।  ଆଉ ଦେଖନ୍ତୁ ଆପଣଙ୍କୁ ଜୀବନରେ କେବେ ହାରର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।  ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ଏହା ଖୁବ ଉପଯୋଗୀ ହେବା ଭଳି କଥା ମଧ୍ୟ ଚାଣକ୍ୟ କହିଛନ୍ତି। ଚାଣକ୍ୟଙ୍କ ପରାମର୍ଶ ଅନୁଯାୟୀ, ଯେତେ ଘନିଷ୍ଠ ହେଲେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ସବୁ […]

Masroom Tawa Fry in odia
ପ୍ରସ୍ତୁତ କରନ୍ତୁ କୋଶଳା ଶାଗ, ଛତୁ ତାୱା ଫ୍ରାଏ | Masroom Tawa Fry

ଭୁବନେଶ୍ୱର: ଆମିଷ ନ ଖାଉଥିବା ଲୋକେ ମୁଖ୍ୟତଃ ଛତୁ ଓ ପନିର ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ସମସ୍ତେ ଏହାର ମସାଲା କରି, ଭାତ, ରୁଟି କିମ୍ୱା ନାନରେ ଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଛତୁ ଓ କୋଶଳା ଶାଗର ଏକ ୟୁନିକ୍‌ ଆଇଟମ୍‌ ପ୍ରସ୍ତୁତି ବିଷୟରେ କହିବୁ, ଯାହାକି ଆପଣ କେବେ ଖାଇ ନ ଥିବେ। ଆସନ୍ତୁ ଜାଣିବା କୋଶଳା ଶାଗ, ଛତୁ ତାୱା ଫ୍ରାଏର ପ୍ରସ୍ତୁତି ସମ୍ପର୍କରେ। ଆବଶ୍ୟକ ସାମଗ୍ରୀ:  କୋଶଳା ଶାଗ, ଛତୁ,  […]